ମୋରଡ଼ାରେ ଡବଲ ମର୍ଡର: ସ୍ତ୍ରୀ, ଶାଶୁ ମୃତ: ପୋଲିସର ଅବହେଳାକୁ ଦାୟୀକଲେ ସ୍ଥାନୀୟ ଲୋକେ

ବାରିପଦା ଅଫିସ,୧୭।୬: ମୋରଡ଼ା ଥାନା ଚିକିଟାମାଟିଆ ପଞ୍ଚାୟତ ଖୁଣ୍ଟାପାଳ ଗ୍ରାମରେ ସୋମବାର ଏକ ଡବଲ ମର୍ଡର ଘଟିଛି। ସକାଳ ପ୍ରାୟ ସାଢ଼େ ୬ଟାରେ ଅନୈତିକ ସମ୍ପର୍କ ସନ୍ଦେହରେ ଜଣେ ବ୍ୟକ୍ତି କୁରାଢ଼ିରେ ହାଣି ସ୍ତ୍ରୀ ଓ ଶାଶୁଙ୍କୁ ହତ୍ୟା କରିଛନ୍ତି। ମୃତକ ଦ୍ୱୟ ହେଲେ ଶାଶୁ ସୁମତି ମହାନ୍ତ(୬୧) ଏବଂ ସ୍ତ୍ରୀ ମମତା ମହାନ୍ତ(୪୦)। ଅଭିଯୁକ୍ତ ହେଲେ ପୂର୍ଣ୍ଣଚନ୍ଦ୍ର ମହାନ୍ତ(୫୦)।
ପ୍ରକାଶ ଯେ, ପୂର୍ଣ୍ଣଚନ୍ଦ୍ର ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ତାଙ୍କୁ ଏବଂ ଶାଶୁ ସୁମତିଙ୍କୁ ମାରିଦେବା ପାଇଁ କୁରାଢ଼ି ଧରି ବୁଲୁଥିଲେ। ତେଣୁ ଶାଶୁ, ସ୍ତ୍ରୀ ଭୟରେ ଗାଁରେ ଅନ୍ୟ ଲୋକଙ୍କ ଘରେ ଆତ୍ମଗୋପନ କରୁଥିଲେ। ଏ ନେଇ ରବିବାର ସୁମତି ମୋରଡ଼ା ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୋଲିସ ଅଭିଯୋଗକୁ ଗୁରୁତ୍ୱ ଦେବା ବଦଳରେ ଅଣଦେଖା କରିଥିଲା। ପୋଲିସର ଅବହେଳାକୁ ଦାୟୀକରି ଗାଁଲୋକେ ପୋଲିସକୁ ଅଟକରଖି ମୃତା ଗରିବ ମା’ ଝିଅ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି।


All Right Reserved By Dharitri.Com

ସେନା ଚାକିରି ପାଇଁ ୨୨୦ କି.ମି. ଦୌଡ଼ିଲେ ସୌରଭ

ପୁରୀ ଅଫିସ, ୨୧।୨:ଭାରତୀୟ ସେନାରେ ଯୋଗଦେବାକୁ ପିଲାଟି ଦିନରୁ ରହିଛି ଆଗ୍ରହ। ବାପା ବି ଚାହୁଁଛନ୍ତି ତାଙ୍କ ପୁଅ ସୈନ୍ୟ ବାହିନୀରେ ଯୋଗଦେଇ ଦେଶ ମାତୃକାର...

ବିପଦର ସମ୍ମୁଖୀନ ହେଉଛନ୍ତି ସାର୍କ

ବାଲେଶ୍ୱର ଅଫିସ, ୧୫।୭-ବାଲେଶ୍ୱର ନୋସି ବିଜିନେସ୍‌ ପାର୍କର ଉତ୍କଳା ମଞ୍ଚରେ ପାଳିତ ହୋଇଛି ‘ସାର୍କ ଦିବସ’। ସାର୍କ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଉପରେ ଶିକ୍ଷା ଦେବା...

ଛାତ୍ରୀଛାତ୍ରଙ୍କ ସୁରକ୍ଷା ପ୍ରତି ବିପଦ

ରୂପ୍‌ସା, ୧୨।୮(ଡି.ଏନ.ଏ.)-କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଛାତ୍ରୀଛାତ୍ରଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଉଥିବା ବେଳେ ବିଭିନ୍ନ ସ୍ଥାନରେ ସୁରକ୍ଷିତ ଶ୍ରେଣୀଗୃହ ଅଭାବ...

ଚିଟ୍‌ଫଣ୍ଡ ତଦନ୍ତ କମିଶନଙ୍କ ଶୁଣାଣି ବନ୍ଦ ନେଇ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ: ସୁର

ଭୁବନେଶ୍ୱର,୪।୩(ବ୍ୟୁରୋ): ଚିଟ୍‌ଫଣ୍ଡ ତଦନ୍ତ କମିଶନଙ୍କ ଶୁଣାଣି ବନ୍ଦ ନେଇ ନୋଟିସ ଜାରି କରାଯିବା ପରେ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ନେଇ...

ଅଲେଖଗୁଡା: ଯେଉଁଠି ଲେଖା ହୋଇପାରୁନି ବିକାଶର ଭାଗ୍ୟରେଖା

କୋରୁକୋଣ୍ଡା, ୧୬ା୨(ଡି. ଏନ.ଏ.)  ମାଲକାନଗିରି ଜିଲାରେ ଏପରି ଗ୍ରାମ ରହିଛି ଯେଉଁଠି ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପହଞ୍ଚତ୍ପାରିନାହିଁ। ଜିଲାର କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତାପାରି-୩ ପଞ୍ଚାୟତର...

ବାତ୍ୟା ପୀଡ଼ିତଙ୍କ ଗୁହାରି: ‘ରିଲିଫ ନୁହେଁ, ମୋ କାଠ କିଣ’

ଭୁବନେଶ୍ୱର, ୯ା୬ (ବ୍ୟୁରୋ): ରିଲିଫ୍‌ରେ ପେଟ ପୂରୁନାହିଁ, ଘରେ ମୋର ୭ ପ୍ରାଣୀ କୁଟୁମ୍ବ। ମାସେ ହେବ କାମ ଧନ୍ଦା ନାହିଁ, ପାଖରେ ଟଙ୍କାଟିଏ ମଧ୍ୟ...

ଓଏଏସ୍‌ ଅଫିସରସ୍ତରରେ ଅଦଳବଦଳ

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଫିସରସ୍ତରରେ ବୁଧବାର ଅଦଳବଦଳ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କୃଷିବିଭାଗ ଅତିରିକ୍ତ ନିର୍ଦ୍ଦେଶକ(ଆଡମିନ୍‌)...

ଫୁଲକୁ ନେଇ କଣ୍ଟା ବିବାଦ

ପୁରୀ ଅଫିସ,୬ା୭: ଆରମ୍ଭରୁ ବିବାଦରେ ଫସିଥିବା ଶ୍ରୀମନ୍ଦିର ଫୁଲସଜାକୁ ନେଇ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଫୁଲ ପାଇଁ ଉଠିଛି କଣ୍ଟା ବିବାଦ।...

Leave a comment

Your email address will not be published. Required fields are marked *