Posted inଜାତୀୟ

ଶୁଖିଲା ନଦୀରେ ଜଳ ଭରିବା ପାଇଁ ଅଣ୍ଟା ଭିଡିଛନ୍ତି ୨୦ ହଜାର ମହିଳା

ଭେଲୋର,୧୯।୬: ତାମିଲ୍‌ନାଡୁ ଭେଲୋରରେ ଗତ ୧୫ ବର୍ଷ ଧରି ଶୁଖିଲା ପଡ଼ିଥିବା ନାଗାନାଧି ନଦୀରେ ଜଳ ଭରିବା ପାଇଁ ଏହି ଅଞ୍ଚଳର ୨୦ ହଜାର ମହିଳା ଅଣ୍ଟା ଭିଡ଼ିଛନ୍ତି। ନଦୀର ବିଭିନ୍ନ ସ୍ଥାନରେ କୂଅ ଖୋଳି ଏଥିରେ ପୁଣି ଜଳ ଭରିବା କାର୍ଯ୍ୟ ମହିଳାମାନେ ଜାରି ରଖିଛନ୍ତି। ଗତ ୪ ବର୍ଷ ମଧ୍ୟରେ ନଦୀ ମଧ୍ୟରେ ୩ ହଜାର ୫ଶହ କୂଅ ଖୋଳା ଯାଇଛି। ଏହା ସହିତ କେତେକ ସ୍ଥାନରେ ଚେକ୍‌ ପଏଣ୍ଟ୍‌ ମଧ୍ୟ ନିର୍ମାଣ ହୋଇଛି। ରାଜ୍ୟର ୨୪ଟି ମରୁଡ଼ି ପଡୁଥିବା ଜିଲା ମଧ୍ୟରେ ଭେଲୋର ରହିଛି। ୨୦୧୪ଠାରୁ ଏହି କାର୍ଯ୍ୟରେ ମହିଳାମାନେ ନିୟୋଜିତ ଅଛନ୍ତି। ଏଥି ପାଇଁ ୫ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଛି। ଏହାଦ୍ୱାରା ଜିଲାର ୧୦ଟିରୁ ଅଧିକ ବ୍ଲକ୍‌ର ଜନସାଧାରଣ ଉପକୃତ ହୋଇପାରିବେ ବୋଲି କୁହାଯାଉଛି।


All Right Reserved By Dharitri.Com

୭୬ ଘଣ୍ଟା ଖାଦ୍ୟ ପ୍ରସ୍ତୁତ କରି ରେକର୍ଡ କଲେ ଲତା

ଭୋପାଳ,୭।୯: ମଧ୍ୟ ପ୍ରଦେଶ ରିବା ଅଞ୍ଚରରେ ଥିବା ସେଫ୍‌ ଲତା ଟଣ୍ଡନ ଦୀର୍ଘ ୭୬ ଘଣ୍ଟା ଧରି ରୋଷେଇ କରିବା ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି...

ରାମ ଜନ୍ମଭୂମି-ବାବରୀ ମସ୍‌ଜିଦ୍‌ ମାମଲା: ନଭେମ୍ବର ୭-୮-୧୩-୧୪-୧୫ ଅବା ୧୬ରେ ଆସିପାରେ ରାୟ

ନୂଆଦିଲ୍ଲୀ,୭।୧୧: ରାମ ଜନ୍ମଭୂମି-ବାବରୀ ମସ୍‌ଜିଦ୍‌ ମାମଲାର ରାୟ କେଉଁ ଦିନ ଆସିବ ସେ ନେଇ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ନଭେମ୍ବର ୭-୮-୧୩-୧୪-୧୫ ଅବା...

ଦିଲ୍ଲୀରେ ରାହୁଲଙ୍କ ପଦଯାତ୍ରା: ଅହିଂସା ହିଁ ପରମ ଶକ୍ତି

ନୂଆଦିଲ୍ଲୀ,୨।୧୦: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ପଦଯାତ୍ରା ହୋଇଛି। ଦିଲ୍ଲୀର କଂଗ୍ରେସ କାର୍ଯ୍ୟାଳୟରୁ ରାଜଘାଟ ପର୍ଯ୍ୟନ୍ତ ରାହୁଲ...

ଜାପାନୀ ଜ୍ୱର ନେଲାଣି ୪୧ ଶିଶୁଙ୍କ ଜୀବନ

ପାଟନା, ୧୩।୬: ବିହାରରେ ଏବେ ଜାପାନୀ ଜ୍ବର ବା ଏନ୍ସେଫାଲାଇଟିସ ଜ୍ବର ୪୧ ଜଣଙ୍କ ଶିଶୁଙ୍କ ଜୀବନ ଗଲାଣ। ଏବେ ଏହି ଜ୍ୱରରେ ପୀଡିତ ହୋଇ...

ଶାହାଙ୍କ ଅରୁଣାଚଳ ଗସ୍ତକୁ ଚାଇନାର ବିରୋଧ

ନୂଆଦିଲ୍ଲୀ/ବେଜିଂ,୨୧।୨ (ପି.ଟି./ଆଇଏଏନ୍‌ଏସ୍‌):କରୋନା ଭାଇରସ୍‌ ସଂକ୍ରମଣରେ ଛଟପଟ ହେଉଥିବା ଚାଇନା ଭାରତର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ଅରୁଣାଚଳ ଗସ୍ତକୁ ବିରୋଧ କରିଛି। ଗୁରୁବାର ଅରୁଣାଚଳ ପ୍ରଦେଶର ପ୍ରତିଷ୍ଠା...

‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି’ରେ ଶ୍ରଦ୍ଧା କପୁର

ମୁମ୍ବାଇ: ଅପ୍‌କମିଂ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍‌ସର ୩ଡି’ରେ ଅଭିନୟ କରୁଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର। ସେ ଶୁଟିଂସେଟ୍‌ର ଏକ ଅବିସ୍ମରଣୀୟ ମୁହୂର୍ତ୍ତରେ ବେଶ୍‌ ଖୁସି...

ଶପଥ ନେଲେ ମନମୋହନ

ନୂଆଦିଲ୍ଲୀ,୨୩।୮: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ରାଜ୍ୟସଭା ସଦସ୍ୟ ଭାବେ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ରାଜସ୍ଥାନ ଆସନରୁ ମନମୋହନ କଂଗ୍ରେସ ଦଳର...

ଉଭୟ ଗୃହ ସାଇନ୍‌-ଏ-ଡାଏ

ନୂଆଦିଲ୍ଲୀ,୧୪।୧୨(ପି.ଟି.): ପାର୍ଲାମେଣ୍ଟର ଉଭୟ ଗୃହକୁ ଶୁକ୍ରବାର ସାଇନ-ଏ-ଡାଏ ଘୋଷଣା କରାଯାଇଛି। ଚଳିତ ଶୀତ ଅଧିବେଶନରେ ଲୋକ ସଭା ୧୩୦ ଘଣ୍ଟା ୪୫ ମିନିଟ କାର୍ଯ୍ୟ କରିଥିବା...

Leave a comment

Your email address will not be published. Required fields are marked *