ଲୋକ ସଭାରେ ଶପଥ ନେଲେ ଓଡ଼ିଶାର ୧୬ ଏମ୍‌ପି

ଭୁବନେଶ୍ୱର, ୧୮।୬(ବ୍ୟୁରୋ): ସପ୍ତଦଶ ଲୋକ ସଭାର ପ୍ରଥମ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ନବନିର୍ବାଚିତ ସଦସ୍ୟମାନଙ୍କ ଶପଥ ଉତ୍ସବ ଅନୁଷ୍ଠିତ ହୋଇଛି। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହର ନେତାଭାବେ ଶପଥ ନେଇଥିଲେ। ଏହାପରେ ଅନ୍ୟ ସଦସ୍ୟମାନେ ଶପଥ ନେଇଛନ୍ତି। ଓଡ଼ିଶାରୁ ନିର୍ବାଚିତ ହୋଇଯାଇଥିବା ଏମ୍‌ପିମାନେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ବାଲେଶ୍ୱର ଲୋକ ସଭା ଆସନରୁ ଏମ୍‌ପି ହୋଇଥିବା ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସଂସ୍କୃତରେ ଶପଥ ନେଇଛନ୍ତି। ଲୋକ ସଭାର ଅସ୍ଥାୟୀ ବାଚସ୍ପତି ବୀରେନ୍ଦ୍ର କୁମାର ସଦସ୍ୟମାନଙ୍କୁ ଶପଥ ପାଠ କରାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବରିଷ୍ଠ ନେତା ତଥା ଏମ୍‌ପି ଭର୍ତ୍ତୃହରି ମହତାବ ଓଡ଼ିଆରେ ଶପଥ ଗ୍ରହଣ କରିଛନ୍ତି। ସେହିପରି କେନ୍ଦୁଝର ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁ, ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ, ଢେଙ୍କାନାଳ ଏମ୍‌ପି ମହେଶ ସାହୁ, ନବରଙ୍ଗପୁର ଏମ୍‌ପି ରମେଶ ଚନ୍ଦ୍ର ମାଝୀ, କନ୍ଧମାଳ ଏମ୍‌ପି ଅଚ୍ୟୁତ ସାମନ୍ତ, ଜଗତ୍‌ସିଂହପୁର ଏମ୍‌ପି ରାଜଶ୍ରୀ ମଲିକ, ପୁରୀ ଏମ୍‌ପି ପିନାକୀ ମିଶ୍ର, ଆସ୍କା ଏମ୍‌ପି ପ୍ରମିଳା ବିଶୋୟୀ, ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ଓଡ଼ିଆରେ ଶପଥ ନେଇଛନ୍ତି। ଚନ୍ଦ୍ରାଣୀ ମୁର୍ମୁ ସାନ୍ତାଳୀ ଭାଷାରେ ଶପଥ ନେଇଛନ୍ତି। ସେହିପରି ଭାଜପା ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବସନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ସେହିପରି ଓଡ଼ିଶାରୁ ନିର୍ବାଚିତ ହୋଇଥିବା ଏକମାତ୍ର କଂଗ୍ରେସ ଏମ୍‌ପି ସପ୍ତଗିରି ଉଲ୍ଲାକା ଇଂରାଜୀରେ ଶପଥ ଗ୍ରହଣ କରିଛନ୍ତି। ଓଡ଼ିଶାର ୨୧ ଏମ୍‌ପିଙ୍କ ମଧ୍ୟରୁ ୫ଜଣ ଶପଥ ଗ୍ରହଣ କରିନାହାନ୍ତି। ବରଗଡ଼ ଏମ୍‌ପି ସୁରେଶ ପୂଜାରୀ, ବଲାଙ୍ଗୀର ଏମ୍‌ପି ସଙ୍ଗୀତା ସିଂ ଦେଓ, ମୟୂରଭଞ୍ଜ ଏମ୍‌ପି ବିଶ୍ୱେଶ୍ୱର ଟୁଡୁ, ସମ୍ବଲପୁର ଏମ୍‌ପି ନିତୀଶ ଗଙ୍ଗଦେବ ଏବଂ କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ମଙ୍ଗଳବାର ଶପଥ ନେବେ ବୋଲି ଜଣାପଡ଼ିଛି।


All Right Reserved By Dharitri.Com

ଶହେରୁ ଊର୍ଦ୍ଧ୍ୱ ଦେଶରେ ରହିଛି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି

ବଲାଙ୍ଗୀର ଅଫିସ,୧୮।୧୧: ବିଶ୍ୱର ୧୦୨ଟି ଦେଶରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଏକ କିମ୍ବା ତଦୂର୍ଦ୍ଧ୍ୱ ପ୍ରତିମୂର୍ତ୍ତି ରହିଥିବା ସୂଚନା ଅଧିକାର ଆଇନ ଜରିଆରେ ମିଳିଥିବା...

ବୃଦ୍ଧାଙ୍କୁ ମାରି ଜଗି ରହିଥିଲା ମା’ ଭାଲୁ, ଉଦ୍ଧାର କଲା ବନବିଭାଗ ଟିମ୍‌

ନବରଙ୍ଗପୁର,୯।୧(ବି.ପ୍ର.): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ସିନ୍ଧିଗୁଡ଼ା ଗ୍ରାମର ନିଖୋଜ ବୃଦ୍ଧା ଗୋରୀ ଅମନାତ୍ୟ(୭୦)ଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ତାଙ୍କୁ ଭାଲୁ ଆକ୍ରମଣ କରି...

ହୃଷୀକେଶ ପଣ୍ଡା ଆଦିବାସୀ ମନ୍ତ୍ରଣାଳୟ ଏକ୍ସପର୍ଟ ପ୍ୟାନେଲ ମୁଖ୍ୟ

ଭୁବନେଶ୍ୱର,୯।୩(ବ୍ୟୁରୋ): ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ଚାକିରିରୁ ଅବସର ଗ୍ରହଣ କରିଥିବା ଓଡ଼ିଆ ଅଫିସର ହୃଷୀକେଶ ପଣ୍ଡାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଦାୟିତ୍ୱ ମିଳିଛି। ହୃଷୀକେଶଙ୍କୁ...

୧୦ ଖଣି ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ: ଭାଗନେଲେ ୧୭୬ ବିଡର

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ରାଜ୍ୟ ସରକାର ୧୦ଟି ଖଣି ନିଲାମ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସେହି ଖଣିଗୁଡ଼ିକ ହେଲା ନୂଆଗଁା ଲୁହାପଥର ଖଣି, ଠାକୁରାଣୀ ଲୁହା...

ରାଜ୍ୟ ଭାଜପାର ନିର୍ବାଚନୀ ସମୀକ୍ଷା

ଭୁବନେଶ୍ୱର, ୧୦।୬(ବ୍ୟୁରୋ) : ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ରାଜ୍ୟରେ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିପାରିଛି। ଦଳ ରାଜ୍ୟରେ ସରକାର ଗଠନ କରିବାର ଯେଉଁ ଦମ୍ଭୋକ୍ତି...

୧୫ ଗ୍ରାମ୍‌ ବ୍ରାଉନସୁଗାର ଜବତ : ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଖୋର୍ଦ୍ଧା ଅଫିସ,୧୭।୭: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଭାଲିଆବାଡିରେ ଅବକାରୀ ସ୍କ୍ବାଡ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇ ୧୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏଥିରେ...

କଣ୍ଟ ସମୟ ପୂରିଲାଣି, ସରୁନି ପ୍ରକଳ୍ପ କାର୍ଯ୍ୟ: ୬୧ ଅଧାପନ୍ତରିଆ, ୧୫ ଆରମ୍ଭ ହୋଇନି

କାମାକ୍ଷାନଗର, ୧୨ା୧୧(ଡି.ଏନ.ଏ) – ଗ୍ରାମାଞ୍ଚଳର ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ ଲାଗି ରାଜ୍ୟରେ ଆରମ୍ଭ ହୋଇଛି ‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମ। ରାଜ୍ୟ ସରକାର...

ଏମ୍‌ଏମ୍‌ଡିଆର୍‌ ପରିବର୍ତ୍ତନ ଯୋଗୁ ଲାଭବାନ ହେବ ଓଡ଼ିଶା

ଭୁବନେଶ୍ୱର,୨୯।୨: କେନ୍ଦ୍ର ସରକାର ମାଇନ୍ସ ଆଣ୍ଡ ମିନେରାଲ ଡେଭଲପମେଣ୍ଟ ରେଗୁଲେଶନ ଆକ୍ଟ (ଏମ୍‌ଏମ୍‌ଡିଆର) ନିୟମରେ ପରିବର୍ତ୍ତନ କରିଥିବାରୁ ଓଡିଶା ବାର୍ଷିକ ପ୍ରାୟ ୨୦ ହଜାର କୋଟି...

Leave a comment

Your email address will not be published. Required fields are marked *