Posted inଖେଳ

ଗୋଲ୍‌ ରୁପାନ୍ତର ହାର ବୃଦ୍ଧିକୁ ମାରିଜନେଙ୍କ ଗୁରୁତ୍ୱ

ହୀରୋଶିମା (ଜାପାନ), ୧୭ା୬ (ପି.ଟି.)- ଭାରତୀୟ ମହିଳା ହକି ଦଳକୁ ଏହାର ଗୋଲ ରୁପାନ୍ତର ହାରରେ ବୃଦ୍ଧି ଆବଶ୍ୟକତା ରହିଛି ବୋଲି ଦଳର ମୁଖ୍ୟ କୋଚ୍‌ ଜୋର୍ଡ ମାରିଜନେ କହିଛନ୍ତି। ଚଳିତ ଏଫ୍‌ଆଇଏଚ୍‌ ମହିଳା ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଭାରତ ମଙ୍ଗଳବାର ଗ୍ରୁପ୍‌ ଏ’ରେ ଏହା ଶେଷ ମ୍ୟାଚ ନିମ୍ନ ର଼୍ୟାଙ୍କିଙ୍ଗପ୍ରାପ୍ତ ଫିଜି ସହ ମୁକାବିଲା କରିବ। ଏହି ମ୍ୟାଚରେ ବିଜୟ ହାସଲ କରିପାରିଲେ ଦଳ ସେମିଫାଇନାଲରେ ସ୍ଥାନ ପକ୍କା କରିପାରିବ। ବିଶ୍ୱର ୯ ନମ୍ବର ର଼୍ୟାଙ୍କିଙ୍ଗପ୍ରାପ୍ତ ଭାରତ ଏହି ଟୁର୍ନାମେଣ୍ଟରେ ହେଉଛି ସର୍ବୋଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ଦଳ। ଭାରତ ପୂର୍ବରୁ ଉରୁଗୁଏକୁ ୪-୧ ଏବଂ ପୋଲାଣ୍ଡକୁ ୫-୦ ଗୋଲରେ ପରାସ୍ତ କରି ସାରିଛି। ବିଶ୍ୱର ୪୪ ନମ୍ବର ମାନ୍ୟତାପ୍ରାପ୍ତ ଫିଜି ଭାରତ ପାଇଁ କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ। କିନ୍ତୁ ଦଳ ଯଦି ଏହାର ଗୋଲ ରୁପାନ୍ତର ହାର ବୃଦ୍ଧି କରେ ତେବେ ମ୍ୟାଚ ଜିତିବା ଆହୁରି ସହଜ ହୋଇପଡ଼ିବ। ମରିଜନେ ପ୍ରଥମ ଦୁଇଟି ମ୍ୟାଚରେ ଦଳର ପ୍ରଦର୍ଶନ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଦଳ ଅନେକ ଫିଲ୍ଡ ଗୋଲ ଏବଂ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିପାରିଛି। ଖେଳାଳିମାନେ ସଂଗଠିତ ହୋଇ ଉପଯୁକ୍ତ ସମନ୍ବୟ ରକ୍ଷା କରିବ ଖେଳିବା ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ପ୍ରତ୍ୟେକ ଖେଳାଳି ଭଲ ପ୍ରଦର୍ଶନ କରିବା ସୁଯୋଗ ପାଇ ପାରିବେ। ୪୫ ବର୍ଷୀୟ ମାରିଜନେ କହିଛନ୍ତି ଟୁର୍ନାମେଣ୍ଟରେ ଭାରତ ସମସ୍ତ ମ୍ୟାଚରେ ବିଜୟ ହାସଲ କରିବା ଲାଗି ଲକ୍ଷ୍ୟ ରଖିଥିବାବେଳେ କୌଣସି ଦଳକୁ ହାଲ୍‌କା ଭାବେ ନେବ ନାହିଁ।


All Right Reserved By Dharitri.Com

Posted inଖେଳ View All

ରାଜ୍ୟ ସ୍କୁଲ୍ସ ଓପନ୍‌ ଚେସ୍‌: ହର୍ଷିତଙ୍କୁ ଟାଇଟଲ୍‌

ଭୁବନେଶ୍ୱର, ୨୫।୧୧ (ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା ସେକ୍ରେଟାରୀଏଟ ରିକ୍ରେସନ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟ ସ୍କୁଲ୍ସ ଓପନ୍‌ ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ୭...

ଚାର୍ଜଶିଟ୍‌ ନ ଦେଖିବା ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବନି: ବିସିସିଆଇ

ନୂଆଦିଲ୍ଲୀ, ୨।୯- ଘରୋଇ ହିଂସା ମାମଲାରେ କ୍ରିକେଟର୍‌ ମହମ୍ମଦ ଶାମିଙ୍କ ନାମରେ ଗିରଫ ପର୍‌ଓ୍ବାନା ଜାରି ହୋଇଛି। ଆଗାମୀ ୧୫ ଦିନ ମଧ୍ୟରେ କୋର୍ଟରେ ହାଜର...

ରୋହିତ-ରାହୁଲଙ୍କ ରେକର୍ଡ ଓପନିଂ ଭାଗୀଦାରି

ଲିଡ୍ସ,୭।୭- ଭାରତୀୟ ଦଳ ତା’ର ଅନ୍ତିମ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୭ ଉଇକେଟରେ ହରାଇ ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନ ଅଧିକାର କରିଛି। ଏହି...

ରୋହିତ ଶର୍ମାଙ୍କ ୨୯ତମ ଶତକ: ଜୟସୁରିୟାଙ୍କୁ ପଛରେ ପକାଇଲେ

ବେଙ୍ଗାଲୁରୁ,୧୯।୧: ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ଦିନିକିଆ ମ୍ୟାଚ୍‌ ଚାଲିଛି। ଏହି ମ୍ୟାଚ୍‌ରେ ହିଟ୍‌ମ୍ୟାନ୍‌ ରୋହିତ ଶର୍ମା ଅନ୍ତର୍ଜାତୀୟ...

ନଦିମଙ୍କ ଟେଷ୍ଟ ପଦାର୍ପଣ: ଟସ୍‌ ଜିତି ଭାରତର ବ୍ୟାଟିଂ

ରାଞ୍ଚି,୧୯।୧୦(ପି.ଟି.)- ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଝାଡଖଣ୍ଡ ବାମହାଦୀ ସ୍ପିନର ଶାହାବାଜ...

ଥାଇଲାଣ୍ଡ ଅନ୍ତର୍ଜାତୀୟ ବକ୍ସିଂ : ଫାଇନାଲରେ ୫ ଭାରତୀୟ

ନୂଆଦିଲ୍ଲୀ,୨୭।୭(ପି.ଟି.)- ରାଜଧାନୀ ବ୍ୟାଙ୍କକ୍‌ରେ ଚାଲିଥିବା ଥାଇଲାଣ୍ଡ ଅନ୍ତର୍ଜାତୀୟ ବକ୍ସିଂ ଟୁର୍ନାମେଣ୍ଟର ଫାଇନାଲରେ ୫ ଜଣ ଭାରତୀୟ ପ୍ରବେଶ କରିଛନ୍ତି। ଶୁକ୍ରବାର ପୂର୍ବତନ ଜୁନିୟର ବିଶ୍ୱ ଚାମ୍ପିୟନ...

ରାୟୁଡୁଙ୍କ ଅବସର: ଚୟନକର୍ତ୍ତାଙ୍କୁ ଗମ୍ଭୀରଙ୍କ ସମାଲୋଚନା

ବର୍ମିଂହାମ,୩।୭(ପିଟି)- ଅମ୍ବାତି ରାୟୁଡୁଙ୍କ ଅବସର ପରେ ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର ବୁଧବାର ଏମ୍‌ଏସ୍‌କେ ପ୍ରସାଦଙ୍କ ନେତୃତ୍ୱାଧୀନ ଚୟନ କମିଟିକୁ ସମାଲୋଚନା କରିଛନ୍ତି। କମିଟିର...

ଫିଚର ଫର୍ମୁଲା-୩ ରେସ୍‌ ଜିତିଲେ ଦାରୁବାଲା

ଲି କ୍ୟସ୍‌ଲେଟ୍‌ (ଫ୍ରାନ୍ସ), ୨୨ା୬ (ପି.ଟି.): ଭାରତର ଭବିଷ୍ୟତ ଫର୍ମୁଲା-୧ ଡ୍ରାଇଭର ବୋଲି କୁହାଯାଉଥିବା ଜେହାନ ଦାରୁବାଲା ଏଫ୍‌ଆଇଏ ଫର୍ମୁଲା-୩ ଚାମ୍ପିୟନଶିପ୍‌ରେ ଦ୍ୱିତୀୟ ଥର ଟାଇଟଲ...

Leave a comment

Your email address will not be published. Required fields are marked *