Posted inଜାତୀୟ

ଦିଲ୍ଲୀରେ ଅଟୋ ଡ୍ରାଇଭର-ପୋଲିସ ମୁହାଁମୁହିଁ: ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୭।୬: ଦିଲ୍ଲୀର ମୁଖାର୍ଜୀ ନଗର ଅଞ୍ଚଳରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ କିଛି ପୋଲିସ କିଛି ବ୍ୟକ୍ତିଙ୍କୁ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ଏକ ଅଟୋ ପୋଲିସ ଗାଡ଼ି ସହ ଧକ୍କା ହୋଇଥିଲା। ହଠାତ୍‌ ଅଟୋ ଚାଳକ ମାରଣାସ୍ତ୍ର କାଢ଼ି ଜଣେ ପୋଲିସ କର୍ମୀଙ୍କ ମୁଣ୍ଡରେ ପ୍ରହାର କରିଥିଲେ। ଏହାପରେ ଘଟଣାସ୍ଥଳରେ ପରିସ୍ଥିତି ବେକାବୁ ହୋଇପଡ଼ିଥିଲା। ଫଳରେ ପୋଲିସ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ଚାଳକଙ୍କୁ ବାଡ଼େଇବା ଦେଖି ଚାଳକଙ୍କ ପୁଅ ତାଙ୍କ ଉପରେ ଅଟୋ ଚଢ଼ାଇବାକୁ ଚେଷ୍ଟା କରିଥିଲେ। ଏହି ଘଟଣାରେ ଜଣେ ପୋଲିସ ଅଧିକାରୀ ଆହତ ହୋଇଛନ୍ତି। ଏହାପରେ ଚାଳକ ସରବଜୀତ ସିଂହଙ୍କୁ ପୋଲିସ ଗିରଫ କରି ତଦନ୍ତ ଜାରି ରଖିଛି। ତେବେ ସେଠାରେ ଉପସ୍ଥିତ ଥିବା ଲୋକ ଏହି ଘଟଣାର ଦୃଶ୍ୟକୁ ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି। ଅପରପକ୍ଷରେ ଏହି ଘଟଣାକୁ ନେଇ ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହି ମାମଲାର ନିରପେକ୍ଷ ଯାଞ୍ଚ କରାଯିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।


All Right Reserved By Dharitri.Com

ଭାଜପାରେ ଯୋଗଦେଲେ ୫୦ ଟିଡିପି ନେତା

ହାଇଦ୍ରାବାଦ,୨୦ା୮: ତେଲେଙ୍ଗାନାରେ ତେଲୁଗୁ ଦେଶମ୍‌ ପାର୍ଟି(ଟିଡିପି)ର ୫୦ରୁ ଊର୍ଦ୍ଧ୍ୱ ନେତା ସୋମବାର ଭାଜପାରେ ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମନ୍ତ୍ରୀ, ବିଧାୟକ ଓ...

୫ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଦିଲ୍ଲୀର ସମସ୍ତ ସ୍କୁଲ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ

ନୂଆଦିଲ୍ଲୀ,୫।୩: କରୋନା ଭାଇରସ ଏବେ ଭାରତରେ ଧୀରେ ଧୀରେ ପାଦ ରଖିବା ଆରମ୍ଭ କରିଛି। ଗୁରୁବାର ସୁଦ୍ଧା କରୋନା ଭାଇରସରେ ୩୦ ଜଣ ଆକ୍ରାନ୍ତ ହୋଇଥିବା...

ଏନ୍‌ଆର୍‌ସି ଭାରତର ଆଭ୍ୟନ୍ତରୀଣ ବ୍ୟାପାର

ନୂଆଦିଲ୍ଲୀ,୩୦।୧୨(ପି.ଟି.): ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ସମ୍ପୂର୍ଣ୍ଣ ଭାବେ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ବାଂଲାଦେଶ ସୀମା ସୁରକ୍ଷା ବାହିନୀ (ବିଜିବି) ମହାନିର୍ଦ୍ଦେଶକ ମେଜର ଜେନେରାଲ...

ଅରୁଣ ଜେଟଲୀ: ଛାତ୍ରନେତାରୁ ଅର୍ଥମନ୍ତ୍ରୀ; ୪୫ ବର୍ଷର ରାଜନୈତିକ ଜୀବନ

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଶନିବାର ପରଲୋକ ହୋଇଛି। ୧୯୫୨ ଡିସେମ୍ବର ୨୮ରେ ସେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତା ରତ୍ନପ୍ରଭା ଏବଂ...

ଭାଜପା ଟି-ଶାର୍ଟ ପିନ୍ଧି ଆମହତ୍ୟା କଲେ କୃଷକ

ବୁଲ୍‌ଧାନା,୧୪ା୧୦(ଆଇଏଏନ୍‌ଏସ୍‌): ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନକୁ ଆଉ ସପ୍ତାହେ ବାକି ଥିବାବେଳେ ଶାସକ ଭାଜପା ପାଇଁ ଲଜ୍ଜାଜନକ ସ୍ଥିତି ଉପୁଜିଛି। ବୁଲଧାନା ଜିଲାର ଜଣେ ଚାଷୀ ଭାଜପାର...

ଅମାନତ ହରାଇଲେ ୬୩ କଂଗ୍ରେସ ପ୍ରାର୍ଥୀ

ନୂଆଦିଲ୍ଲୀ,୧୨।୨: ନିର୍ବାଚନରେ କଂଗ୍ରେସକୁ ୫ ପ୍ରତିଶତରୁ କମ୍‌ ଭୋଟ ମିଳିଥିବାବେଳେ ୬୩ ପ୍ରାର୍ଥୀ ଅମାନତ ହରାଇଛନ୍ତି। ଶିଲା ଦୀକ୍ଷିତଙ୍କ ନେତୃତ୍ୱରେ ଦିଲ୍ଲୀକୁ ୧୫ ବର୍ଷ ଶାସନ...

ବିବାହ ଭୋଜିରେ ନବ ଦମ୍ପତିଙ୍କୁ ଅଢ଼େଇ କିଲୋ ପିଆଜ ଉପହାର

ଚେନ୍ନାଇ,୯।୧୨: ତାମିଲନାଡୁରେ ପିଆଜ କିଲୋ ୨ ଶହ ଟଙ୍କାରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ଆୟୋଜିତ ଏକ ବିବାହ ଭୋଜିରେ ଅତିଥିମାନେ ନବ ଦମ୍ପତିଙ୍କୁ ଅଢ଼େଇ...

ଥଣ୍ଡାରୁ ମୁକ୍ତି ଦିଏ ବିନା ବିଜୁଳିରେ ଚାଲୁଥିବା ହିଟର

କଶ୍ମୀରରେ ଶୀତଦିନେ ପ୍ରବଳ ଥଣ୍ଡାରୁ ରକ୍ଷା ପାଇବାକୁ ଲୋକେ ବିଭିନ୍ନ ଉପାୟ ଆଣାଇଥାଆନ୍ତି। ଏଠାରେ ବହୁଳ ମାତ୍ରାରେ ପ୍ରଚଳିତ ହୋଇଥାଏ ହାତ ତିଆରି ମାଟିର ହିଟର।...

Leave a comment

Your email address will not be published. Required fields are marked *