ବିଶ୍ୱକପ କ୍ରିକେଟ ପ୍ରଭାବ;ବଡ଼ ସ୍କ୍ରିନ୍‌ ଟିଭି ବିକ୍ରି ୧୦୦% ବୃଦ୍ଧି

ନୂଆଦିଲ୍ଲୀ,୧୭-୬: କ୍ରିକେଟପ୍ରେମୀଙ୍କ ମଧ୍ୟରେ ଏବେ ବିଶ୍ୱକପ୍‌ କ୍ରିକେଟ ଜ୍ୱର ବଢ଼ିବାରେ ଲାଗିଛି। ଏଥିଯୋଗୁ ବଡ଼ ସ୍କ୍ରିନ୍‌ର ଟିଭି ସେଟ୍‌ର ଚାହିଦା ବେଶ୍‌ ବଢ଼ିଥିବା ଦେଖାଯାଇଛି। ବର୍ଷା କାରଣରୁ ବିଶ୍ୱକପ୍‌ର କେତେକ ମ୍ୟାଚ୍‌ ରଦ୍ଦ ହୋଇଥିଲେ ହେଁ ଭାରତୀୟଙ୍କ ମଧ୍ୟରେ ବିଶ୍ୱକପ୍‌ କ୍ରିକେଟ ପ୍ରତି ଆକର୍ଷଣ ବେଶ୍‌ ବଢ଼ିବାରେ ଲାଗିଛି। ବଡ଼ ସଂଖ୍ୟାରେ ଭାରତୀୟ ଦର୍ଶକ ଏବେ ହାଇଏଣ୍ଡ ଟିଭି ପ୍ରତି ଆକର୍ଷିତ ହେଉଛନ୍ତି। ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ କମ୍ପାନୀ ସୋନୀ, ସାମସଙ୍ଗ,ଏଲ୍‌ଜି ଏବଂ ପାନାସୋନିକର ବଡ଼ ସ୍କ୍ରିନ୍‌(୫୫ ଇଞ୍ଚ ବା ତତୋଧିକ)ର ଟିଭି ସେଟ୍‌ ବିକ୍ରି ଗତବର୍ଷ ତୁଳନାରେ ୧୦୦ ପ୍ରତିଶତ ବଢ଼ିଥିବା ଦେଖାଯାଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ଯେ, ବଡ଼ ସ୍କ୍ରିନ୍‌ର ଟିଭି ସେଟ୍‌ ବିକ୍ରି କେବଳ ମହାନଗର ଅଥବା ବଡ଼ ସହର ମଧ୍ୟରେ ସୀମିତ ହୋଇ ରହିନାହିଁ। ଛୋଟ ସହରରେ ମଧ୍ୟ ଏଭଳି ଟିଭିର ଚାହିଦା ବେଶ୍‌ ବଢ଼ିଥିବା ଦେଖାଯାଇଛି। ବିଶ୍ୱକପ୍‌ର ନକ୍‌ଆଉଟ ମୁକାବିଲା ଆରମ୍ଭ ହେବା ମାତ୍ରେ ବଡ଼ ସ୍କ୍ରିନ୍‌ ଟିଭି ଚାହିଦା ଆହୁରି ବଢ଼ିବ ବୋଲି କମ୍ପାନୀଗୁଡ଼ିକ ଆଶାବ୍ୟକ୍ତ କରିଛନ୍ତି। କ୍ରିକେଟପ୍ରେମୀଙ୍କୁ ଆକର୍ଷିତ କରିବା ଲାଗି ଇଲେକ୍ଟ୍ରୋନିକ୍ସ କମ୍ପାନୀଗୁଡ଼ିକ ଆକର୍ଷଣୀୟ ଉପହାର ଘୋଷଣା କରୁଛନ୍ତି। ସୋନୀ ଇଣ୍ଡିଆ ବ୍ରାବିୟାର ବ୍ୟବସାୟିକ ମୁଖ୍ୟ ସଚିନ ରାୟ କହିଥିଲେ ଯେ, ବିଶ୍ୱକପ ମାତ୍ର ୧୦ ଦିନ ହେଲା ଆରମ୍ଭ ହୋଇଛି। ଏହାରି ଭିତରେ ୫୫ ଇଞ୍ଚ ଏବଂ ୪କେ ଟିଭି ସେଟ୍‌ର ଚାହିଦା ୧୦୦ ପ୍ରତିଶତ ବଢ଼ିଛି। ସାମସଙ୍ଗ ଇଣ୍ଡିଆର ବରିଷ୍ଠ ଉପାଧ୍ୟକ୍ଷ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ବ୍ୟବସାୟ ମୁଖ୍ୟ ରାଜୀବ ଭୁଟାନୀଙ୍କ ମତରେ କ୍ୟୁଏଲ୍‌ଇଡି ଟିଭି ସହିତ ୫୫ ଇଞ୍ଚ ଓ ବଡ଼ ସ୍କ୍ରିନ୍‌ର ଟିଭି ଚାହିଦା ୫ଗୁଣା ବଢ଼ିଯାଇଛି। ସେହିପରି ପାନାସୋନିକ ଇଣ୍ଡିଆର ବ୍ୟବସାୟିକ ମୁଖ୍ୟ(ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ) ଶରତ ନାୟାର କହିନ୍ତନ୍ତି ଯେ, ପାର୍ବଣ ସିଜନ ପରେ ଖେଳ ସିଜନ କମ୍ପାନୀଙ୍କ ପାଇଁ ବଡ଼ ସୁଯୋଗ ଆଣିଦେଇଛି। ବିଶ୍ୱକପ କ୍ରିକେଟ କାରଣରୁ କମ୍ପାନୀର ବିକ୍ରି ୨୫% ବଢ଼ିବ ବୋଲି ଆଶାକରାଯାଉଛି। ଅନ୍ୟପକ୍ଷରେ ଏଲ୍‌ଜି ଇଲେକ୍ଟ୍ରୋନିକ୍ସ ମୁଖପାତ୍ର କହିଛନ୍ତି ଯେ, ଥିନକ୍ୟୁ ଏଆଇ ସହିତ ସ୍ମାର୍ଟ ଟିଭି ଜରିଆରେ କମ୍ପାନୀ ୩୫% ବିକ୍ରି ବୃଦ୍ଧି ଆଶାକରୁଛି। ବିକ୍ରି ବେଶ୍‌ ବଢ଼ିଛି।


All Right Reserved By Dharitri.Com

ଏସ୍‌ବିଆଇ ଋଣ ସୁଧ ହାର ହ୍ରାସ

ନୂଆଦିଲ୍ଲୀ,୮-୮: ଦେଶର ସର୍ବବୃହତ ବ୍ୟାଙ୍କ ଏସ୍‌ବିିଆଇ ବୁଧବାର ଋଣ ଉପରେ ସୁଧ ହାର ୦.୧୫% ହ୍ରାସ ଘୋଷଣା କରିଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ରେଟକୁ...

ୟୁବିଆଇର ଗ୍ରାହକ ସମ୍ମିଳନୀ

ଭୁବନେଶ୍ୱର,୨୪।୭:ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ) ପକ୍ଷରୁ ଅର୍ଦ୍ଧବାର୍ଷିକୀ ଗ୍ରାହକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାରା ଦେଶରେ ଥିବା ବ୍ୟାଙ୍କର ଶାଖାଗୁଡିକରେ ଏହା ଆୟୋଜନ କରାଯାଇଥିଲା।...

ଛୋଟ ସହରରେ ଚାଲିବ ମେଟ୍ରୋଲାଇଟ୍‌ ଟ୍ରେନ୍‌

ନୂଆଦିଲ୍ଲୀ,୨୨ା୭: ମେଟ୍ରୋ ଟ୍ରେନ ପ୍ରଚଳନର ସଫଳତାକୁ ଦୃଷ୍ଟିରେ ରଖି ଛୋଟ ସହରରେ ଅର୍ବାନ୍‌ ରେଲ୍‌ ଟ୍ରାଞ୍ଜିଟ୍‌ ସିଷ୍ଟମ ‘ମେଟ୍ରୋଲାଇଟ୍‌’ ଟ୍ରେନ ଚଳାଇବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି।...

୫ ଦିନ ବନ୍ଦ ରହିବ ବ୍ୟାଙ୍କ କାରବାର

ନୂଆଦିଲ୍ଲୀ,୨୩-୯: ଚଳିତ ମାସ ୨୯ରୁ ନବରାତ୍ର ଆରମ୍ଭ ହେଉଥିବା ବେଳେ ଏହା ପୂର୍ବରୁ ନଗଦ ନିଜ ନିକଟରେ ରଖିବା ବୁଦ୍ଧିମାନ କାମ ହେବ। କାରଣ ଚଳିତ...

ଜିଏସ୍‌ଟି ସଂଗ୍ରହ ୯୧,୯୧୬ କୋଟି ଟଙ୍କାକୁ ହ୍ରାସ

ନୂଆଦିଲ୍ଲୀ,୨-୧୦: ସେପ୍ଟେମ୍ବରରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସଂଗ୍ରହ ପରିମାଣ ୯୧,୯୧୬ କୋଟି ଟଙ୍କାକୁ ହ୍ରାସ ଘଟିଛି। ଜିଏସ୍‌ଟି ସଂଗ୍ରହ ୧୯ ମାସର ସର୍ବନିମ୍ନ ସ୍ତରକୁ...

କିରାନା ଦୋକାନ, ରେଷ୍ଟୁରାଣ୍ଟ ଖୋଲିବା ହେବ ସହଜ

ନୂଆଦିଲ୍ଲୀ,୨୧-୬: କେନ୍ଦ୍ର ସରକାର କିରାନା ଦୋକାନ ଏବଂ ରେଷ୍ଟୁରାଣ୍ଟ ଖୋଲିବା ଲାଗି ଆବଶ୍ୟକ ଲାଇସେନ୍ସ ସଂଖ୍ୟା କମାଇବାକୁ ଯାଉଛନ୍ତି। ନାଲିଫିତା ବ୍ୟବସ୍ଥାକୁ ହ୍ରାସ କରିବା ଲାଗି...

୩୧ରୁ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ,୧୬-୧ : ଚଳିତ ମାସ ୩୧ରୁ ବ୍ୟାଙ୍କ ସଙ୍ଗଠନଗୁଡିକ ସାରା ଦେଶରେ ଧର୍ମଘଟ ଡାକରା ଦେଇଛନ୍ତି। ଏହା ବାଦ୍‌ ବ୍ୟାଙ୍କଗୁଡିକର ମିଳିତ ସଂଘ ୟୁଏଫ୍‌ବିୟୁ ପକ୍ଷରୁ...

ଏମ୍‌ଏସ୍‌ଏମ୍‌ଇ ପାଇଁ ଆସିପାରେ ଷ୍ଟ୍ରେସ୍‌ ଆସେଟ୍‌ ଫଣ୍ଡ

ନୂଆଦିଲ୍ଲୀ,୨୫-୧୨: ଦେଶର ଏମ୍‌ଏସ୍‌ଏମ୍‌ଇଗୁଡିକୁ ସହାୟତା କରିବା ଲାଗି ଏକ ଷ୍ଟ୍ରେସ ଆସେଟ୍‌ ଫଣ୍ଡ ସରକାର ଗଠନ କରିପାରନ୍ତି। ଏହାକୁ ୫୦୦୦ କୋଟି ଟଙ୍କା ପୁଞ୍ଜି ସହାୟତାରେ...

Leave a comment

Your email address will not be published. Required fields are marked *