ଖସିପାରିବେନି ଟିକସ ଖିଲାପୀ;ଜରିମାନା ଦେଲେ ମଧ୍ୟ ଯିବେ ଜେଲ୍‌

ନୂଆଦିଲ୍ଲୀ,୧୮-୬: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର କଳାଧନ ବିରୋଧରେ ସଂଗ୍ରାମ ଜାରି ରଖିଛନ୍ତି। ଏବେ ଏହି ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ଟିକସ ଖିଲାପୀଙ୍କ ଲାଗି ଆଉ ଏକ ନୂଆ ନିୟମ ଜାରି କରାଯାଇଛି। ସୋମବାରଠାରୁ ଏହି ନିୟମ ଲାଗୁ ହୋଇଛି। ତଦନୁଯାୟୀ, ମନି ଲଣ୍ଡରିଂ, ଆତଙ୍କବାଦ ଲାଗି ଆର୍ଥିକ ସହାୟତା, ଦୁର୍ନୀତି, ବେନାମୀ ସମ୍ପତ୍ତି ରଖିବା ଅଥବା ବିଦେଶରେ ଅଘୋଷିତ ସମ୍ପତ୍ତି ରଖିତ୍ବା ଭଳି ଗମ୍ଭୀର ମାମଲାରେ କୌଣସି ବ୍ୟକ୍ତି ଟିକସ ଫାଙ୍କିଥିବା ଅଭିଯୋଗରେ କେବଳ ଜରିମାନା ଦେଇ ଖସି ଯାଇପାରିବେ ନାହିଁ। ନିୟମ ଅନୁଯାୟୀ ଅଦାଲତ ବାହାରେ କୌଣସି ସାଲିସ୍‌ ହେବ ନାହିଁ।
ସେମାନଙ୍କ ବିରୋଧରେ ମକଦ୍ଦମା ଚାଲିବ ଏବଂ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହେଲେ ଜେଲ୍‌ ମଧ୍ୟ ଯିବାକୁ ହେବ। ସିବିଡିଟି ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ, କଳାଧନ ଏବଂ ବେନାମୀ ଆଇନ ଅଧୀନରେ ଅଧିକାଂଶ ଅପରାଧ ନନ୍‌ କମ୍ପାଉଣ୍ଡେବଲ୍‌ ହେବ। ଅର୍ଥାତ୍‌ କେବଳ ଭାରି ଜରିମାନା ଦେଇ କୌଣସି ଦୋଷୀ ବ୍ୟକ୍ତି ରକ୍ଷା ପାଇବେ ନାହିଁ। ଏଣିକି କୌଣସି ଟିକସ ଫାଙ୍କିଥିବା ବ୍ୟକ୍ତିବିଶେଷ ଅଥବା ସଂସ୍ଥା କେବଳ ଟିକସ, ଜରିମାନା ଏବଂ ସୁଧ ଗଣି ଖସିପାରିବେ ନାହିଁ। ଏ ସମ୍ପର୍କରେ ସିବିଡିଟି ୧୩ ପ୍ରକାର ମାମଲାର ଏକ ତାଲିକା ଜାରି କରିଛି। ଅପରାଧକୁ ଏହାର ଗମ୍ଭୀରତା ହିସାବରେ ଦୁଇଟି ଶ୍ରେଣୀ ଶ୍ରେଣୀ-ଏ ଓ ଶ୍ରେଣୀ-ବିରେ ବଣ୍ଟାଯାଇଛି। ଶ୍ରେଣୀ-ଏ ଅଧୀନରେ ଆସୁଥିବା ଅପରାଧକୁ କୋର୍ଟ ବାହାରେ ସାଲିସ କରି ସମାଧାନ କରାଯାଇପାରିବ। ଏହି ଶ୍ରେଣୀରେ ସ୍ରୋତ ଉପରେ ଟିକସ ଦେବା ଅଥବା କମ୍‌ କଟାଯାଇଥିବା ମାମଲା ଓ ଧାରା ୧୧୫-ଓ ଅଧୀନରେ ପ୍ରଦାନ କରାଯାଇଥିବା ଟିକସ ସହ ସମ୍ପର୍କିତ ମାମଲାକୁ ଧରାଯିବ। ତେବେ କୌଣସି ବ୍ୟକ୍ତିଙ୍କୁ ଏହି ଶ୍ରେଣୀରେ ୩ ଥର ଦୋଷୀ ସାବ୍ୟସ୍ତ କରାଯାଇଥିଲେ, ତେବେ ତାଙ୍କୁ ରକ୍ଷା ପାଇବା ଲାଗି ଆଉ ସୁଯୋଗ ଦିଆଯିବ ନାହିଁ।
ଏହାଛଡା ତାଙ୍କୁ କୋର୍ଟ ବାହାରେ ସାଲିସ କରିବାକୁ ଅନୁମତି ଦିଆଯିବ ନାହିଁ। ସେହିପରି ଶ୍ରେଣୀ-ବି ଅଧୀନରେ ଜାଣିଶୁଣି ଟିକସ ଫାଙ୍କିବାର ପ୍ରୟାସ, ଖାତା ଏବଂ ଅନ୍ୟ ଆର୍ଥିକ ଦସ୍ତାବେଜ ଉପସ୍ଥାପନ ନ କରିବା ତଥା ଯାଞ୍ଚ ବେଳେ ଭୁଲ୍‌ ବୟାନ ଦେବା ମାମଲାଗୁଡିକୁ ସାମିଲ କରାଯାଇଛି। ଏଭଳି ମାମଲାଗୁଡ଼ିକୁ କୋର୍ଟ ବାହାରେ ସମାଧାନ କରାଯିବ ନାହିଁ। ଏହାଛଡା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସିବିଆଇ,ଲୋକପାଳ, ଲୋକାୟୁକ୍ତ ଅଥବା ଅନ୍ୟ କେନ୍ଦ୍ରୀୟ ଏଜେନ୍ସି ଯାଞ୍ଚ କରୁଥିବା ମାମଲାଗୁଡ଼ିକର ସମାଧାନ ଅଦାଲତ ବାହାରେ ହେବ ନାହିଁ ବୋଲି ନିର୍ଦ୍ଦେଶାବଳୀରେ ସ୍ପଷ୍ଟ କରାଯାଇଛି।


All Right Reserved By Dharitri.Com

ଫୋର୍ବସ ପ୍ରଭାବଶାଳୀ ମହିଳା ତାଲିକାରେ ସୀତାରାମନ

ନୂଆଦିଲ୍ଲୀ,୧୪-୧୨: ଫୋର୍ବସ ପକ୍ଷରୁ ପ୍ରକାଶିତ ବିଶ୍ୱର ୧୦୦ ସବୁଠାରୁ ପ୍ରଭାବଶାଳୀ ମହିଳା ତାଲିକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୩୪ତମ ସ୍ଥାନରେ ରହିଛନ୍ତି। ସେହିଭଳି ଅନ୍ୟ ଭାରତୀୟ...

ବାଣିଜ୍ୟ ବିବାଦର ସମାଧାନ ଲାଗି ଆସନ୍ତା ମାସରେ ଆମେରିକା ଯିବେ ଗୋୟଲ

ନୂଆଦିଲ୍ଲୀ,୧୯-୭: କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ଆସନ୍ତା ମାସରେ ଆମେରିକା ଯିବେ। ଓ୍ବାଶିଂଟନରେ ପହଞ୍ଚତ୍ବା ପରେ ଆମେରିକା ବାଣିଜ୍ୟ ପ୍ରତିନିଧି(ୟୁଏସ୍‌ଟିଆର୍‌) ମୁଖ୍ୟ...

ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୨୬-୪: ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ଏହାର କଲିକତାସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ୧୫୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବ୍ୟାଙ୍କର ଏମ୍‌ଡି ତଥା ସିଇଓ ସିଏଚ୍‌ ଏସ୍‌.ଏସ୍‌....

ଅଟୋ ଉଦ୍ୟୋଗରେ ମାନ୍ଦାବସ୍ଥା;ଇ-ଯାନ ନୀତି ଲାଗୁ ନେଇ ସରକାରଙ୍କ ପଛଘୁଞ୍ଚା

ନୂଆଦିଲ୍ଲୀ,୨୧-୮: ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଛାଇ ଯାଇଥିବାରୁ ଦେଶର ଅର୍ଥନୀତି ଉପରେ ଏହାର ଗଭୀର ପ୍ରଭାବ ପଡିବା ଆରମ୍ଭ ହୋଇଛି। ଏହାକୁ ଦେଖି କେନ୍ଦ୍ର ସରକାର...

ଗଡ଼କରୀଙ୍କ ୧୫ ଲକ୍ଷ କୋଟିର ନିବେଶ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ

ନୂଆଦିଲ୍ଲୀ,୬-୬: କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଦାୟିତ୍ୱ ସମ୍ଭାଳିବା ପରେ ଆସନ୍ତା ୫ ବର୍ଷ ପାଇଁ ଆର୍ଥିକ ବିକାଶରେ ସଡ଼କ...

ଖାଦ୍ୟ ବାଣ୍ଟିଲା କ୍ରେଡାଇ ଓଡ଼ିଶା

ଭୁବନେଶ୍ୱର,୨୬।୪: ବର୍ତ୍ତମାନର ଲକ୍‌ଡାଉନ ସମୟରେ ଫସି ରହିଥିବା ଲୋକମାନଙ୍କୁ କ୍ରେଡାଇ ଓଡ଼ିଶା ପକ୍ଷରୁ ସହାୟତା କରାଯାଇଛି। କଟକ ଏବଂ ଭୁବନେଶ୍ୱରରେ ଗରିବ ଲୋକମାନଙ୍କୁ ଖାଦ୍ୟ ବଣ୍ଟନ...

କେରଳ ପର୍ଯ୍ୟଟନ ଶିଳ୍ପରେ ଛାଇଲା ମାନ୍ଦାବସ୍ଥା

ତିରୁଭାନନ୍ତପୁରମ୍‌,୧୮-୯: ନିକଟରେ କେରଳର ସର୍ବବୃହତ ପର୍ବ ଓଣମ ପାଳିତ ହୋଇଯାଇଛି। ଏହି ପର୍ବ ପାଳନ ପାଇଁ ରାଜ୍ୟ ସବୁବର୍ଷ ଉତ୍ସବମୁଖର ହୋଇଉଠେ। ସ୍କୁଲ,କଲେଜକୁ ୧୦ ଦିନ...

ମ୍ୟୁଚୁଆଲ ଫଣ୍ଡ ବଜାର ବେହାଲ

ମୁମ୍ବାଇ,୨୫।୪: କୋଭିଡ୍‌-୧୯ ଯୋଗୁ ମ୍ୟୁଚୁଆଲ ଫଣ୍ଡ ଶିଳ୍ପ ବଜାର ଗଭୀର ଭାବେ କ୍ଷତିଗ୍ରସ୍ତ ହେଉଥିବା ନଜରକୁ ଆସିଛି। ଫଳରେ ଏହାର ପ୍ରଭାବ ନିବେଶକଙ୍କ ଉପରେ ସିଧାସଳଖ...

Leave a comment

Your email address will not be published. Required fields are marked *