Posted inଜାତୀୟ

ସମ୍ବିଧାନ ସଂଶୋଧନ ଜରୁରୀ

ନୂଆଦିଲ୍ଲୀ,୨୦ା୬(ପି.ଟି.) : କେନ୍ଦ୍ର ସରକାର ଏକକାଳୀନ ନିର୍ବାଚନ ପାଇଁ ବିଚାର ଆଲୋଚନା ଚଳାଇଥିବାବେଳେ ଏଭଳି ବୃହତ୍‌ ପ୍ରକ୍ରିୟା ସକାଶେ ଆଇନ କମିଶନ ଏକ କଠୋର ଆଇନଗତ ଢାଞ୍ଚା ଲାଗି ସୁପାରିସ କରିଛନ୍ତି। ଗତ ଅଗଷ୍ଟରେ ଆଇନ କମିଶନ ଚିଠା ସୁପାରିସରେ ସମ୍ବିଧାନ ଓ ଜନପ୍ରତିନିଧି ଆଇନରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିଲେ। ଲୋକ ସଭା ଓ ରାଜ୍ୟ ବିଧାନସଭାଗୁଡ଼ିକର ଏକକାଳୀନ ନିର୍ବାଚନ ଦୁଇଟି ପର୍ଯ୍ୟାୟରେ କରାଯାଇପାରେ। କିନ୍ତୁ ଏଥିଲାଗି ଅନୂ୍ୟନ ସମ୍ବିଧାନର ଦୁଇଟି ନିୟମରେ ସଂଶୋଧନ ଅଣାଯିବା ଦରକାର। ସମ୍ବିଧାନର ଅନୁଚ୍ଛେଦ ୮୩(୨) ଏବଂ ୧୭୨(୧) ସଂଶୋଧନକୁ ସଂଖ୍ୟାଧିକ ରାଜ୍ୟ ସମର୍ଥନ କରିବା ଜରୁରୀ। ଲ କମିଶନଙ୍କ ଏହି ପ୍ରସ୍ତାବକୁ ସମର୍ଥନ କରି ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନ ଟି.ଏସ୍‌. କ୍ରିଷ୍ଣାମୂର୍ତ୍ତି କହିଛନ୍ତି, ‘ଗୋଟିଏ ଦେଶ ଏକ ନିର୍ବାଚନ’ ପରିକଳ୍ପନା ଆକର୍ଷଣୀୟ। କିନ୍ତୁ ସମ୍ବିଧାନ ସଂଶୋଧନ ବିନା ଏହା ସମ୍ଭବ ନୁହେଁ। ଏକକାଳୀନ ନିର୍ବାଚନ ପାଇଁ ଅନେକ ପ୍ରଶାସନିକ ବନ୍ଦୋବସ୍ତ ସହ ନିର୍ବାଚନ ଦାୟିତ୍ୱରେ ଅଧିକ ସଂଖ୍ୟକ ଅର୍ଦ୍ଧସାମରିକ ବଳ ମୁତୟନ ଜରୁରୀ ବୋଲି ୨୦୦୪ ସାଧାରଣ ନିର୍ବାଚନ ପରିଚାଳନା କରିଥିବା କ୍ରିଷ୍ଣାମୂର୍ତ୍ତି ମତବ୍ୟକ୍ତ କରିଛନ୍ତି।


All Right Reserved By

ସୁପ୍ରିମକୋର୍ଟରେ ଖାରଜ ହେଲା ଆଶାରାମଙ୍କ ଜାମିନ

ନୂଆଦିଲ୍ଲୀ,୧୫।୭: ଆତ୍ମ ଘୋଷିତ ଭଗବାନ ଆଶାରାମ ବାପୁଙ୍କ ବିରୋଧରେ ଗୁଜରାଟରେ ହୋଇଥିବା ଏକ ବଳାତ୍କାର ମାମଲାର ଜାମିନ ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରି ଦେଇଛନ୍ତି।...

ଏନ୍‌ଆର୍‌ସିରୁ ଆଉ ଲକ୍ଷେ ବାଦ୍‌ ପଡ଼ିଲେ

ଗୁଆହାଟୀ,୨୭ା୬(ପି.ଟି.) :ଆସାମ ସରକାରଙ୍କ ପକ୍ଷରୁ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ପ୍ରକାଶ ପାଇଛି। ଏଥିରୁ ଆଉ ଲକ୍ଷାଧିକ ଲୋକ ବାଦ୍‌ ପଡ଼ିଛନ୍ତି। ଗତବର୍ଷ ଜୁଲାଇ ୩୦ରେ...

ସେୟାର ବଜାରରେ ମୋଦି ଲହର୍‌ ଜାରି: ସେନସେକ୍ସ ୪୦ ହଜାର ଟପିଲା

ନୂଆଦିଲ୍ଲୀ, ୩୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଟିମ୍‌ ଶପଥ ନେବାର ଦିନକ ପରେ ଭାରତୀୟ ଷ୍ଟକ୍‌ ବଜାରରେ ଖୁସିର ଲହରୀ ଖେଳିଯାଇଛି। ଶୁକ୍ରବାର...

ହାଜତରେ ଦଳିତ ମହିଳାଙ୍କୁ ଗଣବଳାତ୍କାର

ଜୟପୁର,୧୭ା୭: ରାଜସ୍ଥାନର ଚୁରୁସ୍ଥିତ ଏକ ଥାନା ହାଜତରେ ଜଣେ ଦଳିତ ମହିଳାଙ୍କୁ ୯ ପୋଲିସ କର୍ମଚାରୀ ଅନେକ ଦିନ ଧରି ଗଣବଳାତ୍କାର କରିଛନ୍ତି। ମିଛ ଚୋରି...

୪ ରାଜ୍ୟରେ ବନ୍ୟା ନେଲାଣି ୧୬୦ ଜୀବନ

ଥିରୁଭାନନ୍ଥପୁରମ୍‌ / ବେଙ୍ଗାଲୁରୁ,୧୨ା୮(ପି.ଟି.): ଲାଗାଣ ବର୍ଷାଜନିତ ବନ୍ୟା ପରିସ୍ଥିତି ଭୟଙ୍କର ହୋଇପଡ଼ିଛି। କେରଳ, କର୍ନାଟକ, ମହାରାଷ୍ଟ୍ର, ଗୁଜରାଟରେ ସ୍ଥିତି ଗମ୍ଭୀର ରହିଥିବାବେଳେ ମୃତ୍ୟୁସଂଖ୍ୟା ୧୪୦ ଟପିଛି। କେରଳରେ...

ରାଜ ବାବ୍ବରଙ୍କୁ ଦୌଡାଇ ଦୌଡାଇ ମାରିବାକୁ ଧମକ

ନୂଆଦିଲ୍ଲୀ,୧୬।୪; ଫତେପୁର ସିକ୍ରିରୁ ନିର୍ବାଚନ ଲଢୁଥିବା ବିଏସ୍‌ପି ନେତା ଗୁଡ୍ଡୁ ପଣ୍ଡିତଙ୍କର ଏକ ଭିଡ଼ିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ସେ କଂଗ୍ରେସ ନେତା ରାଜ...

ସରକାରୀ ବୈଠକରେ ବାରମ୍ବାର ନିଶରେ ହାତ ମାରୁଥିବା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି

ନୂଆଦିଲ୍ଲୀ,୧୪।୭: ନିଶକୁ ନେଇ ଭାରତରେ ନାନା ପ୍ରକାର ବିଶ୍ୱାସ ପ୍ରଚଳିତ। କେତେକ ନିଶ ରଖିବାକୁ ସମ୍ମାନ ବୋଲି ମନେ କରନ୍ତି। ମାତ୍ର ରାଜସ୍ଥାନ ଜୟପୁରର ଏକ...

ଏମିତି ଇଦ୍‌ ପାଳିଲେ ନୌଶାଦ୍‌, ଲୋକେ କହିଲେ ବାଃ ବାଃ

ଥିରୁଭାନନ୍ତପୁରମ୍‌,୧୨।୮: ଦେଶର ଚାରି ରାଜ୍ୟ କେରଳ, କର୍ନାଟକ, ମହାରାଷ୍ଟ୍ର ଏବଂ ଗୁଜରାଟରେ ବନ୍ୟା ପରିସ୍ଥିତି ଅସମ୍ଭାଳ ହୋଇଛି। ଏହି ୪ଟି ରାଜ୍ୟରେ ବନ୍ୟା ଯୋଗୁ ୧୭୪ଜଣଙ୍କ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *