ନାବାଳିକା ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ

ଅନୁଗୋଳ ଅଫିସ, ୧୯।୬- ଅନୁଗୋଳ ଜିଲା ଓ ଦୌରା ଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସ କୋର୍ଟ ମଙ୍ଗଳବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତ ମଣ୍ଟୁ ଓରଫ କିଶୋର କୁମାର ସିଂ(୨୭)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ହେଲେ ଅଧିକ ଏକ ବର୍ଷ ଜେଲ ଭୋଗିବାକୁ ପଡ଼ିବ ବୋଲି ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ସୁରେଶ କୁମାର ପ୍ରଧାନ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।
ମାମଲାରୁ ପ୍ରକାଶ ଯେ, ତାଳଚେର ବିକ୍ରମପୁର ଥାନା ଅଞ୍ଚଳର ଜନୈକା ନାବାଳିକା ଜଣେ ସମ୍ପର୍କୀୟାଙ୍କ ଘରକୁ ଯାଇଥିଲେ। ସମ୍ପର୍କୀୟାଙ୍କ ଛୋଟ ପିଲା ଥିବାରୁ ସେମାନଙ୍କୁ ଦେଖାଶୁଣା କରିବାକୁ କହି ସେ ନାବାଳିକାଙ୍କୁ ସାଙ୍ଗରେ ନେଇଥିଲେ। ହେଲେ ସମ୍ପର୍କୀୟା ବାହାରକୁ କାମ କରିବାକୁ ପଳାଇଯାଇଥିବାର ସୁଯୋଗ ନେଇ ତାଙ୍କ ଭାଇ ମଣ୍ଟୁ ଓରଫ କିଶୋର କୁମାର ସିଂ ନାବାଳିକାଙ୍କୁ ବଳାତ୍କାର କରିଥିଲେ। ନାବାଳିକା ଜଣଙ୍କ ଏହା ପ୍ରଘଟ କରିଦେବେ ବୋଲି କହିବାରୁ ଅଭିଯୁକ୍ତ ମଣ୍ଟୁ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇଥିଲେ। ଏହାପରଠାରୁ ଅଭିଯୁକ୍ତ ତାଙ୍କ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ତେବେ ମଣ୍ଟୁଙ୍କ ବିବାହ ଅନ୍ୟତ୍ର ସ୍ଥିର ହୋଇଥିବା ଜାଣି ନାବାଳିକା ଏ ନେଇ ଅଭିଯୁକ୍ତଙ୍କୁ ପଚାରିଥିଲେ। ମଣ୍ଟୁ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ। ଏହାପରେ ସମ୍ପୃକ୍ତା ସମ୍ପର୍କୀୟା ଓ ଅଭିଯୁକ୍ତ ମାଡ଼ ମାରିଥିବା ନେଇ ନାବାଳିକା ୨୦୧୭ ଜାନୁୟାରୀ ୨୮ରେ ବିକ୍ରମପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତ ମଣ୍ଟୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୯ ଜଣଙ୍କ ସାକ୍ଷ୍ୟପ୍ରମାଣଙ୍କୁ ଭିତ୍ତିକରି ଅତିରିକ୍ତ ଜିଲା ଓ ଦୌରାଜଜ୍‌ ଅଭିଯୁକ୍ତ ମଣ୍ଟୁକୁ ଦୋଷୀ ସାବ୍ୟସ୍ତ କରିଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରୋସିକ୍ୟୁଟର ସରୋଜ ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ।


All Right Reserved By

କେଏସ୍‌ଆଇପିଏଲ ଉଦ୍ୟମରେ ଲାଗିଲା ଶତାଧିକ ଚାରା : ‘ଗଛ ଲଗାଅ, ସୁରକ୍ଷା ଦିଅ’

ପରଜଙ୍ଗ, ୬।୭(ଡି.ଏନ.ଏ.): ପରଜଙ୍ଗ ବ୍ଲକ ବାରିହାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ୭୦ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ବନ ବିଭାଗ ଏବଂ ୫୩ନଂ. ଜାତୀୟ...

୩ ଦିନ ହେଲା ଯାତାୟାତ ଠପ୍‌: ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଛେଣ୍ଡିପଦା,୧୯।୭ (ସ୍ବ.ପ୍ର.)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପାତ୍ରପଡା ପଞ୍ଚାୟତ ବରମଳିହାସାହି ଲୋକେ ଯାତାୟାତ କରୁଥିବା ରାସ୍ତାକୁ ଗ୍ରାମର କେତେଜଣ ବ୍ୟକ୍ତି ବନ୍ଦ କରିଦେଇଥିବାରୁ ୩ ଦିନ...

ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ: ପରେଡ୍‌ରେ ଅଂଶଗ୍ରହଣ କରିବେ ୫୦ ଦଳ

ଅନୁଗୋଳ ଅଫିସ, ୧୭।୭- ଅନୁଗୋଳ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ମଙ୍ଗଳବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଜିଲାପାଳ ମନୋଜ କୁମାର...

ଜନବସତିରେ ଦନ୍ତା ଦୌରାତ୍ମ୍ୟ

ପରଜଙ୍ଗ, ୧୮।୮(ଡି.ଏନ୍‌.ଏ.)  ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ଦାନ୍ତ କଟାଯାଇଥିବା ଦନ୍ତା ହିଂସ୍ର ହୋଇଉଠିଛି। ଜନବସତିରେ ପଶି ହାତୀ ଦୌରାତ୍ମ୍ୟ ସୃଷ୍ଟି କରୁଛି।...

ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ:ଜୁନିୟର କଲେଜରେ ୯୦.୨୩%

ଢେଙ୍କାନାଳ ଅଫିସ/ଭାପୁର(ଡି.ଏନ୍‌.ଏ.), ୪।୬ପ୍ରକାଶ ପାଇଛି ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ। ଢେଙ୍କାନାଳ ଜୁନିୟର କଲେଜର ପାସ୍‌ ହାର ରହିଛି ୯୦.୨୩%। ପରୀକ୍ଷା ଦେଇଥିବା ୨୫୨ ଛାତ୍ରୀଛାତ୍ରଙ୍କ...

ଗ୍ରାମସଭାରେ ଗଣ୍ଡଗୋଳ, ଜଣେ ମୃତ

ଛେଣ୍ଡିପଦା,୧୨।୬(ଡି.ଏନ.ଏ.)-ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାହାଳସାହି ପଞ୍ଚାୟତ ଗୋହିରାପଶିରେ ମଙ୍ଗଳବାର ରାତି ୯ଟାରେ ଗ୍ରାମସଭା ଚାଲିଥିବାବେଳେ ଗଣ୍ଡଗୋଳ ଘଟି ସ୍ଥାନୀୟ ଅଞ୍ଚଳର ଅନାମ ଖିଲାରଙ୍କ ମୃତ୍ୟୁ...

ତାଳଚେରରେ ବ୍ରଜକିଶୋର ୨୩୦୯୩ ଭୋଟରେ ଆଗୁଆ

ତାଳଚେର, ୨୩ା୫(ନି.ପ୍ର.)- ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ୨୮ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ବ୍ରଜକିଶୋର ପ୍ରଧାନ ୨୩୦୯୩ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ଏହି ରାଉଣ୍ଡରେ...

ଆଇଆଇଏମ୍‌ସିରେ ଓଏସ୍‌ଓୟୁ ଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ : ନିରନ୍ତର ଲେଖା ଅଭ୍ୟାସ ରଖିବାକୁ ଆହ୍ବାନ

ଢେଙ୍କାନାଳ ଅଫିସ,୧୮ା୫ – ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଓଏସ୍‌ଓୟୁ)ର ସାମ୍ବାଦିକତା ଶିକ୍ଷାର୍ଥୀଙ୍କ ଦ୍ୱିତୀୟ ବ୍ୟାଚ୍‌ ପ୍ରଶିକ୍ଷଣ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *