କାର୍ଯ୍ୟାଳୟ ଘେରିଲେ ଭୂମିହୀନ ଆଦିବାସୀ

ଭଦ୍ରକ ଅଫିସ,୨୦ା୬ – ଘରଡିହ ପଟ୍ଟା ତୁରନ୍ତ ଯୋଗାଇ ଦେବା ଦାବିରେ ଶତାଧିକ ଭୂମିହୀନ ଆଦିବାସୀ ପରିବାର ବୁଧବାର ଭଦ୍ରକ ତହସିଲ ଅଧୀନ ରାନ୍ଦିଆ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ଗେଲଟୁଆ, ରାନ୍ଦିଆ, ବାଉଦପୁର ଓ ଓଲଙ୍ଗ ପଞ୍ଚାୟତ ଅଧୀନରେ ଦୀର୍ଘବର୍ଷ ଧରି ବସବାସ କରିଆସୁଥିବା ଆଦିବାସୀ ମହିଳା ଓ ପୁରୁଷ ନିଜର ହକ୍‌ ଦାବି ନେଇ ସକାଳ ୮ଟାଠାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଘେରାଉ କରି ବସିରହିଥିଲେ।
ଭୂମିହୀନମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ବାସ ଉପଯୋଗୀ ଘରଡିହ ପଟ୍ଟା ଯୋଗାଇ ଦେବାକୁ ସରକାରଙ୍କ ନିର୍ଦ୍ଦେଶ ଥିବାବେଳେ ସ୍ଥାନୀୟ ତହସିଲଦାର ଏବଂ ରାଜସ୍ବ ନିରୀକ୍ଷକ ଏଥିପ୍ରତି ଅବହେଳା କରିଆସୁଛନ୍ତି। ଘରଡିହ ପଟ୍ଟା ନ ଥିବାରୁ ସରକାରଙ୍କ ବିଭିନ୍ନ ଯୋଜନା ଯଥା ମୋ କୁଡିଆ, ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ, ବିଜୁଳି ଆଲୋକ, ରାଶନକାର୍ଡ, ସ୍ବଚ୍ଛଭାରତ ମିଶନ ପକ୍ଷରୁ ପାଇଖାନା ଏପରିକି ସେମାନଙ୍କ ପିଲାମାନେ ପାଠ ପଢିବା ପାଇଁ ଜାତିଗତ ପ୍ରମାଣପତ୍ର ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଭୂମିହୀନ ଆଦିବାସୀମାନେ ଘରଡିହ ପଟ୍ଟା ପାଇବା ପାଇଁ ବାରମ୍ବାର ସ୍ଥାନୀୟ ତହସିଲ ଓ ରାଜସ୍ବ ନିରୀକ୍ଷକଙ୍କ ଅଫିସରେ ଦରଖାସ୍ତ କରିଆସୁଥିବା ବେଳେ ଭୂମିହୀନ ଲୋକ ନ ଥିବା ବିଭାଗୀୟ କର୍ତ୍ତୃପକ୍ଷ ସରକାରଙ୍କୁ ରିପୋର୍ଟ କରିଛନ୍ତି। ଏହି ଭୂମିହୀନ ପରିବାରଙ୍କୁ ପଟ୍ଟା ପ୍ରଦାନ ସକାଶେ ଚାଷୀମୂଲିଆ ସଂଘ ପକ୍ଷରୁ ଜିଲା ପ୍ରଶାସନଠାରୁ ଆରମ୍ଭ କରି ବିଭିନ୍ନ ତହସିଲ ଅଫିସ ଆଗରେ ଆନ୍ଦୋଳନ ସହ ଘେରାଉ ମଧ୍ୟ କରାଯାଇଛି। ବୁଧବାର ଚାଷୀ ମୂଲିଆ ସଙ୍ଗଠନର ନେତା ସୁଶାନ୍ତ ଜେନାଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ଘେରାଉରେ ସାମିଲ ହୋଇଥିଲେ। ରାନ୍ଦିଆ ରାଜସ୍ବ ନିରୀକ୍ଷକ ଗଜେନ୍ଦ୍ର ଦାସଙ୍କୁ ଦାବି ଜଣାଇବା ସହିତ ଜିଦ୍‌ରେ ଅଟଳ ହୋଇ ବସିରହିଥିଲେ। ପରେ ସଙ୍ଗଠନର ନେତା ଜେନା ତାଙ୍କର ସମର୍ଥକଙ୍କ ସହିତ ରାଜସ୍ବ ନିରୀକ୍ଷକଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା। ଆସନ୍ତା ଜୁଲାଇ ୧ ତାରିଖଠାରୁ ଭୂମିହୀନ ପରିବାରଙ୍କ ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବା ସହ ସେମାନଙ୍କର ଚୂଡ଼ାନ୍ତ ତାଲିକା ରିପୋର୍ଟ ତହସିଲଦାର ଏବଂ ଜିଲା ପ୍ରଶାସନକୁ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଉଦୟ ହେମ୍ବ୍ରମ, ପୂର୍ଣ୍ଣ ସିଂ, ମନୋଜ ଖିଲାର, ମାନ ମୁଣ୍ଡା, ଜମାଲ ଟୁଡୁ, ପାକନ ଚମ୍ପିଆ, ମଟୁ ପ୍ରଧାନ, ବାସନ୍ତୀ ଯେନା, ପ୍ରମିଳା ଯେନା, ଲଦୁ ମୁଣ୍ଡା, ଗୌତମୀ ଦାସ, ରାଜୁ ମୁଣ୍ଡା ପ୍ରମୁଖ ଘେରାଉରେ ସାମିଲ ଥିଲେ।


All Right Reserved By Dharitri.Com

ସ୍କୁଲ ବସ୍‌ ପଛକୁ ଧକ୍କା ଦେଲା ଆଇରନ୍‌ ବୋଝେଇ ଟ୍ରକ : ଅଳ୍ପକେ ବର୍ତ୍ତିଲେ ୧୮ ଛାତ୍ରୀଛାତ୍ର

ଆନନ୍ଦପୁର,୭।୭(ସ୍ବ.ପ୍ର.)-ଶନିବାର ଏକ ବଡ଼ ଦୁର୍ଘଟଣାରୁ ୧୮ ଜଣ ଛାତ୍ରୀଛାତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି। କେନ୍ଦୁଝର ଜିଲା ଘସିପୁରା ଥାନା ଗୋହିରାଠାରେ ଥିବା ଏକ ଘରୋଇ ଇଂଲିଶ...

ଗଙ୍ଗା ସାଗରରେ ଲକ୍ଷାଧିକ ଶ୍ରଦ୍ଧାଳୁ: ୧୫ରେ ପୂର୍ଣ୍ଣସ୍ନାନ

ଭୋଗରାଇ,୧୨।୧(ଡି.ଏନ୍‌.ଏ.): ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପରଗଣା ଜିଲା ସାଗରଦୀପର ଗଙ୍ଗାସାଗର ମେଳା ୧୦ ତାରିଖରୁ ଶୁଭାରମ୍ଭ ହୋଇଛି। ଏଥି ଲାଗି ଓଡ଼ିଶାରୁ ଅଦ୍ୟାବଧି ୨୦ ହଜାରରୁ...

ହରିଚନ୍ଦନଙ୍କୁ ବାଲେଶ୍ୱରରେ ଭବ୍ୟ ‘ନାଗରିକ ସମ୍ବର୍ଦ୍ଧନା’: ‘ବରପୁତ୍ରଙ୍କୁ ସମ୍ମାନ ଦେବାର ବେଳ ଆସିଛି’

ବାଲେଶ୍ୱର ଅଫିସ, ୧୧।୧-ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଶୁକ୍ରବାର ବାଲେଶ୍ୱର ପ୍ରତିଭା ବିକାଶ ମଞ୍ଚ ତରଫରୁ ଆୟୋଜିତ ସଭାରେ ‘ନାଗରିକ ସମ୍ବର୍ଦ୍ଧନା’ ପ୍ରଦାନ କରାଯାଇଛି। ସ୍ଥାନୀୟ...

୧୮ ହଜାର ହେକ୍ଟର ଚାଷଜମି ପଡ଼ିଆ

ତିହିଡ଼ି, ୨୦।୭ (ଡି.ଏନ.ଏ.) – ଆଷାଢ଼ ଯାଇ ଶ୍ରାବଣ ହେଲା। ଜମିରେ ଧାନ ଗଛଟିଏ ବସି ପାରିଲା ନାହିଁ। ଦୀର୍ଘଦିନ ଧରି ବର୍ଷା ଛାଡ଼ି ଯାଇଥିବାରୁ...

ଜୀବନ ସହ ସଂଗ୍ରାମ କରୁଛନ୍ତି ମହିଳା: ଆର୍ଥିକ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି

ଆନନ୍ଦପୁର,୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଶାଳଦେଇ ପଞ୍ଚାୟତ ଶାଳଦେଇ ଗ୍ରାମର ୪୨ ବର୍ଷୀୟା ସୁବାସିନୀ ଓଝା ଟ୍ୟୁମରର ଶିକାର ହୋଇ ବିଛଣାରେ ପଡିରହିଛନ୍ତି। ୨...

ସ୍ବଚ୍ଛ ଭାରତ ମିଶନ: ସରିଛି ୭୩.୨୫ ପ୍ରତିଶତ ଶୌଚାଳୟ ନିର୍ମାଣ: ଜୁଲାଇ ୨୦ ସୁଦ୍ଧା ଅବଶିଷ୍ଟ ସାରିବାକୁ ଲକ୍ଷ୍ୟ

ବନ୍ତ, ୨୧।୬ (ସ୍ବ.ପ୍ର.) – ପରିବେଶ ସ୍ବଚ୍ଛତା ସହିତ ଖୋଲାରେ ଶୌଚ ନ ହେବା ପାଇଁ କେନ୍ଦ୍ର ସରକାର ୨୦୧୬ ଅ୍ରକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ...

ନଗରଭବନଠାରେ ବିଶ୍ୱ ପରିବେଶ ଦିବସ ପାଳିତ: ପ୍ରକୃତିବନ୍ଧୁମାନଙ୍କୁ ପୁରସ୍କାର ପ୍ରଦାନ

କେନ୍ଦୁଝର,୫।୬( ସ୍ବ.ପ୍ର.): କେନ୍ଦୁଝର ଜିଲା ନଗରଭବନଠାରେ ବୁଧବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଡିଏଫ୍‌ଓ ସନ୍ତୋଷ ଯୋଶୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ...

ଶ୍ୱଶୁର ଘରେ ଜ୍ୱାଇଁଙ୍କ ମୃତ୍ୟୁ

ପାଟଣା,୧୪।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ହୀରାପଶି ଗ୍ରାମରେ ଜଣେ ୪୩ ବର୍ଷୀୟ ବିବାହିତ ବ୍ୟକ୍ତିଙ୍କ ଶ୍ୱଶୁର ଘରେ ଶନିବାର ଅପରାହ୍ନରେ ମୃତ୍ୟୁ ଘଟିଛି। ମୃତକ ଜଣକ...

Leave a comment

Your email address will not be published. Required fields are marked *