ଭାରତୀୟ ଦଳକୁ ବଡ଼ ଝଟ୍‌କା

ଲଣ୍ଡନ,୧୯।୬(ପି.ଟି.)- ଭାରତୀୟ କ୍ରିକେଟ ଦଳର ବିଶ୍ୱକପ୍‌ ଅଭିଯାନକୁ ବୁଧବାର ବଡ଼ ଝଟ୍‌କା ଲାଗିଛି। ଦକ୍ଷ ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ବନ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ଡାହାଣ ବୁଢ଼ା ଆଙ୍ଗୁଳି ଫ୍ୟାକଚର ସମସ୍ୟା ଧାର୍ଯ୍ୟ ସମୟରେ ଠିକ୍‌ ହୋଇପାରିବ ନାହିଁ। ପୂର୍ବରୁ ଦିଲ୍ଲୀ ବ୍ୟାଟ୍ସମ୍ୟାନଙ୍କୁ ଦୁଇ ସପ୍ତାହ ଲାଗି ବାଦ୍‌ ଦିଆଯାଇଥିଲା। କିନ୍ତୁ ସେ ବିଶ୍ୱକପ୍‌ରେ ଖେଳିବା ସ୍ଥିତିରେ ନାହାନ୍ତି। ଏଣୁ ତାଙ୍କୁ ବାଦ୍‌ ଦିଆଯାଇଥିବା ସୂତ୍ରରୁ ଜଣାପଡ଼ିଛିି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ପାଟ କୁମିନ୍ସଙ୍କ ବଲ ତାଙ୍କ ଡାହାଣ ବୁଢ଼ା ଆଙ୍ଗୁଳିରେ ବାଜିଥିଲା। ଏହି ମ୍ୟାଚ୍‌ରେ ସେ ଶତକୀୟ ଇନିଂସ ଖେଳିଥିଲେ। ତାଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ସହ ଲୋକେଶ ରାହୁଲ ଓପନିଂ ଭାର ସମ୍ଭାଳିବେ। ଧାଓ୍ବନଙ୍କ ବଦଳ ଖେଳାଳି ଭାବେ ରିଷଭ ପନ୍ତଙ୍କୁ ଦଳରେ ସାମିଲ କରାଯିବ। ପୂର୍ବରୁ ତାଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବେ ଡାକରା ଦିଆଯାଇଥିଲା।


All Right Reserved By Dharitri.Com

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ବାଂଲାଦେଶକୁ ପ୍ରଥମ ଟାଇଟଲ

ପୋଚେଫ୍ସଟ୍ରୁମ୍‌,୯।୨(ପି.ଟି.)- ଅଣ୍ଡରଡଗ୍‌ କୁହାଯାଉଥିବା ବାଂଲାଦେଶ ଏଥର ୧୯ ବର୍ଷରୁ କମ୍‌ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ ଟାଇଟଲ ହାସଲ କରିଛି। ସ୍ଥାନୀୟ ସେନଓ୍ବେଜ ପାର୍କ...

ବୋପାନ୍ନା-କୁଲହଫ୍‌ ଫାଇନାଲରେ

ଦୋହା, ୧୦ା୧ (ପି.ଟି.)- ଭାରତର ରୋହନ ବୋପାନ୍ନା ଏବଂ ନେଦରଲାଣ୍ଡର ଓ୍ବେସ୍‌ଲି କୁଲ୍‌ହଫ୍‌ ଏଠାରେ ଚାଲିଥବା ୧,୪୬୫,୨୬୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ କାତାର ଓପନ...

ଏହି ଅଭିନେତ୍ରୀଙ୍କୁ ବିବାହ କରିବେ କ୍ରିକେଟର ମନୀଷ ପାଣ୍ଡେ

ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ତଥା କର୍ନାଟକ ରଣଜୀ ଦଳର ଅଧିନାୟକ ମନୀଷ ପାଣ୍ଡେ ହାତକୁ ଦି’ ହାତ ହେବାକୁ ଯାଉଛନ୍ତି। ସେ ଦକ୍ଷିଣ ଭାରତୀୟ...

ଏଥର ଆଇପିଏଲରେ ବିକ୍ରି ହେବେ ୧୪ରୁ ୪୮ ବର୍ଷ ବୟସ୍କ ପର୍ଯ୍ୟନ୍ତ ଖେଳାଳି: ଜାଣନ୍ତୁ କିଏ ବରିଷ୍ଠ, କିଏ ସର୍ବକନିଷ୍ଠ

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ୧୨ତମ ସଂସ୍କରଣ ଲାଗି ହେବାକୁ ଥିବା ନିଲାମୀରେ ୩୩୨ ଖେଳାଳିଙ୍କ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି। ଆଇପିଏଲ ୨୦୨୦ ଲାଗି ଏଥର...

ରାଜନୀତିରେ ଯୋଗଦେବାକୁ ଦୂତୀ ଆଗ୍ରହୀ

ଭୁବନେଶ୍ୱର, ୨୪।୯(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ଏବେ ପୁଣି ଚର୍ଚ୍ଚାରେ। ମାତ୍ର ଏଥର କୌଣସି ଖେଳ ପାଇଁ ନୁହେଁ ବରଂ...

ଓ୍ବେଟରଙ୍କୁ ଖୋଜୁଛନ୍ତି ସଚିନ

ଚେନ୍ନାଇ,୧୫।୧୨- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଚେନ୍ନାଇର ଏକ ହୋଟେଲର ଜଣେ ଓ୍ବେଟରଙ୍କୁ ଖୋଜୁଛନ୍ତି। ୨୪ ବର୍ଷର ଲମ୍ବା କ୍ୟାରିୟରରେ ଏଲବୋ ଗାର୍ଡ ବ୍ୟବହାର ଯୋଗୁ...

ଏଟିପି ଫାଇନାଲ୍ସ: ତିସିତ୍‌ପାସ- ଥିମ୍‌ ଟାଇଟଲ ମୁକାବିଲା

ଲଣ୍ଡନ,୧୭।୧୧(ଏଏଫ୍‌ପି): ସିଜନ ଶେଷରେ ଆୟୋଜନ ହେଉଥିବା ହାଇପ୍ରୋଫାଇଲ ଏଟିପି ଫାଇନାଲ୍ସ ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ଫାଇନାଲ ମ୍ୟାଚ୍‌ରେ ରବିବାର ଅଷ୍ଟ୍ରିଆର...

୧୭୫ କି.ମି. ବେଗରେ ବଲ ପକାଇଲେ ୧୯ ବର୍ଷରୁ କମ୍‌ ବୋଲର

ଜୋହାନ୍ସବର୍ଗ,୨୨।୧- ଶ୍ରୀଲଙ୍କାର ଯୁବ ପେସର ମାଥିଶ ପାଥିରାନା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ୧୯ ବର୍ଷରୁ କମ୍‌ ଶ୍ରୀଲଙ୍କା ଦଳର ସଦସ୍ୟ ମାଥିଶ...

Leave a comment

Your email address will not be published. Required fields are marked *