ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା : ଗଠନ ହେବ ଓଡ଼ିଶା କ୍ୟାନ୍‌ସର କେୟାର ଫାଉଣ୍ଡେଶନ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ସମୀକ୍ଷା ବୈଠକ ମଙ୍ଗଳବାର ସଚିବାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସେବା ବିଷୟରେ ଆଲୋଚନା ହୋଇଥିଲା। ରାଜ୍ୟରେ କର୍କଟ ରୋଗ କାର୍ଯ୍ୟକ୍ରମ ସମ୍ପର୍କରେ ମନ୍ତ୍ରୀ ସମୀକ୍ଷା କରିଥିଲେ। ଓଡ଼ିଶା କ୍ୟାନସର କେୟାର ଫାଉଣ୍ଡେଶନ ଗଠନ ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ଫାଉଣ୍ଡେଶନର ପ୍ରଥମ ବୈଠକ ଆସନ୍ତା ଜୁଲାଇ ୧୫ରେ ଅନୁଷ୍ଠିତ ହେବ। ବାରଙ୍ଗଠାରେ ପ୍ରତିଷ୍ଠା ହେବାକୁ ଯାଉଥିବା ଆପେକ୍ସ କର୍କଟ କେନ୍ଦ୍ର ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏତଦ୍‌ବ୍ୟତୀତ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନରେ ରୋଗୀଙ୍କ ଭାର ହ୍ରାସ କରିବା ନିମନ୍ତେ ଏହାର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ କରାଯିବାକୁ ଆଲୋଚନା ହୋଇଛି। ରାଜ୍ୟର ଜିଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ଆରମ୍ଭ ହୋଇଥିବା କୋମୋଥେରାପି କାର୍ଯ୍ୟକ୍ରମ ଉପରେ ଆଲୋଚନା କରି ଏହାକୁ ଅଧିକ ଲୋକାଭିମୁଖୀ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଭବାନୀପାଟଣାରେ ବେଦାନ୍ତ ତରଫରୁ ପିପିପି ମୋଡରେ ପ୍ରତିଷ୍ଠା ହେବାକୁ ଥିବା ଡାକ୍ତରଖାନା ନିର୍ମାଣ କାର୍ଯ୍ୟ ସମ୍ପର୍କରେ ମଧ୍ୟ ବେଦାନ୍ତ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ବୈଠକରେ ବିଭାଗ କମିଶନର ଡା. ପ୍ରମୋଦ କୁମାର ମେହେର୍ଦ୍ଦା, ରାଜ୍ୟ ଔଷଧ ନିଗମ ଏମ୍‌.ଡି. ଅର୍ଚ୍ଚନା ପଟ୍ଟନାୟକ, ସ୍ବତନ୍ତ୍ର ସଚିବ ଶରତ ଚନ୍ଦ୍ର ମିଶ୍ର, ଡା. ବି.କେ. ବ୍ରହ୍ମା, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ହରପ୍ରସାଦ ପଟ୍ଟନାୟକ, ଯୁଗ୍ମ ସଚିବ ଯାମିନୀ ଷଡ଼ଙ୍ଗୀ, ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନ ନିର୍ଦ୍ଦେଶକ ଡା. ଲଲାଟେନ୍ଦୁ ଷଡ଼ଙ୍ଗୀ ଓ ଡା. ଦିନେଶ ପେଣ୍ଡାରକରଙ୍କ ସମେତ ଘରୋଇ ଡାକ୍ତରଖାନାଗୁଡ଼ିକର କର୍ମକର୍ତ୍ତା ଏବଂ ସ୍ବାସ୍ଥ୍ୟ ବିଭାଗର ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।


All Right Reserved By Dharitri.Com

କାଦୁଆ ଆଶ୍ରମ ଏବେ ଜରାଜୀର୍ଣ୍ଣ

ପୁରୀ ଅଫିସ/ସାକ୍ଷୀଗୋପାଳ, ୪ା୮ (ଡି.ଏନ.ଏ.): ସାକ୍ଷୀଗୋପାଳ ନିକଟ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ କାଦୁଆ ଗଁ।। ଏହି ଗଁ।ରେ ୧୯୨୫ ମସିହାରେ ଉତ୍କଳମଣି ପଣ୍ଡିତ...

ଯୁବକଙ୍କୁ ଗୋଡ଼େଇ ହାଣିବା ଘଟଣାରେ ୮ ଅଟକ

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ଶହୀଦନଗର ଥାନା ୟୁନିଟ୍‌-୯ ଗ୍ରୀଡ୍‌କୋ କଲୋନୀରେ ଯୁବକ ପି.ଆକାଶ ଦୋରାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ୮ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗୋଷ୍ଠୀ...

ସ୍ବର୍ଗଦ୍ୱାରରୁ ଜବରଦଖଲ ଉଚ୍ଛେଦ ଆରମ୍ଭ

ପୁରୀ ଅଫିସ, ୨୪।୨: ପୁରୀ ସ୍ବର୍ଗଦ୍ୱାରରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ସୋମବାର ପୂର୍ବାହ୍ନରେ ପୌରସଂସ୍ଥା ପକ୍ଷରୁ ଏହି ଉଚ୍ଛେଦ କରାଯାଉଛି। ସମୂଦ୍ର କୂଳ...

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାକୁ ନେଇ ଗୃହରେ ଉଦ୍‌ବେଗ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା(ପିଏମଜିଏସଓ୍ବାଇ) ରାସ୍ତା ନିର୍ମାଣକୁ ନେଇ ମଙ୍ଗଳବାର ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। ରାଜସ୍ବ ଗ୍ରାମକୁ ହିସାବକୁ ନିଆଯାଇଥିବାରୁ ଅନେକ ବଡ...

ପଲିଥିନ, ପ୍ଲାଷ୍ଟିକ ବ୍ୟବହାର ଉପରେ ଲାଗୁନି ଅଙ୍କୁଶ

ରସୁଲପୁର,୧୮ା୧(ଡିଏନଏ): ୨ ଅକ୍ଟୋବର, ୨୦୧୯ରୁ ରାଜ୍ୟର ପ୍ରମୁଖ ସହରଗୁଡିକରେ ପ୍ଲାଷ୍ଟିକ ବ୍ୟବହାରକୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଏଥିସହ ୨ବର୍ଷ ମଧ୍ୟରେ ସମଗ୍ର ରାଜ୍ୟର ଗାଁ...

ସଭ୍ୟ ସଂଗ୍ରହ ଅଭିଯାନକୁ ନବୀନଙ୍କ ଗୁରୁତ୍ୱ

ଭୁବନେଶ୍ୱର,୨୮।୯(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସଭ୍ୟ ସଂଗ୍ରହ କାର୍ଯ୍ୟକୁ ଅଧିକ ତ୍ୱରାନ୍ବିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ...

ଦୁଇଦିନ ପ୍ରବଳ ବର୍ଷା : ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର, ୧୨ା୮(ବ୍ୟୁରୋ) : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ସୋମବାର ସକାଳେ ଏହା ଲଘୁଚାପର ରୂପ ନେବ। ପ୍ରଭାବରେ ରବିବାରଠାରୁ ରାଜ୍ୟର ବିଭିନ୍ନ...

ସହାୟିକା ଚୟନରେ ଅନିୟମିତତା ଘଟଣା ସିଡିପିଓଙ୍କୁ ଘେରିଲେ ମହିଳା

ବାହାନଗା, ୧୭ା୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ସମନ୍ବିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧୀନରେ ଥିବା ବିଷ୍ଣୁପୁର ଅଙ୍ଗନୱାଡି କେନ୍ଦ୍ର-୧ରେ ସହାୟିକା ଚୟନରେ ଅନିୟମିତତା ହୋଇଥିବା...

Leave a comment

Your email address will not be published. Required fields are marked *