କିଶୋରନଗରରେ ବଢୁଛି ଚୋରା ମଦ କାରବାର: ଅବକାରୀ ବିଭାଗ ନୀରବ, ସାଧାରଣରେ ଅସନ୍ତୋଷ

ବଇଣ୍ଡା,୧୮।୬(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ଥାନା ବାମୁର, କିଶୋରନଗର, ବାଟିମୁଣ୍ଡା, ସଞ୍ଜାମୁରା, ହିମିତିରା, ଅଙ୍ଗପଡ଼ା, ତୁରୁଡା, ରଣିଆକଟା ଆଦି ବିଭିନ୍ନ ଗ୍ରାମରେ ଚୋରା ମଦ କାରବାର ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। ଫଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ୁଛି। ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।

ଘଟଣାରୁ ଜଣାପଡ଼ିଛି, ଏହି ଅଞ୍ଚଳରେ କେତେକ ଝୁମ୍ପୁଡ଼ି ହୋଟେଲ, ପାନ ଦୋକାନ ଓ କିଛି ବ୍ୟକ୍ତି ସେମାନଙ୍କ ଘରେ ଚୋରା ଦେଶୀ ମଦ ଓ ବିଦେଶୀ ମଦ ବିକ୍ରି କରୁଛନ୍ତି। ଏଥିରୁ ଭଲ ଦୁଇ ପଇସା ଲାଭ ମିଳୁଥିବାବେଳେ କେତେକ ବ୍ୟକ୍ତି ଫ୍ରିଜ ରଖି ଏହି ବ୍ୟବସାୟ ଚଳାଇଛନ୍ତି। ସେହିପରି ଦେଶୀ ମଦ ଭାଟି ଓ ବିଦେଶୀ ମଦ ଦୋକାନ ଗୁଡ଼ିକରେ ବ୍ୟବସାୟ ବୃଦ୍ଧି କରିବା ପାଇଁ ବାଇକ ମାଧ୍ୟମରେ ବିଭିନ୍ନ ଗ୍ରାମକୁ ମଦ ଯୋଗାଇ ଦିଆଯାଉଛି। ଏଥିଯୋଗୁ ନିର୍ଭୟରେ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ସାରେ ଯୁବକମାନେ ମଦ୍ୟପାନ କରି ଗଣ୍ଡଗୋଳ ସୃଷ୍ଟି କରୁଛନ୍ତି। ଚୋରା ବ୍ୟବସାୟୀମାନେ ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗର କେତେକ କର୍ମଚାରୀଙ୍କୁ ହାତ ଗୁଞ୍ଜା ଦେଇ ଖୋଲାଖୋଲି ଭାବେ ବ୍ୟବସାୟ କରୁଥିବା ସାଧାରଣରେ ଅଭିଯୋଗ ହୋଇଛି। ତୁରନ୍ତ ଏଥିପ୍ରତି ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଏ ନେଇ କିଶୋରନଗର ଥାନା ଆଇଆଇସି ପ୍ରତିଭା ମାଝିଙ୍କୁ ପଚାରିବାରୁ ସେ କୌଣସି ମନ୍ତବ୍ୟ ନ ଦେଇ ପ୍ରସଙ୍ଗକୁ ଏଡ଼ାଇ ଦେଇଥିଲେ। ଅବକାରୀ ବିଭାଗର ଆଠମଲ୍ଲିକ ଉପନୀରିକ୍ଷକ ପ୍ରଫୁଲ କୁମାର ପତି କହିଛନ୍ତି, ବିଭାଗ ପକ୍ଷରୁ ବାରମ୍ବାର ଚଢାଉ କରାଯାଇ ପଦକ୍ଷେପ ନିଆଯାଉଛି।


All Right Reserved By Dharitri.Com

ପ୍ରତିଶ୍ରୁତିରେ ସ୍ମାର୍ଟ ସିଟି ରାଉରକେଲାର ବିକାଶ

ଦିନେ ମ୍ୟୁନିସିପାଲିଟି ଓ ଷ୍ଟିଲ ଟାଉନଶିପ୍‌ ଅନ୍ତର୍ଗତ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ନେଇ ରାଉରକେଲା ସହର ଗଢି ଉଠିଥିଲା । ପର୍ଯ୍ୟାୟ କ୍ରମେ ସେହି ସହର...

ପୁଞ୍ଜିଲାଲଙ୍କୁ ୪ ଦିନିଆ ଅନ୍ତରୀଣ ଜାମିନ ଦେଲେ ହାଇକୋର୍ଟ

କଟକ ଅଫିସ,୨୨।୧: ବଲାଙ୍ଗୀର ଜିଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ବୁଧବାର ଅନ୍ତରୀଣ ଜାମିନ...

କଟକ ଦେବୀଗଡ଼ା ଲୋକାରଣ୍ୟ

କଟକ ଅଫିସ,୧୦ା୧୦: ଶାନ୍ତିଶୃଙ୍ଖଳାରେ ସରିଛି ଦୁର୍ଗାପୂଜା। ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ଭସାଣି ମାଧ୍ୟମରେ ମେଲାଣି ନେଇଛନ୍ତି। ଦେବୀଗଡ଼ା ନିକଟରେ ହୋଇଥିବା...

ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ : ସାଢ଼େ ୯ରେ ପହଣ୍ଡି, ୪ଟାରେ ରଥଟଣା

ପୁରୀ ଅଫିସ, ୧୦।୬ : ଆସନ୍ତା ଜୁଲାଇ ୪ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା। ଏହାକୁ ସୁରୁଖୁରରେ ସମ୍ପନ୍ନ କରିବା ଲାଗି ଚଳିତବର୍ଷ ଶ୍ରୀମନ୍ଦିର ପ୍ରଶାସନ ସଅଳ...

ଧିମଉଛି ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ

ପୁରୁଣା ଭୁବନେଶ୍ୱର ,୨୧ା୧୨(ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରକ୍ରିୟା ଧିମୋଉଛି। ଶୁକ୍ରବାର ଲିଙ୍ଗରାଜ ଥାନା ଭାଙ୍ଗିବାର ଥିଲା। ମାତ୍ର ମାଲଖାନାରେ ଥିବା ଆସବାବପତ୍ର ଓ...

ଗାନ୍ଧୀ ପାର୍କରେ ଦୁଇଦିନିଆ ପୁଷ୍ପ ପ୍ରଦର୍ଶନୀ ଆରମ୍ଭ, ଆକର୍ଷଣୀୟ ଫୁଲର ସମ୍ଭାର

ପୁରୀ ଅଫିସ, ୧୯ା୧: ଭଳିକି ଭଳି ଫୁଲର ସମ୍ଭାରରେ ବେଶ୍‌ ଆକର୍ଷଣୀୟ ଲାଗୁଛି ଗାନ୍ଧୀ ପାର୍କ। ପାର୍କକୁ ଯେଉଁମାନେ ବୁଲି ଆସିଥିଲେ ସେମାନେ ରଙ୍ଗ ବେରଙ୍ଗର...

ଯୋଡ଼ାରେ ଲଜ୍ଜା, ନାବାଳିକାକୁ ଗଣବଳତ୍କାର

ଯୋଡ଼ା,୨୫।୬(ଡି.ଏନ୍‌.ଏ.):  କେନ୍ଦୁଝର ଜିଲା ଯୋଡ଼ା ସହରରେ ଲଜ୍ଜା। ଜଣେ ନାବାଳିକାକୁ ଗଣବଳତ୍କାର କରାଯାଇଥିବା ଜଣାପଡ଼ିଛି। ଯୋଡ଼ା ଲକ୍ଷ୍ମୀ ପଡ଼ିଆଠାରେ ସୋମବାର ରାତିରେ ନାବାଳିକା ତାଙ୍କ ପ୍ରେମିକଙ୍କ...

ନନ୍ଦନକାନନ: ୩୫ହଜାର ପର୍ଯ୍ୟଟକ

ବାରଙ୍ଗ,୨ା୧(ଡି.ଏନ୍‌.ଏ): ନୂଆବର୍ଷର ପ୍ରଥମ ଦିନରେ ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ୩୫ହଜାର ୮୪୭ଜଣ ପର୍ଯ୍ୟଟକ ଆସିଥିବା ନନ୍ଦନକାନନ ଉପନିର୍ଦ୍ଦେଶ ଜୟନ୍ତ କୁମାର ଦାଶ କହିଛନ୍ତି। ଗତ କିଛିଦିନ...

Leave a comment

Your email address will not be published. Required fields are marked *