Posted inଖେଳ

ଜାସନ ରଏ ୨ ମ୍ୟାଚ୍‌ରୁ ବାଦ୍‌

ମାଞ୍ଚେଷ୍ଟର, ୧୭।୬(ଏଏଫ୍‌ପି)- ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ପର୍ବରୁ ଘରୋଇ ଇଂଲଣ୍ଡ ଦଳକୁ ସୋମବାର ଶକ୍ତ ଧକ୍କା ଲାଗିଛି। ଇନ୍‌ଫର୍ମ ଓପନର୍‌ ଜାସନ ରଏ ଆଘାତଜନିତ ସମସ୍ୟା ଲାଗି ଇଂଲଣ୍ଡର ପରବର୍ତ୍ତୀ ୨ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି ବୋଲି ଇଂଲଣ୍ଡ ଆଣ୍ଡ୍‌ ଓ୍ବେଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି) ପକ୍ଷରୁ କୁହାଯାଇଛି। ଶୁକ୍ରବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଫିଲ୍ଡିଂ କରୁଥିବା ସମୟରେ ଜାସନଙ୍କ ମାଂସପେଶୀ ଟାଣି ହୋଇଯାଇଥିଲା। ଫଳରେ ସେ ପଡ଼ିଆ ଛାଡ଼ି ଚାଲିଯାଇଥିଲେ। ସେ ସମ୍ପୂର୍ଣ୍ଣ ଫିଟ୍‌ ହୋଇ ନ ଥିବାରୁ ଆଫଗାନିସ୍ତାନ (ଜୁନ୍‌ ୧୮) ଓ ଶ୍ରୀଲଙ୍କା (ଜୁନ୍‌ ୨୧) ବିପକ୍ଷରେ ଖେଳାଯିବାକୁ ଥିବା ୨ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ରଏ ଦକ୍ଷିଣ ଆଫ୍ରିକା ବିପକ୍ଷ ଉଦ୍‌ଘାଟନୀ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିବାବେଳେ ବାଂଲାଦେଶ ବିପକ୍ଷରେ ୧୫୩ ରନର ମାରାଥନ ଇନିଂସ ଖେଳିଥିଲେ।


All Right Reserved By

Posted inଖେଳ

ଡ୍ରାଭିଡ୍‌ଙ୍କ ସ୍ଥାନରେ କୋଟାକ, ମହାମ୍ବ୍ରେ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ସୌରାଷ୍ଟ୍ର ଅଧିନାୟକ ସିତାଂଶୁ କୋଟାକ ଓ ପୂର୍ବତନ ଭାରତୀୟ ସିମର ପାରସ ମହାମ୍ବ୍ରେ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଡ୍ରାଭିଡ୍‌ଙ୍କ ସ୍ଥାନ ନେଇଛନ୍ତି।...

ଭାରତ ବିଶ୍ୱକପ୍‌ ଜିତିବା ସପକ୍ଷରେ ୧.୫ ବିଲିୟନ ପ୍ରଶଂସକ: ହାର୍ଦ୍ଦିକ

ନଟ୍ଟିଂହାମ,୧୩।୬(ପିଟି): କେବଳ ୧.୫ ବିଲିୟନ ପ୍ରଶଂସକ ଭାରତ ବିଶ୍ୱକପ୍‌ ଜିତିବ ବୋଲି ଆଶା କରୁଛନ୍ତି। ଏଥିଯୋଗୁ ଭାରତୀୟ ଦଳ ଉପରେ ଚାପ ରହିବ ନାହିଁ ବୋଲି...

କୋପା ଆମେରିକା: ଉରୁଗୁଏ ବିଦା

ସାଲ୍‌ଭାଡର(ବ୍ରାଜିଲ),୩୦।୬(ଏଏଫ୍‌ପି)- ପେରୁଠାରୁ ଶୁଟଆଉଟ୍‌(୫-୪) ଜରିଆରେ ପରାଜୟ ବରଣ କରି ଉରୁଗୁଏ ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛି। ଧାର୍ଯ୍ୟ ସମୟ...

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଅମ୍ପାୟର ଇଲିଂଓ୍ବର୍ଥ, କେଟିଲବର୍ଗ

ଲିଡ୍ସ,୭।୭(ପିଟି)- ଚଳିତ ବିଶ୍ୱକପ୍‌ର ପ୍ରବଳ ଦାବୀଦାର ଭାରତ ଓ ଗତ ଥରର ଉପବିଜେତା ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ୯ ତାରିଖରେ ମାଞ୍ଚେଷ୍ଟରଠାରେ ପ୍ରଥମ ସେମିଫାଇନାଲ ମ୍ୟାଚ୍‌...

ଓ୍ବେଷ୍ଟଇଣ୍ଡିଜ ୧୧୭ରେ ଅଲଆଉଟ

କିଙ୍ଗଷ୍ଟନ(ଜାମାଇକା), ୨।୯- ସାବିନା ପାର୍କ ଗ୍ରାଉଣ୍ଡରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ମାତ୍ର ୧୧୭ ରନ କରି ଅଲଆଉଟ ହୋଇଛି। ମାତ୍ର...

ଏୟାର ବ୍ୟାଡମିଣ୍ଟନକୁ ଭାରତୀୟ ତାରକାଙ୍କ ସମର୍ଥନ

ନୂଆଦିଲ୍ଲୀ,୧୯।୫ (ପି.ଟି.)- କ୍ରୀଡ଼ା ତଥା ବ୍ୟାଡମିଣ୍ଟନର ଏକ ନୂଆ ଫର୍ମାଟ ଏୟାର ବ୍ୟାଡମିଣ୍ଟନକୁ ସାଇନା ନେହ୍ବାଲଙ୍କ ସମେତ ଭାରତର କେତେକ ଆଗଧାଡ଼ିର ବ୍ୟାଡମିଣ୍ଟନ ଖେଳାଳି ସମର୍ଥନ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଜନ ନୂଆ ମୋଟେରା ଷ୍ଟାଡିୟମ

ମୁମ୍ବାଇ,୩୧।୮: ଆଉ କିଛି ମାସରେ ଗୁଜରାଟର ଆର୍ଥିକ ରାଜଧାନୀ ଅହମ୍ମଦାବାଦଠାରେ ରାଜ୍ୟର ନୂଆ କ୍ରିକେଟ ଷ୍ଟାଡିୟମ ଉଦ୍‌ଘାଟିତ ହେବ। ୧ ଲକ୍ଷ ୧୦ ହଜାର ଦର୍ଶକ...

ରସିଦଙ୍କ ଅଲରାଉଣ୍ଡ ଶୋ: ସୁବିଧାଜନକ ସ୍ଥିତିରେ ଆଫଗାନିସ୍ତାନ

ଚିଟ୍ଟାଗଙ୍ଗ,୭।୯(ଏଏଫ୍‌ପି)- ତାରକା ଅଲରାଉଣ୍ଡର ରସିଦ ଖାଁ ଉଭୟ ବୋଲିଂ ଓ ବ୍ୟାଟିଂରେ ଦମ୍‌ଦାର ପ୍ରଦର୍ଶନ କରି ବାଂଲାଦେଶ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ସୁବିଧାଜନକ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *