ଖଣି ଅଞ୍ଚଳରେ ପାଇପ୍‌ଯୋଗେ ପାନୀୟ ଜଳ ଯୋଗାଣ: ରାସ୍ତା ପାର୍ଶ୍ୱ ଖୋଳା କାମକୁ ବିରୋଧ

କାଳିଆପାଣି,୧୯ା୬(ଡି.ଏନ୍‌.ଏ.)- କାଳିଆପାଣି ଖଣି ଅଞ୍ଚଳରେ ଜିଲା ଖଣିଜ ପାଣ୍ଠି ବିନିଯୋଗରେ ପାନୀୟ ଜଳ ଯୋଗାଣ ନିମନ୍ତେ ପାଇପ୍‌ ବିଛା କାମ ଚାଲିଛି। କାଙ୍କଡ଼ପାଳ ଗ୍ରାମଠାରୁ ପାନୀୟଜଳ ଯୋଗାଣ ପାଇଁ ପାଇପ୍‌ ବିଛା କାମ କରାଯାଉ ଥିବାବେଳେ ଠିକାଦାର ବିନାଅନୁମତିରେ ରାସ୍ତା ପାର୍ଶ୍ୱ ଖୋଳି ନଷ୍ଟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆରମ୍ଭରୁ ଠିକାଦାର ବହୁ ମୂଲ୍ୟବାନ ଗଛ କାଟିବାକୁ ନେଇ ବିରୋଧର ଶିକାର ହୋଇଥିଲେ। ଏବେ ପୁଣି ଠିକାଦାର ବିନା ଅନୁମତିରେ ରାସ୍ତା ଖୋଳିବା ନେଇ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୨୦୧୫ରେ ଜିଲା ଖଣିଜ ପାଣ୍ଠି ଅର୍ଥରେ ସୁକିନ୍ଦା ବ୍ଲକ ଖଣି ଅଞ୍ଚଳର ବିଭନ୍ନ ଗ୍ରାମକୁ ପାନୀୟ ଜଳ ଯୋଗାଣ ନିମନ୍ତେ ଖଣିଜପାଣ୍ଠି ପ୍ରଥମ ବୈଠକରେ ପ୍ରକଳ୍ପ ପାଇଁ ପ୍ରସ୍ତାବ ପାରିତ ହୋଇଥିଲା। ବିଳମ୍ବରେ ହେଲେ ମଧ୍ୟ ପ୍ରକଳ୍ପକାମ ଦ୍ରୁତଗତିରେ କରାଯାଉଛି। ବ୍ରାହ୍ମଣୀ ନଦୀରୁ ଜଳ ଉଠାଯାଇ କାଙ୍କଡ଼ପାଳ ପଞ୍ଚାୟତର କଙ୍କଡ଼ପାଳଠାରେ ଭୂତଳ ଟାଙ୍କିରେ ଗଚ୍ଛିତ କରି ଖଣି ଅଞ୍ଚଳର ସମସ୍ତ ଗ୍ରାମକୁ ଜଳ ଯୋଗାଣ କରାଯିବା ପ୍ରସ୍ତାବରେ ଗୃହୀତ ହୋଇଥିଲା। ନଗଡା ଅପପୁଷ୍ଟି ଘଟଣାପରେ ଆଦିବାସୀ ବହୁଳ ନଗଡ଼ା ପର୍ଯ୍ୟନ୍ତ ରହିଥିବା ଗ୍ରାମଗୁଡିକୁ ସ୍ବଚ୍ଛ ପାନୀୟ ଜଳ ଯୋଗାଣ କରିବାକୁ ପାଇପ ବିଛା କାମ ଚାଲିଛି। ଆରମ୍ଭରୁ ପାଇପ ବିଛାକାମ ଜଙ୍ଗଲ ଭିତର ଦେଈ ଆସୁଥିବାରୁ ଠିକାଦାର ବହୁ ମୂଲ୍ୟବାନ ଗଛ କାଟି ନଷ୍ଟ କରିଥିଲେ। ଏ ନେଇ କୁସୁମଡ଼ିହା ଗ୍ରାମବାସୀ ବିରୋଧ କରିଥିଲେ। ପରେ ଆରଡ଼ି ବିଭାଗ ଏସ୍‌ଡିଓ ମୁଦୁଲି ଭେଙ୍କଟରମଣଙ୍କ ନିର୍ଦ୍ଦେଶକ୍ରମେ କନିଷ୍ଟଯନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବା ପରେ ଜଳପରିମଳ ବିଭାଗକୁ ଏପରି ନ କରିବାକୁ ଚିଠି କରିବା ସହ କାମ ବନ୍ଦ କରିବାକୁ ମଧ୍ୟ ତାଗିଦ୍‌ କରିଥିଲେ। ମାତ୍ର କିଛି ଦିନ ଆରଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ କାମ ବନ୍ଦ କରିବା ପରେ ପୁଣି ଠିକାଦାର କାମ ଆରମ୍ଭ କରିଥିଲେ। ଏବେ କଲରଙ୍ଗୀ ଦେହୁରୀ ସାହିଠାରୁ ପାଇପ୍‌ ବିଛା କାର୍ଯ୍ୟ ପାଇଁ ମାଟି ଖୋଳା ଆରମ୍ଭ ହୋଇଛି। ହେଲେ ଠିକାଦାର ବିନା ଅନୁମତିରେ କଂକ୍ରିଟ ରାସ୍ତା ପାର୍ଶ୍ୱକୁ ଖୋଳି ମାଟିକୁ ରାସ୍ତାରେ ଗଦା କରୁଛନ୍ତି। ଫଳରେ ରାସ୍ତାରେ ଯାତାୟାତ କରିବାରେ ବିଭିନ୍ନ ସମସ୍ୟା ଦେଖାଯାଉଛି। ଏ ନେଇ ଜଳପରିମଳ ବିଭାଗ କନିଷ୍ଠଯନ୍ତ୍ରୀ ଆର୍‌ ଶତପଥୀଙ୍କୁ ପଚାରିବାରୁ, ଏହା ଏକ ସରକାରୀ କାମ ହୋଇଥିବାରୁ ସଡ଼କ ବିଭାଗ ପକ୍ଷରୁ ଅନୁମତି ଆବଶ୍ୟକ ନାହିଁ ା ତେବେ ଯେଉଁ ଅଞ୍ଚଳକୁ ଖୋଳାଯାଇଛି। ସେ ସ୍ଥାନକୁ ପୂର୍ବ ପରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷେ ଆରଡି ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ, ରାସ୍ତା ଖୋଳିବାକୁ ମନା କରାଯାଇଛି। ଏଥିସହ ଏ ସମ୍ପର୍କରେ ଜିଲାପାଳ ଏବଂ ଅର୍‌ଡବ୍ଲ୍ୟୁଏସ୍‌ଏସ୍‌ ବିଭାଗକୁ ଚିଠି କରାଯାଇଥିବା କହିଛନ୍ତି। ଠିକାଦାରଙ୍କ ବିରୋଧରେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏ ଦିଗରେ ଜିଲାପାଳ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଧିବାସୀ ଅନୁରୋଧ କରିଛନ୍ତି।


All Right Reserved By Dharitri.Com

ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ଯୋଡ଼ା, ୩ା୧(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ତଥା ୫୨୦ ନଂ. ଜାତୀୟ ରାଜପଥ କଣ୍ଡରା ଛକଠାରେ ନିର୍ମାଣ ହେଉଥିବା ଟୋଲଗେଟ୍‌...

ଫନୀରେ ଧ୍ୱସ୍ତ ବିଧ୍ୱସ୍ତ ରତ୍ନବଟ ଆଶ୍ରମ: ଆଜି ପ୍ରାଚୀ ଉପତ୍ୟକାରେ ବାରଗାଦି ମେଳଣ

କାକଟପୁର, ୧୭।୫(ଡି.ଏନ୍‌.ଏ.):ପବିତ୍ର ବୁଦ୍ଧ ପୂର୍ଣ୍ଣମୀ ଅର୍ଥାତ୍‌ ବୈଶାଖ ପୂର୍ଣ୍ଣୀମାରେ ଶନିବାର କାକଟପୁରର ରତ୍ନବଟ ଆଶ୍ରମରେ ଅନୁଷ୍ଠିତ ହେବ ବାରଗାଦି ମେଳଣ। ଦିନକ ପାଇଁ ଉତ୍ସବ ମୁଖର...

ଓ୍ବାର୍ଲ୍‌‍ଡ ଟ୍ରାଭେଲ ମାର୍କେଟରେ ମହାରାଜା ଏକ୍ସପ୍ରେସ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ) : ଲଣ୍ଡନରେ ପ୍ରଦର୍ଶିତ ହେବ ଭାରତୀୟ ରେଳପଥର ସର୍ବୋତ୍ତମ ବିଳାସପୂର୍ଣ୍ଣ ଟ୍ରେନ୍‌ ମହାରାଜା ଏକ୍ସପ୍ରେସ। ଆସନ୍ତା ୪ରୁ ୬ ନଭେମ୍ବର ପର୍ଯ୍ୟନ୍ତ ଭାରତର ଏହି...

ଆସିଲା ଦୁଇ ପ୍ରଜାତିର ୨୬ ପକ୍ଷୀ

ବାରଙ୍ଗ, ୨୦।୧୨(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଥିବା ପଶୁପକ୍ଷୀଙ୍କ ପ୍ରଜାତି ସଂଖ୍ୟା ବୃଦ୍ଧି ପାଇଛି। ଗୁରୁବାର ଏଠାକୁ ୨ଟି ପ୍ରଜାତିର ୨୬ଟି ପକ୍ଷୀ କଟକର ଏକ ଘରୋଇ...

ଅବ୍ୟବସ୍ଥାରେ କ୍ୱାରାଣ୍ଟାଇନ ସେଣ୍ଟର

ବାଲିଆ, ୧।୪:  କରୋନା ମହାମାରୀ ପାଇଁ ପଞ୍ଚାୟତସ୍ତରରେ କ୍ୱାରାଣ୍ଟାଇନ୍‌ ସେଣ୍ଟର କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ପ୍ରତି ପଞ୍ଚାୟତକୁ ୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି।...

ଆଜି ଆସୁଛନ୍ତି ଉପରାଷ୍ଟ୍ରପତି: ସୁରକ୍ଷା ଦାୟିତ୍ୱରେ ୧୫ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର (ବ୍ୟୁରୋ)/ କଟକ ଅଫିସ,୬।୧୦: ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡ଼ୁ ରବିବାର ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି। ସେ ପୂର୍ବାହ୍ନ ୧୦ଟା ୧୫ରେ ଏକ ସ୍ବତନ୍ତ୍ର...

ଓଡ଼ିଆ ମ୍ୟୁଜିକ୍‌ ଏକ୍ସିଲେନ୍ସି ଆୱାର୍ଡ-୨୦୧୯: ସମ୍ବର୍ଦ୍ଧିତ ହେଲେ ୨୫ ପ୍ରତିଭା

କଟକ ଅଫିସ,୧ା୧୨: ଶହୀଦ ଭବନଠାରେ ହ୍ବାଇଟ କାନଭାସ, ହେରାଲଡ ଓ ଦି ମେସେଞ୍ଜର୍ସର ମିଳିତ ଆନୁକୂଲ୍ୟରେ ରୁଚି ପ୍ରଥମ ଓଡ଼ିଆ ମ୍ୟୁଜିକ ଏକ୍ସିଲେନ୍ସି ଆୱାର୍ଡ-୧୯ ଶନିବାର...

ଜୁନ୍‌ ୧୫ରୁ ପୁଣି ମଧ୍ୟାହ୍ନଭୋଜନ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୮।୨(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସାରା ଭାରତରେ ୨୧ ଦିନ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ପିଲାମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି।...

Leave a comment

Your email address will not be published. Required fields are marked *