ମାଗଣା ଔଷଧ ପାଇଁ ୪୨.୫୨ କୋଟି

କଟକ ଅଫିସ, ୧୯।୬: ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ ହେବା ପରେ ଚିକିତ୍ସା ସେବାକୁ ସମ୍ପୂର୍ଣ୍ଣ ମାଗଣା କରାଯାଇଛି। ପୂର୍ବରୁ ମେଡିକାଲର ବିଭିନ୍ନ ଉତ୍ସରୁ ୟୁଜର୍ସ ଫି ଆଦାୟ କରାଯାଉଥିଲା। ମାତ୍ର ଫେବୃୟାରୀ ପହିଲାରୁ ଏହି ଫି ଆଦାୟ ବନ୍ଦ ରହିଛି। ଏହାପରେ ମାଗଣା ଔଷଧକୁ ନେଇ ଏସ୍‌ସିବି ମେଡିକାଲରେ ଏକପ୍ରକାର ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ମେଡିକାଲ ସହିତ ସହବନ୍ଧିତ ଥିବା ୪ଟି ଔଷଧ ଦୋକାନଗୁଡ଼ିକର ଏସ୍‌ସିବି ଉପରେ ବହୁ କୋଟି ଟଙ୍କାର ବିଲ୍‌ ବାକି ପଡ଼ିଛି। ପାଖାପାଖି ୪ ମାସ ହେବ ସହବନ୍ଧିତ ଦୋକାନଗୁଡ଼ିକ ଏହି ଟଙ୍କା ପାଇ ନ ଥିବା ଜଣାପଡ଼ିଛି। ଏହି ଦୋକାନଗୁଡ଼ିକ ଏବେ ମେଡିକାଲଠାରୁ ୭ କୋଟି ୬୩ ଲକ୍ଷ ୨୩ ହଜାର ୬୬୦ ଟଙ୍କା ପାଇବେ ବୋଲି ଜଣାପଡ଼ିଛି। ମାର୍ଚ୍ଚ ମାସଠାରୁ ଅଦ୍ୟାବଧି ଏହି ଔଷଧ ଦୋକନଗୁଡ଼ିକୁ ସେମାନଙ୍କ ବକେୟା ପଇଠ କରାଯାଇ ନ ଥିବା କେତେଜଣ ଦୋକାନ ମାଲିକ ନାମ ଗୋପନ ରଖି କହିଛନ୍ତି। ଅନ୍ୟପକ୍ଷେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ଔଷଧ ଯୋଗାଣ ବାବଦରେ ଉପରୋକ୍ତ ୪ଟି ସହବନ୍ଧିତ ଦୋକାନ ନିମନ୍ତେ ଚଳିତ ଆର୍ଥିକ ବର୍ଷରେ ୩୦ କୋଟି ୫୨ଲକ୍ଷ ୯୪ହଜାର ୬୪୦ ଟଙ୍କାର ବଜେଟ ଆବଶ୍ୟକ ଥିବାବେଳେ ସେଣ୍ଟ୍ରାଲ ଷ୍ଟୋର ନିମନ୍ତେ ୧୨କୋଟି ଟଙ୍କାର ବଜେଟ ଆବଶ୍ୟକତା ରହିଛି। ମୋଟାମୋଟି ଭାବେ ସହବନ୍ଧିତ ଔଷଧ ଦୋକାନ ଓ ସେଣ୍ଟ୍ରାଲ ଷ୍ଟୋର ପାଇଁ ୪୨ କୋଟି ୫୨ ଲକ୍ଷ ୯୪ହଜାର ୬୪୦ ଟଙ୍କାର ଏକ ବଜେଟ୍‌ ପ୍ରସ୍ତୁତ କରାଯାଇଛି । ତେବେ ସରକାର ମାଗଣା ଔଷଧ ବାବଦରେ ଏତେ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରୁଥିବା ବେଳେ ମେଡିକାଲ ପରିସରରେ ଥିବା ନିରାମୟ କେନ୍ଦ୍ରରେ କେବଳ ଜ୍ୱର, ଝାଡ଼ା ଔଷଧ ମହଜୁଦ ରହୁଛି। ଯାଜପୁର ଅଞ୍ଚଳରୁ ଆସିଥିବା ରୋଗୀ ମନୋରଞ୍ଜନ ସିଂ କୁହନ୍ତି, ବେକରେ ଯନ୍ତ୍ରଣା ଥିବାରୁ ମେଡିସିନ ଆଉଟ୍‌ଡୋରରେ ଡାକ୍ତରଙ୍କୁ ଦେଖାଇଥିଲି। ଡାକ୍ତର ୫ଟି ଔଷଧ ଲେଖିଥିଲେ। ମାତ୍ର ନିରାମୟ କେନ୍ଦ୍ରରେ ଗୋଟିଏ ଔଷଧ ଉପଲବ୍ଧ ଥିଲା। କେନ୍ଦ୍ରାପଡ଼ା ଅଞ୍ଚଳରୁ ଆସିଥିବା ରୋଗୀ ନାରାୟଣ ମହାନ୍ତି କୁହନ୍ତି, ଗତ ୨ ମାସ ହେବ ନିୟମିତ ଭାବେ ନେଫ୍ରୋଲୋଜି ଆଉଟଡୋରକୁ ଚିକିତ୍ସା ପାଇଁ ଆସୁଛି। ଡାକ୍ତର ଲେଖୁଥିବା ଦାମୀ ମେଡିସିନ କଥାକୁ ବାଦଦେଇ ସାମାନ୍ୟ ଆଇରନ ବଟିକା ମଧ୍ୟ ନିରାମୟ କେନ୍ଦ୍ରରେ ୨ମାସ ହେବ ମିଳୁ ନ ଥିବା କହିଛନ୍ତି। ସେହିପରି ସାଲେପୁର ଅଞ୍ଚଳରୁ ଆସିଥିବା ରୋଗୀ ଆଲୋକ ଭୂୟଁା କୁହନ୍ତି, ସରକାର ମାଗଣା ଚିକିତ୍ସାର ଭେଳିକି ଦେଖାଉଛନ୍ତି। ଯେଉଁଠି କାଜୁଆଲିଟିରେ ବ୍ଲେଡ୍‌ ଓ ପ୍ଲାଷ୍ଟର ମିଳୁନି ସେଠାରେ ମାଗଣା ଔଷଧ କେବଳ ଧୂଅଁାବାଣ ବୋଲି ଭୂୟଁା କହିଛନ୍ତି। ଘଟଣା ସମ୍ପର୍କରେ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ସିବିକେ ମହାନ୍ତି କୁହନ୍ତି, କେଉଁ ସମୟରେ କେମିତି ଗୋଟିଏ ଦୁଇଟି ମେଡିସିନ ଉପଲବ୍ଧ ହେଉ ନ ଥିବ। କିନ୍ତୁ ନିରାମୟ କେନ୍ଦ୍ରରେ ଭରପୂର ଔଷଧ ମହଜୁଦ ରହୁଛି। ଏହାବାଦ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରୋଗୀ ଆବଶ୍ୟକ ପରିମାଣର ସମସ୍ତ ସୁବିଧା ପାଉଥିବା ସେ କହିଛନ୍ତି । ଏବେ ମେଡିକାଲ ପାଇଁ ଆବଶ୍ୟକ ଥିବା ଔଷଧ ସମ୍ପର୍କରେ ଆମେ ସରକାରଙ୍କୁ ଅବଗତ କରାଇଛୁ। ସହବନ୍ଧିତ ଔଷଧ ଦୋକାନଗୁଡ଼ିକ ପାଇଁ ଆବଶ୍ୟକ ପାଣ୍ଠି ବାବଦରେ ମଧ୍ୟ ବ୍ୟବସ୍ଥା କରାଯାଉଥିବା ପ୍ରଫେସର ମହାନ୍ତି କହିଛନ୍ତି ।


All Right Reserved By

କାଳିଆ ଯୋଜନା: ୩୨୩୪ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର, ୮ା୬(ବ୍ୟୁରୋ): ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କୃଷକ ଆସିଷ୍ଟାନ୍ସ ଫର ଲାଇଭଲିହୁଡ୍‌ ଆଣ୍ଡ ଇନ୍‌କମ ଅଗ୍‌ମେଣ୍ଟେଶନ (କାଳିଆ) ଯୋଜନା ସକାଶେ ୩,୨୩୪...

ସରକାରୀ ବିଭାଗ-ନିର୍ଦ୍ଦେଶାଳୟ ମିଶ୍ରଣ ପ୍ରସଙ୍ଗ: କର୍ମଚାରୀ ମହଲ ପ୍ରତିକ୍ରିୟା ଉପରେ ସରକାରଙ୍କ ନଜର

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭାଗଗୁଡିକ ସହ ସଂପୃକ୍ତ ନିର୍ଦ୍ଦେଶାଳୟ ମିଶ୍ରଣ ନେଇ ଗତ ୨୧ତାରିଖରେ ଜିଏ ଏଣ୍ଡ ପିଜି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ...

ଶ୍ରୀଲିଙ୍ଗରାଜଙ୍କ ଜମିରେ ବେଆଇନ ନିର୍ମାଣ: ୧୪୪ ଧାରାରେ କାର୍ଯ୍ୟ ବନ୍ଦ କଲା ପୋଲିସ

ପୁରୁଣା ଭୁବନେଶ୍ୱର,୧।୮(ଡି.ଏନ.ଏ): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମାଲିକାନାରେ ନୂଆଗଁ। ମୌଜାରେ ଥିବା ୨.୦୭୦ ଏକର ଜମିରେ ବେଆଇନ ନିର୍ମାଣ କାର୍ଯ୍ୟ ଚାଲୁଥିଲା। କିଛି ବ୍ୟକ୍ତି ସେଠାରେ ମାର୍କେଟ...

ଚାଓମିନ୍‌ ଫ୍ୟାକ୍ଟ୍ରିରେ ଶିଶୁ ଶ୍ରମିକଙ୍କୁ ନିର୍ଯାତନା : କାମ ନ କରିବାରୁ ମାଡ଼ ଦେଲେ ହେଡ୍‌ ମିସ୍ତ୍ରି

ଭୁବନେଶ୍ୱର,୨୨ା୭(ବ୍ୟୁରୋ) : ଏୟାରଫିଲ୍ଡ ଥାନା ସୁନ୍ଦରପଦା, ବୋତଣ୍ଡା, ଆଦିତ୍ୟନଗରରେ ଥିବା ଏକ ଚାଉମିନ୍‌ ଫ୍ୟାକ୍ଟ୍ରିରେ ଜଣେ ୧୨ ବର୍ଷର ନାବାଳକଙ୍କୁ ନିର୍ଯାତନା ଦିଆଯାଉଥିଲା। ଏପରିକି ସେ...

ବିଦ୍ୟୁତ୍‌ ଚୋରି: କ୍ଷତି ରୋକିବ ସ୍ମାର୍ଟ ମିଟର; ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ଉପଭୋକ୍ତା ହେବେ ସ୍ମାର୍ଟ ମିଟର ପରିସରଭୁକ୍ତ

ଭୁବନେଶ୍ୱର, ୧୯।୮ (ବ୍ୟୁରୋ): ଘରେ ଲାଗିଥିବା ପୁରୁଣା ବିଦ୍ୟୁତ୍‌ ମିଟର ବଦଳିଯିବ। ଲାଗିବ ନୂଆ ପ୍ରିପେଡ୍‌ ଓ ସ୍ମାର୍ଟ ମିଟର। ରାଜ୍ୟର ସମସ୍ତ ଘରୋଇ ଉପଭୋକ୍ତାଙ୍କୁ...

ମାନବ ସେବା ଆଧ୍ୟାତ୍ମିକତାର ପ୍ରସାରିତ ରୂପ: ରାଜ୍ୟପାଳ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ସେବାର ସୀମା ସରହଦ୍‌ ନାହିଁ। ଏହା କୌଣସି ମନୁଷ୍ୟକୃତ ବିଭେଦକୁ ସ୍ବୀକାର କରେ ନାହିଁ। ମାନବ ସେବା ହେଉଛି ଆଧ୍ୟାତ୍ମିକତାର ପ୍ରସାରିତ ରୂପ।...

ଦକ୍ଷତା ବିକାଶରେ ଓଡ଼ିଶା ୧ନମ୍ବର

ଭୁବନେଶ୍ୱର, ୨୨ା୭(ବ୍ୟୁରୋ): ଦେଶର ବହୁ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ଦକ୍ଷତା ବିକାଶ କ୍ଷେତ୍ରରେ ଶୀର୍ଷ ସ୍ଥାନ ଗ୍ରହଣ କରିଛି। ଗୁଜରାଟ, ଆନ୍ଧ୍ରପ୍ରଦେଶ, କର୍ନାଟକ ପରି...

‘ଗେଲ୍‌ ଉତ୍କର୍ଷ’କୁ ଶତପ୍ରତିଶତ ସଫଳତା : ଜେଇଇ ମେନ୍‌ରେ ସଫଳ ହେଲେ ସମସ୍ତ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୩।୫(ବ୍ୟୁରୋ): ଗେଲ୍‌ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ଏହାର ଫ୍ଲାଗ୍‌ସିପ୍‌ କର୍ପୋରେଟ୍‌ ସୋସିଆଲ ରେସ୍‌ପନ୍ସିବିଲିଟି(ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ କାନପୁର ସେଣ୍ଟରଠାରେ ଜେଇଇ ମେନ୍‌ ୨୦୧୯ ପରୀକ୍ଷା ପାଇଁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *