Posted inଖେଳ

ବିଶ୍ୱକପ୍‌ ପାଇଁ ସ୍ବତନ୍ତ୍ର ଲକେଟ୍‌ ପିନ୍ଧିଲେ ପାଣ୍ଡ୍ୟା

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜର ନିଆରା ଲୁକ୍‌ ପାଇଁ ପ୍ରସିଦ୍ଧ। କିମ୍ବଦନ୍ତୀ ଫୁଟବଲର ନିଏମାରଙ୍କୁ ଅନୁକରଣ କରୁଥିବା ପାଣ୍ଡ୍ୟା ତାଙ୍କ ଭଳି ହେୟାର୍‌ଷ୍ଟାଇଲ୍‌ ମଧ୍ୟ କରିଛନ୍ତି। ପାଣ୍ଡ୍ୟାଙ୍କ ଆଉ ଏକ ପସନ୍ଦ ହେଉଛି ହୀରା। ଯାହାର ଖୁଲାସା କରିଛନ୍ତି ସାଥୀ ଖେଳାଳି ୟୁଜବେନ୍ଦ୍ର ଚହଲ୍‌। ଚହଲ୍‌ ଟିଭିରେ ସାକ୍ଷାତକାର ନେବା ଅବସରରେ ପାଣ୍ଡ୍ୟା ହୀରା ଉପରେ ଥିବା ତାଙ୍କ ରୁଚି ବିଷୟରେ ଉଲ୍ଲେଖ କରିଛନ୍ତି। ବିଶ୍ୱକପ୍‌ ପୂର୍ବରୁ ସ୍ବତନ୍ତ୍ର ଭାବେ ଏକ ଲକେଟ୍‌ ପ୍ରସ୍ତୁତ କରିଛନ୍ତି। ଉକ୍ତ ଲକେଟରେ ବ୍ୟାଟ୍‌-ବଲ୍‌ ରହିଛି, ଯାହା ହୀରାରେ ପ୍ରସ୍ତୁତ ହୋଇଛି। ଯେପରି କାହା ନଜର ନ ପଡିବ ସେଥି ଲାଗି ବଲରେ କଳା ରଙ୍ଗ ଦିଆଯାଇଛି। ଏହାସହ ପାଣ୍ଡ୍ୟା ବ୍ୟବହାର କରୁଥିବା ମୁଦି, ଘଣ୍ଟା ମଧ୍ୟ ହୀରାର ବୋଲି ଜଣାପଡିଛି। ନିକଟରେ ବିଶ୍ୱକପ୍‌ ଖେଳିବା ପାଇଁ ଇଂଲଣ୍ଡରେ ଥିବା ପାଣ୍ଡ୍ୟା ଜବରଦସ୍ତ ଖେଳ ମଧ୍ୟ ପ୍ରଦର୍ଶନ କରିଛନ୍ତି।


All Right Reserved By

Posted inଖେଳ

ଥାଇଲାଣ୍ଡ ଓପନ୍‌ ବ୍ୟାଡମିଣ୍ଟନ୍‌ : ସାତ୍ତ୍ୱିକ୍‌- ଚିରାଗଙ୍କୁ ଡବଲ୍ଡ ଟାଇଟଲ

ବ୍ୟାଙ୍କକ୍‌,୪।୮: ଥାଇଲାଣ୍ଡ ଓପନ୍‌ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟରେ ଭାରତ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଡବଲ୍ସ ଟାଇଟଲ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ପ୍ରଥମ...

ଆଇସିସି ବିଶ୍ୱକପ୍‌: ଭାରତ ଆଶା ଧୂଳିସାତ୍‌, ଫାଇନାଲରେ ନ୍ୟୁଜିଲାଣ୍ଡ

ମାଞ୍ଚେଷ୍ଟର,୧୧।୭(ପି.ଟି.)- ଶେଷରେ ଭାରତ ଆଶା ଧୂଳିସାତ୍‌ ହୋଇଛି। କୋଟି କୋଟି ଭାରତୀୟ କ୍ରିକେଟ ପ୍ରଶଂସକ ନିରାଶ ହୋଇଛନ୍ତି। ସେମିଫାଇନାଲରେ ପରାସ୍ତ ହୋଇ ଭାରତ ଚଳିତ ଆଇସିସି...

ଇଂଲଣ୍ଡ ଅଧିନାୟକ ମୋର୍ଗାନଙ୍କ ରେକର୍ଡ: ଗୋଟିଏ ଇନିଂସରେ ମାରିଲେ ୧୭ ଛକା

ମାଞ୍ଚେଷ୍ଟର, ୧୮।୬(ପି.ଟି.)- ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଦିନିକିଆ ଫର୍ମାଟରେ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାରେ ରେକର୍ଡ କରିଛନ୍ତି। ମଙ୍ଗଳବାର ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ...

ତୀରନ୍ଦାଜ ଦୀପିକାଙ୍କୁ ରୌପ୍ୟ

ଟୋକିଓ,୧୭।୭(ପିଟି)- ଦେଶର ଶୀର୍ଷ ର଼୍ୟାଙ୍କ ତୀରନ୍ଦାଜ ଦୀପିକା କୁମାରୀ ବୁଧବାର ୨୦୨୦ ଟୋକିଓ ଅଲିମ୍ପିକ୍‌ ଗେମ୍ସର ଟେଷ୍ଟ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। କୋରିଆର ୧୮...

ଟୋମିକ୍‌ଙ୍କୁ ପୁରସ୍କାର ରାଶି ମିଳିବ ନାହିଁ

ଲଣ୍ଡନ, ୪ା୭ (ଏଏଫ୍‌ପି)-ଅଷ୍ଟ୍ରେଲୀୟ ଟେନିସ୍‌ ଖେଳାଳି ବର୍ନାଡ ଟୋମିକ୍‌ ତାଙ୍କ ଓ୍ବିମ୍ବେଲଡନ ପୁରସ୍କାର ରାଶି ହରାଇବେ। ମଙ୍ଗଳବାର ଫ୍ରାନ୍ସର ଜୋ ଓ୍ବିଲ୍‌ଫ୍ରେଡ୍‌ ସୋଙ୍ଗାଙ୍କ ବିପକ୍ଷ ପ୍ରଥମ...

ଓ୍ବାର୍ମ- ଅପ୍‌: ଓ୍ବେଷ୍ଟଇଣ୍ଡିଜ୍‌ର ବୃହତ୍‌ ବିଜୟ

ବ୍ରିଷ୍ଟଲ,୨୯।୫(ଏଏଫ୍‌ପି)- ସ୍ଥାନୀୟ କାଉଣ୍ଟି ଗ୍ରାଉଣ୍ଡରେ ମଙ୍ଗଳବାର ଅନୁଷ୍ଠିତ ବିଶ୍ୱକପ୍‌ର ଅନ୍ୟ ଏକ ହାଇସ୍କୋରିଂ ଅଭ୍ୟାସ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୯୧ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଟସ୍‌...

ଇଂଲଣ୍ଡ ୨୭୧/୮

ଲଣ୍ଡନ, ୧୩|୯-ସ୍ଥାନୀୟ କେନିଙ୍ଗଟନ୍‌ ଓଭାଲଠାରେ ୫ମ ଆଶେସ ଟେଷ୍ଟ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏଥିରେ ଟସ୍‌ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ...

ଚାମ୍ପିୟନ କ୍ରିକେଟରଙ୍କୁ ଛୁଇଁଲା ୩୮

ନୂଆଦିଲ୍ଲୀ,୧୪।୧୦- ଚାମ୍ପିୟନ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ସୋମବାର ୩୮ ବର୍ଷରେ ପାଦ ଦେଇଛନ୍ତି। ଏହି ଅବସରରେ କ୍ରିକେଟ ଜଗତକୁ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *