ଅନନ୍ତନାଗରେ ଓଡ଼ିଆ ଯବାନ ଶହୀଦ ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଜମ୍ମୁ କଶ୍ମୀରର ଅନନ୍ତନାଗରେ ଓଡ଼ିଆ ଯବାନ ଅଜିତ ସାହୁ ଶହୀଦ ହେବା ଘଟଣାରେ ଗଭୀର ଶୋକପ୍ରକାଶ କରିଛନ୍ତିମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ସେ ଶହୀଦଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ଅଜିତ ଦେଶର ସୁରକ୍ଷା ଓ ଏକତା ଲାଗି ଚରମ ତ୍ୟାଗ ଓ ବଳିଦାନ ଦେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଅନନ୍ତନାଗ ଜିଲାରେ ସୋମବାର ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିବା ଯୋଗୁ ଜଣେ ଯବାନ ଶହୀଦ ହେବା ସହ ୮ଯବାନ ଆହତ ଓ ୩ ଗୁରୁତର ହୋଇଥିଲେ। ଶହୀଦ ଯବାନ ଅଜିତ୍‌ଙ୍କ ଘର ଢେଙ୍କାନାଳ ଜିଲା କାମାକ୍ଷାନଗର ବଡସୁଆଁଳ ଗ୍ରାମରେ ବୋଲି ଜଣାପଡ଼ିଥିଲା। ୨୦୧୫ରେ ସେ ଆର୍ମୀରେ ଯୋଗ ଦେଇଥିବା ବେଳେ ମଙ୍ଗଳବାର ସେ ଶହୀଦ ହୋଇଥିବା ନେଇ ଘରକୁ ଫୋନ୍‌ ଆସିଥିଲା। ଏହା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ତେବେ ବୁଧବାର ଶହୀଦଙ୍କ ମରଶରୀର ଗ୍ରାମକୁ ଅଣାଯିବ ବୋଲି ଜଣାପଡ଼ିଛି।


All Right Reserved By

ସୋଲାର ସିଷ୍ଟମ୍‌ ନଳକୂପ ଅଚଳ: ଫେଲ୍‌ ମାରିଛି ଯୋଜନା

ଝୁମ୍ପୁରା, ୧୭।୭ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଖଣି କ୍ଷତିଗ୍ରସ୍ତ ଅଞ୍ଚଳ ଭାବେ ପ୍ରଥମ ଭାଗରେ ଚିହ୍ନଟ ହୋଇଥିବା ୫ଟି ପଞ୍ଚାୟତ (ବସନ୍ତପୁର, ମଲଦା,...

ପାରାଦୀପରେ ସୁଧୁରୁନି ପାନୀୟଜଳ ସମସ୍ୟା: ପରିତ୍ୟକ୍ତ ତାଳଦଣ୍ଡା ଏକମାତ୍ର ଭରସା

ପାରାଦୀପ,୧୭ା୭ (ସ୍ବ.ପ୍ର.): ଶିଳ୍ପ ସମୃଦ୍ଧ ପାରାଦୀପ ସହରାଞ୍ଚଳରେ ଗତ ମେ ମାସରୁ ଅଦ୍ୟାବଧି ପାନୀୟଜଳ ସଙ୍କଟ ଲାଗି ରହିଛି। ଜୁଲାଇ ମାସ ଅଧା ହେଲାଣି। ରାଜ୍ୟରେ...

ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ପରୀକ୍ଷା ଘୁଞ୍ଚାଇବାକୁ ଦାବି

ପୁରୀ ଅଫିସ,୨୦।୫ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ମେ’ ୩୦ ଓ ୩୧ ତାରିଖ ଦୁଇ ଦିନ ଧରି ରାଜ୍ୟରେ ହାଇସ୍କୁଲ ଚୁକ୍ତିଭିତ୍ତିକ...

ବାବୁଲିଙ୍କୁ ଗୁଳିମାଡ଼ ଘଟଣା: ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ

କେନ୍ଦ୍ରାପଡ଼ା ଅଫିସ,୧୭।୭: ଗତ ୧୩ ତାରିଖରେ ସହରର ଦଣ୍ଡାମୁଣ୍ଡ ଛକଠାରେ ଧର୍ମରକ୍ଷା ସେନାର ଜିଲା ଆବାହକ ବିବେକାନନ୍ଦ ମହାରଣା ଓରଫ ବାବୁଲିଙ୍କୁ ୨ଜଣ ଦୁର୍ବୃତ୍ତ ଗୁଳିମାଡ଼...

ବିଶ୍ୱ ଯୁବ ସମ୍ମିଳନୀରେ ଓଡ଼ିଆ ଝିଅ

ଭୁବନେଶ୍ୱର,୨୮-୮(ବ୍ୟୁରୋ):ଭାରତରେ ପ୍ରଥମଥର ପାଇଁ ଆୟୋଜିତ ହୋଇଥିବା ବିଶ୍ୱ ଯୁବ ସମ୍ମିଳନୀ (ଓ୍ବାର୍ଲଡ ୟୁଥ୍‌ କନ୍‌ଫରେନ୍ସ ଅନ୍‌ କାଇଣ୍ଡ୍‌ନେସ୍‌)ରେ ଏକମାତ୍ର ଓଡ଼ିଆଭାବେ ଯୋଗ ଦେଇଛନ୍ତି ମଡେଲ ତଥା...

ପୋଡ଼ିହୋଇଥିବା ମହିଳାଙ୍କୁ ଚିକିତ୍ସା କଲା ଟାଟା ଷ୍ଟିଲ

କଳିଙ୍ଗନଗର, ୬ା୬(ଡି.ଏନ୍‌.ଏ.): ଗତ ବର୍ଷ ଜୁନ୍‌ ମାସରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ରଙ୍ଗିଟାଙ୍ଗର ଗ୍ରାମର ପ୍ରତିମା ଦାସ ଘରେ ରୋଷେଇ କରୁଥିବା ସମୟରେ ନିଅଁାରେ ପୋଡି...

ବାରଙ୍ଗ ଧନ୍ଦାମୂଳକ ତାଲିମ କେନ୍ଦ୍ରକୁ ଉତ୍ପାଦନମୁଖୀ କରାଯିବ

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ବାରଙ୍ଗସ୍ଥିତ ଧନ୍ଦାମୂଳକ ତାଲିମ କେନ୍ଦ୍ରକୁ ଅଧିକ ସଶକ୍ତ ଓ କ୍ରିୟାଶୀଳ କରାଯିବ। ଏଥିସହିତ ସେଠାରେ ଭିନ୍ନକ୍ଷମମାନଙ୍କ ନିମନ୍ତେ ତାଲିମ ବ୍ୟବସ୍ଥାକୁ ଦୃଢ଼ କରାଯିବ।...

ଜାତିସଂଘ ମୁଖ୍ୟାଳୟରେ ପ୍ରଦର୍ଶିତ ହେଲା ‘ଦି ଲାଷ୍ଟ କଲର’

ଭୁବନେଶ୍ୱର,୧୩।୭(ବ୍ୟୁରୋ): ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶା ଜନ୍ମିତ ଫିଲ୍ମ ପ୍ରଯୋଜକ ଓ ପ୍ରମୋଟର ଜିତେନ୍ଦ୍ର ମିଶ୍ର ପୁଣିଥରେ ଓଡ଼ିଶାକୁ ବିଶ୍ୱସ୍ତରରେ ଗୌରବାନ୍ବିତ କରିଛନ୍ତି। ନିକଟରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *