୩ ଦିନ ପରେ ସତ୍କାର କଲେ ସାମାଜିକ କର୍ମୀ

ଅନୁଗୋଳ ଅଫିସ, ୧୮।୬ମାସେ ତଳେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଅଜଣା ମହିଳା ରୋଗୀଙ୍କୁ ସାମାଜିକ କର୍ମୀମାନେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଥିବା ବେଳେ ସମ୍ପୃକ୍ତା ମହିଳାଙ୍କ ପରିଚୟ ମିଳିଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ଓ ପୋଲିସ ତାଙ୍କ ଘରକୁ ଖବର ପଠାଇବା ସହ ମେଡିକାଲ ଆସି ଦେଖାଶୁଣା କରିବାକୁ ଅନୁରୋଧ କରିଥିଲେ। ହେଲେ ପରିବାରର କୌଣସି ସଦସ୍ୟ ଆସି ନ ଥିଲେ। ଏପରି କି ମହିଳାଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାରକୁ ଖବର ଦିଆଯାଇଥିଲା। ମୃତଦେହ ନେଇଯିବାକୁ ବାରମ୍ବାର ଅନୁରୋଧ କରାଯାଇଥିଲା। କିନ୍ତୁ ମହିଳାଙ୍କ ଝିଅ, ପୁଅ କିମ୍ବା ସମ୍ପର୍କୀୟ କେହି ବି ଆସି ନ ଥିଲେ। ୩ ଦିନ ଧରି ମେଡିକାଲରେ ମୃତଦେହ ପଡ଼ି ରହିବା ପରେ ରବିବାର ଅନୁଗୋଳର ସାମାଜିକ କର୍ମୀମାନେ ସ୍ଥାନୀୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରିଥିବା ଖବର ମିଳିଛି।
ସୂଚନା ଅନୁଯାୟୀ, ମୃତ ମହିଳାଙ୍କ ଘର ମହୀଧରପୁର ଅଞ୍ଚଳରେ। ଅନୁଗୋଳର ଏକ ଘରୋଇ ହଷ୍ଟେଲରେ ସେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ। ମାସେ ତଳେ ସେ ଅସୁସ୍ଥ ହୋଇପଡ଼ିବାରୁ ସାମାଜିକ କର୍ମୀମାନେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ୩ ଦିନ ତଳେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ସମ୍ପର୍କରେ ତାଙ୍କ ପରିବାରକୁ ମେଡିକାଲ ଓ ପୋଲିସ ପକ୍ଷରୁ ଜଣାଇ ଦିଆଯାଇଥିଲା। ସ୍ଥାନୀୟ ଅଞ୍ଚଳର ଜଣେ ଜନପ୍ରତିନିଧି ମଧ୍ୟ ମହିଳାଙ୍କ ଘରକୁ ଯାଇ ଖବର ଦେବା ସହ ମା’ଙ୍କ ମୃତଦେହ ଆଣିବାକୁ ଝିଅ ଓ ପୁଅଙ୍କୁ ବୁଝାଶୁଝା କରିଥିଲେ। କିନ୍ତୁ ପରିବାର ଲୋକେ ନ ଆସିବାରୁ ଶେଷରେ ରବିବାର ସନ୍ଧ୍ୟାରେ ଅନୁଗୋଳର ସାମାଜିକ କର୍ମୀ ପ୍ରତାପ ମହାପାତ୍ର ଓ ରୁକେଶ ରୋଷନ ଦାସ ମୃତଦେହ ନେଇ କରଡ଼ାଗାଡ଼ିଆସ୍ଥିତ ଶ୍ମଶାନରେ ସଂସ୍କାର କରିଥିବା ଜଣାପଡ଼ିଛି।


All Right Reserved By

ସାଇସ୍ବରୂପ, ପୀୟୂଷଙ୍କୁ ଏଲୋ ରେଟିଂ ମାନ୍ୟତା

ଢେଙ୍କାନାଳ ଅଫିସ, ୨୬।୭- ଢେଙ୍କାନାଳ ଶ୍ରେୟା ଚେସ୍‌ ଏକାଡେମୀର ଉଦୀୟମାନ ଖେଳାଳି ସାଇସ୍ବରୂପ ମିଶ୍ର ଏବଂ ପୀୟୂଷ କୁମାର ସାହୁଙ୍କୁ ଅନ୍ତର୍ଜାତୀୟ ଏଲୋ ରେଟିଂ ମାନ୍ୟତା...

ରକ୍ତ ନମୁନା ସଂଗ୍ରହ, ଔଷଧ ବଣ୍ଟନ

ଭୁବନ, ୨୮ା୫(ଡି.ଏନ୍‌.ଏ.)ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ଓ୍ବାର୍ଡରେ ଜଣ୍ଡିସ ରୋଗ ବ୍ୟାପୁଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଏହାର ନିୟନ୍ତ୍ରଣ ପାଇଁ ଜିଲା...

ଜବରଦଖଲ ପାଇଁ ବଢୁଛି ଡ୍ରେନେଜ୍‌ ସମସ୍ୟା: ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷାପାଣି

ଭାପୁର, ୧୪।୭(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଗୋବିନ୍ଦପ୍ରସାଦରେ ରାସ୍ତା ଜବରଦଖଲ କାରଣରୁ ତିଆରି ହୋଇପାରୁନି ଡ୍ରେନ୍‌। ସାମାନ୍ୟ ବର୍ଷାରେ ମୁଖ୍ୟ ରାସ୍ତାରେ ଲହଡ଼ି...

କିଶୋରନଗର ଅଞ୍ଚଳରେ କାଳବୈଶାଖୀ: ଗଛ ପଡ଼ି ରାସ୍ତା ଅବରୋଧ

ବଇଣ୍ଡା,୮।୬(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା, ଗାଁ ବଇଣ୍ଡା, ଜାମ୍ବୁନାଳୀ, ହଣ୍ଡପା, ବିଲେଇନାଳୀ, ନାକିଚି, ବାମୁର ଅଞ୍ଚଳରେ ଶନିବାର ଅପରାହ୍ନରେ କାଳବୈଶାଖୀ ହୋଇଛି। ଏଥିଯୋଗୁ ଗାଁ ବଇଣ୍ଡା...

କେବୁଲ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ

ଛେଣ୍ଡିପଦା,୨୨।୫(ସ୍ବ.ପ୍ର): ଅନୁଗୋଳ-ଛେଣ୍ଡିପଦା ୬୩ ନଂ. ରାଜ୍ୟ ରାଜପଥର ଛେଣ୍ଡିପଦା ଥାନା କୋଶଳା ରିସର୍ଚ ନର୍ସରୀ ପାଖରେ ଥିବା ତାରିଣୀ ମନ୍ଦିର ନିକଟରେ ଏକ ଟ୍ରକ (ନଂ.ଓଡି୧୯ଏଫ୨୭୪୭)...

ମହେଶ ସାହୁ ୬୯୯୫ ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ଲୋକ ସଭା ଆସନରେ ୯ମ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି। ଅପରାହ୍ନ ୨ଟା ସୁଦ୍ଧା ୪ ଲକ୍ଷ ୧୨ ହଜାର...

ପାଲଲହଡ଼ାରେ ମୁକେଶ ୬୭୪୬ ଭୋଟରେ ଆଗରେ

ପାଲଲହଡ଼ା, ୨୩ା୫(ଡି.ଏନ.ଏ.)- ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ୨୪ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ମୁକେଶ ପାଲ ୬୭୪୬ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।

ଗୋଦାମରେ ଅଗ୍ନିକାଣ୍ଡ:ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ବଅଁରପାଳ,୩୦।୬(ଡି.ଏନ.ଏ.)-ନାଲ୍‌କୋ ଥାନା କୁଲାଡ଼ ଏଫସିଆଇ ଛକ ନିକଟରେ ଥିବା ଏକ ଗୋଦାମରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିଯାଇଛି। ରବିବାର ଦୋକାନ ବନ୍ଦ ରହିଥିଲା।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *