କଳାଧନ ନେଇ ୫୦ ଭାରତୀୟଙ୍କୁ ନୋଟିସ ଦେଲା ସୁଇଜରଲାଣ୍ଡ

ନୂଆଦିଲ୍ଲୀ,୧୭-୬: ସ୍ବିସ୍‌ ବ୍ୟାଙ୍କରେ ଅଘୋଷିତ ଅର୍ଥ(କଳାଧନ) ଲୁଚାଇ ରଖିଥିବା ଭାରତୀୟଙ୍କ ବିରୋଧରେ ଉଭୟ ସ୍ବିଜରଲାଣ୍ଡ ଏବଂ ଭାରତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି। ସ୍ବିଜରଲାଣ୍ଡ ଅଧିକାରୀ ଏ ସମ୍ପର୍କରେ ଅତିକମ୍‌ରେ ୫୦ ଭାରତୀୟଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ସୂଚନା ଭାରତୀୟ ଅଧିକାରୀଙ୍କୁ ଦେବାକୁ ଆରମ୍ଭ କରିଛନ୍ତି। ତଥ୍ୟ ପ୍ରଦାନ କରିବା ପୂର୍ବରୁ ସେମାନଙ୍କୁ ସ୍ବିଜରଲାଣ୍ଡ ପକ୍ଷରୁ ନୋଟିସ ଦେବା ଆରମ୍ଭ କରାଯାଇଛି। ଏମାନଙ୍କ ମଧ୍ୟରେ ଜମିଜମା, ଆର୍ଥିକ ସେବା,ପ୍ରଯୁକ୍ତିଗତ, ଟେଲିକମ୍‌,ପେଣ୍ଟ, ଘରୋଇ ସାଜସଜା, କପଡା, ଇଞ୍ଜିନିୟରିଂ ସାମଗ୍ରୀ ଏବଂ ରନତ୍ ଆଭୂଷଣ କ୍ଷେତ୍ରରେ କାରବାର କରୁଥିବା ବ୍ୟକ୍ତିବିଶେଷ ଓ କମ୍ପାନୀ ରହିଛନ୍ତି। ଏମାନଙ୍କ ମଧ୍ୟରେ କିଛି ଡମି ବା ଭୂତ କମ୍ପାନୀ ମଧ୍ୟ ରହିଛନ୍ତି। କଳାଧନ ରଖିବାର ମୁଖ୍ୟ ପେଣ୍ଠସ୍ଥଳ ବୋଲି ରହିଥିବା ଛବିକୁ ବଦଳାଇବା ପାଇଁ ଏବେ ସ୍ବିଜରଲାଣ୍ଡ ଉଦ୍ୟମ ଆରମ୍ଭ କରିଛି। ଏହି କ୍ରମରେ ଏହା ଏବେ ନିଜ ଦେଶର ଆଇନରେ ପରିବର୍ତ୍ତନ ଆଣିଛି ଓ ନିୟମରେ ସୁଧାର କରୁଛି। କଳାଧନ ସମ୍ପର୍କରେ ଚୁକ୍ତି ସ୍ବାକ୍ଷର ପରେ ଏହା ବିଭିନ୍ନ ଦେଶକୁ ସମ୍ପୃକ୍ତ ଦେଶର ଆକାଉଣ୍ଟଧାରୀଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ଆରମ୍ଭ କରିଛି। ୫୦ ଭାରତୀୟଙ୍କୁ ନୋଟିସ ଜାରି କରି ସେମାନଙ୍କୁ ଅପିଲ କରିବାର ଶେଷ ସୁଯୋଗ ଦେଇଛି ସ୍ବିଜରଲାଣ୍ଡ। ପ୍ରକାଶ ପାଇଥିବା ଗେଜେଟ ଅନୁସାରେ କେବଳ ମେ ୨୧ରେ ୧୧ ଭାରତୀୟଙ୍କୁ ନୋଟିସ ଜାରି କରାଯାଇଥିଲା। ଯେଉଁଥିରେ ଦୁଇଜଣଙ୍କ ସମ୍ପୂର୍ଣ୍ଣ ନାମ ପ୍ରକାଶ କରାଯାଇଛି। ସେମାନେ ହେଲେ ୧୯୪୯ରେ କୃଷ୍ଣ ଭଗବାନ ରାମଚନ୍ଦ୍ର ଏବଂ ସେପ୍ଟେମ୍ବର ୧୯୭୨ରେ ଜନ୍ମିତ କଳ୍ପେଶ ହର୍ଷଦ କିନାରୀଓ୍ବାଲା ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ନାମର ଆଦ୍ୟ ଅକ୍ଷର ଦର୍ଶାଯାଇଛି। ସେମାନେ ହେଲେ ୨୪ ନଭେମ୍ବର, ୧୯୪୪ରେ ଜନ୍ମିତ ଏଏସ୍‌ବିକେ, ଜୁଲାଇ ୯, ୧୯୪୪ରେ ଜନ୍ମିତ ଏବିକେଆଇ, ୨ନଭେମ୍ବର, ୧୯୮୩ରେ ଜନ୍ମଲାଭ କରିଥିବା ପିଏଏସ୍‌, ୨୨ ନଭେମ୍ବର, ୧୯୭୩ରେ ଜନ୍ମ ନେଇଥିବା ଆର୍‌ଏଏସ୍‌, ୨୭ ନଭେମ୍ବର,୧୯୪୪ରେ ଜନ୍ମ ନେଇଥିବା ଏପିଏସ୍‌, ୧୪ ଅଗଷ୍ଟ, ୧୯୪୯ରେ ଜନ୍ମିତ ଏଡିଏସ୍‌, ୨୦ ମେ’, ୧୯୩୫ରେ ଜନ୍ମିତ ଏମଏଲ୍‌ଏ, ୨୧ ଫେବୃୟାରୀ, ୧୯୬୮ରେ ଜନ୍ମିତ ଏନ୍‌ଏମ୍‌ଏ ଓ ୨୭ ଜୁନ୍‌, ୧୯୭୩ରେ ଜନ୍ମିତ ଏମ୍‌ଏମ୍‌ଏ ସାମିଲ ହୋଇଛନ୍ତି। ୩୦ ଦିନ ଭିତରେ ବ୍ୟକ୍ତିଗତ ଭାବେ ଅଥବା ନିଜର ଅଧିକୃତ ବ୍ୟକ୍ତିଙ୍କ ଜରିଆରେ ହାଜର ହୋଇ ନୋଟିସର ଜବାବ ଦେବା ସହିତ ଆବଶ୍ୟକୀୟ ଦସ୍ତାବିଜ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।


All Right Reserved By Dharitri.Com

ମାନ୍ଦାବସ୍ଥା ଦୂର ପାଇଁ ଆଉ ଏକ ପ୍ୟାକେଜ ଘୋଷଣା ଖୁବଶୀଘ୍ର

ନୂଆଦିଲ୍ଲୀ,୧୮-୯: ଅର୍ଥନୀତିକୁ ପ୍ରୋତ୍ସାହନ ଯୋଗାଇ ମାନ୍ଦାବସ୍ଥା ଦୂର କରିବା ଲକ୍ଷ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଆଉ ଏକ ପ୍ୟାକେଜ ଖୁବଶୀଘ୍ର ଘୋଷଣା କରିବାକୁ ଯାଉଛନ୍ତି।...

ଆର୍‌ସି ପ୍ଲାଷ୍ଟୋ ପକ୍ଷରୁ ଡିଲରମିଟ୍‌

ଭୁବନେଶ୍ୱର,୧୭-୧୦: ପ୍ଲାଷ୍ଟିକ ପାଣି ଟାଙ୍କି ନିର୍ମାଣ କ୍ଷେତ୍ରରେ ପ୍ରମୁଖ କମ୍ପାନୀ ଆର୍‌ସି ପ୍ଲାଷ୍ଟୋ ଟ୍ୟାଙ୍କ୍‌ସ ଆଣ୍ଡ ପାଇପ୍ସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଡିଲରମିଟ ଅନୁଷ୍ଠିତ ହୋଇଯାଇଛି।...

ପାକିସ୍ତାନରେ ମହଙ୍ଗା ମାଡ଼; କ୍ଷୀର ଦର ପେଟ୍ରୋଲଠୁ ଅଧିକ

ଇସଲାମାବାଦ୍‌,୧୨-୯: ଜମ୍ମୁ-କଶ୍ମୀରକୁ ନେଇ ଭାରତ ସହିତ ଶତ୍ରୁତା ବୃଦ୍ଧି ପାକିସ୍ତାନ ଅର୍ଥନୀତିର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ପନିପରିବା ଠାରୁ ଆରମ୍ଭ କରି ସାଧାରଣ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ...

ଆଜିଠାରୁ ସଞ୍ଚୟ, ଋଣ ନେଇ ଏସ୍‌ବିଆଇ ନିୟମ ବଦଳିଲା

ନୂଆଦିଲ୍ଲୀ,୧-୫: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ) ମେ ପହିଲାରୁ ସଞ୍ଚୟ ଆକାଉଣ୍ଟ ଏବଂ ସ୍ବଳ୍ପମିଆଦି ଋଣ ଲାଗି ନୂଆ ନିୟମ ଲାଗୁ କରିଛି। ବ୍ୟାଙ୍କ ସୁଧ ହାର...

ବ୍ୟାଙ୍କରେ ଦାବିହୀନ ଜମାରାଶି ୨୭% ବଢ଼ିଲା

ନୂଆଦିଲ୍ଲୀ,୨-୭: ଦେଶର ବ୍ୟାଙ୍କଗୁଡ଼ିକରେ ୨୦୧୮ରେ ଦାବିହୀନ ଜମା ରାଶି ପରିମାଣ ୨୬.୮% ବୃଦ୍ଧି ପାଇ ୧୪,୫୭୮ କୋଟି ଟଙ୍କାରେ ପହଞ୍ଚତ୍ଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌...

ସୁପ୍ରିମକୋର୍ଟରେ ଟିକଟକ୍‌ ମାମଲାର ଶୁଣାଣି;ମାଡ୍ରାସ ହାଇକୋର୍ଟକୁ ୨୪ ସୁଦ୍ଧା ସମୟ, ନଚେତ ବ୍ୟାନ ହଟିବ

ନୂଆଦିଲ୍ଲୀ,୨୩-୪: ଭାରତ ସମେତ ବିଶ୍ୱର ବହୁ ଦେଶରେ ଅତ୍ୟନ୍ତ ଲୋକପ୍ରିୟ ସର୍ଟ ଭିଡ଼ିଓ ଆପ୍‌ ଟିକ୍‌ଟକ ଉପରେ ଲାଗିଥିବା ବ୍ୟାନ୍‌ ହଟିଯିବା ସମ୍ଭାବନା ରହିିଛି। ସୋମବାର...

ଭି.ଜି. ସିଦ୍ଧାର୍ଥଙ୍କ ମୃତ୍ୟୁର କାରଣ: ଋଣ ଜାଲରେ ଛନ୍ଦି ହୋଇଥିଲେ

ନୂଆଦିଲ୍ଲୀ,୧।୮: ଦେଶର ପ୍ରଖ୍ୟାତ କଫି ଚେନ୍‌ କ୍ୟାଫେ କଫି ଡେ(ସିସିଡି)ର ମାଲିକ ଭି.ଜି.ସିଦ୍ଧାର୍ଥ ଆମତ୍ହତ୍ୟାକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ତେବେ ପ୍ରଶ୍ନ ଉଠୁଛି,...

ଏମ୍‌ପି ଲୋଧା ଭାରତର ସବୁଠୁ ଧନୀ ରିୟଲ ଇଷ୍ଟେଟ ଉଦ୍ୟୋଗୀ

ନୂଆଦିଲ୍ଲୀ,୧୦-୧୨: ଲୋଧା ଡେଭଲପର୍ସର ଏମ୍‌.ପି.ଲୋଧା ଏବଂ ପରିବାର ଭାରତର ସବୁଠୁ ଧନୀଶାଳୀ ରିୟଲ ଇଷ୍ଟେଟ ଉଦ୍ୟୋଗୀ ଭାବେ ବିବେଚିତ ହୋଇଛନ୍ତି। ଏହି ଗ୍ରୁପ ନିକଟରେ ମୋଟ...

Leave a comment

Your email address will not be published. Required fields are marked *