ରଥଖଳାରୁ : ଆଜି ଉଠିବ ୪ ନାହାକା

ପୁରୀ ଅଫିସ, ୧୭ା୬ : ଅକ୍ଷୟ ତୃତୀୟାଠାରୁ ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ରଥକାମ। ତିନି ମୁଖ୍ୟ ବିଶ୍ୱକର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଚାଲିଛି ରଥକାମ। ଗତକାଲି ତିନି ରଥର ତଳେ ଖଞ୍ଜାଯାଇଥିବା ଦଣ୍ଡା ନମ୍ବର କରାଯାଇ ଅଖ ଉପରେ ଉଠିଥିଲା। ପରେ କଣଗୁଜ ଖଞ୍ଜାଯାଇ ନିରାଡି ଉଠିଥିଲା। ସୋମବାର ପବିତ୍ର ସ୍ନାନ ପୂର୍ଣ୍ଣିମା। ପରମ୍ପରା ଅନୁଯାୟୀ ୪ ନାହାକା ଉଠିବ। ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ବୋଲି ନନ୍ଦିଘୋଷ ରଥ ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର କହିଛନ୍ତି। ତିନିରଥର ୪ଟି ଲେଖାଏଁ ନାହାକା ଚଉପଟ ସରିଛି। ତିିନି ରଥ ଲାଗି ପାର୍ଶ୍ୱ ଗୟଲ କାଠ ଚଉପଟ ଚାଲିଛି। ସମୁଦାୟ ୩୨ଟି ପାର୍ଶ୍ୱ ଗୟଲ ମଧ୍ୟରୁ ନନ୍ଦିଘୋଷ ଓ ତାଳଧ୍ୱଜର ୧୨ଟି ଲେଖାଏଁ ଏବଂ ଦର୍ପଦଳନର ୮ଟି ରହିଛି। ପରେ ଜୋଖା ହଣା ଯିବ। ସେଥିରୁ ନନ୍ଦିଘୋଷ ଓ ତାଳଧ୍ୱଜର ୧୬ଟି ଲେଖାଏଁ ଏବଂ ଦର୍ପଦଳନର ୧୨ଟି ରହିଛି। ରୂପକାର ସେବକ ସିଂହାସନ ପ୍ରସ୍ତୁତ କରୁଛନ୍ତି। ଦୋଳବେଦି କୋଣରେ କମାର ସେବକ ଲୁହାକଣ୍ଟା ପ୍ରସ୍ତୁତ କରୁଛନ୍ତି। ଏଥିସହିତ ରଥଯାତ୍ରା ସଂଲଗ୍ନ ଅନ୍ୟାନ୍ୟ କାମ ଚାଲିଛି। ସ୍ନାନଯାତ୍ରା ଲାଗି ମହାପ୍ରଭୁଙ୍କ ଚାନ୍ଦୁଆ ମରାମତି କାମ ଚାଲିଥିବା ବେଳେ ଚିତ୍ରକର ସାହିରେ ଚିତ୍ରକର ମାନେ ପଟିଦିଅଁ(ଅଣସର ପଟି) ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି। ସେହିପରି ରାଘବଦାସ ମଠରେ ମହାପ୍ରଭୁଙ୍କ ଟାହିଆ ଓ ଗଜାନନ ବେଶ ପ୍ରସ୍ତୁତି ଚାଲିଛି।


All Right Reserved By

ରାଜସ୍ବ, ଅବକାରୀ ବିଭାଗର ଖର୍ଚ୍ଚଦାବି ମଞ୍ଜୁର

ଭୁବନେଶ୍ୱର, ୧୬।୭(ବ୍ୟୁରୋ): ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନରେ ଗୃହରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇଯାଇଛି। ସୋମବାର ଗୃହରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା...

ସମୀକ୍ଷା ବାହାନାରେ ସୁରକ୍ଷା : ରାଜ୍ୟ ନେତୃତ୍ୱ ଉପରେ ଦୋଷ ଲଦିଲେ ବରିଷ୍ଠ

ଭୁବନେଶ୍ୱର, ୩୧।୫ (ବ୍ୟୁରୋ) : ଗତ ନିର୍ବାଚନରେ ରାଜ୍ୟ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ତୃତୀୟ ସ୍ଥାନରୁ ଦ୍ୱିତୀୟକୁ ଖସିଛି ଦଳ। ଲୋକସଭା ଆସନରେ ଗୋଟିଏ...

ସାର ପାଇଁ ଆଧାର: ଚାଷୀଙ୍କ ଆକାଉଣ୍ଟକୁ ଯିବ ସବ୍‌ସିଡି ଟଙ୍କା; ଆସନ୍ତାବର୍ଷରୁ କାର୍ଯ୍ୟକାରୀ ହେବ ଡିବିଟି

ଭୁବନେଶ୍ୱର,୨୨। ୯(ବ୍ୟୁରୋ): ସାଧାରଣ ଖାଉଟି ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟ ସାମଗ୍ରୀ ନେବା ଏବଂ ଧାନ ବିକିବା ପାଇଁ ଆଧାର କାର୍ଡ ସଂଯୋଗକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ...

ରାସ୍ତାକଡ଼ରେ ପ୍ରସବ କଲେ ମହିଳା

ବ୍ରହ୍ମପୁର ଅଫିସ, ୨୩।୮- ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା କୋର୍ଟପେଟା ଛକ ରାସ୍ତାକଡ଼ରେ ଶୁକ୍ରବାର ଜଣେ ମହିଳା ଶିଶୁକନ୍ୟା ପ୍ରସବ କରିଛନ୍ତି। ସେ ହେଲେ ଜରଡ଼ା...

ଏକାଠି ଥିବା କଲେଜରୁ ଅଲଗା ହେବ ଯୁକ୍ତ ୨, ଯୁକ୍ତ ୩: ଅରୁଣ ସାହୁ

ଭୁବନେଶ୍ୱର,୨୨।୮(ବ୍ୟୁରୋ): ଶିକ୍ଷାର ଉନ୍ନତି ଆଣିବା ଲାଗି ରାଜ୍ୟ ସରକାର ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ଅନୁଯାୟୀ ଏଣିକି ଯୁକ୍ତ ୨ ଓ ଯୁକ୍ତ ୩କୁ...

ରବି ଧାନ ସଂଗ୍ରହଣ ସମ୍ପର୍କିତ ଉଚ୍ଚସ୍ତରୀୟ ବୈଠକ: ୧୩ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ

ଭୁବନେଶ୍ୱର,୨୫।୬(ବ୍ୟୁରୋ)ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ରବି ଧାନ ସଂଗ୍ରହଣ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ସୋମବାର ସଚିବାଳୟଠାରେ...

ପୂଜା ପାଇଁ ଝଲସୁଛି ଆଲୁମିନିୟମ ନଗରୀ

ବଅଁରପାଳ, ୧୭।୯ (ଉପେନ୍ଦ୍ର ରାଉତ) ଅନୁଗୋଳ ଜିଲା ନାଲ୍‌କୋ ନଗରର ଗଣପର୍ବ ଭାବେ ପରିଚିତ ବିଶ୍ୱକର୍ମା ପୂଜା ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ଏଥିପାଇଁ କଲୋନିବାସୀଙ୍କ ସହ...

ଜାନୁୟାରୀରୁ କଡ଼ାକଡ଼ି ହେବ ଟ୍ରାଫିକ୍‌ ନିୟମ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଆସନ୍ତା ଜାନୁୟାରୀ ପହିଲାରୁ ଟ୍ରାଫିକ୍‌ ନିୟମ କଡ଼ାକଡ଼ି କରାଯିବ। ୩ ମାସ ଅବଧି ପରେ ଏହି ନିୟମକୁ ଆହୁରି କଠୋର ଭାବେ ଲାଗୁ କରାଯିବ।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *