ଖୁସି ବ୍ୟକ୍ତ କଲେ ଯୁବ ଭୋଟର

ଅନୁଗୋଳ ଅଫିସ, ୨୪।୪-ପ୍ରଥମ ଥର ପାଇଁ ଭୋଟ୍‌ ଦେବେ। ସେଥିପାଇଁ ଯୁବ ଭୋଟରମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଥିଲା। କାଳେ କିଛି ଭୁଲ ହୋଇଯିବ ତାହାକୁ ନେଇ ମନରେ ଭୟ ବି ଟିକେ ଥିଲା। ହେଲେ ନିର୍ଭୁଲ ଭାବେ ଭୋଟ୍‌ ଦେବା ପରେ ଖୁସି ବ୍ୟକ୍ତ କରିଥିଲେ ଅନୁଗୋଳର କେତେଜଣ ଯୁବ ଭୋଟର। ପ୍ରଥମ ଥର ଏହି ଗଣପର୍ବରେ ସାମିଲ ହେବାର ସୌଭାଗ୍ୟ ପାଇଥିବାରୁ ଯୁବପିଢ଼ି ନିଜକୁ ଧନ୍ୟ ମନେ କରିଥିଲେ। ଏ ସମ୍ପର୍କରେ ଜଣେ ଯୁବ ଭୋଟର ଅପର୍ଣ୍ଣା ରଥ କହିଛନ୍ତି, ଇଭିଏମ୍‌ରେ କେମିତି ଭୋଟ ଦିଆଯାଏ ତାହା ଘର ଲୋକଙ୍କ ଠାରୁ ପଚାରି ବୁଝିଥିଲି। ତେଣୁ ଇଭିଏମ୍‌ ଓ ଭିଭିପିଏଟିର ବ୍ୟବହାର କରିବାରେ କିଛି ଅସୁବିଧା ହେଲାନାହିଁ। ଯିଏ ଯୁବ ପିଢ଼ିଙ୍କ ପାଇଁ କାର୍ଯ୍ୟ କରିବେ ସେପରି ଉପଯୁକ୍ତ ପ୍ରାର୍ଥୀ ଦେଖି ନିଜର ପ୍ରଥମ ମତ ସାବ୍ୟସ୍ତ କରିଛି। ସେହିପରି ସୌମ୍ୟାଜ୍ୟୋତି ପ୍ରଧାନ କହିଛନ୍ତି, ଭୋଟ କିପରି ଦିଆଯାଏ ତାହା ପୂର୍ବରୁ ପରିବାର ଲୋକଙ୍କଠାରୁ ଶୁଣିଥିଲି। ହେଲେ ପ୍ରଥମ ଥର ପାଇଁ ଭୋଟ ଦେଇଥିବାରୁ ଭାରି ଖୁସି ଲାଗୁଛି। ଯୁବ ଭୋଟରମାନେ ଅଧିକ ସଂଖ୍ୟାରେ ମତଦାନ କରି ଦେଶ ଗଠନରେ ସହାୟକ ହେବାର ଆବଶ୍ୟକତା ରହିଛି।


All Right Reserved By Dharitri.Com

ଅନୁଗୋଳ କଲେଜ ଛାତ୍ରଙ୍କ ସାହିତ୍ୟ କୃତି:ପ୍ରକାଶ କଲେ ୨୨୪ ପୃଷ୍ଠାର ଉପନ୍ୟାସ

ଅନୁଗୋଳ ଅଫିସ, ୯।୭ ମାତ୍ର ୨୦ ବର୍ଷ ବୟସରେ ୨୨୪ ପୃଷ୍ଠାର ଉପନ୍ୟାସ ଲେଖିଛନ୍ତି ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ର ପ୍ରଭୁ କଲ୍ୟାଣ ସିଂ।...

ଅନୁଗୋଳରେ ରଜନୀକାନ୍ତ ୬୦୪୪ ଭୋଟରେ ଆଗରେ

ଅନୁଗୋଳ ଅଫିସ, ୨୩ା୫- ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ୨୩ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ରଜନୀକାନ୍ତ ସିଂ ୬୦୪୪ ଭୋଟରେ ଭାଜପାର ପ୍ରତାପ ଚନ୍ଦ୍ର ପ୍ରଧାନଙ୍କଠାରୁ...

ଷ୍ଟାର୍ସ ପ୍ରକଳ୍ପ ପରିକଳ୍ପନା: ଭିତ୍ତିଭୂମି ଦେଖିଲେ ବିଶ୍ୱବ୍ୟାଙ୍କ ପ୍ରତିନିଧି

ଢେଙ୍କାନାଳ ଅଫିସ,୧୭।୭-ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ପରୀକ୍ଷାରେ ଭଲ ଫଳାଫଳ ହାସଲ କରିବା ଲକ୍ଷ୍ୟରେ ନୀତି ଆୟୋଗ ପକ୍ଷରୁ ଷ୍ଟାର୍ସ (ଷ୍ଟ୍ରେଙ୍ଗଦେନିଂ ଟିଚିଙ୍ଗ୍‌-ଲର୍ନିଂ ଆଣ୍ଡ୍‌...

ବିଭୂତି ପ୍ରଧାନ ୧୪୦୪ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-ପରଜଙ୍ଗ ବିଧାନସଭା ଆସନରେ ୧୯ ରାଉଣ୍ଡ ଶେଷ ସୁଦ୍ଧା ଭାଜପା ପ୍ରାର୍ଥୀ ବିଭୂତି ପ୍ରଧାନ ଆଗରେ ରହିଛନ୍ତି। ସେ ୪୪,୮୫୩ ଭୋଟ ପାଇଛନ୍ତି। ତାଙ୍କ...

ହାଟବେଳେ ଭୁଶୁଡ଼ିଲା ପରିତ୍ୟକ୍ତ ରାଇସ୍‌ ମିଲ୍‌ ପାଚେରି; ଚପିଗଲା ଚାରି ଜୀବନ

ଢେଙ୍କାନାଳ ଅଫିସ,୧୦ା୬ ହାଟର ନାଁ ଅଳସୁଆ। ହେଲେ ହାଟୁଆମାନେ ଆଦୌ ଅଳସୁଆ ନୁହନ୍ତି। ସେଥିପାଇଁ ପ୍ରତି ସପ୍ତାହର ଶେଷ ଦିନରେ ଭାରି ଭିଡ଼ ହୁଏ ଢେଙ୍କାନାଳ...

ତାଣ୍ଡବ ରଚିଲା କାଳବୈଶାଖୀ

ଅନୁଗୋଳ ଅଫିସ/ତାଳଚେର (ନି.ପ୍ର.) /କଣିହାଁ/ବନ୍ତଳା/ଛେଣ୍ଡିପଦା/ ପରଜଙ୍ଗ (ଡି.ଏନ୍‌.ଏ.), ୨୯ା୫- ଅନୁଗୋଳ ଏବଂ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ତୋଫାନରେ ବ୍ୟାପକ...

ଅବକାରୀ ବିଭାଗ ପକ୍ଷରୁ ଚଢାଉ: ୩ ଗିରଫ

ବଇଣ୍ଡା,୩୦।୫(ଡି.ଏନ.ଏ.)-ଆଠମଲ୍ଲିକ ଅବକାରୀ ବିଭାଗ ଗୁରୁବାର ଠାକୁରଗଡ଼ ଥାନା ଗୋପିନାଥପୁର ଗ୍ରାମରେ ଚଢାଉ କରି ୪୦ ଲିଟର ଦେଶୀ ମଦ ଜବତ କରିଛି। ଏହି ଘଟଣାରେ ୩...

ଆଜି ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ: ନାମ ଲେଖାଇଲେନି ୧୨୦ ଛାତ୍ରୀଛାତ୍ର

ଅନୁଗୋଳ ଅଫିସ, ୧୩।୭- ଅନୁଗୋଳ ଜୁନିୟର ମହାବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହୋଇଛି। ଶନିବାର ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ...

Leave a comment

Your email address will not be published. Required fields are marked *