Posted inଜାତୀୟ

ବିହାରରେ ମସ୍ତିକ ଜ୍ୱରରେ ପ୍ରାଣ ହରାଉଛନ୍ତି ଶିଶୁ, ସାଙ୍ଗଙ୍କ ସହ ପାର୍ଟି କରୁଛନ୍ତି ଚିରାଗ ପାଶଓ୍ବାନ

ପାଟଣା, ୧୮।୬: ବିହାରରେ ମସ୍ତିକ ଜ୍ୱରରେ ପ୍ରତି ଘଣ୍ଟାରେ ଶିଶୁ ମୃତ୍ୟୁ ଖବର ଆସୁଥିଲାବେଳେ ସେପଟେ ଗୋଆରେ ଯୁବତୀଙ୍କ ସହ ପାର୍ଟି କରୁଛନ୍ତି ଲୋକ ଜନଶକ୍ତି ପାର୍ଟି(ଏଲଜିପି)ଏମ୍‌ପି ଚିରାଗ ପାଶଓ୍ବାନ। ଚିରାଗ ହୋଟେଲରେ ମସ୍ତି କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି। ମସ୍ତିକ ଜ୍ୱରରେ ଏପର୍ଯ୍ୟନ୍ତ ୧୦୫ ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ ମୁଜାଫରପୁରରେ କେନ୍ଦ୍ରୀୟ ଟିମ୍‌ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେପଟେ ଅଂଶୁଘାତରେ ମଧ୍ୟ ରାଜ୍ୟରେ ୨୪୬ ଜଣଙ୍କ ମୃତ୍ୟୁ ହେଲାଣି। ଏଭଳି ସମୟରେ ଜଣେ ଏମପି ଭାବେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ଆଶ୍ୱାସନା ଦେବା ପରିବର୍ତ୍ତେ ସାଙ୍ଗଙ୍କ ସହ ମିଶି ପାର୍ଟି କରିବା କେତେଦୂର ଠିକ୍‌ ବୋଲି ସୋସିଆଲ୍‌ ମିଡିଆ ୟୁଜର୍ସମାନେ ମତ ଦେଇଛନ୍ତି। ସୂଚନାଯୋଗ୍ୟ, ଏଲଜିପି ସୁପ୍ରିମୋ ରାମବିଳାଶ ପାଶଓ୍ବାନଙ୍କ ପୁଅ ଚିରାଗ ବିହାରର ଜମୁଇ ଲୋକ ସଭା ଆସନରୁ ଏମପି ଅଛନ୍ତି। ଜଣେ ରାଜନେତା ହେବା ସାଙ୍ଗକୁ ସେ ଜଣେ ଅଭିନେତା ମଧ୍ୟ। ଏଲଜିପି ଭାଜପା ସରକାରର ସହଯୋଗୀ ଦଳ କାମ କରୁଛି।


All Right Reserved By

ଭୋପାଳ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା: ଅନ୍ତିମ ସଂସ୍କାରରେ ସାମିଲ ହେଲେ ଦିଗ୍‌ବିଜୟ

ଭୋପାଳ, ୧୦।୬: ମଧ୍ୟପ୍ରଦେଶର କମଳାନଗରରେ ଜଣେ ନାବାଳିକାଙ୍କ ବଳାତ୍କାର ପରେ ତଣ୍ଟିଚିପି ହତ୍ୟା କରାଯାଇଛି। ଏଭଳି ଲଜ୍ଜାଜନକ ଘଟଣା ଯୋଗୁ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିବାବେଳେ...

ଗତବର୍ଷ ଅଧିକ ଶିଶୁ କନ୍ୟା ହୋଇଛନ୍ତି ପୋଷ୍ୟ: ସିଏଆରଏ

ନୂଆଦିଲ୍ଲୀ,୪।୬: ଗତ ୨୦୧-୧୯ ବର୍ଷରେ ଅଧିକ ଶିଶୁକନ୍ୟାଙ୍କୁ ଲୋକେ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଏନେଇ ଚାଇଲ୍ଡ୍‌ ଆଡପଟେଶନ୍‌ ରିସୋର୍ସ ଅଥରିଟି(ସିଏଆରଏ) ପକ୍ଷରୁ ପ୍ରକାଶିତ ଏକ...

ନବଜାତ ଶିଶୁ କଳାଧଳା ବ୍ୟତୀତ ଅନ୍ୟ ରଙ୍ଗ ଜାଣି ପାରନ୍ତି ନାହିଁ

ଶିଶୁ ଜନ୍ମ ହେବା ପରେ ତା’ର ବିଶେଷ ଯତ୍ନ ନିଆଯାଇଥାଏ। କାରଣ ସେ ପ୍ରକୃତି ସହ ଖାପ ନ ଖାଇବା ପର୍ଯ୍ୟନ୍ତ ତା’ର ବିଶେଷ ଧ୍ୟାନ...

ଧାରା ୩୭୦କୁ ନେଇ ଦ୍ୱନ୍ଦ୍ୱରେ କଂଗ୍ରେସ: ମୋଦି ସରକାରଙ୍କ ପ୍ରଶଂସା କରିବ ନା ସମାଲୋଚନା

ନୂଆଦିଲ୍ଲୀ,୬।୮: ସୋମବାର ଜମ୍ମୁ-କଶ୍ମୀରରେ ଧାରା ୩୭୦ ଓ ୩୫ଏ ଉଚ୍ଛେଦ କରାଯିବା ପରେ ଏହା ମୋଦି ସରକାରଙ୍କ ଏକ ଐତିହାସିକ ପଦକ୍ଷେପ ବୋଲି ଆଲୋଚନା ହୋଇଥିଲା।...

ପଶ୍ଚିମବଙ୍ଗରେ ସ୍ଲୋଗାନ ଯୁଦ୍ଧ

କୋଲକାତା,୬ା୬: ଲୋକ ସଭା ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏବଂ ଭାଜପା ମଧ୍ୟରେ ବିବାଦ ଶେଷ ହେବାର ନାଁ ନେଉନାହିଁ।...

ମନମୋହନଙ୍କୁ ରାଜ୍ୟ ସଭାକୁ ଆଣିବା ପାଇଁ କଂଗ୍ରେସର ଉଦ୍ୟମ ଆରମ୍ଭ

ନୂଆଦିଲ୍ଲୀ,୧୬।୬: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ରାଜ୍ୟ ସଭା ସଦସ୍ୟତା କାର୍ଯ୍ୟକାଳ ଜୁନ୍‌ ୧୪ରେ ଶେଷ ହୋଇଛି। ସେ ୧୯୯୧ଠାରୁ ଆସାମରୁ ରାଜ୍ୟ ସଭାକୁ ଗତ...

ଲୋପ ପାଇବାକୁ ବସିଛି ଭାରତର ୧୯୭ ଭାଷା

ନୂଆଦିଲ୍ଲୀ,୧୦।୮: ଭାରତର ୧୯୭ ଭାଷା ଲୋପ ପାଇବାକୁ ବସିଛି। ସେଥିମଧ୍ୟରୁ ୧୦ଟି ବିଭିନ୍ନ ଭାଷା ସମ୍ପର୍କରେ ମାତ୍ର ଶହେ ଜଣେ ସୂଚନା ପ୍ରଦାନକାରୀ ରହିଛନ୍ତି। ଏସବୁ...

୩୦ ଓଡ଼ିଆ ଶ୍ରମିକ ଉଦ୍ଧାର

ସୁରଟ,୫ା୮: ପ୍ରବଳ ବର୍ଷା ଯୋଗୁ ତିନିଦିନ ହେଲା ଗୁଜରାଟର ନଭସାରୀ ଅଞ୍ଚଳରେ ଫସି ରହିଥିବା ୩୦ ଓଡ଼ିଆ ଶ୍ରମିକଙ୍କ ସମେତ ୩୨ ଜଣଙ୍କୁ ସ୍ଥାନୀୟ ପ୍ରଶାସନ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *