Posted inଜାତୀୟ

୪୯ ବର୍ଷରେ ପାଦ ଦେଲେ ରାହୁଲ ଗାନ୍ଧୀ: ଏବେ ୨୦୨୪କୁ ଆଶା

ନୂଆଦିଲ୍ଲୀ,୧୯।୬: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ୪୯ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୭୦ ଜୁନ୍‌ ୧୯ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ରାହୁଲଙ୍କ ବୟସ ବଢ଼ିବା ସହିତ କଂଗ୍ରେସର ସ୍ଥିତି ଧୀରେ ଧୀରେ ସଙ୍କଟ ଦେଇ ଗତି କରୁଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ୨୦୧୪ ଲୋକ ସଭା ନିର୍ବାଚନରେ କଂଗ୍ରେସ ୪୪ ଆସନରେ ସୀମିତ ରହିଥିବାବେଳେ ୨୦୧୯ରେ ଏହା ୫୨ ଆସନ ହାତେଇବାକୁ ସକ୍ଷମ ହୋଇଛି। ଗତ ଲୋକ ସଭା ନିର୍ବାଚନରେ ରାହୁଲଙ୍କ ଚୌକିଦାର ଚୋର୍‌ ହୈ ସ୍ଲୋଗାନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲାକୋଟ ଷ୍ଟ୍ରାଇକ୍‌ ଆଗରେ ଫିକା ପଡ଼ିଯାଇଥିଲା। ଫଳରେ କଂଗ୍ରେସ ଦଳ ୨୦୧୪ ତୁଳନାରେ ମାତ୍ର ୮ଟି ଆସନ ଅଧିକ ପାଇଥିଲା। ରାଜନୈତିକ ସମୀକ୍ଷକଙ୍କ ଅନୁସାରେ ରାହୁଲଙ୍କ ନିର୍ବାଚନ ପ୍ରଚାରରେ ପାରମ୍ପରିକ ଧାରାରେ ହେବାରୁ ଦଳର ସ୍ଥିତି ଏଭଳି ହେଲା। ଭାଜପା ଆମେରିକା ରାଷ୍ଟ୍ରପତି ନିର୍ବାଚନ ଭଳି ସୋସିଆଲ୍‌ ମିଡ଼ିଆକୁ ଅଧିକ ପ୍ରାଧାନ୍ୟ ଦେବାରୁ ଘରେ ଘରେ ବିକାଶର ବାର୍ତ୍ତା ପହଞ୍ଚିଥିଲା। ଫଳରେ ଦଳର ପ୍ରଦର୍ଶନ ଭଲ ରହିଥିଲା। ମୋଦି ଏବଂ ଶାହଙ୍କ ଭଳି ଅଭିଜ୍ଞ ରାଜନେତାଙ୍କ ସମ୍ମୁଖରେ ରାହୁଲଙ୍କ ପାରମ୍ପରିକ ପ୍ରଚାର କାମ ଦେଇ ନ ଥିବା କୁହାଯାଉଛି। ଅପର ପକ୍ଷରେ କଂଗ୍ରେସ ନେତା ଏକଜୁଟ ହୋଇ ପରବର୍ତ୍ତୀ ନିର୍ବାଚନରେ ଲଢ଼ିବାର ଆବଶ୍ୟକତା ରହିଛି। ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ କରିବା ଉପରେ ରାହୁଲ ଏବେ ଗୁରୁତ୍ୱଦେବା ଆରମ୍ଭ କରିଛନ୍ତି। ୨୦୨୪ ଲୋକ ସଭା ନିର୍ବାଚନ ବେଳକୁ ରାହୁଲଙ୍କୁ ୫୪ ବର୍ଷ ହୋଇଥିବ। ଯଦି କଂଗ୍ରେସ ସେତେବେଳକୁ ଭଲ ପ୍ରଦର୍ଶନ କରିବ ତେବେ ହୁଏତ ରାହୁଲ ପ୍ରଧାନମନ୍ତ୍ରୀ ଭାବେ ଦେଶର ମଙ୍ଗ ଧରିବାକୁ ସକ୍ଷମ ହେବେ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


All Right Reserved By

ହୃଦ୍‌ଘାତରେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ

କାଙ୍କେର,୧୮।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଘଟିଛି ଏକ ଅଘଟଣ। ଛତିଶଗଡ଼ର କାଙ୍କେରରେ ଥିବା ବୁଥ୍‌ ନମ୍ବର ୧୮୬ରେ ଜଣେ...

ବାୟୁ ପ୍ରଦୂଷଣ ଯୋଗୁ ବଢୁଛି ମାସ୍କ୍‌ର ଚାହିଦା: ୨୦୨୩ ସୁଦ୍ଧା ବଜାର ଛୁଇଁବ ଶହେ ୧୮ କୋଟି

ନୂଆଦିଲ୍ଲୀ,୨।୫: ଭାରତରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଏଥିରୁ ମୁକ୍ତି ପାଇବା ଲାଗି ଲୋକଙ୍କ ମଧ୍ୟରେ ମାସ୍କ୍‌ର ଚାହିଦା ମଧ୍ୟ ବୃଦ୍ଧି ପାଇ ଚାଲିଛି। ତେବେ...

ମୃତ୍ୟୁ ପୂର୍ବରୁ ପାକିସ୍ତାନ ନିକଟରେ ଥିଲେ ହମ୍‌ଜା

ନୂଆଦିଲ୍ଲୀ,୧୫।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଆତଙ୍କବାଦୀ ହମ୍‌ଜା ବିନ୍‌ ଲାଡେନଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିଲେ। ଆଉ ଏବେ ଭାରତ ଏହାକୁ ନେଇ...

ଇଦ୍‌ରେ ଅଶାନ୍ତ ଶ୍ରୀନଗର: ଜାମିଆ ମସଜିଦ୍‌ ଆଗରେ ଲାଗିଲା ଆଇଏସ ପତାକା

ଶ୍ରୀନଗର, ୫।୬: ସାରା ଦେଶରେ ବୁଧବାର ଆନନ୍ଦଉଲ୍ଲାସରେ ଇଦ୍‌ ପାଳନ ଚାଲିଥିବାବେଳେ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ଇଦ ପ୍ରାର୍ଥନା ପରେ ଜାମିଆ ମସଜିଦ...

ବିଦ୍ରୋହୀଙ୍କୁ ଅଯୋଗ୍ୟ ଘୋଷଣା କର: କଂଗ୍ରେସ

ବେଙ୍ଗାଲୁରୁ,୧୦ା୭(ପି.ଟି.): କର୍ନାଟକରେ ଶାସକ ମେଣ୍ଟ ସରକାରକୁ ବଞ୍ଚାଇବା ପାଇଁ କଂଗ୍ରେସ ମଙ୍ଗଳବାର ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡ଼ିଛି। ବିଦ୍ରୋହୀ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଦଳ ଦାବି...

ଭୋଟ ବର୍ଜନ କଲେ ଚାନ୍ଦୋରା ଗ୍ରାମବାସୀ

ପାଟନା,୧୯।୫: ବିହାରର ନାଳନ୍ଦା ଜିଲା ରାଜଗିର ବ୍ଲକରେ ଥିବା ଚାନ୍ଦୋରା ଗ୍ରାମର ୨୯୯ ନମ୍ବର ବୁଥ୍‌ରେ କେହି ଭୋଟ ଦେଇ ନ ଥିବା ସୂଚନା ମିଳିଛି।...

ବିଦେଶୀ ଗଣମାଧ୍ୟମରେ ‘କଶ୍ମୀର’: ପିଟନାହିଁ, ଗୁଳିକର

ଶ୍ରୀନଗର, ୩୧ା୮ :ଜମ୍ମୁ-କଶ୍ମୀରର ସ୍ବାୟତ୍ତତା ପ୍ରତ୍ୟାହାର ପରେ ଉପତ୍ୟକାବାସୀଙ୍କ ଉପରେ ଭାରତୀୟ ସୁରକ୍ଷା ବଳର ବର୍ବରତା ଓ ନିର୍ଯାତନାକୁ ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସିଛି।...

ପଶ୍ଚିମବଙ୍ଗ ହିଂସା: ସୁରକ୍ଷା ନେଇ ଏନ୍‌ଏସ୍‌ଏ, ଆଇବି ଏବଂ ର ମୁଖ୍ୟଙ୍କ ସହିତ ଶାହ କଲେ ଆଲୋଚନା

ନୂଆଦିଲ୍ଲୀ, ୧୦।୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଉଗ୍ର ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସୋମବାର ଏନ୍‌ଏସ୍‌ଏ ଅଜିତ୍‌ ଡୋଭାଲ, ଆଇବି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *