ଆସିଲା ହୋଣ୍ଡାର ନୂଆ ଆମେଜ୍‌ ଭିଏକ୍ସ ସିଭିଟି

ନୂଆଦିଲ୍ଲୀ,୨୪-୪:ପ୍ରମୁଖ ଅଟୋମୋବାଇଲ ମାନୁଫାକ୍‌ଚରର ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ(ଏଚ୍‌ସିଆଇଏଲ୍‌) ପକ୍ଷରୁ ନୂଆ ଆମେଜ୍‌ ଭିକ୍ସ ସିଭିଟି ବଜାରକୁ ଆସିଛି। ହୋଣ୍ଡା ଆମେଜ୍‌ ଫ୍ୟାମିଲି ସେଡାନ୍‌ ବର୍ଗରେ କମ୍ପାନୀର ଏକ ଲୋକପ୍ରିୟ ବ୍ରାଣ୍ଡ ହୋଇଥିବା ବେଳେ ଏଥିରେ ଏକ ନୂଆ ଗ୍ରେଡ ଯୋଡି ହୋଇଛି। ଉଭୟ ପେଟ୍ରୋଲ ଏବଂ ଡିଜେଲ ଭାରିଆଣ୍ଟରେ ଏହା ଉପଲବ୍ଧ। ଏସ୍‌ ଏବଂ ଭି ଗ୍ରେଡ୍‌ରେ ସିଭିଟି ଭାରିଆଣ୍ଟ ଉପଲବ୍ଧ ହେବ ବୋଲି କମ୍ପାନୀ ପ୍ରକାଶ କରିଛି। ଏହି ସେଗ୍‌ମେଣ୍ଟରେ ଦ୍ୱିତୀୟ ପିଢି ହୋଣ୍ଡା ଆମେଜ ଏକ ଲୋକପ୍ରିୟ ମଡେଲ ହୋଇ ପାରିଛି ବୋଲି କମ୍ପାନୀର ବିକ୍ରି ଓ ମାର୍କେଟିଂ ନିର୍ଦ୍ଦେଶକ ତଥା ବରିଷ୍ଠ ଉପସଭାପତି ରାଜେଶ ଗୋଏଲ ସୂଚନା ଦେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲ ବର୍ଗରେ ଗ୍ରାହକମାନେ ଅତ୍ୟାଧୁନିକ ସିଭିଟି ମଡେଲ ପ୍ରତି ଆଗ୍ରହ ଦେଖାଉଛନ୍ତି। ଏଭଳି ପ୍ରସଙ୍ଗକୁ ଧ୍ୟାନରେ ରଖି ନୂଆ ମଡେଲଟିକୁ ବଜାରକୁ ଆଣିଛୁ ବୋଲି ଗୋଏଲ କହିଛନ୍ତି। ନୂଆ ମଡେଲଟିରେ ଅତ୍ୟାଧୁନିକ ଇନଫୋଟେନମେଣ୍ଟ ସିଷ୍ଟମ, ସାଟେଲାଇଟ ସଂଯୁକ୍ତ ହୋଇଥିବା ଟର୍ନ ସିଷ୍ଟମ, ଅଗ୍ରଣୀ ସ୍ମାର୍ଟଫୋନ କନେକ୍ଟିଭିଟି, ଆଇଆର୍‌ ରିମୋଟ କଣ୍ଟ୍ରୋଲ, ଅତିରିକ୍ତ ୟୁଏସ୍‌ବି ଇନ୍‌ପୋର୍ଟ, ରିୟର କ୍ୟାମେରା ଗାଇଡ୍‌ ଭଳି ବୈଶିଷ୍ଟ୍ୟ ଗ୍ରାହକ ଏଥିରେ ଲାଭ କରିପାରିବେ।


All Right Reserved By Dharitri.Com

ଅରୁନ୍ଧତୀ ଜୁଏଲର୍ସ ଭୁବନେଶ୍ୱର ଶାଖାର ପୂର୍ତ୍ତୀ

ଭୁବନେଶ୍ୱର,୨୪-୯(ବ୍ୟୁରୋ):ଅରୁନ୍ଧତୀ ଜୁଏଲର୍ସ ଭୁବନେଶ୍ୱର ଶାଖା ପକ୍ଷରୁ ଦ୍ୱିତୀୟ ବର୍ଷ ପୂର୍ତ୍ତୀ ପାଳନ କରାଯାଇଛି। ଅରୁନ୍ଧତୀର ବ୍ରାଣ୍ଡ ଆମ୍ବାସଡର ତଥା ଓଡିଆ ସିନେମା ଅଭିନେତ୍ରୀ ଅର୍ଚ୍ଚିତା ସାହୁ,...

ରିଲିଫ ପାଣ୍ଠିକୁ ସିଟିଟିସିର ସହାୟତା

ଭୁବନେଶ୍ୱର,୨୮-୫ : ଭାରତ ସରକାରଙ୍କ ଅଧିନ ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଟୁଲ ରୁମ୍‌ ଆଣ୍ଡ ଟ୍ରେନିଂ ସେଣ୍ଟର(ସିଟିଟିସି) ଫନୀ ପ୍ରଭାବିତଙ୍କ ସହାୟତା ଲାଗି ଆଗେଇ ଆସିଛି। ଅନୁଷ୍ଠାନର...

ଜନଧନ ଆକାଉଣ୍ଟରେ ଜମା ୧ ଲକ୍ଷ କୋଟି ଟପିଲା

ନୂଆଦିଲ୍ଲୀ,୧୮-୮: ସମାଜର ଗରିବ ଶ୍ରେଣୀ ନିକଟରେ ବ୍ୟାଙ୍କକୁ ପହଞ୍ଚାଇବା ଲାଗି ୫ ବର୍ଷ ପୂର୍ବେ ଏନ୍‌ଡିଏ ସରକାର ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା। ଏବେ...

କୋଟିଏ ଲୋକଙ୍କୁ ନିଯୁକ୍ତି ଲାଗି ବ୍ଲୁପ୍ରିଣ୍ଟ

ନୂଆଦିଲ୍ଲୀ,୧୬।୫: ଦେଶରେ ଇଲେକ୍ଟ୍ରିକ ଯାନ ପ୍ରଚଳନକୁ ପ୍ରୋତ୍ସାହିତ କରିବାକୁ ଯାଇ କେନ୍ଦ୍ର ସରକାର ଏକ ସ୍ବତନ୍ତ୍ର କର୍ମବଳ ସୃଷ୍ଟି କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏହି...

କର୍ମଚାରୀଙ୍କ ମେଡିକ୍ଲେମ ସୁବିଧା ବନ୍ଦ କଲା ଜେଟ୍‌ ଏୟାରଓ୍ବେଜ

ମୁମ୍ବାଇ,୧-୫: ଜେଟ୍‌ ଏୟାରଓ୍ବେଜ କର୍ମଚାରୀ ଏଣିିକି ନିଜେ ନିଜର ମେଡିକ୍ଲେମ ପଲିସି ପାଇଁ ଅର୍ଥ ଖର୍ଚ୍ଚ କରିବେ।  ଅର୍ଥ ଅଭାବରୁ କମ୍ପାନୀ ଏବେ ଆଉ ମେଡିକ୍ଲେମ...

ଟିଭିଏସ୍‌ ୟୁରୋଗ୍ରୀପ୍‌ର ଇ-ଅର୍ଡରିଂ ଫାସିଲିଟି

ନୂଆଦିଲ୍ଲୀ,୧୨।୫: ଟିଭିଏସ୍‌ ଶ୍ରୀଚକ୍ର ଲିମିଟେଡ୍‌ ଇ-ଅର୍ଡରିଂ ଫାସିଲିଟି ଶୁଭାରମ୍ଭ ହୋଇଛି। ରିଟେଲର ଆପ୍‌ ଟିଭିଏସ୍‌ ୟୁରୋଗ୍ରୀପ୍‌ ବନ୍ଧନ ଦ୍ୱାରା ଏହି ସୁବିଧା ଉପଲବ୍ଧ ହେବ। ଅର୍ଡର...

ଜେଟ୍‌ର ୨୦୦୦ ଷ୍ଟାଫ୍‌ଙ୍କୁ ନିଯୁକ୍ତି ଦେବ ସ୍ପାଇସ୍‌ଜେଟ୍‌

ନୂଆଦିଲ୍ଲୀ,୩-୬: ଘରୋଇ ଏୟାରଲାଇନ୍ସ କମ୍ପାନୀ ସ୍ପାଇସ୍‌ଜେଟ୍‌ ଆର୍ଥିକ ସଙ୍କଟ କାରଣରୁ ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜ୍‌ର ୨୦୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେବ। ସ୍ପାଇସ୍‌ଜେଟ୍‌ ସିଏମ୍‌ଡି ଅଜୟ...

ରାମ୍‌କୋ ସିମେଣ୍ଟର ଡିଲର ସମ୍ମିଳନୀ

ଭୁବନେଶ୍ୱର,୮-୧୧(ବ୍ୟୁରୋ):ରାମ୍‌କୋ ସିମେଣ୍ଟ ଲିମିଟେଡ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଡିଲର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରାୟ ୯୦୦ ଡିଲର ଯୋଗ ଦେଇଥିଲେ। ଗ୍ରାହକଙ୍କ ଚାହିଦାକୁ...

Leave a comment

Your email address will not be published. Required fields are marked *