Posted inଫୁରସତ

ଏପରି ଗାଁ ଯେଉଁଠି ଅତିଥିଙ୍କୁ ଧୂମପାନ କରିବା ମନା…

କେତେକ ଲୋକ ଧୂମପାନ, ଡ୍ରଗ୍‌ସ, ମଦ, ଗୁଟ୍‌ଖା ଆଦିର ବ୍ୟବହାର କରିଥାନ୍ତି। ବିଶେଷକରି ଯୁବପିଢ଼ି ଏହାଦ୍ୱାରା ଅଧିକ କବଳିତ ହେଉଛନ୍ତି। ମାତ୍ର ରାଜସ୍ଥାନରେ ଏମିତି ଏକ ଗଁା ରହିଛି ଯେଉଁଠି ନିଶା ଦ୍ରବ୍ୟ ସେବନ ପାଇଁ ବାରଣ କରାଯାଇଥାଏ । ଏହି ଛୋଟ ଗଁାର ନାମ ହେଉଛି ଟିକଲା। ଗଁାର ଜନସଂଖ୍ୟା ୧୬ ଶହରୁ ଅଧିକ। ଗାଁରେ ଏପର୍ଯ୍ୟନ୍ତ କେହି କେବେ ନିଶାଦ୍ରବ୍ୟ ଛୁଇଁ ନାହାନ୍ତି ବୋଲି ଲୋକେ କୁହନ୍ତି। ଗାଁର ପିଲାଠାରୁ ବୁଢ଼ାଯାଏ କେହି କୌଣସି ନିଶାଦ୍ରବ୍ୟ ସେବନ କରନ୍ତିି ନାହିଁ। ଗଁାରେ କାହା ଘରକୁ ଅତିଥି ଆସିଲେ ସେମାନେ ମଧ୍ୟ ଧୂମପାନଠାରୁ ଦୂରେଇ ରୁହନ୍ତି। ଗଁାକୁ କେହି ଅଜଣା ଲୋକ ପ୍ରବେଶ କଲେ ମୁଖିଆମାନେ ସେମାନଙ୍କୁ ବିଡି, ସିଗାରେଟ୍‌, ପାନ, ଗୁଟ୍‌ଖା ଆଦି ଖାଉଛ ନା ନାହିଁ ବୋଲି ପ୍ରଶ୍ନ ପଚାରନ୍ତିି । ଯଦି ଲୋକଟି ହଁ କୁହେ ତେବେ ତାକୁ ଗଁାରୁ ତଡ଼ିଦିଆଯାଏ। ଯଦି ନା କୁହେ ତେବେ ତାଙ୍କୁ ଗାଁରେ ପ୍ରବେଶ କରିବାକୁ ଅନୁମତି ମିଳେ। ଗଁାରେ ବାବା ଭଗବାନ ଦାସଙ୍କ ମନ୍ଦିର ଏବଂ ସମାଧି ଥିବାରୁ ଏଠାରେ ନିଶାଦ୍ରବ୍ୟକୁ ବାରଣ କରାଯାଏ। ବାବା ଭଗବାନ ଦାସ ପ୍ରଥମେ ନିଶା ନିବାରଣ ଅଭିଯାନ ଆରମ୍ଭ କରିଥିଲେ ବୋଲି ଗ୍ରାମବାସୀ କୁହନ୍ତି। ଗ୍ରାମବାସୀଙ୍କ ଏପରି ସଂକଳ୍ପ ବର୍ତ୍ତମାନର ସମାଜ ପାଇଁ ଏକ ଉଦାହରଣ ପାଲଟିଛି।


All Right Reserved By

ରାଷ୍ଟ୍ରପତି ଭବନଠାରୁ ମଧ୍ୟ ଅଧିକ ସୁରକ୍ଷା ଦିଆଯାଏ ଏହି ଭବନକୁ

ସବୁ ଦେଶର ସୁରକ୍ଷିତ ସ୍ଥାନ ବା ଭବନ କହିଲେ ବୁଝାଏ ରାଷ୍ଟ୍ରପତି ଭବନ। ଏଠାରେ ସର୍ବଦା କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ। ହେଲେ ଏହଠାରୁ ମଧ୍ୟ...

ଏହି ରାଜକୁମାରୀଙ୍କ ପାଇଁ ପ୍ରାୟ୧୩ ପ୍ରେମିକ ହାରିଥିଲେ ଜୀବନ

ଜଣେ ଝିଅର ସୌନ୍ଦର୍ଯ୍ୟକୁ ନେଇ ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ମତ ରହିଛି। କାହାକୁ ଗୋରା ପତଳା ଝିଅ ପସନ୍ଦ ଆସୁଥିବା ବେଳେ କାହାକୁ ଶ୍ୟାମଳ...

ଗୋଟିଏ ଅକ୍ଷର ଭୁଲ ହେତୁ ଗନ୍ତବ୍ୟସ୍ଥଳରୁ ୧୪୦୦ କିମି ଦୂର ପହଞ୍ଚିଲେ ବୃଦ୍ଧ

ଆମମାନଙ୍କ ଦ୍ୱାରା ହେଉଥିବା ଛୋଟଛୋଟ ଭୁଲ ପାଇଁ ଅନେକ ସମୟରେ ପସ୍ତାଇବାକୁ ପଡିଥାଏ। ପୁଣି କେତେବେଳେ ଏହି ଛୋଟ ଭୁଲ ଆମକୁ ସମସ୍ୟା ଭିତରକୁ ଟାଣି...

ଅକ୍ଷୟ ତୃତୀୟାରେ କରନ୍ତୁ ଏହି ଉପାୟ, ଘରକୁ ଆସିବ ସୁଖ ସମୃଦ୍ଧି

ବୈଶାଖ ମାସ ଶୁକ୍ଳପକ୍ଷରେ ପଡ଼ୁଥିବା ଅକ୍ଷୟ ତୃତୀୟାକୁ ବହୁ ଶୁଭ ମନାଯାଇଥାଏ। ଏହି ଦିନରେ ପୂଜାର୍ଚ୍ଚନା କଲେ ଭକ୍ତକୁ ପୂଣ୍ଣ୍ୟ ମିଳିଥାଏ। ଚଳିତ ବର୍ଷ ଅକ୍ଷୟ...

ପୁରୁଷପ୍ରଧାନ କ୍ଷେତ୍ରରେ ସଫଳ ମହିଳା ଫଟୋଗ୍ରାଫର

ହାତରେ କ୍ୟାମେରା ଧରି ଏହି ନାରୀମାନେ ବାହାରିଥିଲେ ସମାଜର ନିଚ୍ଛକ ବାସ୍ତବତା, ପ୍ରକୃତିର ସୌନ୍ଦର୍ଯ୍ୟ ଓ ସାମାଜିକ ଜୀବନର ବିଭିନ୍ନ ଘଟଣାବଳୀକୁ ନିଜ କ୍ୟାମେରାରେ ଆବଦ୍ଧ...

ବିଶ୍ୱର ସବୁଠୁ ଉଚ୍ଚରେ ଥିବା ହ୍ରଦ

ଲାମଜୁଙ୍ଗ: ନେପାଳର ମାନାଙ୍ଗ ଜିଲାରେ ଏବେ ନୂତନ ଭାବେ ସନ୍ଧାନ ମିଳିଥିବା କାଜିନ ସାରା ହ୍ରଦ ବିଶ୍ୱର ଉଚ୍ଚତମ ହ୍ରଦ ବୋଲି କୁହାଯାଉଛି। ଏହା ପୂର୍ବରୁ...

ବର୍ଗରରୁ ବାହାରିଲା କାଚ ଖଣ୍ଡ: ମେଡିକାଲରେ ପହଞ୍ଚିଲେ ଯୁବକ

ଆଜିକାଲିର ଯୁବପିଢ଼ି ଫାଷ୍ଟ ଫୁଡ୍‌ ଖାଇବାକୁ ବେଶ୍‌ ପସନ୍ଦ କରୁଛନ୍ତି। ପ୍ରତିଦିନ ଏହାକୁ ଖାଇବା ପାଇଁ ପିଜା ହଟ୍‌ ଅବା କୌଣସି ଫାଷ୍ଟ ଫୁଡ୍‌, ବର୍ଗର...

ଅଭିଯୁକ୍ତଙ୍କୁ କୋର୍ଟ ଦେଲେ ଏମିତି ସଜା, ଜାଣିଲେ କରିବେ ପ୍ରଶଂସା

ଦୁଇ ଅଭିଯୁକ୍ତଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟ ଏମିତି ସଜା ଦେଇଛନ୍ତି, ଜାଣିଲେ ପ୍ରଶଂସା ନ କରି ରହିପାରିବେନି। ଦୁଇ ଅଭିଯୁକ୍ତ ଏକ ସ୍କୁଲ ନିକଟରେ ଗୁଳି ଚଳାଇଥିଲେ।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *