ଚର୍ମକୁଞ୍ଚନରୁ ଦୂରେଇ ରଖି ବାର୍ଦ୍ଧକ୍ୟରୁ ଯବାନ କରାଏ ଏହି ଫଳ

ଫଳ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥିବା ବେଳେ ଶରୀରକୁ ଶକ୍ତି ଯୋଗାଇଥାଏ। ମାତ୍ର କିଛି ଫଳର ଏପରି ଗୁଣ ରହିଛି, ଯାହା ବାର୍ଦ୍ଧକ୍ୟରୁ ଯୌବନ ରଖିବାରେ ସାହାଯ୍ୟ କରେ। ଏହି ଫଳର ନାମ ହେଉଛି ଡ୍ରାଗନ୍‌। ଏହାକୁ ପିତାୟା ମଧ୍ୟ କୁହାଯାଇଥାଏ। ବାହାରୁ ଏହା ଆବଡ଼ା ଖାବଡ଼ା ଦେଖାଯାଉଥିଲେ ମଧ୍ୟ ଭିତର ଚିକ୍କଣ ସହ ସ୍ବାଦିଷ୍ଠ ଲାଗିଥାଏ। ଏଥିରେ ଅଧିକ ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଅନେକ ସମୟରେ ତ୍ୱଚା ସମସ୍ୟା ଯଥା ଚର୍ମକୁଞ୍ଚନ ଦୂର କରିଥାଏ। ଆଣ୍ଟିଅକ୍ସଡାଣ୍ଟର ଅତ୍ୟଧିକ ମାତ୍ରା ବାର୍ଦ୍ଧକ୍ୟରୁ ଦୂରେଇ ରଖିଥାଏ। ଏଥିରେ କିଛି ମହୁ ମିଶାଇ ଫେସ୍‌ ପ୍ୟାକ ପ୍ରସ୍ତୁତ କରି ତାହାକୁ ନିୟମିତ ତ୍ୱଚାରେ ଲଗାଇବା ଫଳରେ ତ୍ୱଚା ସତେଜ ଦେଖାଯାଇଥାଏ। ଫଳରେ ଆପଣ ବାର୍ଦ୍ଧକ୍ୟ ଅବସ୍ଥାରେ ମଧ୍ୟ ଯବାନ ଦେଖାଯାଆନ୍ତି। ଚର୍ମକୁଞ୍ଚନ ହେବା ଫଳରେ ଲୋକେ ବୟସ୍କ ଦେଖାଯାଆନ୍ତି। ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହାର ଫେସ୍‌ ପ୍ୟାକ ବ୍ୟବହାର କରନ୍ତୁ।

ପ୍ରସ୍ତୁତି ପ୍ରଣାଳୀ:

* ଏହାକୁ କାଟି ପେଷ୍ଟ ପ୍ରସ୍ତୁତ କରନ୍ତୁ। ପରେ ଏଥିରେ ଦହି କିମ୍ବା ମହୁ ମିଶାଇ ମୁହଁରେ ଲଗାଇ ୨୦ ମିନିଟ ରଖି ଧୋଇ ଦିଅନ୍ତୁ।


All Right Reserved By Dharitri.Com

ଅବସାଦ ଦୂର କରେ ଶାସ୍ତ୍ରୀୟ ସଙ୍ଗୀତ

ଜଞ୍ଜାଳପୂର୍ଣ୍ଣ ଜୀବନରେ ଶାନ୍ତିରେ ନିଃଶ୍ୱାସ ମାରିବା ଏବେ କଷ୍ଟକର। ପିଲାଠୁ ନେଇ ବୟସ୍କ ସଭିଏଁ ନିଜ ନିଜ କ୍ଷେତ୍ରରେ ଚିନ୍ତିତ। ଏମିତିରେ ଅବସାଦ ଶରୀରକୁ ସମ୍ପୂର୍ଣ୍ଣ...

ଟ୍ୟୁମର ପାଇଁ ବେଶ୍‌ ଉପକାରୀ ଅଶ୍ୱଗନ୍ଧା

ଅଶ୍ୱଗନ୍ଧାର ବିଭିନ୍ନ ଔଷଧୀୟ ଗୁଣ ରହିଛି। ଏହାର ମଞ୍ଜି, ଚେର, ଏବଂ ପତ୍ରଗୁ ଏକାଧିକ ଔଷଧ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହୁଏ। ଅଶ୍ୱଗନ୍ଧାରେ ରହିଛି...

ଲଗାତର ମୁଣ୍ଡବିନ୍ଧୁଛି କି? ହୋଇପାରେ ବିପଜ୍ଜନକ

ମାଇଗ୍ରେନ୍‌ ସାମାନ୍ୟ ଭାବରେ ହେଉଥିବା ଏକ ପ୍ରକାର ମୁଣ୍ଡବିନ୍ଧା। ମାଇଗ୍ରେନ୍‌ ଗ୍ରସ୍ତ ଲୋକଙ୍କର ନିୟମିତ ମୁଣ୍ଡ ବିନ୍ଧିଥାଏ। ଅଧିକାଂଶ ସମୟରେ ଏହି ଯନ୍ତ୍ରଣା କାନ ଏବଂ...

ଅଣ୍ଟା ବିନ୍ଧା ଓ ମୋବାଇଲ୍‌

ବର୍ତ୍ତମାନ ଦୁନିଆରେ ମୋବାଇଲ୍‌ର ମହତ୍ତ୍ୱ କେତେ ତାହା କହିବା ବାହୁଲ୍ୟ। କାରଣ ପ୍ରତିଟି କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇପାରୁଛି। ହେଲେ ଯଦି ଜଣେ ବ୍ୟକ୍ତି ନିଜକୁ...

ଏହି ପତ୍ରର ରହିଛି ଅନେକ ଔଷଧୀୟ ଗୁଣ

ସାରୁ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରି ନ ଥାଆନ୍ତି। ହେଲେ ସାରୁ ଶରୀର ପାଇଁ ଯେତିକି ଉପକାରୀ ଏହାର ପତ୍ର ମଧ୍ୟ ସେତିକି ଉପକାରୀ...

ସମ୍ପର୍କ ବିଚ୍ଛେଦ ପୂର୍ବରୁ ଦେଇଥାଏ କିଛି ସଙ୍କେତ: ଜାଣନ୍ତୁ ସେ ସମ୍ପର୍କରେ…

ପାର୍ଟନରଙ୍କ ମଧ୍ୟରେ ପ୍ରାୟ ସମୟ ଛୋଟବଡ଼ କଥାକୁ ନେଇ ଝଗଡା ହୋଇଥାଏ। ପରେ ପୁଣି ଏହାର ସମାଧାନ କରି ସେମାନେ ପୂର୍ବ ପରି ମିଶିଥା’ନ୍ତି। ମାତ୍ର...

ମା’ କର୍ମଜୀବୀ ହୋଇଥିଲେ…

ପ୍ରକୃତି ମା’ ସ୍ତନରେ ଖଞ୍ଜିଦେଇଛି ଏକ ଅମୃତର ଉତ୍ସ। ଯାହାକି ଜନ୍ମ ହେବାପରେ ଶିଶୁ ବଞ୍ଚତ୍ବା ଲାଗି ସମସ୍ତ ଆବଶ୍ୟକ ଉପାଦାନ ସହ ଶିଶୁର ଶାରୀରିକ...

ଡାଏଟ୍‌ରେ ସାମିଲ୍‌ କରନ୍ତୁ ଭିଟାମିନ୍‌ ବି-କମ୍ପ୍ଲେକ୍ସଯୁକ୍ତ ଖାଦ୍ୟ…

ଭିଟାମିନ୍‌ ବି-କମ୍ପ୍ଲେକ୍ସ ଶରୀର ପାଇଁ ବେଶ୍‌ ଉପଯୋଗୀ। ଏହାର ସ୍ତର ହ୍ରାସ ପାଇଲେ ସ୍ମରଣଶକ୍ତି ଦୁର୍ବଳ ହୋଇଯାଇଥାଏ। ଅଳ୍ପ କିଛି କାମ କଲେ ହାଲିଆ ଲାଗେ।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *