୧୨ ବର୍ଷ ପରେ ସିଲ୍‌ଭର ସ୍କ୍ରିନ୍‌କୁ ଫେରୁଛନ୍ତି ଶିଳ୍ପା

ଦର୍ଶକଙ୍କ ପାଇଁ ଖୁସି ଖବର। ୧୨ ବର୍ଷ ପରେ ପୁଣି ସିଲ୍‌ଭର ସ୍କ୍ରିନ୍‌କୁ ଫେରୁଛନ୍ତି ସୁନ୍ଦରୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ବିବାହ ପରଠାରୁ ଫିଲ୍ମଠୁ ଦୂରେଇ ଯାଇଥିଲେ ମଧ୍ୟ ରିୟଲିଟି ଶୋ’ରେ ଶିଳ୍ପାଙ୍କୁ ଦେଖିବାକୁ ମିଳୁଥିଲା। ସର୍ବଦା ଫିଟ୍‌ନେସ ଏବଂ ଟିଭି ଶୋ’କୁ ନେଇ ଚର୍ଚ୍ଚାରେ ରହୁଥିବା ଶିଳ୍ପାଙ୍କ ପରଦା ଲେଉଟାଣି ନେଇ ପ୍ରଶଂସକମାନେ ବହୁ ଉତ୍ସୁକ ଅଛନ୍ତି। ୪୪ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ନିଜର ସୁନ୍ଦର ଚେହେରାକୁ ନେଇ ଆଜିପର୍ଯ୍ୟନ୍ତ ଦର୍ଶକଙ୍କ ହୃଦୟରେ ସେ ରାଜ୍‌ କରିଚାଲିଛନ୍ତି।

ଏକ ସାକ୍ଷାତକାରରେ ଶିଳ୍ପା କହିଛନ୍ତି, ତାଙ୍କ ପାଖରେ ୪-୫ଟି ଫିଲ୍ମର ସ୍କ୍ରିପ୍ଟ ରହିଛି। ଯେଉଁଟା ପସନ୍ଦ ଆସିବ ସେଥିରେ ସେ ଅଭିନୟ କରିବେ। ଏହି ଫିଲ୍ମ ଜରିଆରେ ସେ ପୁଣି ନୂଆ ଇଂନିସ ଆରମ୍ଭ କରିବାକୁ ଯାଉଛନ୍ତି। କହିରଖୁଛୁ, ଶିଳ୍ପା ରିୟଲିଟି ଶୋ’ ସୁପର ଡ୍ୟାନ୍ସର – ୩ ରେ ନଜର ଆସୁଛନ୍ତି। ଆସନ୍ତା ୨୩ ତାରିଖରେ ଶୋ’ର ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହେବ। ଏହି ଶୋ’ ସରିବା ପରେ ଶିଳ୍ପା ନିଜର ଫିଲ୍ମ କ୍ୟାରିୟର ପ୍ରତି ଗୁରୁତ୍ୱ ଦେବେ।


All Right Reserved By

କାର୍ତ୍ତିକଙ୍କଠାରୁ ଦୂରରେ ରହିପାରୁନାହାନ୍ତି ସାରା, ଭେଟିବା ଲାଗି ଲକ୍ଷ୍ନୌ ପହଞ୍ଚିଲେ

ମୁମ୍ବାଇ: ବଲିଉଡ୍‌ର ନୂଆ ଲର୍ଭବର୍ଡ ସାରା ଅଲ୍ଲୀ ଖାନ୍‌ ଏବଂ କାର୍ତ୍ତିକ ଆର୍ୟନଙ୍କ ସମ୍ପର୍କ ପୁଣି ଚର୍ଚ୍ଚାରେ। ପ୍ରଥମେ ‘କଫି ଉଇଥ୍‌ କରନ୍‌’ ଶୋ’ରେ କାର୍ତ୍ତିକଙ୍କୁ...

ପ୍ରେମ ଏଟିଏମ୍‌

ପ୍ରେମ ଏଟିଏମ୍‌-ଏ କଥା ଶୁଣି ଅନେକେ ଆଶ୍ଚର୍ଯ୍ୟ ପ୍ରକାଶ କରିପାରନ୍ତି। କାରଣ ଆଜିକାଲିର ଡିଜିଟାଲ ଯୁଗରେ ଟଙ୍କା ଉଠାଇବା ପାଇଁ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଏଟିଏମ୍‌...

ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୩ ହିଜବୁଲ୍‌ ଆତଙ୍କବାଦୀ ନିହତ

ଶ୍ରୀନଗର,୨୮।୩: ଜମ୍ମୁ-କଶ୍ମୀର ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଗୁରୁବାର ୩ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଆତଙ୍କବାଦୀମାନେ ହେଉଛନ୍ତି ଆକିବ୍‌ ଅହମ୍ମଦ, ବଶରତ୍‌ ଅହମ୍ମଦ...

ବିନା ମେକଅପ୍‌ରେ ଏହି ନାୟିକାଙ୍କୁ ଚିହ୍ନିବା ହେଲା ମୁସ୍କିଲ

ହାଇଦ୍ରାବାଦ: ରାତାରାତି ସୋସିଆଲ ମିଡିଆ ସେନଶେସନ ପାଲଟିଥିବା ପ୍ରିୟା ପ୍ରକାଶଙ୍କୁ ବିନା ମେକଅପରେ ଚିହ୍ନିବା ମୁସ୍କିଲ ହୋଇ ପଡିଛି। ନିକଟରେ ପ୍ରିୟା ବିନା ମେକଅପ୍‌ରେ ହାଇଦ୍ରାବାଦ...

ରଞ୍ଜନଙ୍କ ୨୦୧୯-୨୦ ଯାତ୍ରା

୨୦୧୯-୨୦ ଯାତ୍ରା ସିଜନ୍‌ ପାଇଁ ଯାତ୍ରାନୁଷ୍ଠାନଗୁଡ଼ିକର ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି। ଆଉ ଯାହା ହେବ ଫିଲ୍‌ଡରେ (ଯାତ୍ରା ହେଉଥିବା ସ୍ଥାନରେ) ହେବ। ୨୦୧୯-୨୦ ଯାତ୍ରାବର୍ଷ...

‘ଦିଲ୍‌ବର ଦିଲବର’ ଗୀତରେ ଡ୍ୟାନ୍ସ କରି ଦର୍ଶକଙ୍କ ମନ ମୋହିନେଲେ ନେହା କକ୍କର

ନେହା କକ୍କର ବଲିଉଡ୍‌ର ଲୋକପ୍ରିୟ ତଥା ଜଣାଶୁଣା ଗାୟିକା। ଫ୍ୟାନ୍‌ଙ୍କ ସହିତ ଯୋଡ଼ି ହୋଇ ରହିବା ପାଇଁ ନେହା ସୋସିିଆଲ ମିଡିଆରେ ସବୁବେଳେ କିଛି ନା...

ପାଞ୍ଚ ଦିନରେ ଶହେ କୋଟି କ୍ଲବରେ ‘କବିର ସିଂ’, ପାଲଟିଲା ଶାହିଦଙ୍କ କ୍ୟାରିୟରର ସବୁଠୁ ବଡ଼ ଫିଲ୍ମ

ମୁମ୍ବାଇ: ରିଲିଜ୍‌ ପରଠାରୁ ବକ୍ସ ଅଫିସରେ ଭଲ ପ୍ରଦର୍ଶନକୁ ଜାରି ରଖିଛି ଅଭିନେତା ଶାହିଦ କପୁରଙ୍କ ଫିଲ୍ମ ‘କବିର ସିଂ’। ମାତ୍ର ପାଞ୍ଚ ଦିନରେ ଶହେ...

କାନ୍ଦିଲେ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ୍‌

ଲଭ ଆଜ୍‌କାଲ-୨ ଶୁଟିଂ ଶେଷରେ ନିର୍ଦ୍ଦେଶକ ଇମତିଆଜ୍‌ ଅଲ୍ଲୀଙ୍କୁ ଧରି କାନ୍ଦିଛନ୍ତି ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ୍‌। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *