Posted inଜାତୀୟ

ବିଦାହେବେ ବେଆଇନ ପ୍ରବାସୀ

ଓ୍ବାଶିଂଟନ,୧୯ା୬( ଆଇଏଏନ୍‌ଏସ୍‌): ଆମେରିକାରେ ବେଆଇନ ଭାବେ ବସବାସ କରୁଥିବା ପ୍ରବାସୀମାନଙ୍କୁ ସ୍ବଦେଶକୁ ପ୍ରତ୍ୟର୍ପଣ କରାଯିବ। ଏନେଇ ଦେଶର ଅପ୍ରବାସନ ପ୍ରବର୍ତ୍ତନ କର୍ତ୍ତୃପକ୍ଷ ଆସନ୍ତା ସପ୍ତାହରେ ଅଭିଯାନ ଆରମ୍ଭ କରିବେ ବୋଲି ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୂଚନା ଦେଇଛନ୍ତି। ତେବେ ଏହି ଗଣବହିଷ୍କାର ଫଳରେ ନିର୍ଦ୍ଦିଷ୍ଟ ଭାବେ କେଉଁ ପ୍ରବାସୀମାନେ ଅଧିକ ପ୍ରଭାବିତ ହେବେ ସେନେଇ ସେ ଅଧିକ କିଛି କହିନାହାନ୍ତି। ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍‌ ବେଆଇନ ପ୍ରବାସୀ ସମସ୍ୟାକୁ ପୁଣିଥରେ ପ୍ରସଙ୍ଗ କରି ହ୍ବାଇଟ୍‌ ହାଉସ୍‌କୁ ଫେରିବାକୁ ଚାହୁଁଥିବାରୁ ସେଠାରେ ରାଜନୀତି ସରଗରମ ହୋଇଛି।
ସର୍ବାଧିକ ପ୍ରବାସୀ ଆମେରିକାରେ ରହୁଛନ୍ତି। ଏକ ଆକଳନ ଅନୁସାରେ ବିଭିନ୍ନ ଦେଶରେ ଜନ୍ମିତ ୪ କୋଟିରୁ ଊର୍ଦ୍ଧ୍ୱ ପ୍ରବାସୀ ଆମେରିକାରେ ଅଛନ୍ତି, ଯାହାକି ବିଶ୍ୱର ମୋଟ ପ୍ରବାସୀଙ୍କ ଏକ-ପଞ୍ଚମାଂଶ। ପିଉ ରିସର୍ଚ୍ଚ ସେଣ୍ଟର ୧୯୬୦ ମସିହାରୁ ଏସମ୍ପର୍କିତ ପରିସଂଖ୍ୟାନ ତଥ୍ୟ ପ୍ରକାଶ କରିଆସୁଛି। ୨୦୧୭ରେ ଆମେରିକାରେ ବିଦେଶୀ ଜନସଂଖ୍ୟା ୪୪.୪ ନିୟୁତ ରହିଥିଲା। ୧୯୬୫ରେ ଅପ୍ରବାସନ ଆଇନ ଉଚ୍ଛେଦ କରାଯାଇ ଏକ ଜାତୀୟ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଥିଲା। ଫଳରେ ବିଦେଶରୁ ପ୍ରବାସୀଙ୍କ ସଂଖ୍ୟା ୪ ଗୁଣ ବୃଦ୍ଧିପାଇଥିଲା। ସମ୍ପ୍ରତି ଆମେରିକାର ମୋଟ ଜନସଂଖ୍ୟାର ୧୩.୬% ହେଉଛନ୍ତି ପ୍ର୍ରବାସୀ, ଯାହାକି ୧୯୭୦ରେ ସେମାନଙ୍କ ସଂଖ୍ୟାର ୪.୭% ବା ତିନିଗୁଣ ଅଧିକ। ଦେଶରେ ୭୭% ପ୍ରବାସୀ ଆଇନତଃ ବସବାସ କରୁଥିବାବେଳେ ଏକ-ଚତୁର୍ଥାଂଶ ଅଣପଞ୍ଜୀକୃତ ପ୍ରବାସୀ ରହୁଛନ୍ତି। ୪୫% ହେଉଛନ୍ତି ଦେଶୀୟକୃତ ଆମେରିକା ନାଗରିକ। ପ୍ରାୟ ୨୭% ପ୍ରବାସୀ ସ୍ଥାୟୀ ବାସିନ୍ଦା ହୋଇଥିବାବେଳେ ୫% ହେଉଛନ୍ତି ଅସ୍ଥାୟୀ। ଅଣପଞ୍ଜୀକୃତ ପ୍ରବାସୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି କେନ୍ଦ୍ରୀୟ ଆମେରିକା ଏବଂ ଏସିଆ ଅଧିବାସୀ। ଆମେରିକାରେ ପ୍ରବାସୀଙ୍କ ମଧ୍ୟରୁ ସର୍ବାଧିକ ହେଉଛନ୍ତି ମେକ୍ସିକୋ, ଚାଇନା ଓ ଭାରତରେ ଜନ୍ମିତ ବ୍ୟକ୍ତି। ମେକ୍ସିକୋର ୧୧.୨ ନିୟୁତ ଅର୍ଥାତ୍‌ ୨୫%, ଚାଇନା ଓ ଭାରତର ୬% ଲେଖାଏ, ଫିଲିପାଇନ୍ସର ୫% ଓ ଏଲ୍‌ ସଲ୍‌ଭାଡୋର୍‌ର ୩% ପ୍ରବାସୀ ସେଠାରେ ରହୁଛନ୍ତି। ଆଇନାନୁସାରେ ରହୁଥିବା ସମସ୍ତ ସ୍ଥାୟୀ ବାସିନ୍ଦା ସେଠାରେ ନାଗରିକତ୍ୱ ପାଇଁ ଆବେଦନ କରି ନ ଥାନ୍ତି। ୨୦୫୫ ସୁଦ୍ଧା ଆମେରିକାରେ ଏସୀୟମାନେ ସବୁଠୁ ବଡ଼ ପ୍ରବାସୀ ଗୋଷ୍ଠୀ ପାଲଟିବେ ବୋଲି ପିଉ ରିସର୍ଚ୍ଚ ପକ୍ଷରୁ ଆକଳନ କରାଯାଇଛି। ସେହିପରି ୨୦୧୮ ଆର୍ଥିକବର୍ଷରେ ଆମେରିକାରେ ୨୨,୪୯୧ ଶରଣାର୍ଥୀ ଅବସ୍ଥାପିତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି କଙ୍ଗୋ, ମ୍ୟାନ୍‌ମାର, ୟୁକ୍ରେନ୍‌ ଓ ଭୁଟାନର। କାଲିଫର୍ନିଆରେ ୨୪%, ଟେକ୍ସାସ୍‌ ୧୧% ଓ ନ୍ୟୁୟର୍କ ରେ ୧୦% ବିଦେଶୀ ପ୍ରବାସୀ ରହୁଛନ୍ତି।
ଆମେରିକାରୁ ୨୯୫,୦୦୦ ପ୍ରବାସୀଙ୍କୁ ପ୍ରତ୍ୟର୍ପଣ କରାଯାଇଥିଲା। ଏହା ପୂର୍ବରୁ ୨୦୦୯ରୁ ୨୦୧୬ ମଧ୍ୟରେ ୩ ନିୟୁତ ପ୍ରବାସୀଙ୍କୁ ଓବାମା ପ୍ରଶାସନ ସେମାନଙ୍କ ଦେଶକୁ ପଠାଇଦେଇଥିଲା। କାରଣ ଆମେରିକୀୟମାନେ ବେଆଇନ ପ୍ରବାସୀଙ୍କୁ ଦେଶ ଉପରେ ଏକ ବୋଝ ବୋଲି ମନେକରନ୍ତି। ଆମେରିକାରେ ବେଆଇନ ଭାବେ ବସବାସ ଏକ ଜାତୀୟ ବିତର୍କର ପ୍ରସଙ୍ଗ ହୋଇଥିବାରୁ ୨୦୧୬ ରାଷ୍ଟ୍ରପତି ନିର୍ବାଚନ ବେଳେ ଟ୍ରମ୍ପ୍‌ ଏହାକୁ ଉଠାଇଥିଲେ। ଇତିମଧ୍ୟରେ ଟ୍ରମ୍ପ୍‌ ପ୍ରଶାସନ ଏଦିଗରେ କେତେକ ପଦକ୍ଷେପ ନେଇଥିଲେ ମଧ୍ୟ ତାହାର ସୁଫଳ ମିଳିନାହିଁ। ୨୦୨୦ ନିର୍ବାଚନରେ ପୁଣିଥରେ ପ୍ରତିଦ୍ୱନ୍ଦ୍ୱିତା କରି ହ୍ବାଇଟ୍‌ ହାଉସ୍‌କୁ ଫେରିବାକୁ ଚାହୁଁଥିବା ଟ୍ରମ୍ପ୍‌ ଏବେ ସମାନ ପ୍ରସଙ୍ଗକୁ ନେଇ କଠୋର ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। ଟ୍ରମ୍ପ୍‌ ଫ୍ଲୋରିଡାରୁ ମଙ୍ଗଳବାର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଏହାର ଅବ୍ୟବହିତ ପୂର୍ବରୁ ତାଙ୍କର ଟୁଇଟ୍‌ ଆସିଛି। ଏଥିରେ ସେ ଉଲ୍ଲେଖ କରିଛନ୍ତି, ଆସନ୍ତା ସପ୍ତାହରେ ଇମିଗ୍ରେଶନ୍‌ ଓ କଷ୍ଟମ୍ସ ଏନ୍‌ଫୋର୍ସମେଣ୍ଟ ନିୟୁତ ନିୟୁତ ବେଆଇନ ବାହାର ଲୋକଙ୍କୁ ଆମେରିକାରୁ ବାହାର କରିବ। ସେମାନେ ଯେତେଶୀଘ୍ର ଏଠାକୁ ଆସିଛନ୍ତି, ସେତେଶୀଘ୍ର ତଡ଼ାଖାଇବେ। ଏହି ଅବସରରେ ଟ୍ରମ୍ପ୍‌ ତାଙ୍କର ଉକ୍ତ ପ୍ରସ୍ତାବକୁ ବିରୋଧ କରୁଥିବା ଡେମେକ୍ରାଟ୍‌ମାନଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଇନାହାନ୍ତି।


All Right Reserved By Dharitri.Com

ମା’ଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଲେ ୧୦ ବର୍ଷର ବାଳକ

ଭୋପାଳ,୨୬।୧: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଅଙ୍ଗଦାନକୁ ନେଇ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି। ଜଣେ ବ୍ରେନ୍‌...

ନିର୍ବାଚନ ବେଳେ ୩,୪୪୯ କୋଟି ଟଙ୍କା ଜବତ

ନୂଆଦିଲ୍ଲୀ,୨୦।୫(ପି.ଟି.): ଲୋକ ସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହେବା ପରେ ଦେଶର ବିଭିନ୍ନ ସ୍ଥାନରୁ ମୋଟ ୩୪୪୯.୧୨ କୋଟି ଟଙ୍କା ମୂଲ୍ୟର ନଗଦ ଅର୍ଥ,...

ଅପରେଶନ୍‌ ଅଲ୍‌ ଆଉଟ୍‌: ୬ ମାସରେ ୧୧୪ ଆତଙ୍କବାଦୀ ନିହତ

ଶ୍ରୀନଗର,୨୪।୬: ଜମ୍ମୁ-କଶ୍ମୀରରେ ଜାରି ରହିଥିବା ଅପରେଶନ ଅଲ୍‌ ଆଉଟ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ଗତ ୬ ମାସ ମଧ୍ୟରେ ୧୪୪ ଜଣ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର...

କରୋନା ଭାଇରସ: ଚିକିତ୍ସା କରୁଥିବା ଡାକ୍ତରଙ୍କ ପରିବାର ହେଲେ ସଂକ୍ରମିତ

ନୂଆଦିଲ୍ଲୀ,୨୬।୩: କରୋନା, କ୍ୱାରାଣ୍ଟାଇନ୍‌, ଆଇସୋଲେଶନ। ଏବେ ଏହି ଶବ୍ଦର ବହୁଳ ବ୍ୟବହାର କରାଯାଉଛି। ଆଉ ଏହି ଶବ୍ଦ ଗୁଡିକ ସାଧାରଣ ଜନତା ପାଇଁ ସୃଷ୍ଟି କରିଛି...

ଦୁନିଆର ସବୁଠାରୁ ମହଙ୍ଗା ଚକୋଲେଟ୍‌: ଦାମ ଶୁଣିଲେ ଉଡ଼ିଯିବ ହୋସ୍‌

ନୂଆଦିଲ୍ଲୀ,୨୩।୧୦: ଯଦି ଆପଣ ଚକୋଲେଟ୍‌ର ବହୁତ ବଡ଼ ଫ୍ୟାନ୍‌, ତେବେ ଏହା ଆପଣଙ୍କୁ ପ୍ରଲୋଭିତ କରିବ। କାରଣ ଦେଶର ଅନ୍ୟତମ ଅଗ୍ରଣୀ କମ୍ପାନୀ ଆଇଟିସି ଦୁନିଆର...

ବିଦ୍ରୋହୀଙ୍କୁ ଅଯୋଗ୍ୟ ଘୋଷଣା କର: କଂଗ୍ରେସ

ବେଙ୍ଗାଲୁରୁ,୧୦ା୭(ପି.ଟି.): କର୍ନାଟକରେ ଶାସକ ମେଣ୍ଟ ସରକାରକୁ ବଞ୍ଚାଇବା ପାଇଁ କଂଗ୍ରେସ ମଙ୍ଗଳବାର ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡ଼ିଛି। ବିଦ୍ରୋହୀ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଦଳ ଦାବି...

ବିବାହ ପରେ ବି ପ୍ରେମରେ ପଡିଥିଲେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ

ବଲିଉଡ୍‌ ପ୍ରେମ କାହାଣୀ ଯେତିକି ରୋଚକପୂର୍ଣ୍ଣ ଭାରତୀୟ ରାଜନେତାଙ୍କ ପ୍ରେମ କାହାଣୀ ମଧ୍ୟ ସେତିକି ରୋମାଞ୍ଚକର। ଏଠି ଅଧିକାଂଶ ନେତା ପ୍ରେମରେ ପଡି ଆସିଛନ୍ତି ଚର୍ଚ୍ଚାକୁ।...

ଦିଲ୍ଲୀ ପୋଲିସ୍‌ର ୨ କନେଷ୍ଟବଳ: ରକ୍ତଦାନ କରିବା ତାଙ୍କର ନିଶା

ନୂଆଦିଲ୍ଲୀ,୧।୭: ରକ୍ତଦାନ ହେଉଛି ମହତ୍‌ ଦାନ। ଏନେଇ ଦେଶରେ ସଚେତନତା ଜାରି ରହିଛି। ତେବେ ଦିଲ୍ଲୀ ପୋଲିସ୍‌ର ୨ କନେଷ୍ଟବଳ ଦୀର୍ଘ ବର୍ଷ ଧରି ରକ୍ତଦାନ...

Leave a comment

Your email address will not be published. Required fields are marked *