Posted inଜାତୀୟ

ଏଟିଏମରେ ପଶିଲା ସାପ: ୭ ଘଣ୍ଟା ପରେ ହେଲା ଉଦ୍ଧାର

କୋଏମ୍ବାଟୁର,୨୪।୪: ତାମିଲନାଡୁ କୋଏମ୍ବାଟୁରରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଥିବା ଏକ ଏଟିଏମ୍‌ରେ ସାପ ପଶିଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ସାପଟି ମେସିନ୍‌ ଭିତରେ ପଶି ରହିଥିଲା। ଟଙ୍କା ବାହାରିବା ସ୍ଥାନରେ ସାପର ଫଣା ଦେଖି ଜଣେ ଗ୍ରାହକ ଭୟରେ ଅନ୍ୟମାନଙ୍କୁ ଏସମ୍ପର୍କରେ ଅବଗତ କରାଇଥିଲେ। ଖବର ପାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏଟିଏମ୍‌ ସୁରକ୍ଷା ଦାୟିତ୍ୱରେଥିବା ସିକ୍ୟୁରିଟି ଗାର୍ଡ ଫୋନ୍‌ କରି ଏ ସମ୍ପର୍କରେ ବ୍ୟାଙ୍କକୁ ଜଣାଇଥିଲେ। ବ୍ୟାଙ୍କ ପକ୍ଷରୁ ସାପଧରାଳିଙ୍କୁ ପଠା ଯାଇଥିଲା। ସାପ ଧରାଳି ସମ୍ପୂର୍ଣ୍ଣ ମେସିନ୍‌ ଖୋଲି ସାପକୁ ଦୀର୍ଘ ୭ ଘଣ୍ଟା ପରେ ବାହାର କରିଥିଲେ। ସାପ ଟଙ୍କା ଡବା ଉପରେ ଚେକା ବାନ୍ଧି ଶୋଇଥିବା ଦେଖିବାକୁ ମିଳିଥିଲା। ଏହାକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛନ୍ତି।


All Right Reserved By

୧୯ ବନ୍ଦୀଙ୍କୁ ପାକିସ୍ତାନୀକୁ ହସ୍ତାନ୍ତର କଲା ଭାରତ

ଅମୃତସର,୧୫।୫: ଭାରତ ୧୯ଜଣ ପାକିସ୍ତାନୀ ବନ୍ଦୀଙ୍କୁ ପାକିସ୍ତାନକୁ ହସ୍ତାନ୍ତର କରିଛି। ସେମାନେ ଅଟାରି-ଓ୍ବାଘା ବର୍ଡର ଦେଇ ପାକୀସ୍ତାନରେ ପହଞ୍ଚିଛନ୍ତି। ସେମାନେ ଭାରତରେ ବେଆଇନଭାବେ ପ୍ରବେଶ କରିଥିବା...

ସେନାରେ ସାମିଲ ହେଲେ ଶହୀଦ ଯବାନଙ୍କ ଭାଇ

ନୂଆଦିଲ୍ଲୀ,୨୩।୭: ପ୍ରାୟ ବର୍ଷେ ତଳେ ଶହୀଦ ହୋଇଥିବା ଯବାନ ଔରଙ୍ଗଜେବଙ୍କ ୨ ସାନ ଭାଇ ସେନାରେ ସାମିଲ ହୋଇଛନ୍ତି। ଗତବର୍ଷ ଜୁନ୍‌ରେ ଆତଙ୍କବାଦୀମାନେ ଔରଙ୍ଗଜେବଙ୍କୁ ଅପହରଣ...

ବନ୍ୟାରେ ଦେଖୁ ଦେଖୁ ଭାସିଗଲା ଘର, କିନ୍ତୁ ବଞ୍ଚାଇଲେ ୫୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ

ପୁଣେ, ୧୯।୮: ମହାରାଷ୍ଟ୍ରରେ କିଛିଦିନ ହେବ ଲଗାତର ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ବନ୍ୟାରେ ପାଖାପାଖି ୫୦୦ ଗ୍ରାମ ପ୍ରଭାବିତ ହୋଇଛି। ୨...

କୁଲଗାମ୍‌ରେ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀ ନିହତ

ଶ୍ରୀନଗର ୨୨।୫: ଜମ୍ମୁ-କଶ୍ମୀର କୁଲଗାମ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌ କାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ସ୍ଥାନୀୟ ଗୋପାଲପୋରାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ...

ରାଜୀବ ଗାନ୍ଧୀ ହତ୍ୟା ମାମଲା: ନଳିନୀଙ୍କୁ ମିଳିଲା ୩୦ ଦିନର ପାରୋଲ

ଚେନ୍ନାଇ,୫।୭: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନଙ୍କୁ ମାଡ୍ରାସ ହାଇକୋର୍ଟ ୩୦ ଦିନର...

ଗାନ୍ଧୀନଗରରେ ଅମିତ ଶାହ ଆଗୁଆ

ନୂଆଦିଲ୍ଲୀ,୨୩।୫: ଗାନ୍ଧୀନଗର ଲୋକ ସଭା ଆସନରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଗୁଆ ରହିଛନ୍ତି। ସକାଳ ୯ଟା ୪୫ ସୁଦ୍ଧା ଅମିତ ୬୫ ହଜାର...

ଶ୍ମଶାନରେ ଚାଲୁଛି କୋଚିଂ ସେଣ୍ଟର

ଅହମଦାବାଦ୍‌, ୫।୬: ସୁରତ କୋଚିଂ ସେଣ୍ଟରରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ପରେ ଗୁଜୁରାଟ ସରକାର ଫାୟାର ସେଫ୍ଟି ମାନକ ନିମ୍ନମାନର ଥିବା ଦର୍ଶାଇ ସହରର ପ୍ରାୟ...

ବନ୍ୟାଘେରରୁ ଉଦ୍ଧାର ହେଲେ ମାଲାୟାଲମ ଅଭିନେତ୍ରୀ

ଶିମ୍‌ଲା,୨୦।୮: ଦେଶର ବହୁ ରାଜ୍ୟ ଏବେ ବନ୍ୟା ଘେରରେ ରହିଛି। ତେବେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଫଶି ରହିଥିବା ମାଲାୟାଲମର ଜଣାଶୁଣା ଅଭିନେତ୍ରୀ ମଞ୍ଜୁ ଓ୍ବାରିୟର,...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *