ଅନୁଗୋଳ ଜିଲାରେ ୭୦ ପ୍ରତିଶତ ମତଦାନ: ଇଭିଏମ୍‌ରେ ସିଲ୍‌ ୪୨ ପ୍ରାର୍ଥୀଙ୍କ ଭାଗ୍ୟ

ଅନୁଗୋଳ ଅଫିସ, ୨୪।୪- ଅନୁଗୋଳ ଜିଲାର ୫ଟି ନିର୍ବାଚନମଣ୍ଡଳୀରେ ମଙ୍ଗଳବାର ମତଦାନ ଶେଷ ହୋଇଛି। ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ବିଭିନ୍ନ ବୁଥ୍‌ରେ ମତଦାନ ହୋଇଥିଲା। କେତେକରେ ଇଭିଏମ୍‌ରେ ତ୍ରୁଟି ଯୋଗୁ ବିଳମ୍ବ ହୋଇଥିବା ବେଳେ ଆଉ କେତେକ ବୁଥରେ ସମୟ ସରିବା ପୂର୍ବରୁ ଭିଡ଼ ବଢ଼ିଯିବାରୁ ଏପରି ଡେରି ହୋଇଥିବା କୁହାଯାଇଛି। ତେବେ ଜିଲାରେ ମତଦାନ ହାର ୭୦ ପ୍ରତିଶତ ରହିଥିବା ସୂଚନା ମିଳିଛି।

ଜିଲାର ମୋଟ୍‌ ୧୧୬୩  ମତଦାନ କେନ୍ଦ୍ରରେ ୪୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ୯ଲକ୍ଷ ୭୪ ହଜାର ୯୫୧ ଭୋଟର। ଏଥିପାଇଁ ସକାଳୁ ମତଦାତାମାନେ ବୁଥ୍‌ଗୁଡ଼ିକରେ ଭିଡ଼ ଲଗାଇଥିଲେ। ତେବେ ଭୋଟର ଲିଷ୍ଟରେ ନଁା ନ ଥିବାରୁ ବହୁ ଲୋକ ନିରାଶ ହୋଇ ଫେରିଯାଇଥିଲେ। ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅନୁଗୋଳ ନିର୍ବାଚନମଣ୍ଡଳୀ, ଆଠମଲ୍ଲିକ ଓ ପାଲଲହଡ଼ା ପାଇଁ ଭୋଟଗ୍ରହଣ ସମୟ ରଖାଯାଇଥିଲା। ସେହିପରି ତାଳଚେର ଓ ଛେଣ୍ଡିପଦା ପାଇଁ ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ ବୋଲି କୁହାଯାଇଥିଲା। କିନ୍ତୁ ଇଭିଏମ୍‌ ତ୍ରୁଟି ଓ ପରିଚାଳନାଗତ ଅବ୍ୟବସ୍ଥା କାରଣରୁ ନିର୍ଦ୍ଧାରିତ ସମୟରେ ମତଦାନ ଶେଷ ହୋଇପାରି ନ ଥିଲା। କେତେକ ସ୍ଥାନରେ ରାତି ୧୧ଟା ଯାଏ ଭୋଟ ନିଆଯାଇଥିଲା। ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ୭୨ ପ୍ରତିଶତ ହୋଇଥିବା ସୂଚନା ମିଳିଛି। ଏଠାରେ ମୋଟ୍‌ ମତଦାତାଙ୍କ ସଂଖ୍ୟା ୧,୭୮,୬୦୯ ଥିବା ବେଳେ ସେଥିରୁ ପୁରୁଷଙ୍କ ସଂଖ୍ୟା ୯୪,୮୦୯ ଓ ମହିଳା ୮୩, ୭୭୩ ଏବଂ ୨୭ଜଣ ୩ୟ ଲିଙ୍ଗି ଭୋଟର ରହିଛନ୍ତି। ତେବେ ମତଦାନ ବେଳେ ସେପରି ଗଣ୍ଡଗୋଳ କି ହିଂସାକାଣ୍ଡ ଘଟି ନ ଥିବା ଉପଜିଲାପାଳ ତଥା ରିଟର୍ନିଂ ଅଫିସର ପରେଶ ଚନ୍ଦ୍ର ନାୟକ ଓ ଏସ୍‌ଡିପିଓ ହେମନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି। ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ମଙ୍ଗଳବାର ୨୫୦ ବୁଥ୍‌ରେ ଭୋଟଗ୍ରହଣ କରାଯାଇଛି। ଏଠାରେ ମଧ୍ୟ ମତଦାନ ବିଳମ୍ବିତ ହୋଇଛି। ତଥାପି ୫୮ ପ୍ରତିଶତ ମତଦାନ ହୋଇଥିବା ରିଟର୍ନିଂ ଅଫିସର ତଥା ଆଠମଲ୍ଲିକ ଉପଜିଲାପାଳ ସୁବାସ ଚନ୍ଦ୍ର ରାୟ ପ୍ରକାଶ କରିଛନ୍ତି। ସୋଲଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଭାଜପା ବିଧାୟକ ପ୍ରାର୍ଥୀ ଭାଗୀରଥି ପ୍ରଧାନ ୯୪ ନମ୍ବର ବୁଥ୍‌ରେ ଭୋଟ ଦେଇଥିଲେ। ସେହିପରି କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଜୟାନନ୍ଦ ଚାଉଳିଆ ମଳିପଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୮୫ ନମ୍ବର ବୁଥ୍‌ରେ ଭୋଟ ଦେଇଥିଲେ। ବିଜେଡି ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ବନ୍ଧଗାଁ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ୧୨୪ ନମ୍ବର ବୁଥ୍‌, ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ନଳିନୀ ପ୍ରଧାନ ତୁରୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫୯ ନମ୍ବର ବୁଥରେ ମତଦାନ କରିଥିଲେ। ଅଙ୍ଗପଡା ନୋଡାଲ ଉପ୍ରା ବିଦ୍ୟାଳୟରେ ୫୮ ନମ୍ବର ବୁଥ୍‌ରେ ଆଠମଲ୍ଲିକ ବିଧାୟକ ସଞ୍ଜୀବ ସାହୁ ପୁଅଙ୍କ ସହ ଆସି ମତଦାନ କରିଥିଲେ। ସେହିପରି ପାଲଲହଡ଼ା ନିର୍ବାଚନ ମଣ୍ଡଳୀରେ ୭୫ ପ୍ରତିଶତ ଓ ଛେଣ୍ଡିପଦାରେ ୬୫ ପ୍ରତିଶତ ମତଦାନ ହୋଇଥିବା ସୂଚନା ମଳିଛି।


All Right Reserved By

ଗଇଲୋ ଅଞ୍ଚଳରେ ନରହନ୍ତା ଦନ୍ତା

ଢେଙ୍କାନାଳ ଅଫିସ, ୧୨।୫- ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳରେ ଦୀର୍ଘଦିନ ଧରି ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତା ହାତୀକୁ ଶୁକ୍ରବାର ଓଡ଼ାପଡ଼ା ବ୍ଲକ ସଦର...

କାମାକ୍ଷାନଗରରେ ଆଦିବାସୀଙ୍କ ମେଳି: ୧୦ ଦଫା ଦାବିରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କାମାକ୍ଷାନଗର,୨୨।୭(ଡି.ଏନ.ଏ.)- ୧୦ ଦଫା ଦାବିରେ ଆଦିବାସୀ କ୍ରାନ୍ତି ସଂଗଠନ, ଆଦିବାସୀ ଚେତନା ସଂଗଠନ ଓ ମିଳିତ ଆଦିବାସୀ ସଂଘର୍ଷ ମଞ୍ଚର ଶତାଧିକ ଆଦିବାସୀ ସୋମବାର କାମାକ୍ଷାନଗର...

୩ୟ ରାଉଣ୍ଡ ସୁଦ୍ଧା ମୁକେଶ ପାଲ ଆଗରେ

ପାଲଲହଡ଼ା, ୨୩ା୫(ଡି.ଏନ.ଏ.)- ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ମୁକେଶ ପାଲ ୨୬୧ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ମୁକେଶ ୧୮୯୩...

ନିର୍ଭୟ ବଳାତ୍କାରୀ, ନିଷ୍କ୍ରିୟ ପୋଲିସ

ଅନୁଗୋଳ ଅଫିସ, ୨୨।୭: ଶିଳ୍ପ ସମୃଦ୍ଧ ଅନୁଗୋଳ ଏବେ ଅପରାଧୀଙ୍କ ଚରାଭୂଇଁ ପାଲଟିଛି। ଶିଶୁ ବଳାତ୍କାର ପରି ସଙ୍ଗିନ ଘଟଣା ବୃଦ୍ଧି ଏବେ ପୋଲିସ ପ୍ରଶାସନର ସୁରକ୍ଷା...

ପ୍ରଦୂଷଣ ବଳୟରେ ବ୍ରାହ୍ମଣୀ : କମୁଛନ୍ତି ଜଳଚର ଜୀବ

ଭୁବନ, ୬।୬(ଡି.ଏନ.ଏ.)- ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ପ୍ରଦୂଷଣ ବଳୟରେ। କଳକାରଖାନାର ବର୍ଜ୍ୟବସ୍ତୁ ସିଧାସଳଖ ନଦୀରେ ମିଶୁଥିବାବେଳେ ଏହାର ପାଣି ପ୍ରଦୂଷିତ ହେବାରେ ଲାଗିଛି।...

ହଣ୍ଡପା ରେଞ୍ଜରେ ହାତୀ ଉପଦ୍ରବ, ଚିନ୍ତାରେ ଚାଷୀ

ବଇଣ୍ଡା,୨୧।୭(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ହଣ୍ଡପା ରେଞ୍ଜ ଅଧୀନରେ ଥିବା ରାଇନାଳୀ, ହେମାମୁରା, ବାତ୍ରାଖୋଳ, ଲକ୍ଷ୍ମୀପୁର, ଟେଣ୍ଟୁଲୀ ଗ୍ରାମ ଗୁଡ଼ିକରେ ଗତ କିଛିଦିନ ହେବ ହାତୀ ଉପଦ୍ରବ ଲାଗି...

ଏ-୧ ଗ୍ରେଡ୍‌ଧାରୀଙ୍କୁ ସମ୍ବର୍ଦ୍ଧନା:‘ବୌଦ୍ଧିକ ଜ୍ଞାନ ବିକଶିତ କର’

ଢେଙ୍କାନାଳ ଅଫିସ, ୪।୬ କଠିନ ପରିଶ୍ରମ, ନିଷ୍ଠା, ଅଧ୍ୟାବସାୟ ବିଦ୍ୟାର୍ଥୀ ଜୀବନର ମୂଳ ପୁଞ୍ଜି। ଦକ୍ଷତା ଏବଂ ବୌଦ୍ଧିକ ଜ୍ଞାନ ବିକଶିତ ହେଲେ ଛାତ୍ରୀଛାତ୍ରମାନେ ସଫଳ...

ପୁସ୍ତକ ମଣିଷର ଅନ୍ତରଙ୍ଗ ବନ୍ଧୁ

ସୋନପୁର,୨୪।୪(ନି.ପ୍ର.)- ଦୁଃଖ ଓ ସୁଖ ସମୟରେ ପୁସ୍ତକ ସାଥି ହୋଇଥାଏ। ପୁସ୍ତକ ପଢିଲେ ଜ୍ଞାନ ବଢେ, ଆତ୍ମ ସନ୍ତୋଷ ମିଳେ। ଦୁଶ୍ଚିନ୍ତା ଦୂର ହୁଏ। ତେଣୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *