Posted inଖେଳ

ଭାରତୀୟ ଦଳକୁ ପ୍ରଶଂସା କରି ଫଶିଲେ ପାକିସ୍ତାନୀ କ୍ରିକେଟର

ନୂଆଦିଲ୍ଲୀ, ୧୯।୬: ବିଶ୍ୱକପରେ ଭାରତଠାରୁ ଲଗାତର ୭ମ ଥର ଲାଗି ପରାସ୍ତ ହେବା ପରେ ପାକିସ୍ତାନ ଦଳର ସବୁଠି ଆଲୋଚନା ହେଉଛି। ଏହି ସମୟରେ ପାକିସ୍ତାନର ପୂର୍ବତନ ଖେଳାଳି  ଉମର ଅକମଲ ଭାରତୀୟ ଦଳକୁ ପ୍ରଶଂସା କରି ଫଶି ଯାଇଛନ୍ତି। ତାଙ୍କୁ ସୋସିଆଲ ମିଡିଆରେ ବହୁ ସମାଲୋଚନା କରାଯାଇଛି। ଅକମଲ ନିଜ ଟୁଇଟରରେ ଯେଉଁ ପାକିସ୍ତାନ ଖେଳାଳିଙ୍କୁ ଟ୍ୟାଗ୍‌ କରିଛନ୍ତି ସେସବୁ ଫେକ୍‌ ଆକାଉଣ୍ଟ ଥିଲା। ୟୁଜର୍ସ ଅକମଲଙ୍କ ଭୂଲ ଧରି ତାଙ୍କୁ ଟ୍ରୋଲ କରିଛନ୍ତି। ସୂଚନାଯୋଗ୍ୟ, ଅକମଲ ନିଜ ଟୁଇଟର୍‌ରେ ଲେଖିଥିଲେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସହ ଭାରତୀୟ ଦଳ ଏକ ସନ୍ତୁଳିତ ଦଳ। ଏହି ଦଳରେ ବିଶ୍ୱସ୍ତରୀୟ ଖେଳାଳି ଅଛନ୍ତି। ମହମ୍ମଦ ଅମିର ଆରମ୍ଭରୁ ଓ୍ବିକେଟ୍‌ ନେଇଥିଲେ ପରିସ୍ଥିତି ଅଲଗା ହୋଇଥାନ୍ତା। ଫକର ଏବଂ ବାବର ଭଲ ଖେଳିଥିଲେ ବୋଲି ସେ ଲେଖିଥିଲେ। ଏହି ଟୁଇଟ୍‌ରେ ସେ ଅମିର, ଫକର ବାବରଙ୍କୁ ଟ୍ୟାଗ୍‌ କରିଥିଲେ ମଧ୍ୟ ତାହା ଫେକ୍‌ ଆକାଉଣ୍ଟ ଥିଲା। କିନ୍ତୁ କୋହଲି ଏବଂ ରୋହିତ ଶର୍ମାଙ୍କ ଯେଉଁ ଟ୍ୟାଗ୍‌ କରିଥିଲେ ତାହା ସଠିକ୍‌ ଥିଲା। ଯାହାକୁ ନେଇ ୟୁଜର୍ସ ତାଙ୍କୁ ଟ୍ରୋଲ କରିଥିଲେ।


All Right Reserved By Dharitri.Com

Posted inଖେଳ View All

ଦଶନ୍ଧି ପରେ ପାକିସ୍ତାନକୁ ଫେରିଲା ଟେଷ୍ଟ କ୍ରିକେଟ: ଶ୍ରୀଲଙ୍କା ୨୦୨/୫

ରାଓ୍ବଲପିଣ୍ଡି,୧୧।୧୨(ଏଏଫ୍‌ପି)- ପାଖାପାଖି ଏକ ଦଶନ୍ଧି ପରେ ପାକିସ୍ତାନରେ ପୁଣି ଥରେ ଟେଷ୍ଟ କ୍ରିକେଟ ଖେଳାଯାଇଛି। ସ୍ଥାନୀୟ ରାଓ୍ବଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ...

ଶେଷରେ ଜିତିଲେ କୋହଲି

ନୂଆଦିଲ୍ଲୀ,୨୩।୧୨- ଚଳିତବର୍ଷ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ଚାଲିଥିବା ଦୌଡ଼ ଶେଷ ହୋଇଛି। ରୋହିତଙ୍କୁ ପଛରେ ପକାଇ କୋହଲି...

ଆଶେସ ଚତୁର୍ଥ ଟେଷ୍ଟ: ଲାବୁସ୍କାନ, ସ୍ମିଥ୍‌ଙ୍କ ଅର୍ଦ୍ଧଶତକ

ଓଲ୍ଡ ଟ୍ରାଫର୍ଡ,୫।୯- ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମରେ ଇଂଲଣ୍ଡ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଆଶେସ ଟେଷ୍ଟ ମ୍ୟାଚ୍‌ ବୁଧବାରଠାରୁ ଆରମ୍ଭ ହୋଇଛି। ବର୍ଷା...

ନବୋଦୟ ବିଦ୍ୟାଳୟ ସମିତି ଜାତୀୟ ହକି ମିଟ୍‌:ପାଟନା କ୍ଷେତ୍ର ଚାମ୍ପିୟନ୍‌

ସୁନ୍ଦରଗଡ, ୧୩।୮ (ଡି.ଏନ୍‌.ଏ) -ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବ୍ଲକ ଜିଙ୍କ୍‌ନଗରସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ଖେଳପଡିଆରେ ଚାଲିଥିବା ୨୯ତମ ଜାତୀୟ ଜବାହର ନବୋଦୟ ବିଦ୍ୟାଳୟ ସମିତି...

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ବିଜୟ ସହ ମେକ୍ସିକୋ ୭ମ

ଭୁବନେଶ୍ୱର, ୧୩।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ବିଜୟ ସହ ଅଭିଯାନ ଶେଷ କରିଛି ମେକ୍ସିକୋ। ଯୁବ ମେକ୍ସିକୋ...

ଆଜିର ଦିନରେ ଓଡିଆଇ କ୍ରିକେଟରେ ସର୍ବାଧିକ ରନ୍‌ କରିଥିଲେ ରୋହିତ

ନୂଆଦିଲ୍ଲୀ,୧୩।୧୧- ହିଟ୍‌ମ୍ୟାନ ଭାବେ ପରିଚିତ ଭାରତୀୟ ଓପନର ରୋହିତ ଶର୍ମା ଆଜକୁ ଠିକ୍‌ ୫ ବର୍ଷ ତଳେ ଅର୍ଥାତ୍‌ ୨୦୧୪ ନଭେମ୍ବର ୧୩ ତାରିଖରେ ଅନ୍ତର୍ଜାତୀୟ...

ତେନ୍ଦୁଲକରଙ୍କ ହୃଦୟ ଜିଣିଲେ ଦିବ୍ୟାଙ୍ଗ

ମୁମ୍ବାଇ,୪ା୧- ଛତିଶଗଡ଼ର ଦାନ୍ତଓ୍ବୋଡାରେ ରହୁଥିବା ଦିବ୍ୟାଙ୍ଗ ଶିଶୁ ନିଜ କ୍ରିକେଟ ଖେଳ ବଳରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ହୃଦୟ ଜିଣି ନେଇଛନ୍ତି। ତାଙ୍କ ନାମ...

ଏସିସି ଇମର୍ଜିଂ ଟିମ୍ସ କପ୍‌: ସେମିରେ ପାକିସ୍ତାନଠାରୁ ହାରିଲା ଭାରତ

ଢାକା, ୨୦।୧୧ (ପି.ଟି.): ଏଠାରେ ଚାଲିଥିବା ଏସିଆନ୍‌ କ୍ରିକେଟ୍‌ କାଉନସିଲ୍‌ (ଏସିସି) ଇମର୍ଜିଂ ଟିମ୍ସ କପ୍‌ ୨୩ ବର୍ଷରୁ କମ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟର ସେମିଫାଇନାଲରୁ ଭାରତ...

Leave a comment

Your email address will not be published. Required fields are marked *