ବିଧାୟକ ସ୍ନାନବେଦୀକୁ ଚଢ଼ିବା ନେଇ ବିବାଦ

ପୁରୀ ଅଫିସ, ୧୮।୬: ମହାପ୍ରଭୁଙ୍କୁ କୌଣସି ଭକ୍ତ ସ୍ପର୍ଶ କରିପାରିବେ ନାହିଁ କି ସାହାଣମେଲା ଦର୍ଶନ ସମୟ ବ୍ୟତୀତ ଅନ୍ୟ ସମୟରେ କୌଣସି ଦର୍ଶନାର୍ଥୀ ସ୍ନାନମଣ୍ଡପ ଉପରକୁ ଉଠିପାରିବେ ନାହିଁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ନାନଯାତ୍ରା ବ୍ୟବସ୍ଥାବଳୀରେ ଏହା ସ୍ପଷ୍ଟ କରାଯାଇଛି। ହେଲେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟାରେ କେତେଜଣ ସେବକଙ୍କ ଗହଣରେ ସ୍ନାନମଣ୍ଡପକୁ ଯାଇଥିଲେ। ଅତି ନିକଟରୁ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଥିଲେ। ଏହି ସମୟରେ ବିଧାୟକ ଷଡ଼ଙ୍ଗୀ ଠାକୁରଙ୍କୁ ସ୍ପର୍ଶ କରିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।
ପ୍ରାତଃ ପହଣ୍ଡିବିଜେ ପରଠାରୁ ସାହାଣମେଲା ପୂର୍ବ ପର୍ଯ୍ୟନ୍ତ ସ୍ନାନମଣ୍ଡପ ତଳ ସମ୍ମୁଖ ଭାଗରେ ଥିବା ସ୍ଥାୟୀ ର଼୍ୟାମ୍ପରେ ଦର୍ଶନାର୍ଥୀମାନେ ଠାକୁରଙ୍କୁ ଦର୍ଶନ କରିପାରିବେ। ଦକ୍ଷିଣପଟୁ ପ୍ରବେଶ କରି ଦର୍ଶନ ସାରିବା ପରେ ଉତ୍ତର ପଟେ ପ୍ରସ୍ଥାନ କରିବେ ବୋଲି ବ୍ୟବସ୍ଥାବଳୀରେ ଉଲ୍ଲେଖ ରହିଛି। ସେହିପରି ସାହାଣ ମେଲା ଦର୍ଶନ ସମୟରେ ମହାପ୍ରଭୁଙ୍କ ସେବାରେ ନିୟୋଜିତ ସେବକଙ୍କ ବ୍ୟତୀତ କୌଣସି ଦର୍ଶନାର୍ଥୀ ଠାକୁରଙ୍କ ନିକଟକୁ ଯାଇପାରିବେ ନାହିଁ କିମ୍ବା ସ୍ପର୍ଶ କରିପାରିବେ ନାହିଁ ବୋଲି ଦର୍ଶାଯାଇଛି। ତେବେ ସାହାଣମେଲା ସମୟ ସନ୍ଧ୍ୟା ସାଢେ ୭ଟାରୁ ରାତି ସାଢେ ୯ଟା ପର୍ଯ୍ୟନ୍ତ ନିର୍ଘଣ୍ଟ ହୋଇଛି। ତେବେ ଏହି ସମୟରେ ବିଧାୟକ ଷଡଙ୍ଗୀ କିଭଳି ପୂର୍ବାହ୍ନ ୧୧ଟାରେ ସ୍ନାନମଣ୍ଡପକୁ ଉଠିଲେ ଏବଂ ଠାକୁରଙ୍କୁ ଅତି ନିକଟରୁ ଦର୍ଶନ କଲେ ତାହାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଏହାପରେ ରାତିରେ ସାହାଣମେଲା ସମୟରେ ବି ପୁଣିଥରେ ବିଧାୟକ କେତେଜଣଙ୍କୁ ସାଥୀରେ ନେଇ ସ୍ନାନମଣ୍ଡପରେ ଠାକୁରଙ୍କୁ ଦର୍ଶନ କରିଥିବା ଜଣାପଡ଼ିଛି। ତେବେ ପୂର୍ବାହ୍ନରେ ବିଧାୟକ ଷଡ଼ଙ୍ଗୀ ଠାକୁରଙ୍କୁ ସ୍ପର୍ଶ କରିଥିବା ଆଲୋଚନା ଶୁଣିବାକୁ ମିଳୁଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲଗାଯାଇଥିବା ସିସିଟିଭି ଫୁଟେଜ ଯାଞ୍ଚ ହେଲେ ଏହା ସତ୍ୟ ନା ଗୁଜବ ତାହା ସ୍ପଷ୍ଟ ଜଣାପଡ଼ିବ। ଅନ୍ୟପକ୍ଷେ ଠାକୁରଙ୍କୁ ସ୍ପର୍ଶ କରିଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ସେ ସମ୍ପର୍କରେ ବିଧାୟକ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ନେବାକୁ ତାଙ୍କ ମୋବାଇଲ ନମ୍ବର ୯୦୪୦୧୪୬୯୩୬ ଯୋଗେ ଯୋଗାଯୋଗ କରାଯାଇଥିଲା। କିନ୍ତୁ ସେ ଫୋନ ଉଠାଇ ନ ଥିବାରୁ ତାଙ୍କର ମତାମତ ନିଆଯାଇପାରିନାହିଁ।


All Right Reserved By Dharitri.Com

ପ୍ରେମରେ ବିଫଳତାରୁ ଆତ୍ମହତ୍ୟା: ଷଷ୍ଠ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର, ୧୯।୧୨ (ବ୍ୟୁରୋ): ପ୍ରେମ ସମ୍ପର୍କରେ ବିଫଳ ହେବା ବା ପ୍ରତାରଣାର ଶିକାର ହେବା ପରେ ଅନେକେ ଆତ୍ମହତ୍ୟାର ପନ୍ଥା ବାଛି ନେଉଛନ୍ତି। ଏକ୍ଷେତ୍ରରେ ଓଡ଼ିଶାରେ...

ଜଙ୍ଗଲ ଛାଡି ସହରରେ ବୁଲୁଛି ଭାଲୁ

ନବରଙ୍ଗପୁର,୨୭।୭(ବି.ପ୍ର.)-ସନ୍ଧ୍ୟାହେଲେ ଜମାଲ କଲୋନୀରେ ଦାଣ୍ଡ କବାଟ ଓ ଘରର ମୁଖ୍ୟ ଫାଟକ ବନ୍ଦ ରହୁଛି। ଜନସାଧାରଣ ଭୟଭୀତ ହୋଇ ରହୁଛନ୍ତି। ଜଙ୍ଗଲ ଛାଡି ଏବେ ଦୁଇଟି...

ସମସ୍ୟା ଘେରରେ ଧାଡ଼ିଆମ୍ବ ପ୍ରାଥମିକ ବିଦ୍ୟାଳୟ: ଖବର ପ୍ରକାଶ ପରେ କାର୍ଯ୍ୟାନୁଷ୍ଠାନ ଶୂନ

ଚନ୍ଦ୍ରଗିରି,୨୩ା୯(ଡି.ଏନ.ଏ.)-ସରକାର ବିଦ୍ୟାଳୟ ପ୍ରତି ଛାତ୍ରୀଛାତ୍ରମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଦ୍ୟାଳୟର ଭିତ୍ତିଭୂମି ସଜାଡିବା ସହ ଛାତ୍ରୀଛାତ୍ରଙ୍କ ନିମନ୍ତେ ମଧ୍ୟାହ୍ନଭୋଜନ ଠାରୁ ଆରମ୍ଭ କରି ବହି, ଡ୍ରେସ,...

ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଲେ ନୀଳମାଧବ ଜୀଉ

ଖଣ୍ଡପଡ଼ା,୯ା୧୧(ସ୍ବ.ପ୍ର.): କାର୍ତ୍ତିକ ଏକାଦଶୀ ଶୁକ୍ରବାରଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଶ୍ରୀ ନୀଳମାଧବ ଜୀଉଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରିବାର ପରମ୍ପରା ରହିଛି। ଏହି ଅବସରରେ ଆଜି ସକାଳ...

ରାଜ୍ୟସ୍ତରୀୟ ପୋଲିସ ଶହୀଦ ସ୍ମୃତି ଦିବସ: ଶହୀଦ ଯବାନଙ୍କୁ ତୋପ ସଲାମି

କଟକ ଅଫିସ, ୨୨ା୧୦: କଟକ ବକ୍ସିବଜାରସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ୬୦ତମ ରାଜ୍ୟସ୍ତରୀୟ ପୋଲିସ ଶହୀଦ ସ୍ମୃତି ଦିବସ ସୋମବାର ପାଳିତ ହୋଇଯାଇଛି। ଏଥିରେ...

ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା ପ୍ରସଙ୍ଗ:ଭିଜିଲାନ୍ସ ତଦନ୍ତ ଦାବି କଲେ ଭାଜପା, ଶ୍ରୀଜଗନ୍ନାଥ ସେନା

ପୁରୀ ଅଫିସ, ୮।୩: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ଜମା ରଖାଯିବାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।...

ରାସ୍ତାର ସ୍ଥାୟିତ୍ୱ ଖାଉଛି ବାଲିବୋଝେଇ ଭାରିଯାନ

କୁନ୍ଦୁରା,୧୭ା୩(ଡି.ଏନ୍‌.ଏ.) ସଡ଼କ ହେଉଛି ବିକାଶର ମାଧ୍ୟମ। ଗମନାଗମନ ସହଜ ସୁଲଭ କରିବା ପାଇଁ ସରକାର ରାସ୍ତା ନିର୍ମାଣ କରିବା ସହ ତାହାର ରକ୍ଷଣାବେକ୍ଷଣ ପାଇଁ ବିପୁଳ...

ଭତାରୁ ବଁଚିତ୍‌ ନିସାହା ଛଉଣୀ

  ଅତାବିରା, ୮।୨ (ଡି.ଏନ୍‌.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ଅଧୀନ ଉଦେପୁର ଗଁାର ବିଧବା ମହିଲା ଛଉଣୀ ଦନ୍ତା(୬୦)। ବଏସ୍‌ ହେଇଥିଲେ...

Leave a comment

Your email address will not be published. Required fields are marked *