Posted inଖେଳ

ଦୋହାରେ ଦୂତୀଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୨୫।୪(କ୍ରୀଡ଼ା ପ୍ରତିନିଧି)- ଦୋହାରେ ବୁଧବାର ଶେଷ ହୋଇଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଭାରତ ଏବଂ ଓଡ଼ିଶାର ସମ୍ମାନ ରଖିଛନ୍ତି ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ। ମହିଳା ୨୦୦ ମିଟର ରେସ୍‌ରେ ସେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଫାଇନାଲରେ ୨୩.୨୪ ସେକେଣ୍ଡ ସମୟ ନେଇ  ସଫଳତା ପାଇଛନ୍ତି ଏହି ଓଡ଼ିଆ ଯୁବତୀ। ଚଳିତ ସିଜନରେ ଏହା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ମଧ୍ୟ ଥିଲା। ବାହାରିନର ସାଲ୍‌ଓ୍ବା ନାସେର ୨୨.୭୪ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ପାଇଥିବାବେଳେ କାଜାଖସ୍ତାନର ଓଲ୍‌ଗା ସାଫ୍ରାନୋଭା ୨୨.୮୭ ସେକେଣ୍ଡ ସହ ରୌପ୍ୟ ପଦକ ହାସଲ କରିଛନ୍ତି। ବାହାରିନର ଇଡିଡଙ୍ଗ ଓଡିଅଙ୍ଗ ଦୂତୀଙ୍କ ସମକକ୍ଷ ୨୨.୨୪ ସେକେଣ୍ଡ ସମୟ ନେଇଥିଲେ। ମାତ୍ର ଦୂତୀଙ୍କ .୨୩୨ ସେକେଣ୍ଡ ତୁଳନାରେ ସେ .୨୩୩ ସେକେଣ୍ଡ ସମୟ ନେଇଥିବାରୁ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଉଜବେକିସ୍ତାନର ନିଗିନା ଶାରିପୋଭା ୨୩.୨୯, ଚାଇନାର ମାନ୍‌କି ଜି ୨୩.୩୪, ଲିଙ୍ଗଓ୍ବେଇ କୋଙ୍ଗ୍‌ ୨୩.୪୨ ଓ କିର୍ଗିଜସ୍ତାନର ଆନା ବୁଲାନୋଭା ୨୩.୭୦ ସେକେଣ୍ଡ ସମୟ ନେଇ ଯଥାକ୍ରମେ ୫ମରୁ ୮ମ ସ୍ଥାନ ପାଇଥିଲେ। ପ୍ରକାଶ ଯୋଗ୍ୟ ଯେ, ୨୦୧୭ ଜୁଲାଇ ୬ରୁ ୯ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ଗତ ସଂସ୍କରଣରେ ଦୂତୀ ଫାଇନାଲରେ ୨୩.୫୯ ସେକେଣ୍ଡ ସମୟ ନେଇ ୪ର୍ଥ ସ୍ଥାନରେ ରହିଥିଲେ। କାଜାଖସ୍ତାନର ଭିକ୍ଟୋରିଆ ଜାବକିନା ୨୩.୧୦ ମିଟର ସହ ସ୍ବର୍ଣ୍ଣ, ଶ୍ରୀଲଙ୍କାର ରୁମେଶିକା ରନତ୍ାଏକେ ୨୩.୪୩ ସେକେଣ୍ଡ ସହ ରୌପ୍ୟ ଓ କାଜାଖସ୍ତାନର ଓଲ୍‌ଗା ସାଫ୍ରାନୋଭା ୨୩.୪୭ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ପାଇଥିଲେ। ଏଥର କିନ୍ତୁ ଦୂତୀ ଟାଇମିଂରେ ଉନ୍ନତି ଆଣି ସଫଳ ହୋଇଛନ୍ତି ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌।

ଦୋହାରେ ଦୂତୀ ମହିଳା ୧୦୦ ମିଟର ଇଭେଣ୍ଟର ହିଟ୍‌ ଓ ସେମିଫାଇନାଲରେ ଚମକପ୍ରଦ ପ୍ରଦର୍ଶନ କରି ୨ ଥର ଜାତୀୟ ରେକର୍ଡ ଭାଙ୍ଗିଥିଲେ ହେଁ ଫାଇନାଲରେ ନୈରାଶ୍ୟନଜକ ପ୍ରଦର୍ଶନ କରି ପଦକଶୂନ୍ୟ ରହିଥିଲେ। ସେ ହିଟ୍‌ରେ ୧୧.୧୮, ସେମିଫାଇନାଲରେ ୧୧.୨୬ ସେକେଣ୍ଡ ସମୟ ନେଇଥିବାବେଳେ ଫାଇନାଲ ବେଳକୁ କିନ୍ତୁ ୧୧.୪୪ ସେକେଣ୍ଡ ସମୟ ନେଇ ୫ମ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ସେମିଫାଇନାଲ ଓ ଫାଇନାଲ ମଧ୍ୟରେ କମ୍‌ ସମୟ ରହିଥିବାରୁ ବଡି ରିକୋଭରି ହୋଇ ନ ପାରିବାରୁ ସଫଳ ହୋଇ ପାରି ନ ଥିବା ନିଜ ପ୍ରତିକ୍ରୀୟାରେ କହିଥିଲେ ଦୂତୀ। ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ଭୁବନେଶ୍ୱର ଓ ଦୋହା ସଂସ୍କରଣରେ ଦୂତୀ ଗୋଟିଏ ଲେଖାଏ ବ୍ରୋଞ୍ଜ ପଦକ ପାଇଛନ୍ତି। ଭୁବନେଶ୍ୱରରେ ସେ ୧୦୦ ମିଟର(୧୧.୫୨ ସେକେଣ୍ଡ)ରେ ଏବଂ  ଦୋହାରେ ୨୦୦ ମିଟରରେ ଏହି ସଫଳତା ପାଇଛନ୍ତି।

ଯାଜପୁର ଜିଲା ଚକା ଗୋପାଳପୁରର ଝିଅ ଦୂତୀ ନିଜ ପ୍ରିୟ ଇଭେଣ୍ଟ ୧୦୦ ଓ ୨୦୦ ମିଟରରେ ଆକର୍ଷଣୀୟ ପ୍ରଦର୍ଶନ ଜାରି ରଖିଛନ୍ତି। ୨୦୧୮ ଅଗଷ୍ଟ ୧୮ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଅନୁଷ୍ଠିତ ଜାକର୍ତ୍ତା ଏସିଆନ ଗେମ୍ସର ଉଭୟ ୧୦୦ ଓ ୨୦୦ ମିଟରରେ ସେ ରୌପ୍ୟ ପଦକ ଲାଭ କରିଥିଲେ। ସେଠାରେ ସେ ମହିଳା ୧୦୦ ମିଟରରେ ୧୧.୩୨ ଓ ୨୦୦ ମିଟରରେ ୨୩.୨୦ ସେକେଣ୍ଡ ସମୟ ନେଇ ଏହି ସଫଳତା ପାଇଥିଲେ।


All Right Reserved By Dharitri.Com

Posted inଖେଳ View All

କମଳା ରଙ୍ଗର ଜର୍ସିକୁ ଦୋଷ ଦେଲେ ମେହବୁବା ମୁଫ୍‌ତି

ଶ୍ରୀନଗର,୧ା୭(ପି.ଟି.)- ପୂର୍ବତନ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଭାରତୀୟ କ୍ରିକେଟ ଦଳର ପରାଜୟ ଲାଗି କମଳା ରଙ୍ଗର ଜର୍ସିକୁ ଦୋଷାରୋପ କରିଛନ୍ତି। ମୋତେ ଅନ୍ଧବିଶ୍ୱାସୀ...

ପେନାଲ୍ଟି କର୍ନର: ହରମନପ୍ରୀତଙ୍କ ଶତକ ମ୍ୟାଚ

ଭୁବନେଶ୍ୱର, ୧୫।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ଜାପାନ ବିପକ୍ଷ ସେମିଫାଇନାଲରେ କ୍ୟାରିୟରର ୧୦୦ତମ ଅନ୍ତର୍ଜାତୀୟ...

ଗୋଟିଏ ଫଟୋରେ ୧୭୧ ଅନ୍ତର୍ଜାତୀୟ ଶତକ

ନୂଆଦିଲ୍ଲୀ,୯।୨- ବୁଶଫାୟାର ଚ୍ୟାରିଟି ମ୍ୟାଚ୍‌ ପୂର୍ବରୁ କ୍ରିକେଟର ଦୁଇ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ରିକି ପଣ୍ଟିଂ ନେଟ୍ସ ସେସନରେ ବ୍ୟାଟିଂ ଅଭ୍ୟାସ କରୁଥିଲେ। ଦୁହିଁଙ୍କ...

ଓ୍ବିଲିୟମସନଙ୍କୁ ପଛରେ ପକାଇଲେ ସ୍ମିଥ୍‌

ଦୁବାଇ,୧୯।୮: ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଙ୍ଗରେ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ହେଲେ ଭାରତୀୟ ଅଧିନାୟକ ବିରାଟ କୋହଲି ଶୀର୍ଷସ୍ଥାନ ବଜାୟ...

ନୁର- ସୁଲତାନରେ ଇଣ୍ଡୋ- ପାକ୍‌ ଡେଭିସ କପ୍‌ ଟାଇ

ନୂଆଦିଲ୍ଲୀ,୧୯।୧୧ (ପି.ଟି.)- ପାକିସ୍ତାନର ରିଭ୍ୟୁ ଅପିଲକୁ ପ୍ରତ୍ୟାଖାନ କରିଛି ଅନ୍ତର୍ଜାତୀୟ ଟେନିସ ଫେଡେରେଶ (ଆଇଟିଏଫ୍‌)। ଅନ୍ୟପଟେ ଆଇଟିଏଫ୍‌ ଭାରତ ଓ ପାକିସ୍ତାନ ମଧ୍ୟରେ ଅୟୋଜନ ହେବାକୁ...

ଇଂଲଣ୍ଡକୁ ଚମକପ୍ରଦ ବିଜୟ ଦେଲେ ମଲାନ, ମୋର୍ଗାନ

ନାପିଅର,୮।୧୧(ଏଏଫ୍‌ପି)- ଡେଭିଡ ମଲାନଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ମୋର୍ଗାନଙ୍କ ସହ ରେକର୍ଡ ଭାଗୀଦାରି ଇଂଲଣ୍ଡକୁ ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟି୨୦ ମ୍ୟାଚ୍‌ରେ ଚମକପ୍ରଦ ବିଜୟ...

ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରୁଛନ୍ତି ଡେନର୍ବି

ନୂଆଦିଲ୍ଲୀ, ୯।୫:କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ସମୟରେ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କ ଫିଟ୍‌ନେସ କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କରିଛନ୍ତି ଭାରତୀୟ ୧୭ ବର୍ଷରୁ...

ଡ୍ରେସିଂରୁମ୍‌ କାନ୍ଥକୁ ମୁଥ ମାରି ମାର୍ଶ ଆହତ

ପର୍ଥ,୧୪।୧୦(ଏଏଫ୍‌ପି)- ଅଷ୍ଟ୍ରେଲିଆ ଅଲରାଉଣ୍ଡର ମିଚେଲ ମାର୍ଶ ଶେଫିଲ୍ଡ ସିଲ୍ଡ ମ୍ୟାଚ୍‌ରେ ନିରାଶ ହୋଇ ଡ୍ରେସିଂରୁମ୍‌ କାନ୍ଥକୁ ମୁଥ ମାରି ଆହତ ହୋଇଛନ୍ତି। ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ ଅଲରାଉଣ୍ଡର...

Leave a comment

Your email address will not be published. Required fields are marked *