Posted inଜାତୀୟ

ନଡ୍ଡା ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୭ା୬: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା(୫୮)ଙ୍କୁ ଭାଜପାର ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି। ସୋମବାର ଦଳର ସଂସଦୀୟ ବୋର୍ଡ ବୈଠକ ବସି ନଡ୍ଡାଙ୍କୁ ଏହି ଗୁରୁଦାୟିତ୍ୱ ଅର୍ପଣ କରାଯାଇଛି। ମୋଦି କ୍ୟାବିନେଟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଦାୟିତ୍ୱ ନେଇଥିବା ଅମିତ ଶାହ ଭାଜପା ଅଧ୍ୟକ୍ଷ ଭାବେ କାର୍ଯ୍ୟ ଜାରି ରଖିବେ। ଚଳିତ ବର୍ଷ ଶେଷଭାଗରେ ହେବାକୁ ଥିବା ମହାରାଷ୍ଟ୍ର, ହରିୟାଣା ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଦାୟିତ୍ୱ ମଧ୍ୟ ଦଳ ତରଫରୁ ସେ ବୁଝିବେ। ଅମିତ ଶାହଙ୍କ ନେତୃତ୍ୱରେ ଦଳ ବହୁ ନିର୍ବାଚନ ଜିଣିଆସିଛି। କିନ୍ତୁ ମୋଦି ତାଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଦାୟିତ୍ୱ ଦେବା ପରେ ଦଳର ଅଧ୍ୟକ୍ଷ ପଦ ଅନ୍ୟ କାହାକୁ ଦେବା ଉଚିତ ବୋଲି ସେ କହିଥିଲେ। ଶାହଙ୍କୁ ସହଯୋଗ କରିବା ଲାଗି ନଡ୍ଡାଙ୍କୁ ଭାଜପାର ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରାଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ତଥା ଦଳର ବରିଷ୍ଠ ସଦସ୍ୟ ରାଜନାଥ ସିଂ ପ୍ରକାଶ କରିଛନ୍ତି। ହିମାଚଳ ପ୍ରଦେଶର ବ୍ରାହ୍ମଣ ସମାଜ ନେତା ନଡ୍ଡା ଆର୍‌ଏସ୍‌ଏସ୍‌ ଓ ଭାଜପା ଆଦର୍ଶରେ ଅନୁପ୍ରାଣିତ। ଏହାସହ ତାଙ୍କର ନିର୍ମଳ ଭାବମୂର୍ତ୍ତି ରହିଆସିଛି। ମୋଦି ସରକାର(ପ୍ରଥମ ପାଳି)ରେ ସେ ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ଗୁରୁଦାୟିତ୍ୱ ତୁଲାଇଥିଲେ।


All Right Reserved By Dharitri.Com

ଆଜିକୁ ପୁରିଲା ମୋଦି ସରକାରଙ୍କ ୫ ବର୍ଷ: ବିଜୁଳି, ସ୍ବଚ୍ଛ ଭାରତ ଯୋଜନା ଆଣି ଦେଇଛି ସଫଳତା; କଳାଧନ, ବିମୁଦ୍ରିକରଣକୁ ନେଇ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ

ନୂଆଦିଲ୍ଲୀ,୧୬।୫: ୨୦୧୪ ମସିହା ଆଜିର ଦିନରେ ପ୍ରକାଶ ପାଇଥିଲା ଲୋକ ସଭା ନିର୍ବାଚନର ଫଳାଫଳ। ଏଥିରେ ଭାଜପା ବହୁମତ ସାବ୍ୟସ୍ତ କରିବା ସହ କେନ୍ଦ୍ରରେ ସରକାର...

୧ ଲକ୍ଷ ଝିଅଙ୍କ ବିବାହ କରାଇବେ ଯୋଗୀ ସରକାର

ଲକ୍ଷ୍ନୌ,୬।୭: ସାମୁହିକ ବିବାହ ମାଧ୍ୟମରେ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଲକ୍ଷେ ଗରିବ ଝିଅଙ୍କ ବିବାହ କରିବାକୁ ସ୍ଥିର କରିଛନ୍ତି। ତେବେ ଏହି ବିବାହକୁ...

ଦଳରେ ନେତୃତ୍ୱ ପ୍ରସଙ୍ଗର ସମାଧାନ ଜରୁରୀ: ଥରୁର

ନୂଆଦିଲ୍ଲୀ, ୨୪ା୨(ପି.ଟି.): ଦେଶର ସର୍ବପୁରାତନ ଦଳ କଂଗ୍ରେସ ଏବେ ମଙ୍ଗୁଆଳ ବିହୀନ ବୋଲି ସାଧାରଣରେ ଧାରଣା ସୃଷ୍ଟି ହୋଇଥିବାରୁ ଏହାକୁ ଦୂର କରିବା ଲାଗି ନେତୃତ୍ୱ...

ଘାତକ ହେଲା ଦିଲ୍ଲୀ ଦଙ୍ଗା: ଗଡ଼ିଲାଣି ୨୭ ମୁଣ୍ଡ

ନୂଆଦିଲ୍ଲୀ,୨୭ା୨: ଦିଲ୍ଲୀରେ ଘାତକ ହେଲାଣି ସାମ୍ପ୍ରଦାୟିକ ଦଙ୍ଗା। କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ୩ ଦିନ ହେଲା ଜଳୁଛି ଜାତୀୟ ରାଜଧାନୀ।...

ଫୋବର୍‌ସରେ ପ୍ରକାଶ ପାଇଲା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକା: ନିର୍ମଳା ସୀତାରାମନ ବି ସାମିଲ

ନୂଆଦିଲ୍ଲୀ,୧୩।୧୨: ଫୋବର୍‌ସ ପକ୍ଷରୁ ବିଶ୍ୱର ସବୁଠାରୁ ୧୦୦ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ସ୍ଥାନ ମିଳିଛି।...

ସ୍ତ୍ରୀଙ୍କ ଇଚ୍ଛାକୁ କରିବେ ପୂରଣ, ଚାକିରିରୁ ଅବସର ନେବା ଦିନ ହେଲିକପ୍ଟରରେ ଗାଁକୁ ଆସିବେ ଏହି ବ୍ୟକ୍ତି

ଗାଜିଆବାଦ୍‌,୩୦।୮: ସ୍ତ୍ରୀଙ୍କ ଇଚ୍ଛାକୁ ପୂରଣ କରିବାକୁ ଯାଇ ଚାକିରିରୁ ଅବସର ନେବା ଦିନ ହେଲିକପ୍ଟରରେ ଗାଁକୁ ଆସିବେ ଗାଜିଆବାଦ୍‌ର ଜଣେ ବ୍ୟକ୍ତି। ଏଥିପାଇଁ ଆଗୁଆ ୪ଲକ୍ଷ...

କପିଲ ଶର୍ମାଙ୍କ ଘରେ ଲାଗିଲା ନିଆଁ

ମୁମ୍ବାଇ,୧୯।୭: କମେଡି କିଙ୍ଗ କପିଲ ଶର୍ମାଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟରେ ଗୁରୁବାର ମଧ୍ୟାହ୍ନରେ ନିଆଁ ଲାଗି ଯାଇଥିବା ଖବର ମିଳିଛି। ଏଥିରେ କେହି ମୃତାହତ ହୋଇ...

ଆଉ କିଛି ସମୟ ପରେ ସଂସଦରେ ଉପସ୍ଥାପନ ହେବ ବଜେଟ୍‌: ରାଷ୍ଟ୍ରପତିଙ୍କୁ ଭେଟିଲେ ସୀତାରାମନ୍‌

ନୂଆଦିଲ୍ଲୀ, ୫।୭: ଆଉ କିଛି ସମୟ ପରେ ସଂସଦରେ ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ସାଧାରଣ ବଜେଟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ନିଜ ପେଡ଼ିରେ କ’ଣ...

Leave a comment

Your email address will not be published. Required fields are marked *