Posted inଜାତୀୟ

ବିହାରରେ ଅସମ୍ଭାଳ ତାତି: ୨୨ ପର୍ଯ୍ୟନ୍ତ ସ୍କୁଲ ଛୁଟି, ଗୟାରେ ୧୪୪ ଧାରା ଜାରି

ପାଟନା, ୧୭।୬: ବିହାରରେ ଅସମ୍ଭାଳ ତାତି ଲାଗିରହିଛି। ଏପର୍ଯ୍ୟନ୍ତ ଅଂଶୁଘାତରେ ୧୭୩ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୩୫୦ରୁ ଅଧିକ ଲୋକ ଅଂଶୁଘାତର ଶିକାର ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତକଙ୍କ ଭିତରେ ଅଧିକାଂଶ ଲୋକଙ୍କ ବୟସ ୬୦ରୁ ଅଧିକ ବୋଲି ଜଣାପଡିଛି। ପ୍ରବଳ ଗରମକୁ ଆଖିରେ ରଖି ବିାହାର ସରକାର ଜୁନ ୨୨ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଏବଂ କଳେଜ ଛୁଟି ଘୋଷଣା କରିଛନ୍ତି। ସେହିପରି ଅଂଶୁଘାତରେ ଅଧିକ ପ୍ରଭାବିତ ଗୟା ଜିଲାରେ ୧୪୪ ଧାରା ଜାରି କରାଯାଇଛି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଜିଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


All Right Reserved By Dharitri.Com

ଉଚ୍ଚ ରକ୍ତଚାପ ଏବଂ ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ ଘରେ ପାଳନ୍ତୁ ଏହି ପ୍ରାଣୀ …

ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଉଚ୍ଚ ରକ୍ତଚାପ ଏବଂ ହାର୍ଟଆଟାକ୍‌ ସମସ୍ୟା ଦେଖାଦେଇଥାଏ। ଏଥିରୁ ଦୂରେଇ ରହିବା ପାଇଁ ବିଭିନ୍ନ...

ମାତୃଭାଷା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ୨୦ ହଜାର କିମି ସାଇକେଲ ଯାତ୍ରାରେ ଯୁବକ

ସିଲିଗୁଡ଼ି,୨୫।୪: ମାତୃଭାଷା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଜଣେ ଯୁବକ ଅଣ୍ଟା ଭିଡ଼ିଛନ୍ତି। ମହାରାଷ୍ଟ୍ରର ୨୯ ବର୍ଷ ବୟସ୍କ ଯୁବକ ଗନ୍ଧାର କୁଲକର୍ଣ୍ଣୀ ଏନେଇ ୨୦...

ଯୁଦ୍ଧ ପାଇଁ ପ୍ରସ୍ତୁତ ଥିଲା ସେନା

ନୂଆଦିଲ୍ଲୀ,୨୦ା୮(ପି.ଟି.): ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଭିତରେ ପଶି ପାରମ୍ପରିକ ଯୁଦ୍ଧ ପାଇଁ ଭାରତୀୟ ସେନା ପୂରା ଦମ୍‌ରେ ପ୍ରସ୍ତୁତ ଥିଲା। ସେନାଧ୍ୟକ୍ଷ ଜେନେରାଲ ବିପିନ...

ମୋଦିଙ୍କ ମାନବିକତା ଗଲା କୁଆଡ଼େ ପ୍ରଶ୍ନ କଲେ ମେହବୁବା

ଶ୍ରୀନଗର, ୪।୮: ଜମ୍ମୁ-କଶ୍ମୀରରେ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅଜଣା ଆତଙ୍କ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି।...

ହୋମ ଗାର୍ଡଙ୍କ ଭତ୍ତା ବୃଦ୍ଧି କଲେ ଉତ୍ତରାଖଣ୍ଡ ସରକାର

ଡେରାଡୁନ,୬।୧୨: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ ରାଜ୍ୟରେ କାର୍ଯ୍ୟରତ ହୋମ ଗାର୍ଡଙ୍କ ଭତ୍ତା ବୃଦ୍ଧି କରିବାକୁ ଶୁକ୍ରବାର ଘୋଷଣା କରିଛନ୍ତି। ୟୁନିଫର୍ମ ସଫା କରିବାକୁ...

ଆର୍‌ଜେଡି ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଲାଲୁ

ପାଟନା,୩।୧୨: ବିହାରରେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ଅଧ୍ୟକ୍ଷ ଭାବେ ପୁଣିଥରେ ବିନା ପ୍ରତିଦ୍ୱନ୍ଦିରେ ନିର୍ବାଚିତ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ। ୧୧ ଥର...

୧୯୯୯ରେ କାରଗିଲ୍‌ ଯାଇଥିଲେ ମୋଦି, ଶେୟାର୍‌ କଲେ ଯୁଦ୍ଧ ବେଳର ଫଟୋ

ନୂଆଦିଲ୍ଲୀ, ୨୬।୭: ଆଜି ଦେଶ ପାଇଁ ଗୌରବର ଦିନଟିଏ। ଆଜକୁ ଠିକ୍‌ ୨୦ବର୍ଷ ପୂର୍ବେ କାରଗିଲରେ ଭାରତୀୟ ସୈନ୍ୟମାନେ ପାକିସ୍ତାନକୁ ଧୂଳି ଚଟେଇ ଦେଇଥିଲେ। ଯୁଦ୍ଧରେ...

ଏସ୍‌ସି/ଏସ୍‌ଟି ସଂରକ୍ଷଣ ସଂଶୋଧନ ବିଲ୍‌କୁ ଲୋକ ସଭାର ମଞ୍ଜୁରୀ

ନୂଆଦିଲ୍ଲୀ,୧୧ା୧୨(ପି.ଟି.): ଲୋକ ସଭାରେ ମଙ୍ଗଳବାର ଅନୁସୂଚିତ ଜାତି (ଏସ୍‌ସି) ଅନୁସୂଚିତ ଜନଜାତି, (ଏସ୍‌ଟି) ବର୍ଗର ଲୋକଙ୍କ ଲାଗି ୧୦ ବର୍ଷ ପାଇଁ ସଂରକ୍ଷଣ ବୃଦ୍ଧି ସଂକ୍ରାନ୍ତ...

Leave a comment

Your email address will not be published. Required fields are marked *