ଗ୍ରାମସଭାରେ ନାଲ୍‌କୋକୁ ମିଳିତ ବିରୋଧ

ପଟ୍ଟାଙ୍ଗି,୧୯ା୬(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସେରୁବନ୍ଧ ବକ୍ସାଇଟ୍‌ ପାହାଡ଼ ଖୋଳାକୁ ନେଇ ପ୍ରତିବାଦ ତେଜୁଛି। ବ୍ଲକର ମାଳିପୁଟ ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ଗ୍ରାମସଭାରେ ଉପସ୍ଥିତ ନେତାଙ୍କଠାରୁ ଆରମ୍ଭ କରି ବିପକ୍ଷବାଦୀ ଓ ପଞ୍ଚାୟତ ବାସିନ୍ଦା ନାଲ୍‌କୋକୁ ବିରୋଧ କରିଛନ୍ତି। ନାଲ୍‌କୋକୁ ବିରୋଧ କରି ସ୍ଥାନୀୟ ସରପଞ୍ଚଙ୍କ ଜରିଆରେ ପ୍ରଶାସନକୁ ଦାବିପତ୍ର ଦେଇଛନ୍ତି ସେରୁବନ୍ଧ ସୁରକ୍ଷା ସମିତି ଓ ବ୍ଲକ କଂଗ୍ରେସ କମିଟି ସଭାପତି ନୃସିଂହନାଥ ବେହେରା। ଆଦିବାସୀଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ନାଲକୋକୁ ସେରୁବନ୍ଧ ଓ ପଞ୍ଚପଟ୍ଟମାଳି ବକ୍ସାଇଟ ଖଣି ଟେକିଦେବା ପାଇଁ ହୀନ ପ୍ରୟାସକୁ ଦାବିପତ୍ରରେ ବିରୋଧ କରାଯାଇଛି।
ସୂଚନା ଅନୁଯାୟୀ, ମାଳିପୁଟ ସରପଞ୍ଚ ଜୟନ୍ତୀ ଚପାଡିଙ୍କ ଅଧ୍ୟକ୍ଷତାରେ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମିରେ ପରିଣତ କରିବା ପାଇଁ ଗ୍ରାମସଭା ବସିଥିଲା। କିନ୍ତୁ ଏହାକୁ ପୂର୍ବତନ ଏମ୍‌ପି ଜୟରାମ ପାଙ୍ଗି, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗି, ଏମ୍‌ପି ପ୍ରତିନିଧି ଚିକୁ ଦାଶ, ବାବୁଲା ବେନିଆ, ବଳରାମ ବାରିକ, ଚୈତନ୍ୟ ନନ୍ଦବାଲି, ରଞ୍ଜିତ ପାଙ୍ଗି, ସେରୁବନ୍ଧ ସୁରକ୍ଷା ସମିତିର ସଭାପତି ଭଗବାନ ଗୋଲରି, ଦୋରା ମହାସଂଘ ଜିଲା ସଭାପତି ବୈଦ୍ୟନାଥ ଗେମେଲ, କୋରାପୁଟିଆ ଜନ ସୁରକ୍ଷା ସମିତି ଉପସଭାପତି ଦାସି ନନ୍ଦିବାଲି, ହାଲ୍‌ ବିସ୍ଥାପିତ ସଂଘ ସଭାପତି ତ୍ରିଲୋଚନ ମୁଦୁଲି, ମାଳି ପର୍ବତ ସୁରକ୍ଷା ସମିତିର ପୂର୍ଣ୍ଣ ଜାନି, ଦଶରଥ ଖିଲ ବିରୋଧ କରିଥିଲେ। ଜୟରାମ ପାଙ୍ଗି କହିଥିଲେ ଯେ, ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ହାତେଇବା ପାଇଁ ରାଜ୍ୟ ସରକାର, ଜିଲା ପ୍ରଶାସନ ଓ ପୋଲିସ ସହ ହାତ ମିଶାଇ ନାଲକୋ ଯୋଜନାବଦ୍ଧ ପ୍ରୟାସ ଆରମ୍ଭ କରିଛି। ନାଲକୋ ଉକ୍ତ ବକ୍ସାଇଟ୍‌କୁ ହାତେଇ ଅନ୍ୟ କମ୍ପାନୀକୁ ବିକ୍ରି କରିବା ଚକ୍ରାନ୍ତକୁ ଆମେ ପ୍ରଶ୍ରୟ ଦେବୁନାହିଁ। ଓଏମ୍‌ସି ଓ ମୈତ୍ରୀ କମ୍ପାନୀ ପୋଲିସର ଆଶ୍ରୟ ନେଇ ଅଞ୍ଚଳବାସୀଙ୍କୁ ଭୟ ଦେଖାଉଛି। ନିଜ ଉଦ୍ଦେଶ୍ୟ ସାଧନ କରିବା ପାଇଁ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମି ପରିଣତ କରିବା ନାଁରେ କରାଯାଉଥିବା ଗ୍ରାମସଭାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଶାସକ ଦଳର କୌଣସି ନେତା ଏଥିରେ ଉପସ୍ଥିତ ନଥିଲେ। ସରକାରୀ ଅଧିକାରୀ ଭାବେ ବିଡିଓ କରୁଣାକର ପ୍ରଧାନ, ତହସିଲଦାର ଡ. ଅରୁଣ ଖଣ୍ଡା, ଅତିରିକ୍ତ ତହସିଲଦାର ମହାଦେବ ଭତ୍ରା, ରାଜସ୍ବ ନିରୀକ୍ଷକ କୈଳାସ ଗାଦବା ଉପସ୍ଥିତ ଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ଦିବାକର ପୁରୋହିତ ସଭା ପରିଚାଳନା କରିଥିଲେ।


All Right Reserved By Dharitri.Com

ମତ୍ସ୍ୟଜେଟି ମୁହାଣ ଖନନ ଦାବିରେ ମତ୍ସ୍ୟଜୀବୀଙ୍କ ଆନ୍ଦୋଳନ

ଛତ୍ରପୁର,୨୭।୭(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଗୋପାଳପୁର ପୋର୍ଟ ପରିସରରେ ଥିବା ମତ୍ସ୍ୟଜେଟିର ମୁହାଣ ଖନନ ଦାବିରେ ଶନିବାର ମତ୍ସ୍ୟଜୀବୀଙ୍କ ପକ୍ଷରୁ ଧାରଣା ଦିଆଯିବା ସହ ଆନ୍ଦୋଳନ ଆରମ୍ଭ...

ପାରିପାରିକ କଳହ: ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ଅନୁଗୋଳ ଅଫିସ,୮।୬: ଅନୁଗୋଳ ଜିଲା କଣିହାଁ ଥାନାରେ ପାରିବାରିକ କଳହର ସମାଧାନ ସମୟରେ ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଘଟିଥିବା ଶନିବାର ପରିବାର ଲୋକେ ଅଭିଯୋଗ...

ୟୁଏସ-ଇଣ୍ଡିଆ ଷ୍ଟ୍ରାଟେଜିକ ପାର୍ଟନରଶିପ୍‌ ଫୋରମ୍‌ ଅଧ୍ୟକ୍ଷଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ୟୁଏସ-ଇଣ୍ଡିଆ ଷ୍ଟ୍ରାଟେଜିକ ପାର୍ଟନରଶିପ୍‌ ଫୋରମ୍‌ର ଅଧ୍ୟକ୍ଷ ତଥା ସିଇଓ ମୁକେଶ ଅଘିଙ୍କ ସହ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ କରିଛନ୍ତି। ଏହି...

ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୩।୯(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବାର...

ପୋଲିସ ଜାଲରେ ବ୍ରାଉନସୁଗାର ଡିଲର ସନ୍ତୋଷ: ୩୦୦ ଗ୍ରାମ ବ୍ରାଉନସୁଗାର ଓ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ

ଭୁବନେଶ୍ୱର,୧୦ା୯(ବ୍ୟୁରୋ): କମିଶନରେଟ ପୋଲିସ ଜାଲରେ ବ୍ରାଉନସୁଗାର ଡିଲର ସନ୍ତୋଷ କୁମାର ପଣ୍ଡା। ୫ବର୍ଷ ଧରି ପୋଲିସ ଆଖିରେ ଧୂଳି ଦେଇ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ...

ସରଳିଆ ହୋଣ୍ଡା ଶୋ’ରୁମ ଉଦ୍‌ଘାଟିତ

ଛେଣ୍ଡିପଦା,୧।୧୦(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଗୋପୀନାଥପୁର ଠାରେ ଅନୁଗୋଳ ଲକ୍ଷ୍ମୀ ହୋଣ୍ଡା ପକ୍ଷରୁ ଦଶହରା ଉପଲକ୍ଷେ ସରଳିଆ ହୋଣ୍ଡା ଶୋ’ରୁମ ସୋମବାର ଉଦ୍‌ଘାଟିତ ହୋଇଯାଇଛି।...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କାଟୁ କରୁନି: ଜିଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲଙ୍କ ରାଜ

ଖୋର୍ଦ୍ଧା ଅଫିସ,୨୭ା୯: ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ବେଆଇନ ଭାବେ କାର୍ଯ୍ୟ କରୁଥିବା ମଧ୍ୟସ୍ଥ ଓ ଦଲାଲଙ୍କୁ ହଟାଇବାକୁ ଏସ୍‌ପିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି। ତେବେ ଖୋର୍ଦ୍ଧା...

୨୬/୧୧ ଆକ୍ରମଣକୁ ପୂରିଲା ୧୧ ବର୍ଷ: ବାଲୁକାକଳାରେ ଶହୀଦଙ୍କୁ ମନେପକାଇଲେ ସୁଦର୍ଶନ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ୨୦୦୮ ନଭେମ୍ବର ୨୬ରେ ବମ୍ବେରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଆଜି ପୂରିଛି ୧୧ବର୍ଷ। ଏହି ଅବସରରେ ହିରୋମାନଙ୍କୁ ମନେପକାଇ ବାଲୁକାଶିଳ୍ପୀ ସୁଦର୍ଶନ ପୁରୀ...

Leave a comment

Your email address will not be published. Required fields are marked *