ସେନାକୁ ସମାଲୋଚନା ମହଙ୍ଗା ପଡିଲା: ପାକ୍‌ ଖବରଦାତାଙ୍କୁ ହତ୍ୟା

ଇସ୍‌ଲାମାବାଦ,୧୮ା୬(ପି.ଟି.): ପାକିସ୍ତାନୀ ସେନାବାହିନୀ ଏବଂ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ ସମାଲୋଚନା କରିବା ସେଠାକାର ଜଣେ ବ୍ଲଗର୍‌ ତଥା ଖବରଦାତାଙ୍କ ପାଇଁ ମହଙ୍ଗା ପଡିଛି। ମହମ୍ମଦ ବିଲାଲ ଖାନ୍‌ ନାମକ ଉକ୍ତ ୨୨ ବର୍ଷୀୟ ଖବରଦାତାଙ୍କୁ ଅତି ନିର୍ମମ ଭାବେ ହାଣି ହତ୍ୟା କରାଯାଇଛି। ମହମ୍ମଦଙ୍କର ୧୬ ହଜାର ଟ୍ବିଟର ଫଲୋର ସାଙ୍ଗକୁ ୟୁଟ୍ୟୁବ ଚ୍ୟାନେଲ୍‌ରେ ୪୮ ହଜାର ଓ ଫେସ୍‌ବୁକ୍‌ରେ ୨୨ ହଜାର ଫଲୋର ଅଛନ୍ତି। ଏହା ବ୍ୟତୀତ ସେ ଜଣେ ମୁକ୍ତବୃତ୍ତ ଖବରଦାତା। ରବିବାର ରାତିରେ ତାଙ୍କୁ କେହି ଫୋନ୍‌ କରି ଡାକିଥିଲେ। ସେ ତାଙ୍କର ଜଣେ ବନ୍ଧୁଙ୍କ ସହ ସେଠାରେ ପହଞ୍ଚତ୍ବା ପରେ ପାଖ ଜଙ୍ଗଲକୁ ନେଇଯାଇ ହତ୍ୟା କରାଯାଇଥିଲା। ଖାନ୍‌ଙ୍କ ବନ୍ଧୁ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।


All Right Reserved By

କାର ବୋମା ବିସ୍ଫୋରଣ: ୪ ମୃତ; ୨୦ରୁ ଅଧିକ ଆହତ

କାବୁଲ,୨୭।୭: ଆଫଗାନିସ୍ତାନରେ ଏକ କାର ବୋମା ବିସ୍ଫୋରଣରେ ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି।...

ନାସାର ଚନ୍ଦ୍ର ମିଶନ ଆର୍ଟିମିସ୍‌: ପ୍ରଥମେ ଯିବେ ମହିଳା; ଖର୍ଚ୍ଚ ହେବ ୩୦ ଶହ କୋଟି ଡଲାର

ଓ୍ବାଶିଂଟନ,୨୨।୭: ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଏହାର ଚନ୍ଦ୍ର ମିଶନ ଆର୍ଟିମିସ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ୨୦୨୪ରେ ଏହି ମିଶନ ହେବାର ସମ୍ଭାବନା...

ବାଂଲାଦେଶର ପୂର୍ବତନ ସାମରିକ ଶାସକ ମହମ୍ମଦ୍‌ ଇର୍ଶାଦ୍‌ଙ୍କ ପରଲୋକ

ଢ଼ାକା, ୧୪।୭: ବାଂଲାଦେଶର ପୂର୍ବତନ ସାମରିକ ଶାସକ ହୁସେନ୍‌ ମହମ୍ମଦ୍‌ ଇର୍ଶାଦ୍‌ଙ୍କର ରବିବାର ୯୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ୧୯୮୨ ଏପ୍ରିଲ୍‌ ୨୪ରେ ତତ୍‌କାଳୀନ...

ପାକିସ୍ତାନରେ ଆର୍ଥିକ ସଙ୍କଟ: ରୋଷେଇ ଗ୍ୟାସ୍‌ ଦର ୨୦୦ ପ୍ରତିଶତ ବୃଦ୍ଧି ପାଇବାର ସମ୍ଭାବନା

ଇସଲାମାବାଦ, ୨୬।୬: ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛି ପାକିସ୍ତାନର ଅର୍ଥ ବ୍ୟବସ୍ଥା। ପୂର୍ବ ଋଣ ପାକିସ୍ତାନ ସରକାର ପରିଶୋଧ ନ କରିପାରିବା...

କୋଲେଷ୍ଟରଲସ୍ତର କମାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ପ୍ରତିଦିନ ସକାଳେ ଅଧା କପ୍‌ ଗାଜର ରସ ପିଇଲେ ଅନେକ ଉପକାର ମିଳିଥାଏ। ଗାଜର ରସ କୋଲେଷ୍ଟରଲସ୍ତର ହ୍ରାସ କରିଥାଏ। ଫଳରେ ହାର୍ଟ ଆଟାକ୍‌ ସମସ୍ୟାରୁ...

ଓସାମା ବିନ୍‌ ଲାଦେନଙ୍କ ପୁଅ ହମଜାଙ୍କ ପରଲୋକ

ଓ୍ବାଶିଂଟନ,୧।୮: ଅଲକାଏଦାର ମୁଖ୍ୟ ତଥା ବହୁ ଚର୍ଚ୍ଚିତ ଆତଙ୍କବାଦୀ ଓସାମା ବିନ୍‌ ଲାଦେନଙ୍କ ପୁଅ ହମଜା ବିନ୍‌ ଲାଦେନଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ଆମେରିକା...

ପାକିସ୍ତାନ କୋର୍ଟକୁ ଜଣାଇଲେ ହଫିଜ୍‌: ୨୬/୧୧ ଆକ୍ରମଣରେ ସମ୍ପୃକ୍ତ ନୁହେଁ

ଇସଲାମାବାଦ,୧୩ା୭: ଜମାତ୍‌-ଉଦ୍‌-ଦାଓ୍ବା (ଜେୟୁଡି)ର ମୁଖ୍ୟ ହଫିଜ୍‌ ସୟିଦ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ନୁହଁନ୍ତି ବୋଲି ଶୁକ୍ରବାର ଲାହୋର ହାଇକୋର୍ଟଙ୍କୁ ଜଣାଇଛନ୍ତି। ଆତଙ୍କବାଦୀ ସଂଗଠନକୁ...

ସାରା ଜୀବନ ଏକାଠି ରହିବା ସଂକଳ୍ପରେ ୭ ବାନ୍ଧବୀ

୭ ବାନ୍ଧବୀ, ଦୀର୍ଘ ୨୦ ବର୍ଷର ସେମାନଙ୍କ ସମ୍ପର୍କ। ବାନ୍ଧବୀ ନୁହେଁ ତ ସେମାନେ ଭଉଣୀ ପରି। ଆଉ ଏହି ସମ୍ପର୍କକୁ ସାରା ଜୀବନ ବଜାୟ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *