Posted inଜାତୀୟ

ଶପଥ ନେଲେ ସୋନିଆ, ମୁଲାୟମ୍‌

ନୂଆଦିଲ୍ଲୀ,୧୯ା୬(ପି.ଟି.): ସପ୍ତଦଶ ଲୋକ ସଭାର ଦ୍ୱିତୀୟ ଦିବସରେ ମଙ୍ଗଳବାର ଆଉ କେତେକ ସଦସ୍ୟ ଶପଥଗ୍ରହଣ କରିଛନ୍ତି। କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସମାଜବାଦୀ ପାର୍ଟି ନେତା ମୁଲାୟମ୍‌ ସିଂ ଯାଦବ ପ୍ରମୁଖ ଗୃହରେ ଶପଥ ନେଇଛନ୍ତି। ରାଏବରେଲିରୁ ବିଜୟୀ ହୋଇଥିବା ସୋନିଆ ହିନ୍ଦୀରେ ଶପଥଗ୍ରହଣ କରିଛନ୍ତି। ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବ ଅସୁସ୍ଥ ଥିବାରୁ ତାଙ୍କୁ ତାଙ୍କ ପୁଅ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ହ୍ବିଲ୍‌ଚେୟାର୍‌ରେ ଆଣିଥିଲେ। ଅନୁମତିକ୍ରମେ ସେ ନିଜ ଆସନରେ ବସି ଶପଥଗ୍ରହଣ କରିଥିଲେ। ଆଜମ୍‌ଗଡ଼ରୁ ବିଜୟୀ ହୋଇଥିବା ଅଖିଳେଶ ମଧ୍ୟ ଶପଥ ନେଇଥିଲେ। ଏନଡିଏର ବାଚସ୍ପତି ପ୍ରାର୍ଥୀ ହୋଇଥିବା ଓମ୍‌ ବିର୍ଲା ଶପଥଗ୍ରହଣ କରିବାବେଳେ ତାଳିମାଡ଼ କରାଯାଇଥିଲା। ଅନେକ ନବନିର୍ବାଚିତ ସଦସ୍ୟ ମଙ୍ଗଳବାର ଶପଥଗ୍ରହଣ କରିଥିବାବେଳେ ବାକିଥିବା ସଦସ୍ୟଙ୍କୁ ବୁଧବାର ଶପଥପାଠ କରାଯିବ ବୋଲି ଜଣାପଡ଼ିଛି।


All Right Reserved By Dharitri.Com

ଡିସେମ୍ବର ୧୦ ଯାଏ ୧୪୪

ନୂଆଦିଲ୍ଲୀ,୧୫ା୧୦: ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ମାମଲାର ଶୁଣାଣି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ହିଂସାକାଣ୍ଡ ସୃଷ୍ଟି ହେବା ଆଶଙ୍କାରେ ଅଯୋଧ୍ୟାରେ ୧୪୪ ଧାରା...

କର୍ନାଟକ ଫୋନ୍‌ ଟ୍ୟାପିଂ ମାମଲା: ତଦନ୍ତ କରିବ ସିବିଆଇ; ସୂଚନା ଦେଲେ ୟେଦୁରପ୍ପା

ବେଙ୍ଗାଲୁରୁ,୧୮।୮: କର୍ନାଟକରେ ହୋଇଥିବା ଫୋନ୍‌ ଟ୍ୟାପିଂ ମାମଲାର ତଦନ୍ତ ସିବିଆଇ କରିବ ବୋଲି ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁରପ୍ପା ରବିବାର ସୂଚନା ଦେଇଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା...

କଂଗ୍ରେସର ଉଜୁଡ଼ା କ୍ଷେତକୁ ଜଗିବେ ୪ କାର୍ଯ୍ୟକାରୀ ଅଧ୍ୟକ୍ଷ !

ନୂଆଦିଲ୍ଲୀ, ୨୬।୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ଦଳ ୨୦୧୪ ତୁଳନାରେ ମାତ୍ର ୮ ଆସନ ଅଧିକ ହାସଲ କରିଛି। ପୂର୍ବରୁ ଏହା ୪୪ ଥିବାବେଳେ...

ଜମ୍ମୁ-କଶ୍ମୀରରେ ଆଜି ଖୋଲିବ ସ୍କୁଲ

ଶ୍ରୀନଗର,୯।୮:ସମ୍ବିଧାନ ଅନୁଚ୍ଛେଦ ୩୭୦କୁ ବିଦାୟ ଦେଇ ଜମ୍ମୁ-କଶ୍ମୀର ଓ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ ପରେ ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।...

ଶିଶୁ କଲ୍ୟାଣ ଅଧିକାରୀଙ୍କୁ ପିଟିଲେ ଅନ୍ତେବାସୀ

ରାଏବରେଲୀ,୧୩।୧୧: ସାଧାରଣତଃ ପ୍ରାୟ ସମୟରେ ଶିକ୍ଷକଙ୍କ ଦ୍ୱାରା ଛାତ୍ରୀଛାତ୍ର ନିର୍ଯାତନାର ଶିକାର ହୋଇଥିବା ଭିଡିଓ ଭାଇରାଲ ହୋଇଥାଏ। କିନ୍ତୁ ଉତ୍ତରପ୍ରଦେଶ ରାଏବରେଲୀରେ ଏହାର ଓଲଟା ଦୃଶ୍ୟ...

ଗୋଦ୍‌ରେଜ୍‌ ପରିବାରରେ ହେବ ସମ୍ପତ୍ତି ଭାଗବଣ୍ଟା: ୨୦ ହଜାର କୋଟି ଜମି ବିବାଦ

ନୂଆଦିଲ୍ଲୀ,୨୭।୬: ଦେଶର ଜଣାଶୁଣା ଶିଳ୍ପପତି ଗୋଦ୍‌ରେଜ୍‌ ପରିବାରରେ ଖୁବ୍‌ଶୀଘ୍ର ସମ୍ପତ୍ତି ଭାଗବଣ୍ଟା କରାଯିବ। ପରିବାରରେ ୨୦ ହଜାର କୋଟି ଟଙ୍କାର ଜମି ନେଇ ବିବାଦ ସୃଷ୍ଟି...

ତାଜମହଲ ବୁଲିଲେ ମଙ୍ଗୋଲିଆ ରାଷ୍ଟ୍ରପତି

ଆଗ୍ରା,୨୧।୯: ମଙ୍ଗୋଲିଆ ରାଷ୍ଟ୍ରପତି ଖଲ୍ଟମାଗିନ ବଟୁଲଗା ୫ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଶନିବାର ସେ ଓ ତାଙ୍କ ସ୍ତ୍ରୀ ଆଗ୍ରାର ତାଜମହଲ ବୁଲି ଦେଖିଛନ୍ତି।...

ମନ୍ତ୍ରୀଙ୍କ ଘରେ କଙ୍କଡା ଫୋପାଡ଼ି ବିରୋଧ ପ୍ରଦର୍ଶନ କଲେ ଏନ୍‌ସିପି କର୍ମକର୍ତ୍ତା

ପୁଣେ,୯।୭: ମହାରାଷ୍ଟ୍ରର ରାଷ୍ଟ୍ରବାଦୀ କଂଗ୍ରେସ ଦଳ(ଏନ୍‌ସିପି)ର ଯୁବ କର୍ମକର୍ତ୍ତା ଜଳ ସଂରକ୍ଷଣ ମନ୍ତ୍ରୀ ତାନାଜି ସାଓ୍ବନ୍ତଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରତ୍ନଗିରି ଜିଲାର ତିଓ୍ବାରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *