Posted inଖେଳ

ବୋମା ବିସ୍ଫୋରଣ ଘଟଣାରେ ଶାନକା ଆତଙ୍କିତ

ନେଗୋମ୍ବୋ, ଶ୍ରୀଲଙ୍କା, ୨୪ା୪ (ଏଏଫ୍‌ପି)-ଇଷ୍ଟରସଣ୍ଡେ ଦିନର ବୋମା ବିସ୍ଫୋରଣ ଘଟଣା ନେଇ ଆତଙ୍କିତ ହୋଇପଡ଼ିଛନ୍ତି ଶ୍ରୀଲଙ୍କା କ୍ରିକେଟର ଦାସୁନ ଶାନକା। ଘର ବାହାକୁ ଯିବା ଲାଗି ଭୟ ଲାଗୁଛି ବୋଲି ସେ କହିଛନ୍ତି। ବୋମା ବିସ୍ଫୋରଣ ଘଟଣାରେ ୩୨୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଛନ୍ତି। ୨୭ବର୍ଷୀୟ ଅଲରାଉଣ୍ଡର ଦିନକ ପୂର୍ବରୁ ଦୀର୍ଘ ପଥ ଯାତ୍ରା କରି ଘରକୁ ଫେରିଥିବାରୁ କ୍ଳାନ୍ତ ହୋଇ ପଡ଼ିଥିଲେ। ଫଳରେ ଇଷ୍ଟରସଣ୍ଡେ ଦିନ ସେ ସେଣ୍ଟ୍‌ ସେବାଷ୍ଟିଆନ୍ସ ଚର୍ଚ୍ଚକୁ ସେ ପ୍ରାର୍ଥନା କରିବା ଲାଗି ଯାଇପାରି ନ ଥିଲେ, ଯାହା ଫଳରେ ସେ ବର୍ତ୍ତି ଯାଇଥିଲେ। ଆତ୍ମଘାତୀ ବୋମା ବିସ୍ଫୋରଣକାରୀମାନେ ସେ ଦିନ ୬ଟି ଚର୍ଚ୍ଚ ଏବଂ ହୋଟେଲକୁ ଟାର୍ଗେଟ କରିଥିଲେ। ଏଥିରେ ୩୨୦ରୁ ଅଧିକ ଆହତ ହୋଇଥିବାବେଳେ ଶତାଧିକ ଆହତ ହୋଇଥିଲେ। ଏହି ଆକ୍ରମଣ ପଛରେ ଇସଲାମିଷ୍ଟ ଆତଙ୍କବାଦୀଙ୍କ ହାତ ଥିବା ସ୍ଥାନୀୟ ସରକାର ଅନୁମାନ କରୁଛନ୍ତି।  ଶାନକା କହିଛନ୍ତି, ରବିବାର ସକାଳେ ମୁଁ ନିଜ ବାସଭବନରେ ଥିବାବେଳେ ବୋମା ବିସ୍ଫୋରଣ ଶବ୍ଦ ଶୁଣିବାକୁ ପାଇଥିଲି। ଚର୍ଚ୍ଚରେ ବୋମା ବିସ୍ଫୋରଣ ହୋଇଥିବା ମୁଁ ଲୋକମାନଙ୍କଠାରୁ ଶୁଣିବାକୁ ପାଇଥିଲି। ଘଟଣାସ୍ଥଳକୁ ଯାଇ ଲୋମହର୍ଷଣକାରୀ ଦୃଶ୍ୟ ଦେଖିଲି ତାହା ଭୁଲି ହେବ ନାହିଁ। ଚର୍ଚ୍ଚଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା। ଲୋକେ ତନ୍ମଧ୍ୟରୁ  ମୃତାହତଙ୍କୁ ବାହାର କରିବାରେ ଲାଗିଥିଲେ। ଘଟଣାସ୍ଥଳକୁ ଦେଖିଲେ କେହି ଜୀବିତ ଥିବା କଥା କହିବେ ନାହିଁ।


All Right Reserved By

Posted inଖେଳ

ବିଜୟ ସହ ମେକ୍ସିକୋ ୭ମ

ଭୁବନେଶ୍ୱର, ୧୨।୬(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ବିଜୟ ସହ ଅଭିଯାନ ଶେଷ କରିଛି ମେକ୍ସିକୋ। ଯୁବ ମେକ୍ସିକୋ...

ଏଆଇଏଫ୍‌ଏଫ୍‌କୁ ଫିଫାର ଚିଠି

କୋଲକାତା, ୨୫ା୭ (ପି.ଟି.)-ଭାରତୀୟ ଫୁଟ୍‌ବଲର ବର୍ତ୍ତମାନ ଦୃଶ୍ୟପଟ୍ଟ ସମ୍ପର୍କରେ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)ଠାରୁ ଅପ୍‌ଡେଟ୍‌ ଚାହିଁିଛି ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ‘ଫିଫା’। ତେବେ...

ଜାତୀୟ ବାଳିକା ଚେସ୍‌: ସାଇନା ସାଲୋନିକାଙ୍କୁ ରୌପ୍ୟ

ଭୁବନେଶ୍ୱର, ୮।୭ (ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଆ ଚେସ୍‌ ପ୍ରତିଭା ତଥା ଓ୍ବିମେନ ଫିଡେ ମାଷ୍ଟର (ଡବ୍ଲ୍ୟୁଏଫ୍‌ଏମ୍‌) ସାଇନା ସାଲୋନିକା ତାଙ୍କ ଜ୍ୱାଜଲ୍ୟମୟ କ୍ୟାରିୟରରେ ଆଉ ଏକ...

ଆଇସିସି ବିଶ୍ୱକପ: ସେମିଫାଇନାଲରେ ଭାରତ

ବର୍ମିଂହାମ,୩।୭(ପି.ଟି.)- ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ବିଶ୍ୱକପ୍‌ରେ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ଏଜବାଷ୍ଟନ ଗ୍ରାଉଣ୍ଡରେ ମଙ୍ଗଳବାର ଖେଳାଯାଇଥିବା ରୋମାଞ୍ଚକ...

ବିଶ୍ୱ ସନ୍ତରଣ ଚାମ୍ପିୟନଶିପ୍‌ରେ ଅଘଟଣ, ୨ ମୃତ

ଗ୍ବାଙ୍ଗଜୁ(ଦକ୍ଷିଣ କୋରିଆ),୨୭।୭(ଏଏଫ୍‌ପି)- ଏଠାରେ ଚାଲିଥିବା ବିଶ୍ୱ ସନ୍ତରଣ ଚାମ୍ପିୟନଶିପ୍‌ରେ ଘଟିଛି ଅଘଟଣ। ଏକ ନାଇଟ୍‌ କ୍ଲବ୍‌ର ବାଲ୍‌କୋନି ଭାଙ୍ଗିପଡ଼ିବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬...

ଆଫଗାନିସ୍ତାନକୁ ହରାଇ ଶୀର୍ଷରେ ଇଂଲଣ୍ଡ

ମାଞ୍ଚେଷ୍ଟର, ୧୯।୬(ପି.ଟି.)- ଆୟୋଜକ ତଥା ଫେଭରାଇଟ ଇଂଲଣ୍ଡ ମଙ୍ଗଳବାର ଖେଳାଯାଇଥିବା ବିଶ୍ୱକପ୍‌ର ୨୪ତମ ମ୍ୟାଚ୍‌ରେ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନକୁ ବୃହତ୍‌ ୧୫୦ ରନରେ ପରାସ୍ତ କରିଛି।...

ଏହି ଦଳର ଅଧିନାୟକଙ୍କ ଦୃଢୋକ୍ତି: ଭାରତ-ଇଂଲଣ୍ଡ ମଧ୍ୟରେ ଫାଇନାଲ ଖେଳାଯିବ

ଲଣ୍ଡନ, ୭।୭: ଆଇସିସି ବିଶ୍ୱକପର ଶେଷ ଲିଗ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ମାତ୍ର ୧୦ ରନ୍‌ରେ ପରାସ୍ତ କରି ବିଜୟର ସହ ବିଶ୍ୱକପରୁ ବିଦାୟ ନେଇଛି ଦକ୍ଷିଣ...

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତକୁ ଚିୟର୍‌ କରିବା ପାଇଁ ପହଞ୍ଚିଲେ ଷ୍ଟାଡିୟମରେ ରଣବୀର

ମାଞ୍ଚେଷ୍ଟର,୧୬।୬:ପୁଣି ଥରେ ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଏକ ହାଇଭୋଲଟେଜ କ୍ରିକେଟ ମ୍ୟାଚରେ ପରସ୍ପରକୁ ଭେଟିଛନ୍ତି। ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପର ୨୨ତମ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *