Posted inଜାତୀୟ

ବିବାହ ବନ୍ଧନରେ ଆବଦ୍ଧ ହେଲେ ଟିଏମ୍‌ସି ଏମ୍‌ପି

ବଶୀରଘାଟ,୨୦।୬: ଅଭିନେତ୍ରୀରୁ ଏମ୍‌ପି ହୋଇଥିବା ପଶ୍ଚିମ ବଙ୍ଗର ନୁସରତ ଜହାଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବଶିରଘାଟର ତୃଣମୃଳ କଂଗ୍ରେସ(ଟିଏମ୍‌ସି)ର ଏମ୍‌ପି ନୁସରତ ଜହାଁ କୋଲକାତାର ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିଛନ୍ତି। ବୁଧବାର ତୁର୍କୀର ବୋଡରମରେ ନୁସରତ ଓ ନିଖିଲଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିବାହରେ ପରିବାର ଲୋକ ଓ ନିକଟତର ବନ୍ଧୁ ସାମିଲ ହୋଇଥିଲେ। ଏଥିସହ ଅଭିନେତ୍ରୀ ତଥା ଯାଦବପୁରର ଟିଏମ୍‌ସି ଏମ୍‌ପି ମିମି ଚକ୍ରବର୍ତ୍ତୀ ମଧ୍ୟ ଏହି ବିବାହରେ ଯୋଗ ଦେଇଥିଲେ। ରେଡ କଲରର ଲେହେଙ୍ଗାରେ ନୁସରତ ବେଶ୍‌ ସୁନ୍ଦର ଦେଖାଯାଉଥିବା ବେଳେ ନିଖିଲ ଅଫ୍‌ ହ୍ବାଇଟ କଲରର ଶେରଓ୍ବାନୀରେ ବେଶ୍‌ ହ୍ୟାଣ୍ଡସମ୍‌ ଦେଖାଯାଉଛନ୍ତି। ନବବିବାହିତା ଯୋଡିଙ୍କ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନୁସରତଙ୍କ ବୟସ ୨୯ ହୋଇଥିବା ବେଳେ ତାଙ୍କୁ ଯୁବା ଏମ୍‌ପିରେ ଗଣତି କରାଯାଏ। ନୁସରତଙ୍କ ବଙ୍ଗଳା ଫିଲ୍ମରେ ବହୁ ନାଁ ରହିଛି। ୨୦୧୧ରେ ଫିଲ୍ମ ଶତ୍ରୁରୁ ସେ ଡେବ୍ୟୁ କରିଥିଲେ।


All Right Reserved By

ଏହି ସ୍ମାର୍ଟଫୋନ ବ୍ୟବହାର କରନ୍ତି ମୋଦି, ଶାହ

ନୂଆଦିଲ୍ଲୀ, ୨୩।୬: ଆଜିକାଲି ସ୍ମାର୍ଟଫୋନ ଧରିବା ଅଛି ସମସ୍ତଙ୍କର ସଉକ। ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତା ତଥା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ...

ପି. ଚିଦାମ୍ବରମଙ୍କୁ ମିଳିଲାନି ଆଗୁଆ ଜାମିନ୍‌

ନୂଆଦିଲ୍ଲୀ, ୨୦।୮: ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରରଙ୍କୁ ଝଟକା ଲାଗିଛି। ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ...

ପଶ୍ଚିମବଙ୍ଗରେ ସ୍ଲୋଗାନ ଯୁଦ୍ଧ

କୋଲକାତା,୬ା୬: ଲୋକ ସଭା ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏବଂ ଭାଜପା ମଧ୍ୟରେ ବିବାଦ ଶେଷ ହେବାର ନାଁ ନେଉନାହିଁ।...

ଉପତ୍ୟକାରେ ବଡ଼ଧରଣର ଆକ୍ରମଣ ଷଡ଼ଯନ୍ତ୍ର:ପାକ୍‌ ଆଣୁଛି ୧୦୦ ଆଫ୍‌ଗାନ ଆତଙ୍କବାଦୀ

ନୂଆଦିଲ୍ଲୀ,୨୩ା୮(ପି.ଟି.):ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଭାରତର ନିଷ୍ପତ୍ତିରେ ଛାନିଆ ହୋଇଯାଇଥିବା ପାକିସ୍ତାନ ଉପତ୍ୟକାରେ ବଡ଼ଧରଣର ଆକ୍ରମଣ ଷଡ଼ଯନ୍ତ୍ର ରଚିଛି। ଏଥିପାଇଁ ଆଫଗାନିସ୍ତାନରୁ ୧୦୦ ଆତଙ୍କବାଦୀଙ୍କୁ କଶ୍ମୀରକୁ ଆଣୁଛି। ସେମାନେ...

ଶପଥ ଗ୍ରହଣ ଉତ୍ସବରେ ସିନେ ଷ୍ଟାର୍‌ଙ୍କ ଭିଡ଼

ନୂଆଦିଲ୍ଲୀ, ୩୧।୫ :ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବରେ ସିନେ ଷ୍ଟାର୍‌ଙ୍କ ଭିଡ଼ ଦେଖିବାକୁ ମିଳିଛି। ବଲିଉଡ୍‌ରୁ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାଇଁ ହେବ ସଂଗ୍ରହାଳୟ

ନୂଆଦିଲ୍ଲୀ,୨୫ା୭(ପି.ଟି.): ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଲାଗି କେନ୍ଦ୍ର ସରକାର ଏକ ବିଶାଳ ସଂଗ୍ରହାଳୟ ନିର୍ମାଣ କରିବେ। ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ଉପରେ ରାଜ୍ୟ ସଭା ଉପାଧ୍ୟକ୍ଷ...

ଦେଶର ପ୍ରଥମ ଡିଜିଟାଲ ଗାଇଡ୍‌: ଗଛରେ ଲାଗିଥିବା କ୍ୟୁଆର୍‌ କୋଡ ସ୍କାନ କଲେ ମିଳିବ ସମସ୍ତ ତଥ୍ୟ

ଥିରୁଭାନନ୍ତପୁରମ,୨୦।୬: କେରଳ ସରକାର ଏବେ ଏମିତି ଏକ ଡିଜିଟାଲ ଗାଇଡ୍‌ ବିକଶିତ କରିବାକୁ ଯାଉଛନ୍ତି ଯାହା ଦେଶର ପ୍ରଥମ ଡିଜିଟାଲ ଗାଇଡ୍‌ ବୋଲି କୁହାଯାଉଛି। ଏଠାରେ...

ଟଙ୍କାଏରେ ହେବ ଅନ୍ତିମ ସଂସ୍କାର

ହାଇଦ୍ରାବାଦ୍‌,୨୨।୫: ପୂର୍ବରୁ ଟଙ୍କାଏରେ ଖାଦ୍ୟ ଯୋଜନା ଆରମ୍ଭ ହୋଇଥିଲା। ତେବେ ଏବେ ତେଲେଙ୍ଗାନାର କରିମ୍‌ନଗର ନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ଏକ ନିଆରା ଯୋଜନା।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *