୧.୩୫ ଲକ୍ଷ କୋଟି ଟପିପାରେ ରାଜ୍ୟ ବଜେଟ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ଆସନ୍ତା ୨୮ ତାରିଖରେ ବିଧାନସଭାରେ ୨୦୧୯-୨୦ ଆର୍ଥିକବର୍ଷ ଲାଗି ବଜେଟ ଉପସ୍ଥାପନ କରାଯିବ। ଏ ନେଇ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। ଆସନ୍ତା ବଜେଟ ୧ ଲକ୍ଷ ୩୫ ହଜାର କୋଟି ଟଙ୍କାକୁ ଟପିଯିବ ବୋଲି ଅନୁମାନ କରାଯାଇଛି। ବଜେଟକୁ କିପରି ଲୋକାଭିମୁଖୀ କରିହେବ, ସେନେଇ ଅର୍ଥ ବିଭାଗ ପକ୍ଷରୁ ବିଭିନ୍ନ ବର୍ଗର ଲୋକମାନଙ୍କ ନିକଟରୁ ଜୁନ୍‌ ୪ରୁ ୧୫ ତାରିଖ ମଧ୍ୟରେ ମତାମତ ଲୋଡ଼ା ଯାଇଥିଲା। ହ୍ବାଟସ୍‌ଆପ୍‌, ଇ-ମେଲ ଏବଂ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ମତାମତ ଦେବାକୁ ଅନୁରୋଧ କରାଯାଇଥିଲା। ମତାମତଗୁଡିକୁ ତର୍ଜମା କରାଯାଉଛି। ବଜେଟ ଉପସ୍ଥାପନ ପୂର୍ବରୁ ସୋମବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରାକ୍‌ ବଜେଟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥ ସଚିବ, ବିଶିଷ୍ଟ ଅର୍ଥନୀତିଜ୍ଞ, ଅର୍ଥନୈତିକ ଅନୁଷ୍ଠାନ, ରିଜର୍ଭ ବ୍ୟାଙ୍କ, ନାବାର୍ଡ, କୃଷି, ଶିଳ୍ପ, ବାଣିଜ୍ୟ ଏବଂ ବିଭିନ୍ନ ଶ୍ରମିକ ସଂଗଠନର ପ୍ରତିନିଧିମାନେ ଯୋଗଦେଇ ମତାମତ ଦେଇଛନ୍ତି। ବଜେଟର ରୂପରେଖ ପ୍ରସ୍ତୁତି କରିବାକୁ ବିଭିନ୍ନ ବର୍ଗର ଲୋକମାନଙ୍କଠାରୁ ମତାମତ ଲୋଡ଼ାଯାଇଥିଲା। ସେ ସବୁ ବିଭାଗୀୟ ଅଧିକାରୀମାନେ ସଂଗ୍ରହ କରିଛନ୍ତି। ବଜେଟ ପ୍ରସ୍ତୁତି ସମୟରେ ସମସ୍ତ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଏକ ଜନକଲ୍ୟାଣକାରୀ ବଜେଟ ପ୍ରସ୍ତୁତ କରାଯିବ ବୋଲି ଅର୍ଥମନ୍ତ୍ରୀ ପୂଜାରୀ କହିଛନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ କହିଛନ୍ତି ଯେ, ରାଜସ୍ବ କାହିଁକି କମୁଛି। ଏହାକୁ କିପରି ବଢ଼ାଯାଇପାରିବ। ବଜେଟ ଖର୍ଚ୍ଚ କିଭଳି ବଢ଼ାଯାଇପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଛି। ପର୍ଯ୍ୟଟନ, ବିପର୍ଯ୍ୟୟ ପ୍ରଶମନ, କ୍ଷୁଦ୍ର ଜଳସେଚନଗୁଡିକୁ ଆସନ୍ତା ବଜେଟରେ ଅଗ୍ରାଧିକାର ଦେବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନା ପାଇଁ ଆଗାମୀ ବର୍ଷଗୁଡିକ ନିମନ୍ତେ ସ୍ବତନ୍ତ୍ର ପ୍ୟାକେଜ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ବୈଠକରେ ଅର୍ଥନୀତିଜ୍ଞମାନେ ପରାମର୍ଶ ଦେଇଛନ୍ତି। ଆସନ୍ତା ବଜେଟରେ ସ୍ବାସ୍ଥ୍ୟ ଓ ଶିକ୍ଷା ଆଦି ଭିତ୍ତିଭୂମି ପାଇଁ ଅଧିକ ଅର୍ଥ ବ୍ୟୟ କରିବା ଉପରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ମତ ଦେଇଛନ୍ତି। ଏହାଛଡ଼ା ଶ୍ରମିକମାନଙ୍କର ମଜୁରି ମଧ୍ୟ ବଢ଼ିବା ଦରକାର ବୋଲି ସେ କହିଛନ୍ତି।
ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକ, ପୂର୍ବତନ ପ୍ରଶାସନିକ ଅଧିକାରୀ ଅର୍ଦ୍ଧେନ୍ଦୁ ଶେଖର ଷଡ଼ଙ୍ଗୀ, ରବି ନାରାୟଣ ସେନାପତି, କେ.ସି. ବଡୁ, ଶ୍ରମିକ ନେତା ସୌରୀବନ୍ଧୁ କର, ଅର୍ଥନୀତିଜ୍ଞ ନଟବର ଖୁଣ୍ଟିଆ, ପ୍ରଫେସର ଏସ୍‌.ଏସ୍‌. ରଥ, ୟୁନିସେଫ୍‌ର ସୌମେନ ରାୟ, ସିଓ୍ବାଇଏସ୍‌ଡିର ବସନ୍ତ ନାୟକ, ୟୁସିସିଆଇର କିଶୋର ମହାନ୍ତି, ରିଜର୍ଭ ବ୍ୟାଙ୍କର ଡିଜିଏମ୍‌ ଡି.ପାତ୍ର, ନାବାର୍ଡର ସିଜିଏମ୍‌ ଏ. ଚନ୍ଦ୍ରଶେଖର, ଅର୍ଥନୀତି ସାମ୍ବାଦିକ ଦିଲୀପ ବିଶୋୟୀ, କୃଷକ ସଂଗଠକ ସୀମାଚଳ ନାହାକ, କେଶବ ଚନ୍ଦ୍ର ପାତ୍ର, ବ୍ୟବସାୟୀ ମହାସଂଘର ସୁଧାକର ପଣ୍ଡା ଏବଂ ଶକ୍ତିଶଙ୍କର ପଣ୍ଡା ପ୍ରମୁଖ ଯୋଗଦେଇ ନିଜ ମତ ରଖିଥିଲେ।


All Right Reserved By Dharitri.Com

ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଠିକା କର୍ମଚାରୀଙ୍କ ଧାରଣା: ପୁରୀ ମେଡିକାଲରେ ଅଚଳାବସ୍ଥା ଜାରି

ପୁରୀ ଅଫିସ,୨୭।୧୧: ୮ ମାସର ବକେୟା ଦରମା ପ୍ରଦାନ ଦାବିରେ ମେଡିକାଲ ଠିକା କର୍ମଚାରୀ ସଂଘ ପକ୍ଷରୁ ବୁଧବାର ମେଡିକାଲ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି...

ହବିଷିଆଳି ଯୋଜନା: ରହିବେ ୩ ହଜାର ବ୍ରତଧାରୀ, ୧୩ରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୧୧।୧୦ : ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇଛି କାର୍ତ୍ତିକ ମାସ ବାଳଧୂପ ନୀତି। ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବ ଧର୍ମ ମାସ କାର୍ତ୍ତିକ। ଶ୍ରୀକ୍ଷେତ୍ରରେ...

କଟକ ଦେବୀଗଡ଼ା ଲୋକାରଣ୍ୟ

କଟକ ଅଫିସ,୧୦ା୧୦: ଶାନ୍ତିଶୃଙ୍ଖଳାରେ ସରିଛି ଦୁର୍ଗାପୂଜା। ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ଭସାଣି ମାଧ୍ୟମରେ ମେଲାଣି ନେଇଛନ୍ତି। ଦେବୀଗଡ଼ା ନିକଟରେ ହୋଇଥିବା...

ହଂସରାଳି, ୧୦ ଛୁଆ ଉଦ୍ଧାର

ଭୁବନେଶ୍ୱର,୭।୮(ବ୍ୟୁରୋ): କଟକ ଜିଲା ବାଙ୍କୀ ଗଡ଼ର କୃଷ୍ଣଚନ୍ଦ୍ର ବେହେରାଙ୍କ ଘରୁ ଗୋଟିଏ ହଂସରାଳି ମା’ ଏବଂ ୧୦ଟି ଛୁଆକୁ ବୁଧବାର ସ୍ନେକ୍‌ ହେଲ୍ପ ଲାଇନ ସଦସ୍ୟ...

‘ବଂଶୀ’କୁ ଟାର୍ଗେଟ କଲା ‘ଅସ୍ତ୍ର’

ବାଲେଶ୍ୱର ଅଫିସ,୧୮।୯: ବାଲେଶ୍ୱର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ (ଡିଆର୍‌ଡିଓ) ପକ୍ଷରୁ ବୁଧବାର ପୂର୍ବାହ୍ନ ୧୦ଟା ୧ ମିନିଟ୍‌ ସମୟରେ ଆକାଶରୁ...

ଓଡ଼ିଆ ଆଇଏଏସ୍‌ ଅଫିସର ପି.କେ. ମିଶ୍ର ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ଭୁବନେଶ୍ୱର, ୧୧।୯(ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ବୁଧବାର ଦାୟିତ୍ୱ ନେଇଛନ୍ତି ଓଡ଼ିଆ ଆଇଏଏସ୍‌ ଅଫିସର ପ୍ରମୋଦ କୁମାର ମିଶ୍ର। ନୃପେନ୍ଦ୍ର ମିଶ୍ରଙ୍କ ଅବସର ପରେ ...

ଭୀମ୍‌ସାରରେ ଏଚ୍‌ଆଇଭି ଆକ୍ରାନ୍ତଙ୍କ ଅସ୍ତ୍ରୋପଚାର ପ୍ରସଙ୍ଗ: ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

ପୁରୀ ଅଫିସ, ୩୦ା୧୦:ସମ୍ବଲପୁର ଜିଲାର ବୁର୍ଲାସ୍ଥିତ ଭୀମ୍‌ସାରରେ ଗତ ସୋମବାର ଜଣେ ଏଚ୍‌ଆଇଭି ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା କରାଯାଇଥିଲା। ଦନ୍ତ ବିଭାଗରେ ଏହି ଅସ୍ତ୍ରୋପଚାର ହୋଇଥିଲା।...

ପ୍ରେମିକାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି ପ୍ରେମିକ ଗିରଫ

ବାରିପଦା ଅଫିସ,୨୫।୯- ମୟୁରଭଞ୍ଜ ଜିଲା ବାରିପଦା ସଦର ଥାନା ଅଧିନ ଧନପୁର ଅଞ୍ଚଳର ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ସହ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ...

Leave a comment

Your email address will not be published. Required fields are marked *