ରଜ ରେକର୍ଡ: ୭ଲକ୍ଷ ଟପିଲା ପିଠା ବିକ୍ରି

ଭୁବନେଶ୍ୱର,୧୭ା୬(ବ୍ୟୁରୋ) : ପୁଣିଥରେ ରଜ ପିଠାକୁ ନେଇ ଚର୍ଚ୍ଚାକୁ ଆସିଛି ପାନ୍ଥନିବାସ। ମାତ୍ର ୪ଦିନ ମଧ୍ୟରେ ୭ ଲକ୍ଷରୁ ଅଧିକ ଟଙ୍କାର ପିଠା ବିକ୍ରି କରିବାର ରେକର୍ଡ କରିଛି ଓଟିଡିସି ଦ୍ୱାରା ପରିଚାଳିତ ପାନ୍ଥନିବାସ। ବିଶେଷକରି ପ୍ରତିଥର ଭଳି ଏଥର ମଧ୍ୟ ପୋଡ଼ପିଠାର ଚାହିଦା ସର୍ବାଧିକ ରହିଥିଲା। ଅନ୍ୟପକ୍ଷରେ ରଜ ସରିଥିଲେ ମଧ୍ୟ ପାନ୍ଥନିବାସରେ ପିଠାବିକ୍ରି ଜାରି ରହିବ। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଲଗାତାର ୫ମ ଦିନ ପାଇଁ ପାନ୍ଥନିବାସରେ ପିଠା ବିକ୍ରି ହେବ। ବିଶେଷକରି ପୋଡପିଠା ପାଇଁ ଗ୍ରାହକଙ୍କ ଡିମାଣ୍ଡ୍‌ ଯୋଗୁ ଏଭଳି ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ। ସୋମବାର ପାନ୍ଥନିବାସ ପରିସରରେ ଦିନତମାମ ପୋଡ଼ପିଠା ବିକ୍ରି ପାଇଁ ଉପଲବ୍ଧ ହେବ ବୋଲି ଓଟିଡିସି ପକ୍ଷରୁ ସୂଚନା ଦିଆଯାଇଛି।
ଚଳିତବର୍ଷ ୧୩ ତାରିଖ ସଜବାଜଠାରୁ ପାନ୍ଥନିବାସରେ ରଜ ଉତ୍ସବ ସହ ପିଠା ବିକ୍ରି ଆରମ୍ଭ ହୋଇଥିଲା। ଭୁବନେଶ୍ୱର ସମେତ କଟକ, ଚାନ୍ଦିପୁର, ଗୋପାଳପୁର, ସମ୍ବଲପୁର, ରାଉରକେଲା, ବରକୁଳ ଏବଂ ପାରାଦୀପରେ ଥିବା ପାନ୍ଥନିବାସରେ ୧୬ ତାରିଖ ପର୍ଯ୍ୟନ୍ତ ରଜ ମହୋତ୍ସବ ପାଳିତ ହେବାସହ ବିଭିନ୍ନ ପ୍ରକାର ପିଠା ବିକ୍ରି ପାଇଁ ଉପଲବ୍ଧ ହୋଇଥିଲା। ପୋଡ଼ପିଠା, ମଣ୍ଡା, ଆରିସା, କାକରା, ଚକୁଳି ପିଠା ସାଙ୍ଗକୁ ମୁଗବୁନ୍ଦି, କ୍ଷୀରଗଜା, ଦହିବରା, ଛେନାପୋଡ଼ ମୁଖ୍ୟ ଆକର୍ଷଣ ରହିଥିଲା। ଏହାସହ ଚଳିତବର୍ଷ ପ୍ରଥମଥର ପାଇଁ ଆଦିବାସୀମାନଙ୍କ ଲୋକପ୍ରିୟ ମହୁଲ ଓ ମାଣ୍ଡିଆରେ ପ୍ରସ୍ତୁତ ପିଠା ଭୁବନେଶ୍ୱର ପାନ୍ଥନିବାସରେ ଉପଲବ୍ଧ ହୋଇଥିଲା। ସେହିଭଳି ସମ୍ବଲପୁର ପ୍ରସିଦ୍ଧ ପିଠା ଖୁଦମଣ୍ଡା, କଦମ୍ବା, ମୁଗପାପ୍‌ଚି ସମ୍ବଲପୁର ପାନ୍ଥନିବାସରେ ଉପଲବ୍ଧ ହୋଇଥିଲା। ତେବେ ସଜବାଜରେ ୭୩ ହଜାର ଟଙ୍କାର ପିଠା ବିକ୍ରି ହୋଇଥିବା ବେଳେ ପହିଲି ରଜରେ ସର୍ବାଧିକ ୩ଲକ୍ଷ ୧୧ହଜାର ଟଙ୍କାର ପିଠା ବିକ୍ରି ହୋଇଥିଲା। ସେହିଭଳି ରଜ ସଂକ୍ରାନ୍ତିରେ ୨ଲକ୍ଷ ୫୨ହଜାର ଟଙ୍କାର ପିଠା ବିକ୍ରିବଟା ହୋଇଥିବାବେଳେ ୩ଦିନରେ ପିଠା ବ୍ୟବସାୟ ୬ଲକ୍ଷ ୩୬,୦୦୦ ଟିପିଥିଲା। ଶେଷରଜ ଅର୍ଥାତ୍‌ ୪ର୍ଥ ଦିନ ସନ୍ଧ୍ୟା ସୁଦ୍ଧା କାଉଣ୍ଟର ବନ୍ଦ ହୋଇ ନ ଥିବାବେଳେ ପ୍ରାୟ ୧ଲକ୍ଷ ୩୦ ହଜାର ଟଙ୍କାର ବେପାର ହୋଇଛି। ୫ମ ଦିନ ସୁଦ୍ଧା ପିଠା ବିକ୍ରି ଆହୁରି ବଢିବ ବୋଲି ଆଶା କରାଯାଉଛି। କେବଳ ଭୁବନେଶ୍ୱର ପାନ୍ଥନିବାସରେ ୭ ଲକ୍ଷରୁ ଅଧିକ ଟଙ୍କାର ପିଠା ବିକ୍ରି ହୋଇଥିବାବେଳେ ରାଜ୍ୟର ଅନ୍ୟାନ୍ୟ ପାନ୍ଥନିବାସରେ ମଧ୍ୟ ଏଥର ଭଲ ବିକ୍ରିବଟା ହୋଇଛି ବୋଲି ଥିବା ଓଟିଡିସି ପକ୍ଷରୁ ସୂଚନା ଦିଆଯାଇଛି।


All Right Reserved By Dharitri.Com

ଆତଙ୍କର ସହର ଭୁବନେଶ୍ୱର

କମିଶନରେଟ ପୋଲିସ ଇଲାକାରେ ରହିଛି ରାଜଧାନୀ ଭୁବନେଶ୍ୱର। ଏଠି ସୁରକ୍ଷା ଅପହଞ୍ଚ, ଅପରାଧୀଙ୍କୁ ଛାଡ଼ି ପୋଲିସ ହେଲ୍‌ମେଟ୍‌ରେ ବ୍ୟସ୍ତ। ଉନ୍ନତ ଟେକ୍ନୋଲୋଜି, ଦକ୍ଷ ଅଧିକାରୀ ରହିଥିବା...

ରେଭେନ୍‌ଶା ବିଶ୍ୱବିଦ୍ୟାଳୟ: ନାମଲେଖାରେ ଅସନ୍ତୋଷ: ନିର୍ଦ୍ଧାରିତ ସିଟ୍‌ର ଦୁଇଗୁଣା ଛାତ୍ରୀଛାତ୍ରଙ୍କୁ ନିମନ୍ତ୍ରଣ

କଟକ ଅଫିସ,୨୦ା୭: ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଆଇଏସ୍‌ଟି ଓ ଆଇଟିଏମ୍‌ ବିଭାଗରେ ନାମଲେଖା ସମୟରେ ଅଭିଭାବକ ଏବଂ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ନିର୍ଦ୍ଧାରିତ ସିଟ୍‌ଠାରୁ...

ରଙ୍ଗ୍‌ ଡ୍ରାଇଭିଂ କଲେ ଚକା ଲିକ !

ଭୁବନେଶ୍ୱର,୫।୧(ବ୍ୟୁରୋ): ରାସ୍ତାରେ ରଙ୍ଗ୍‌ ଡ୍ରାଇଭିଂକୁ ରୋକିବା ପାଇଁ ଲାଗିବ ସ୍ପାଇକ୍‌ ବ୍ୟାରିଅର। ଏ ନେଇ କମିଶନରେଟ ପୋଲିସ ନିଷ୍ପତ୍ତି ନେଇଛି। କଟକ ଓ ଭୁବନେଶ୍ୱରର ୨୪୨ଟି...

ଦିଲ୍ଲୀରେ ଫସିରହିଛନ୍ତି ୭୦ ଓଡ଼ିଆ ଶ୍ରମିକ

ବ୍ରହ୍ମଗିରି,୨୬ା୩(ଡି.ଏନ୍‌.ଏ.)- ମହାମାରୀ କରୋନା ଭୂତାଣୁ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ୧୯୫ରୁ ଊର୍ଦ୍ଧ୍ୱ ଦେଶକୁ କରୋନା କାୟା ବିସ୍ତାର କରିସାରିଲାଣି। ଏହି ଭୂତାଣୁରୁ...

ପଞ୍ଚମ ଥର ଲାଗି ବିଜେଡି କବ୍ଜାରେ କାକଟପୁର: କଂଗ୍ରେସ ପ୍ରାର୍ଥୀ ବିଶ୍ୱଭୂଷଣଙ୍କୁ ହରାଇ ତୁଷାରକାନ୍ତି ହେଲେ ବିଧାୟକ

କାକଟପୁର,୨୪।୫(ଡି.ଏନ୍‌.ଏ.): ନାନା କଳ୍ପନା ଜଳ୍ପନା ସତ୍ତ୍ୱେ କାକଟପୁରରେ ପୁଣି ଥରେ ବାଜିମାତ୍‌ କରିଛି ବିଜେଡି। ଲଗାତାର ୫ମଥର ଲାଗି କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀକୁ କବ୍ଜାକୁ ନେଇଛି...

ସଚିବାଳୟ ହେବ ଲୋକସେବା ଭବନ

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଓଡ଼ିଶା ସଚିବାଳୟର ନାଁ ବଦଳିବ। ଏହାର ନୂତନ ନାମ ରହିବ ଓଡ଼ିଶା ଲୋକସେବା ଭବନ। ସୋମବାର ବିଧାନସଭାରେ ଗୃହ ବିଭାଗ ଏବଂ ସାଧାରଣ ପ୍ରଶାସନ...

ନୂଆବର୍ଷରେ ଭିଜିବ ଓଡ଼ିଶା

ଭୁବନେଶ୍ୱର, ୨୯ା୧୨(ବ୍ୟୁରୋ): ନୂଆବର୍ଷରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଆସନ୍ତା ୧ରୁ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ।...

୪୦ ଗ୍ରାମ ବ୍ରାଉନସୁଗାର ଜବତ, ୩ ଗିରଫ

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ଶହୀଦନଗର ଥାନା ଅନ୍ତର୍ଗତ ଶାନ୍ତିପଲ୍ଲୀ ବସ୍ତି ଲେଭଲ କ୍ରସିଂ ନିକଟରେ ପୋଲିସ ରବିବାର ଚଢ଼ାଉ କରି ବ୍ରାଉନସୁଗାର ବିକ୍ରି କରୁଥିବା ୩ ଅଭିଯୁକ୍ତଙ୍କୁ ଗିରଫ...

Leave a comment

Your email address will not be published. Required fields are marked *