Posted inଜାତୀୟ

ବିଶ୍ୱର ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର ୩

ନୂଆଦିଲ୍ଲୀ,୨୦ା୬ (ଆଇଏଏନ୍‌ଏସ୍‌) : ବିଶ୍ୱର ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର ମାତ୍ର ୩ଟି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଆଇଆଇଟି ବମ୍ବେ, ଆଇଆଇଟି ଦିଲ୍ଲୀ ଓ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ (ଆଇଆଇଏସ୍‌ସି) ବାଙ୍ଗାଲୋର ଏଥିରେ ସ୍ଥାନ ପାଇଛନ୍ତି। ଲଣ୍ଡନ୍‌ରେ ବୁଧବାର ୨୦୨୦ କ୍ୱାକ୍‌କ୍ୱାରେଲ୍ଲି ସାଇମଣ୍ଡ୍ସ୍‌ (କ୍ୟୁଏସ୍‌) ଓ୍ବାଲର୍‌ଡ ର଼୍ୟାଙ୍କିଙ୍ଗ୍‌ ନେଇ ଏ ସମ୍ପର୍କରେ ଘୋଷଣା କରାଯାଇଛି।
ବମ୍ବେ କ୍ରମାଗତ ଦ୍ୱିତୀୟ ଥର ଲାଗି ଭାରତର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟଭାବେ ସ୍ଥାନ ପାଇଛି। ଗତ ଥର ବିଶ୍ୱ ର଼୍ୟାଙ୍କିଙ୍ଗରେ ଏହାକୁ ୧୬୨ତମ ସ୍ଥାନ ମିଳିଥିବାବେଳେ ଏଥର ୧୫୨ତମ ସ୍ଥାନ ମିଳିଛି। ଆଇଆଇଏସ୍‌ସି ଗତବର୍ଷ ଭାରତର ଦ୍ୱିତୀୟ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟଭାବେ ସ୍ଥାନ ପାଇଥିବାବେଳେ ଚଳିତବର୍ଷ ଏହାକୁ ତୃତୀୟ ସ୍ଥାନ ମିଳିଛି। ଆଇଆଇଟି ଦିଲ୍ଲୀକୁ ଏଥର ଦ୍ୱିତୀୟ ସ୍ଥାନ ମିଳିପାରିଛି।
ର଼୍ୟାଙ୍କିଙ୍ଗର ୧୦୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଥିବା ଭାରତର ୨୩ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ନୂଆଭାବେ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି ସ୍ଥାନ ପାଇଛି। ଆଇଆଇଟି ବମ୍ବେ ଏହାର ଗବେଷଣା ଦକ୍ଷତା ବୃଦ୍ଧି କରିପାରି ଥିବାରୁ ଏହା ର଼୍ୟାଙ୍କିଙ୍ଗରେ ୧୦ଟି ସ୍ଥାନ ଉପରକୁ ଉଠିବାରେ ସଫଳ ହୋଇଛି। କିନ୍ତୁ ସାମୂହିକଭାବେ ଭାରତର ବିଶ୍ୱବିଦ୍ୟାଳୟଗୁଡ଼ିକ ଶିକ୍ଷାଦାନ/ ଛାତ୍ର ଅନୁପାତ ଓ ଅନ୍ତର୍ଜାତୀୟ ଛାତ୍ର ଅନୁପାତ ତୁଳନାରେ ହାରାହାରି ୧୨ ପ୍ରତିଶତ କମ ପ୍ରଦର୍ଶନ କରିଥିବା ଜଣାପଡ଼ିଛି। କେତେକ ପ୍ରମୁଖ କ୍ଷେତ୍ରରେ ଭାରତର ଉଚ୍ଚ ଶିକ୍ଷା ଅଗ୍ରଗତି କରୁଥିବା ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗରୁ ଜଣାପଡ଼ିଛି। ଗବେଷଣା ଓ ଶିକ୍ଷା କ୍ଷେତ୍ରରେ ରଣନୀତିକ ପୁଞ୍ଜିନିବେଶର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।


All Right Reserved By Dharitri.Com

ଭେଣ୍ଟିଲେଟରରୁ ଇସିଏମ୍‌ଓକୁ ଗଲେ ଜେଟଲୀ

ନୂଆଦିଲ୍ଲୀ,୧୭।୮: ରାଜଧାନୀ ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନସେସ୍‌(ଏମ୍ସ)ରେ ଚିକିତ୍ସାଧୀନ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଶନିବାର ଭେଣ୍ଟିଲେଟରରୁ ଇସିଏମ୍‌ଓ ବା...

ସୁସ୍ଥ ହେଲେ କରୋନା ସଂକ୍ରମିତ ୧୨ ନୌସେନା ଯବାନ

ନୂଆଦିଲ୍ଲୀ,୨।୫: ଭାରତୀୟ ନୌସେନାର ୩୮ ଜଣ ଯବାନ କରୋନା ଭାଇରସରେ ସଂକ୍ରମିତ ହେବା ପରେ ଏବେ ସେମାନଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ...

ମଙ୍ଗୁ ମଠ ନ ଭାଙ୍ଗିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ଅନୁରୋଧ

ଭୁବନେଶ୍ୱର(ବ୍ୟୁରୋ)/ଚଣ୍ଡିଗଡ଼, ୧୫।୯(ଆଇଏଏନ୍‌ଏସ୍‌): ଶିଖ୍‌ ଗୁରୁ ନାନକ ଦେବଙ୍କ ସହ ଜଡ଼ିତ ପୁରୀର ମଙ୍ଗୁ ମଠ ନ ଭାଙ୍ଗିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓଡ଼ିଶା ପ୍ରତିପକ୍ଷ...

ଦିଲ୍ଲୀ ବିମାନ ବନ୍ଦରରେ ଶାହ ଫୈସଲ ଅଟକ

ନୂଆଦିଲ୍ଲୀ,୧୪।୮: ପୂର୍ବତନ ଆଇଏସ୍‌ ଅଧିକାରୀ ତଥା ଜମ୍ମୁ-କଶ୍ମୀର ପିପୁଲ୍ସ୍‌ ମୁଭମେଣ୍ଟର ଅଧ୍ୟକ୍ଷ ଶାହ ଫୈସଲଙ୍କୁ ବୁଧବାର ଦିଲ୍ଲୀ ବିମାନ ବନ୍ଦରରେ ପୋଲିସ ଅଟକ ରଖିଛି। ଶାହ...

ନିର୍ଭୟା ମାମଲା: ଅଭିଯୋଗକୁ ନେଇ ସଫେଇ ଦେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୭।୧: ନିର୍ବାଚନ ଋତୁରେ ନିର୍ଭୟା ଭଳି ସମ୍ବେଦନଶୀଳ ମାମଲାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଉପରେ ନିର୍ଭୟାଙ୍କ ମା’ ଆଣିଥିବା ଅଭିଯୋଗର ସଫେଇ ଦେଇଛନ୍ତି...

ମୋଦିଙ୍କ ଜମ୍ମୁ-କଶ୍ମୀର ରୋଡ୍‌ମ୍ୟାପ୍‌: ୧୦ ମନ୍ତ୍ରଣାଳୟର ମିଳିତ ସହଯୋଗରେ ହେବ ବିକାଶ

ଶ୍ରୀନଗର,୫।୯: ଜମ୍ମୁ-କଶ୍ମୀର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି। ୧୦ଟି ମନ୍ତ୍ରଣାଳୟର ମିଳିତ ସହଯୋଗରେ ଏଠାକାର ବିକାଶ ସମ୍ଭବ...

ସରକାର ଗଢ଼ିବାକୁ ଭାଜପାକୁ ରାଜ୍ୟପାଳଙ୍କ ଆମନ୍ତ୍ରଣ

ମୁମ୍ବାଇ,୧୦ା୧୧(ପି.ଟି.): ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ୧୫ ଦିନ ବିତିଥିଲେ ମଧ୍ୟ ସରକାର ଗଠନ ନେଇ ଅଚଳାବସ୍ଥା ଲାଗି ରହିଛି। ଏକକ ସଂଖ୍ୟାଗରିଷ୍ଠ ଦଳ...

ଶାନ୍ତି ଆଶାରେ କଶ୍ମୀରବାସୀ: ମହିଳା ସୁରକ୍ଷାକର୍ମୀଙ୍କ ସହ ହାତ ମିଳାଇଲେ କଶ୍ମୀର ବାଳକ, ଫଟୋ ଭାଇରାଲ

ଶ୍ରୀନଗର,୯।୮: ଜମ୍ମୁ କଶ୍ମୀରରେ ଧାରା ୩୭୦କୁ ଅଚଳ କରିଦିଆଯିବା ପୂର୍ବରୁ ହିଁ ସେଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜମ୍ମୁ ଓ ଶ୍ରୀନଗରରେ ଧାରା ୧୪୪...

Leave a comment

Your email address will not be published. Required fields are marked *