୧୦୪ ବାତ୍ୟା, ବନ୍ୟା ଆଶ୍ରୟସ୍ଥଳୀରେ ମକ୍‌ଡ୍ରିଲ: ଅନୁଧ୍ୟାନ କଲେ ଓସଡମା ସିଜିଏମ

ଛତ୍ରପୁର,୧୯।୬(ଡି.ଏନ୍‌.ଏ.)- ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ପାଇଁ ବୁଧବାର ଗଞ୍ଜାମ ଜିଲାର ୧୦୪ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ମକ୍‌ଡ୍ରିଲ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ସଚେତନତା ସଭା, ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ପକ୍ଷରୁ ବିପର୍ଯ୍ୟୟ ବେଳେ ବିଭିନ୍ନ ଉଦ୍ଧାର କୌଶଳ ପ୍ରଦର୍ଶନ କରଯାଇଥିଲା। ବାତ୍ୟା ଆସୁଛି କହି ଗାଁରୁ ଲୋକଙ୍କୁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରଯାଇଥିଲା। ପରେ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ମାନଙ୍କରେ ବିପର୍ଯ୍ୟୟ ମୁକାବିଲା ପାଇଁ କ’ଣ ସବୁ ପଦକ୍ଷେପ ନେବା କଥା, ପ୍ରଶାସନର ସୂଚନାକୁ ସମ୍ମାନ ଦେବା, ସୁରକ୍ଷିତ ସ୍ଥାନକୁ ନିଜେ ଓ ଅନ୍ୟମାନଙ୍କୁ ଆଣିବା ଆଦି ନେଇ ପରାମର୍ଶ ଦିଆଯାଇଥିଲା। ୨ ଅତିରିକ୍ତ ଜିଲାପାଳ, ଉପଜିଲାପାଳ, ବିଡ଼ିଓ, ତହସିଲଦାରମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମନିଟରିଂ କରିଥିଲେ। ଚିକିଟି ବ୍ଲକ ଅଧୀନ ପାତିସୋନପୁର ଓ ଗଞ୍ଜାମ ବ୍ଲକ ଶତୃସଲ ଗାଁର ବାତ୍ୟା ଆଶ୍ରୟ ସ୍ଥଳୀରେ ମକ୍‌ଡ୍ରିଲ ପାଇଁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥିତ ଓସ୍‌ଡମା ମୁଖ୍ୟ ଜେନେରାଲ ମ୍ୟାନେଜର ଡ. ପ୍ରଦୀପ କୁମାର ନାୟକ, ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠି ଯୋଗ ଦେଇଥିଲେ। ବିପର୍ଯ୍ୟୟ ମୁକାବିଲା ପାଇଁ ଆମେ କେତେ ପ୍ରସ୍ତୁତ ଅଛୁ ସେସମ୍ପର୍କରେ ଜାଣିବା ଏହି ମକ୍‌ଡ୍ରିଲର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଥିଲା। ସେହିପରି ଛତ୍ରପୁର ବ୍ଲକ ଅଗସ୍ତିନୂଆଗଁାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ ମକ୍‌ଡ୍ରିଲ ଆୟୋଜିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ ଯୋଗଦେଇ ସଚେତନ ହେଲେ ହିଁ ବିପର୍ଯ୍ୟୟର ମୁକାବିଲା କରିହେବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ତହସିଲଦାର ନୀଳମାଧବ ଭୋଇ, ସମିତିସଭ୍ୟା ବାସନ୍ତୀ ଯାନୀ, ପଞ୍ଚାୟତ ର୍ନିବାହୀ ଅଧିକାରୀ ତପସ୍ବିନୀ କହଁର, ଅଗ୍ନିଶମ ଅଧିକାରୀ କୈଳାଶ ଚନ୍ଦ୍ର ସାହୁ, ବିପିଏମ ମାନିନୀ ଜେନା, ଆଶ୍ରୟସ୍ଥଳୀ କମିଟି ସମ୍ପାଦକ ଅଶୋକ ପଲେଇଙ୍କ ସମେତ ଆଶାକର୍ମୀ, ଅଙ୍ଗନଓ୍ବାଡି କର୍ମୀ, ମହିଳା ସଙ୍ଘ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ। ଜିଲାର ବିଭିନ୍ନ ସ୍ଥାନରେ ହୋଇଥିବା ମକ୍‌ଡ୍ରିଲକୁ ଜିଲା ଜରୁରୀକାଳୀନ ଅଧିକାରୀ ଦେବରାଜ ପାତ୍ର, ଡିପିଓ ପ୍ରଭୂପ୍ରସାଦ ମହାରଣା ସଂଯୋଜନା କରିଥିଲେ।


All Right Reserved By Dharitri.Com

୨ ମାସରେ ୪ ବଳାତ୍କାରୀଙ୍କୁ ଫାଶୀ ଦଣ୍ଡାଦେଶ

ଭୁବନେଶ୍ୱର, ୧୯।୯(ବ୍ୟୁରୋ): ଗତ ୨ ମାସ ମଧ୍ୟରେ ରାଜ୍ୟରେ ୪ ନାବାଳିକା ବଳାତ୍କାର ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି। ପ୍ରଥମେ ମୟୂରଭଞ୍ଜ, ଅନୁଗୋଳ, ଜଗତ୍‌ସିଂହପୁର ଜିଲାରେ...

ପାର୍ଲାମେଣ୍ଟ,ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗ: କାର୍ଯ୍ୟକାରିତା ନେଇ ପଦକ୍ଷେପ ନିଅନ୍ତୁ କେନ୍ଦ୍ର ସରକାର’

ଭୁବନେଶ୍ୱର,୯।୭(ବ୍ୟୁରୋ):ପାର୍ଲାମେଣ୍ଟ ଏବଂ ରାଜ୍ୟ ବିଧାନସଭାଗୁଡିକରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ ନେଇ ସ୍ବତନ୍ତ୍ର ଆଇନ କେନ୍ଦ୍ର ସରକାର ପ୍ରସ୍ତୁତ କରନ୍ତୁ ବୋଲି ସୋମବାର ବିଜେଡି...

ୟୁପିରୁ ଦୁଇ ଭାଇଙ୍କୁ ଗିରଫ କଲା ଛତ୍ରପୁର ପୋଲିସ

ଛତ୍ରପୁର,୧୫ା୯(ଡି.ଏନ.ଏ)-ଦଶ ଚକିଆ ଟ୍ରକରେ ବ୍ୟାଟେରି ସହ ଗଞ୍ଜେଇକୁ ଆନ୍ଧ୍ରରୁ ଓଡିଶା ଦେଇ ଉତ୍ତରପ୍ରଦେଶ ଚାଲାଣ ମାମଲାରେ ସମ୍ପୃକ୍ତ ୨ ଭାଇଙ୍କୁ ପୋଲିସ ଗିରଫ କରିଛିି ା...

ମା’ଙ୍କ ଚକ୍ଷୁଦାନ କଲେ ସନ୍ତାନ

ବ୍ରହ୍ମପୁର ଅଫିସ,୧୮।୯: ଗଞ୍ଜାମ ଜିଲା ବ୍ରହ୍ମପୁର ସହର ବଡ଼ବଜାର ଚନ୍ଦ୍ରମା ସାହି ନିବାସୀ ଭି.ଦମୟନ୍ତୀଙ୍କ ୯୨ବର୍ଷ ବୟସରେ ମଙ୍ଗଳବାର ପରଲୋକ ହୋଇଯାଇଛି। ମୃତ୍ୟୁ ପରେ ତାଙ୍କ...

ବିଜେଡି, ଭାଜପା କହୁଛନ୍ତି ଜିତିବେ, ହାର୍‌ ମାନିଗଲା କଂଗ୍ରେସ

ଭୁବନେଶ୍ୱର, ୨୨ା୧୦(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ସୋମବାର ଭୋଟ ଶେଷ ହୋଇଛି। ଆସନ୍ତା ୨୪ରେ କିଏ ସେଠାରେ ବାଜି ମାରିବ ତାହା ସ୍ପଷ୍ଟ ହୋଇଯିବ। ତେବେ...

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଆକାଶ: ବରିଷ୍ଠ ନାଗରିକଙ୍କୁ ଶ୍ରୀକ୍ଷେତ୍ର ବୁଲାଇଲେ

ପୁରୀ ଅଫିସ, ୧୭ା୯: ସାମ୍ପ୍ରତିକ ସମୟରେ ଜନ୍ମଦିନ ପାଳନ ଏକ ଫ୍ୟାଶନରେ ପରିଣତ ହେଲାଣି। ଅଧିକାଂଶ ଲୋକ ବଡ଼ ବଡ଼ ହୋଟେଲ, କ୍ଲବ, ମଣ୍ଡପରେ ବନ୍ଧୁବାନ୍ଧବ...

ଉଚ୍ଛେଦକୁ ନେଇ ନୀଳଗିରି ବିଧାୟକ-ତହସିଲଦାର ମୁହାଁମୁହିଁ: ପ୍ରତିବାଦରେ ଅନଶନରେ ବସିଲେ ବିଧାୟକ

ସଜନାଗଡ଼, ୪।୧୦(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ତହସିଲଦାର ସୁଶ୍ରୀତା ଟୁଡ଼ୁଙ୍କ ମଧ୍ୟରେ ଶୁକ୍ରବାର ମୁହାଁମୁହିଁ ହୋଇଛି। ତହସିଲ କଚେରି ପରିସରରେ...

ଆଜିଠାରୁ ଭୁବନେଶ୍ୱର-ଜୁନାଗଡ଼ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର, ୨୪।୮ (ବ୍ୟୁରୋ): କଳାହାଣ୍ଡିବାସୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱରରୁ ଜୁନାଗଡ଼ ପର୍ଯ୍ୟନ୍ତ ସ୍ବତନ୍ତ୍ର ଭାବେ ଚାଲିବ ଟ୍ରେନ୍‌। ଭୁବନେଶ୍ୱର-ଜୁନାଗଡ଼ ରୋଡ୍‌-ଭୁବନେଶ୍ୱର ଏକ୍ସପ୍ରେସ (ନଂ.୧୮୪୩୭-୧୮୪୩୮) ଶନିବାରଠାରୁ...

Leave a comment

Your email address will not be published. Required fields are marked *