Posted inଖେଳ

ଆଇସିସି ମହିଳା ବିଶ୍ୱକପ୍‌ ୨୦୨୧ ନ୍ୟୁଜିଲାଣ୍ଡରେ

ଖ୍ରିଷ୍ଟଚର୍ଚ୍ଚ, ୧୯ା୬ (ପି.ଟି.)-ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍‌ ୨୦୨୧ ନ୍ୟୁଜିଲାଣ୍ଡରେ ସେହିବର୍ଷ ଜାନୁୟାରୀ ୩୦ରୁ ହେବ। ସେମିଫାଇନାଲ ଏବଂ ଫାଇନାଲ ସମେତ ଏଥିରେ ମୋଟ ୩୧ ମ୍ୟାଚ ଖେଳାଯିବ। ନ୍ୟୁଜିଲାଣ୍ଡ ପୂର୍ବରୁ ଏକାକି ଅବା ମିଳିତ ଭାବେ ହେଉ ଏଭଳି ଇଭେଣ୍ଟ ଚତୁର୍ଥ ଥର ଆୟୋଜନ କରିବାକୁ ଯାଉଛି। ପୂର୍ବରୁ ଏହି ଦେଶ ୧୯୯୨ ଏବଂ ୨୦୧୫ରେ ପୁରୁଷ ବିଶ୍ୱ କପ୍‌ ଏବଂ ୨୦୦୦ରେ ମହିଳା ଇଭେଣ୍ଟ ସଫଳତାର ସହିତ ଆୟୋଜନ କରିସାରିଛି। ୫୦ ଓଭର ବିଶିଷ୍ଟ ଏହି ଟୁର୍ନାମେଣ୍ଟ ଜାନୁୟାରୀ ୩୦ରୁ ଫେବୃୟାରୀ ୨୦ ପର୍ଯ୍ୟନ୍ତ ହେବ। ନ୍ୟୁଜିଲାଣ୍ଡ କ୍ରିକେଟ ତରଫରୁ ଏକ ବିବୃତ୍ତିରେ ଏହା ପ୍ରକାଶ କରାଯାଇଛି। ୨୦୨୧ ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍‌ ହେଉଛି ଇଭେଣ୍ଟର ଦ୍ୱାଦଶ ସଂସ୍କରଣ। ଏଥିପାଇଁ ଆୟୋଜକ ହିସାବରେ ନ୍ୟୁଜିଲାଣ୍ଡ ଆପେ ଯୋଗ୍ୟତା ଅର୍ଜନ କରିଛି। ଏହି ସମ୍ମାନଜନକ ଇଭେଣ୍ଟ ଲାଗି ଆଇସିସି ମହିଳା ଚାମ୍ପିୟନଶିପ୍‌ ଷ୍ଟାଣ୍ଡିଂର ଶ୍ରେଷ୍ଠ ୪ ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି। ଅବଶିଷ୍ଟ ୩ ଦଳକୁ କ୍ୱାଲିଫାୟର ଇଭେଣ୍ଟ ଜରିଆରେ ଯୋଗ୍ୟତା ହାସଲ ଅର୍ଜନ କରିବାକୁ ପଡ଼ିବ। କ୍ୱାଲିଫାୟର ଇଭେଣ୍ଟରେ ୨୦୧୯ରେ ଆଫ୍ରିକା, ଆମେରିକା, ଏସିଆ, ଇଷ୍ଟ ଏସିଆ ପ୍ୟାସିଫିକ୍‌ ଏବଂ ୟୁରୋପରେ ହେବାକୁଥିବା ଆଞ୍ଚଳିକ ଟୁର୍ନାମେଣ୍ଟର ବିଜେତା ବ୍ୟତୀତ ବାଂଲାଦେଶ ଏବଂ ଆୟର୍ଲାଣ୍ଡ ଭାଗ ନେବେ। ବର୍ତ୍ତମାନ ପଏଣ୍ଟ ଟେବୁଲର ଶ୍ରେଷ୍ଠ ୪ ସ୍ଥାନରେ ରହିଥିବା ଦଳଗୁଡ଼ିକ ହେଲେ ଅଷ୍ଟ୍ରେଲିଆ (୨୨ପଏଣ୍ଟ), ଗତଥରର ଚାମ୍ପିୟନ ଇiଂଲଣ୍ଡ(୨୨), ଭାରତ (୧୬) ଏବଂ ଦକ୍ଷିଣ ଆଫ୍ରିକା(୧୬)।


All Right Reserved By

Posted inଖେଳ

ୟୁରୋ ଟି୨୦ ସ୍ଲାମ ଲିଗ୍‌ ଖେଳିବେ ଷ୍ଟେନ୍‌

ନୂଆଦିଲ୍ଲୀ, ୨।୭(ପି.ଟି.)- ଆଘାତଜନିତ ସମସ୍ୟା ଲାଗି ଚଳିତ ଆଇସିସି ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଥିବା ଦକ୍ଷିଣ ଆଫ୍ରିକା ଷ୍ଟାର୍‌ ବୋଲର ଡେଲ୍‌ ଷ୍ଟେଇନ୍‌ ୟୁରୋ ଟି୨୦ ସ୍ଲାମ...

ସ୍ବତନ୍ତ୍ର ତାଲିକାରେ ବିଜୟ ଶଙ୍କର

ମାଞ୍ଚେଷ୍ଟର,୧୭।୬- ଭାରତୀୟ ଅଲରାଉଣ୍ଡର ବିଜୟ ଶଙ୍କର ବିଶ୍ୱକପ୍‌ ଇତିହାସର ୩ୟ ବୋଲର ଭାବେ ପ୍ରଥମ ବଲରେ ଉଇକେଟ ନେବାର ସଫଳତା ପାଇଛନ୍ତି। ଏଠାରେ ପାକିସ୍ତାନ ବିପକ୍ଷରେ...

ଇଟାଲିଆନ ଓପନ:କୋର୍ଟ ଉପରେ କିର୍ଗିଅସଙ୍କ କାଣ୍ଡ

ରୋମ, ୧୭|୫- ଅଷ୍ଟ୍ରେଲିଆନ୍‌ ଟେନିସ ଖେଳାଳି ନିକି କିର୍ଗିଅସଙ୍କୁ ଏଠାରେ ଚାଲିଥିବା ଇଟାଲିଆନ ଓପନ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ ମଝିରୁ ବିଦା କରାଯାଇଛି। ଗୁରୁବାର...

ରୁଟ୍‌ଙ୍କ ଶତକ: ଇଂଲଣ୍ଡର ସହଜ ବିଜୟ

ସାଉଥାମ୍ପଟନ,୧୫।୬(ପି.ଟି.)- ପ୍ରଥମେ ଦ୍ରୁତ ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ ଓ ପରେ ତାରକା ଓପନର ଜୋ ରୁଟ୍‌ଙ୍କ ଅପରାଜିତ ଶତକ ସହାୟତାରେ ଆୟୋଜକ ତଥା ଫେଭରାଇଟ୍‌ ଇଂଲଣ୍ଡ...

ନାଗାଲ ଖେଳିବେ ପ୍ରଥମ ଏଟିପି ୫୦୦ ଇଭେଣ୍ଟ

ହମବର୍ଗ, ୨୧ା୭ (ପି.ଟି.)-ଭାରତର ଯୁବ ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ସୁମିତ ନାଗାଲ ତାଙ୍କ କ୍ୟାରିୟରର ପ୍ରଥମ ଏଟିପି ୫୦୦ ଇଭେଣ୍ଟ ଖେଳିବାକୁ ଯାଉଛନ୍ତି। ରବିବାର ହମବର୍ଗ...

ତେନ୍ଦୁଲକରଙ୍କୁ ପଛରେ ପକାଇଲେ ରୋହିତ

ଲଣ୍ଡନ,୯ା୬: ଭାରତୀୟ ଦଳର ଓପନର ରୋହିତ ଶର୍ମା ନିର୍ଦ୍ଦିଷ୍ଟ ଦଳ ବିପକ୍ଷରେ ଦୁଇ ହଜାର ରନ୍‌ କରିବାରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି।...

କମଳା ରଙ୍ଗର ଜର୍ସିକୁ ଦୋଷ ଦେଲେ ମେହବୁବା ମୁଫ୍‌ତି

ଶ୍ରୀନଗର,୧ା୭(ପି.ଟି.)- ପୂର୍ବତନ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଭାରତୀୟ କ୍ରିକେଟ ଦଳର ପରାଜୟ ଲାଗି କମଳା ରଙ୍ଗର ଜର୍ସିକୁ ଦୋଷାରୋପ କରିଛନ୍ତି। ମୋତେ ଅନ୍ଧବିଶ୍ୱାସୀ...

ରାଜ୍ୟ ୧୭ ବର୍ଷରୁ କମ୍‌ ଚେସ୍‌ସାଇନା, ଦେବୀ ଚାମ୍ପିୟନ

ଭୁବନେଶ୍ୱର, ୨୦।୫(କ୍ରୀଡ଼ା ପ୍ରତିନିଧି): ବାଲେଶ୍ୱର ଜିଲା ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଚଳିତମାସ ୧୮ରୁ ୨୦ ପର୍ଯ୍ୟନ୍ତ ବାଲେଶ୍ୱର ଲ’ କଲେଜରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ ୧୭...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *