ପରିବେଶକୁ ସୁରକ୍ଷା ଦେବ ବ୍ରାହ୍ମଣୀ ଅବବାହିକା:ବର୍ଷକରେ ଲାଗିବ ୬୫ ହଜାର ବୃକ୍ଷ

ଢେଙ୍କାନାଳ ଅଫିସ,୧୮ା୬ବିଗୁଡ଼ୁଛି ପରିବେଶ। ଦିନକୁ ଦିନ ବଢୁଛି ତାତି। ଅସହ୍ୟ ଗରମ ଓ ଗୁଳୁଗୁଳିରେ ଡହଳବିକଳ ହେଉଛି ମଣିଷ ଜୀବନ। ସ୍ଥିତିକୁ ଅଧିକ ସଙ୍କଟ କରିଛି ଜଳସ୍ତର ହ୍ରାସ। ଏହି କାରଣରୁ ଆଗାମୀ ଦିନରେ ଭୟାବହ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଏସବୁକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ କାର୍ଯ୍ୟକାରୀ ହେଉଛି ସବୁଜ ମହାନଦୀ ମିଶନ। ୨୦୧୮-୧୯ ବର୍ଷରେ ପ୍ରଥମେ ମହାନଦୀ ଅବବାହିକା ତଥା ରାଜ୍ୟର ୧୪ଟି ବନଖଣ୍ଡରେ ଏହି ଯୋଜନାରେ ବୃକ୍ଷରୋପଣ ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ରାଜ୍ୟର ବହୁ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଜଳସ୍ତର ହ୍ରାସ ଚିନ୍ତାଜନକ ହୋଇଥିବାରୁ ୨୦୧୯-୨୦ରେ ବ୍ରାହ୍ମଣୀ ସମେତ ରାଜ୍ୟର ଆଉ ୪ଟି ନଦୀକୁ ଯୋଜନାରେ ସାମିଲ କରାଯାଇଛି। ଢେଙ୍କାନାଳ ଜିଲା ଦେଇ ପ୍ରବାହିତ ଏହି ବ୍ରାହ୍ମଣୀ ନଦୀ ଅବବାହିକାରେ ୬୫ ହଜାର ବୃକ୍ଷରୋପଣ କରାଯିବ। ବର୍ଷକ ମଧ୍ୟରେ ଏହି କାର୍ଯ୍ୟ ଶେଷ କରାଯିବ ବୋଲି ଢେଙ୍କାନାଳ ଜିଲା ବନଖଣ୍ଡ ଅଧିକାରୀ ସୁଦର୍ଶନ ପାତ୍ର ସୂଚନା ଦେଇଛନ୍ତି।
ବ୍ରାହ୍ମଣୀ ସମେତ ସବୁଜ ମହାନଦୀ ମିଶନରେ ନୂଆକରି ସାମିଲ ହୋଇଥିବା ନଦୀଗୁଡ଼ିକ ହେଲା ଗଞ୍ଜାମ ଜିଲାର ଋଷିକୂଲ୍ୟା, କେଉଁଝର ଜିଲା ଦେଇ ଯାଇଥିବା ବୈତରଣୀ ଓ କୋରାପୁଟ ଜିଲାରେ ଥିବା ବଂଶଧାରା। ଏସବୁ ନଦୀ ଅବବାହିକାରେ ବ୍ୟାପକ ବୃକ୍ଷରୋପଣ କରାଯିବ। ଯୋଜନା ଅନୁଯାୟୀ, ଢେଙ୍କାନାଳ ଜିଲା ଦେଇ ପ୍ରବାହିତ ହେଉଥିବା ବ୍ରାହ୍ମଣୀ ନଦୀର ଦୁଇ ପାର୍ଶ୍ୱ ସମେତ ଏହାର ଉପନଦୀ ଓ ଶାଖାନଦୀ କୂଳରେ ମଧ୍ୟ ପର୍ଯ୍ୟାପ୍ତ ବୃକ୍ଷରୋପଣ ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ବିଶେଷକରି ଫାସି, ନିମ୍ବ, କରଞ୍ଜ ଭଳି ବୃକ୍ଷ ଲଗାଯିବ। ବ୍ରାହ୍ମଣୀ ଅବବାହିକାରେ ଆସୁଥିବା ଭୁବନ ବିଜ୍ଞାପିତ ଅଞ୍ଚଳରେ ୫ ହଜାର, କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ୍‌ରେ ୫ ହଜାର, ଷଡଙ୍ଗୀ ରେଞ୍ଜ୍‌ରେ ୧୦ ହଜାର, ଭୁବନ ଓ ମହାବୀରରୋଡ ରେଞ୍ଜରେ ୨୦ ହଜାର ଲେଖାଏ ବୃକ୍ଷରୋପଣ କରାଯିବ। ସେହିପରି ଢେଙ୍କାନାଳ ସଦର ରେଞ୍ଜରେ ୧୦ ହଜାର ଗଛ ଲଗାଯିବ। ଏଥିପାଇଁ ପ୍ରାଥମିକସ୍ତରରେ ସରକାରଙ୍କ ପକ୍ଷରୁ ୮୫ ଲକ୍ଷ ଟଙ୍କା ଅନୁଦାନ ଆସିଥିବା ବେଳେ କାର୍ଯ୍ୟ ଆରମ୍ଭ ପାଇଁ ୫ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଲାଗିବାକୁ ଥିବା ଗଛ ଗୁଡିକର ସୁରକ୍ଷା ପାଇଁ କାଠବାଡ ଦିଆଯିବ। ଯେହେତୁ ଅଧିକାଂଶ ସମୟରେ ହାତୀପଲ ବ୍ରାହ୍ମଣୀ ନଦୀ ପାର ହେଉଛନ୍ତି ଏବଂ ଚଲାବୁଲା କରୁଛନ୍ତି, ସେଥିପାଇଁ ଲୁହାବାଡ ଦିଆଯିବ ନାହିଁ ବୋଲି ବନ ବିଭାଗ ଅଧିକାରୀମାନେ କହିଛନ୍ତି। ହାତୀ ଉପଦ୍ରବରୁ ଗଛ ଗୁଡିକର ସୁରକ୍ଷା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ। ପ୍ରାୟ ଏକବର୍ଷ ମଧ୍ୟରେ ଏହି ଯୋଜନାରେ ବୃକ୍ଷରୋପଣ କାର୍ଯ୍ୟ ଶେଷ ହେବ।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ସୁଦର୍ଶନ ପାତ୍ର କୁହନ୍ତି, ପ୍ରଥମେ ମହାନଦୀ କୂଳରେ ଥିବା ୧୪ଟି ବନଖଣ୍ଡ ଅଞ୍ଚଳକୁ ନେଇ ସବୁଜ ମହାନଦୀ ମିଶନ ଆରମ୍ଭ ହୋଇଥିଲା। ତାପମାତ୍ରା ବୃଦ୍ଧି ପାଇବା, ଜଳସ୍ତର କମିବା ଓ ଆଗକୁ ଭୟାବହ ପରିସ୍ଥିତି ଉପୁଜିବା ସମ୍ଭାବନା ଥିବାରୁ ଉକ୍ତ ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକ ବୃକ୍ଷରୋପଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରତ୍ୟେକ ଜିଲାରେ ଥିବା ନଦୀ ଏବଂ ଏହାର ଉପନଦୀ ତଥା ଶାଖା ନଦୀ କୂଳରେ ବୃକ୍ଷରୋପଣ ହେବ ବୋଲି ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ପରଜଙ୍ଗ ବିଧାନସଭା:ବିଭୂତି ପ୍ରଧାନ ୨୮୩୩ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-ପରଜଙ୍ଗ ବିଧାନସଭା ଆସନରେ ଭାଜପା ଭଲ ପ୍ରଦର୍ଶନ ଜାରି ରଖିଛି। ୮ର୍ଥ ରାଉଣ୍ଡ ଶେଷ ସୁଦ୍ଧା ଭାଜପା ପ୍ରାର୍ଥୀ ବିଭୂତି ପ୍ରଧାନ ଆଗରେ ରହିଛନ୍ତି।...

ମହେଶ ସାହୁ ୨୦୨୬୩ ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ଲୋକ ସଭା ଆସନରେ ୧୬ତମ ରାଉଣ୍ଡ ଭୋଟ ଗଣତି ଫଳାଫଳ ପ୍ରକାଶ ପାଇଛି। ୭ ଲକ୍ଷ ୫୮ ହଜାର ୧୯୨ଟି ଭୋଟ...

କାଉଡ଼ିଆଙ୍କ ବୋଲବମ୍‌ ଶବ୍ଦରେ କମ୍ପିଲା ବୁଦ୍ଧେଶ୍ୱର

ଭୁବନ, ୨୨।୭(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ଭୁବନ ବୁଦ୍ଧେଶର ଶୈବପୀଠରେ ଶ୍ରାବଣ ମାସର ପ୍ରଥମ ସୋମବାର ଜଳଲାଗି ପାଇଁ ୧୦ ହଜାରରୁ ଉଦ୍ଧର୍‌ବ କାଉଡ଼ିଆଙ୍କ ସମାଗମ ହୋଇଥିଲା।...

ତାଳଚେରରେ ବ୍ରଜକିଶୋର ୭୧୮୧ ଭୋଟରେ ଆଗୁଆ

ତାଳଚେର, ୨୩ା୫(ନି.ପ୍ର.)- ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ୧୦ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ବ୍ରଜକିଶୋର ପ୍ରଧାନ ୭୧୮୧ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ବ୍ରଜକିଶୋର ମୋଟ୍‌...

ପ୍ରଫୁଲ୍ଲ ମଲ୍ଲିକ ୧୧୩୬୯ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-କାମାକ୍ଷାନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୭ତମ ରାଉଣ୍ଡ ଫଳାଫଳ ପଦାକୁ ଆସିଛି। ୬୪,୫୩୫ ଖଣ୍ଡ ଭୋଟ ସହ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକ...

କେନ୍ଦ୍ର ନେଉଛି କୋଇଲା ଟଙ୍କା, ଓଡ଼ିଶା ପାଉଛି ପ୍ରଦୂଷଣ

ତାଳଚେର/କଣିହାଁ/ଛେଣ୍ଡିପଦା/ପବିତ୍ରନଗର/ ମାଧପୁର/ପାଲଲହଡ଼ା, ୨୧।୪-  ଶିଳ୍ପ ସମୃଦ୍ଧ ଅନୁଗୋଳର କୋଇଲାରୁ କେନ୍ଦ୍ର ହଜାର ହଜାର କୋଟି ଟଙ୍କା ନେଉଛି। ହେଲେ ଓଡ଼ିଶା ଧୂଳି, ଧୂଆଁ ଯୋଗୁ ପ୍ରଦୂଷିତ...

ହାତୀ ଆକ୍ରମଣରେ ପ୍ରାଣ ଗଲା

ତାଳଚେର,୨୧ା୬(ନି.ପ୍ର.) : ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ସୁଲେଇପାଳ ଗ୍ରାମର ସୁଧାକର ମହାନ୍ତି(୭୦) ଗୁରୁବାରଠାରୁ ନିଖୋଜ ଥଇବାବେଳେ ଶୁକ୍ରବାର ସକାଳେ ତାଙ୍କ ମୃତଦେହକୁ...

ଐତିହାସିକ ବିଜୟ, ତଥାପି ମନଉଣା

ବଇଣ୍ଡା, ୨୫ା୫(ଡି.ଏନ.ଏ.)- ବିଜୟ ବାସ୍ନା ପାଉ ପାଉ ଅନେକ ପ୍ରାର୍ଥୀ ଉତ୍ସବ ଆୟୋଜନରେ ଲାଗିପଡ଼ନ୍ତି। ଫୁଲ, ତେଲ, ବାଜା, ବାଣ ଆଦି ପାଇଁ ଆଗୁଆ ବରାଦ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *