ଏମ୍‌ଏସ୍‌ଏମ୍‌ଇ ସେକ୍ଟରରେ ସମସ୍ୟା: ଆର୍‌ବିଆଇକୁ ରିପୋର୍ଟ ଦେଲେ ସିହ୍ନା କମିଟି

ନୂଆଦିଲ୍ଲୀ,୧୯-୬: ଏମ୍‌ଏସ୍‌ଏମ୍‌ଇ ସେକ୍ଟରରେ ଦେଖାଦେଇଥିବା ଅଚଳାବସ୍ଥା ଦୂର କରିବା ତଥା ଏହାର ଅଭିବୃଦ୍ଧି ହାସଲ ନେଇ ପୂର୍ବତନ ସେବି ଅଧ୍ୟକ୍ଷ ୟୁ.କେ.ସିହ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଇତିମଧ୍ୟରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ତାଙ୍କର ରିପୋର୍ଟ ଉପସ୍ଥାପନ କରିଛନ୍ତି। ଚଳିତବର୍ଷ ଜାନୁୟାରୀରେ ୮ ଜଣିଆ କମିଟି ଗଠନ କରାଯାଇଥିଲା। କମିଟି ରିପୋର୍ଟରେ ଦିଆଯାଇଥିବା ପ୍ରସ୍ତାବ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ବିସ୍ତାରିତ ତଥ୍ୟ ପ୍ରଦାନ କରିନାହିଁ। ଏମ୍‌ଏସ୍‌ଏମ୍‌ଇ ସେକ୍ଟରରେ ଠିକ୍‌ ସମୟରେ ନଗଦ ଉପଲବ୍‌ଧ ହେଉ ନ ଥିବା ବେଳେ ଅସୁବିଧା ଦୂର କରିବା କ୍ଷେତ୍ରରେ ପରାମର୍ଶ ଦେବା କମିଟିର ପ୍ରାଥମିକତା ରହିଥିଲା। ଏହାଛଡା ଏକ୍ଷେତ୍ରରେ ଦୀର୍ଘକାଳୀନ ଆର୍ଥିକ ସ୍ଥିରତା ଆଣିବା ତଥା ଢାଞ୍ଚାଗତ ସମସ୍ୟାଗୁଡ଼ିକୁ ଚିହ୍ନଟ କରିବା ମଧ୍ୟ କମିଟିର ଲକ୍ଷ୍ୟ ଥିଲା। ଏହି କମିଟିରେ ସିହ୍ନାଙ୍କ ବ୍ୟତୀତ ଏମ୍‌ଏସ୍‌ଏମ୍‌ଇ ଡେଭଲପ୍‌ମେଣ୍ଟ କମିଶନର ରାମ ମୋହନ ମିଶ୍ର, ଡିପାର୍ଟମେଣ୍ଟ ଅଫ୍‌ ଫାଇନାନ୍ସିଆଲ ସର୍ଭିସେସ୍‌ର ଯୁଗ୍ମ ସଚିବ ପଙ୍କଜ ଜୈନ, ଏସ୍‌ବିଆଇ ଏମ୍‌ଡି ପି.କେ.ଗୁପ୍ତା, ଆଇସିଆଇସିଆଇ ବ୍ୟାଙ୍କ ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ଅନୁପ ବାଗ୍‌ଚି, ଆଇଆଇଏମ୍‌-ଅହମ୍ମଦାବାଦ୍‌ ପ୍ରଫେସର ଅଭିମାନ ଦାସ, ଇସ୍ପିରିଟ୍‌ ଫାଉଣ୍ଡେଶନର ଶରଦ ଶର୍ମା ଏବଂ ଡିଭାରା ଟ୍ରଷ୍ଟ ଅଧ୍ୟକ୍ଷ ବିନ୍ଦୁ ଅନନ୍ଥ ସଦସ୍ୟ ରହିଛନ୍ତି।


All Right Reserved By Dharitri.Com

ରିଏଲ ଇଷ୍ଟେଟ-ଗୃହକ୍ରେତା ପ୍ରତିନିଧିଙ୍କୁ ଭେଟିଲେ ସୀତାରାମନ୍‌

ନୂଆଦିଲ୍ଲୀ,୧୨-୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ରିଏଲ ଇଷ୍ଟେଟ ଏବଂ ଘର କ୍ରେତା ପ୍ରତିନିଧିଙ୍କୁ ଭେଟିଛନ୍ତି। ଏହି ବୈଠକରେ ନଗଦ ସଙ୍କଟ, ଚାହିଦା ହ୍ରାସ...

ଭାରତରେ ରିଟେଲ ଷ୍ଟୋର୍‌ ଖୋଲିବ ଆପଲ୍‌

ନୂଆଦିଲ୍ଲୀ,୩୦-୮: ମହଙ୍ଗା ଫୋନ ଏବଂ ସଫ୍ଟଓ୍ବେର ତିଆରି କରୁଥିବା ଆମେରିକା କମ୍ପାନୀ ଆପଲ୍‌ ଭାରତରେ ଏହାର ରିଟେଲ ଷ୍ଟୋର୍‌ ଖୋଲିବାକୁ ନେଇ ଉତ୍ସୁକ ବୋଲି କହିଛି।...

ଅଭିବୃଦ୍ଧି ପୂର୍ବାନୁମାନ ୫.୬%କୁ ଖସାଇଲା ମୁଡିସ୍‌

ନୂଆଦିଲ୍ଲୀ,୧୫-୧୧: ୨୦୧୯ ଲାଗି ଭାରତର ଅଭିବୃଦ୍ଧି ଆକଳନକୁ ମୁଡିସ୍‌ ଇନଭେଷ୍ଟର୍ସ ସର୍ଭିସ ବୁଧବାର ୫.୬%କୁ ଖସାଇ ଦେଇଛି। ଦେଶର ଅର୍ଥ ବ୍ୟବସ୍ଥାରେ ଆସିଥିବା ଚାହିଦା ହ୍ରାସକୁ...

ଭୂଷଣ ଷ୍ଟିଲର ୪ ହଜାର କୋଟି ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୧୩-୧୦: ଭୂଷଣ ପାଓ୍ବାର ଆଣ୍ଡ ଷ୍ଟିଲ ଲିମିଟେଡ(ବିପିଏସ୍‌ଏଲ୍‌)ର ୪ ହଜାର କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜବତ କରିଛି। କମ୍ପାନୀ ବିରୋଧରେ ଋଣ ଠକେଇ...

ସମ୍ବଲପୁରରେ ରାପିଡୋ ବାଇକ୍‌ ସେବା ଶୁଭାରମ୍ଭ

ସମ୍ବଲପୁର,୨୧-୬: ପ୍ରମୁଖ ବାଇକ୍‌ ଟାକ୍ସି ସେବା ପ୍ରଦାନକାରୀ ରାପିଡୋ ପକ୍ଷରୁ ସମ୍ବଲପୁରରେ ସେବା ଶୁଭାରମ୍ଭ କରାଯାଇଛି। ଟ୍ରାଫିକ ଅସୁବିଧାକୁ ଧ୍ୟାନରେ ରଖି କମ୍ପାନୀ ଏଭଳି ଏକ...

ସେନ୍‌ସେକ୍ସ ୧୦ବର୍ଷରେ ସର୍ବବୃହତ ବୃଦ୍ଧି

ମୁମ୍ବାଇ,୨୧-୯: ଅର୍ଥନୀତି ଅଭିବୃଦ୍ଧି ଲକ୍ଷ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ପକ୍ଷରୁ ଶୁକ୍ରବାର କର୍ପୋରେଟ ଟିକସ ହ୍ରାସ ସମେତ ନିବେଶ ବୃଦ୍ଧି ଲାଗି କେତେକ ଘୋଷଣା କରାଯାଇଛି।...

ଏୟାର ଇଣ୍ଡିଆ ବିକ୍ରି ପାଇଁ ହେବ ରୋଡ ସୋ

ନୂଆଦିଲ୍ଲୀ,୧୭-୭: ମୋଦି ସରକାର ପ୍ରଥମ କାର୍ଯ୍ୟକାଳ ବେଳେ ରାଷ୍ଟ୍ରାୟତ୍ତ ଏୟାରଲାଇନ୍ସ କମ୍ପାନୀ ଏୟାର ଇଣ୍ଡିଆକୁ ବିକ୍ରି ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ। ତେବେ ଦ୍ୱିତୀୟ...

ପୁଞ୍ଜି ବଜାରରେ ୫,୦୭୨ କୋଟି ନିବେଶ କଲେ ଏଫ୍‌ପିଆଇ

ନୂଆଦିଲ୍ଲୀ,୨୧-୧୦: ଚଳିତ ମାସ ବର୍ତ୍ତମାନ ପର୍ଯ୍ୟନ୍ତ ଫରେନ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ) ମାନେ ପୁଞ୍ଜି ବଜାରରେ ୫,୦୭୨ କୋଟି ଟଙ୍କାର ନିବେଶ କରିଛନ୍ତି। ନିବେଶକଙ୍କୁ ବଜାର ସହ...

Leave a comment

Your email address will not be published. Required fields are marked *