ପୁଞ୍ଜିବଜାରରେ ୧୧,୧୩୨ କୋଟି ଏଫ୍‌ପିଆଇ ନିବେଶ

ମୁମ୍ବାଇ,୧୭-୬: ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ) ଜୁନ୍‌ରେ ଅଦ୍ୟାବଧି ଘରୋଇ ପୁଞ୍ଜି ବଜାରରେ ୧୧,୧୩୨ କୋଟି ଟଙ୍କା ନିବେଶ କରିଛନ୍ତି। ଡିପୋଜିଟୋରୀ ପରିସଂଖ୍ୟାନରୁ ଏହା ସ୍ପଷ୍ଟ ହୋଇଛି। ପ୍ରାପ୍ତ ତଥ୍ୟ ଅନୁଯାୟୀ, ଜୁନ ୧୪ ତାରିଖ ସୁଦ୍ଧା ଏଫ୍‌ପିଆଇଙ୍କ ପକ୍ଷରୁ ଶେୟାରରେ ୧,୫୧୭.୧୨ କୋଟି ଟଙ୍କା ଏବଂ ଋଣ ବା ବଣ୍ଡ ବଜାରରେ ୯,୬୧୫.୬୪ କୋଟି ଟଙ୍କା ନିବେଶ କରାଯାଇଛି। ଗ୍ରୋ କେ’ର ମୁଖ୍ୟ ପରିଚାଳନା ଅଧିକାରୀ(ସିଓଓ) ହର୍ଷ ଜୈନଙ୍କ କହିବାନୁଯାୟୀ, ଭାଜପା ନେତୃତ୍ୱରେ ଏନ୍‌ଡିଏ ସରକାର ପୁନର୍ବାର କ୍ଷମତାକୁ ଫେରିବା ପରେ ବଣ୍ଡ ବଜାରରେ ଅର୍ଥ ପ୍ରବାହ ଦୃଢ଼ ହୋଇଛି। ଏହାବ୍ୟତୀତ ଡଲାର ମୁକାବିଲାରେ ଟଙ୍କାରେ ସ୍ଥିରତା ଆସିବା କାରଣରୁ ବଣ୍ଡ ବଜାରରେ ପୁଞ୍ଜି ଆସୁଛି। ଏଥିପୂର୍ବରୁ ଏଫପିଆଇଙ୍କ ପକ୍ଷରୁ ମେ’ରେ ୯୦୩୧.୧୫ କୋଟି, ଏପ୍ରିଲରେ ୧୬,୦୯୩ କୋଟି, ମାର୍ଚ୍ଚରେ ୪୫,୯୮୧ କୋଟି ଏବଂ ଫେବୃୟାରୀରେ ୧୧,୧୮୨ କୋଟି ଟଙ୍କା ନିବେଶ କରାଯାଇଛି।


All Right Reserved By Dharitri.Com

ଜେଟ୍‌ ଏୟାରଓ୍ବେଜ୍‌ର ବିଡିଂରେ ସାମିଲ ହେବେ ହିନ୍ଦୁଜା ଭ୍ରାତା

ନୂଆଦିଲ୍ଲୀ,୨୨-୫: ଆର୍ଥିକ ସଙ୍କଟ କାରଣରୁ ସାମୟିକ ବନ୍ଦ ହୋଇଯାଇଥିବା ଘରୋଇ ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜର ବିଡିଂରେ ହିନ୍ଦୁଜା ଭ୍ରାତା ଭାଗ ନେବେ। ଚଳିତ ସପ୍ତାହରେ...

ଟେଲିକମ ସେକ୍ଟର ପାଇଁ ରିଲିଫ୍‌ ପ୍ୟାକେଜ ସପକ୍ଷରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୨୯-୬: ସଙ୍କଟଗ୍ରସ୍ତ ଟେଲିକମ୍‌ ସେକ୍ଟରକୁ ଉଦ୍ଧାର କରିବା ଲାଗି ବଜେଟରେ ଲାଇସେନ୍ସ ଫି ହ୍ରାସ ସହ ଏକ ସିରିଜ ରିଲିଫ୍‌ ପ୍ୟାକେଜ ପ୍ରଦାନ କରାଯିବାର ଆବଶ୍ୟକତା...

ଫେସ୍‌ବୁକ୍‌ରେ ଆସନ୍ତା ୫୦ ବର୍ଷ; ଜୀବିତଙ୍କଠୁ ଅଧିକ ହେବ ମୃତକଙ୍କ ପ୍ରୋଫାଇଲ

ନୂଆଦିଲ୍ଲୀ,୨୯-୪: ଫେସ୍‌ବୁକରେ ମୃତ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବ୍ରିଟେନସ୍ଥିତ ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଆସନ୍ତା ୫୦ ବର୍ଷ...

ଶକ୍ତିକାନ୍ତଙ୍କୁ ଭେଟିଲେ ପିଏମ୍‌ସି ବ୍ୟାଙ୍କ ଜମାକାରୀ

ନୂଆଦିଲ୍ଲୀ,୨୩-୧୦: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ (ପିଏମ୍‌ସି) ବ୍ୟାଙ୍କ ଜମକାରୀ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ଭେଟିଛନ୍ତି। ଜମାକାରୀଙ୍କ ଅର୍ଥ ବ୍ୟାଙ୍କରେ ସୁରକ୍ଷିତ ରହିଛି...

ଆର୍‌ବିଆଇ କେନ୍ଦ୍ରୀୟ ବୋର୍ଡର ବୈଠକ;ଅର୍ବାନ କୋଅପରେଟିଭ ବ୍ୟାଙ୍କ ପରିଚାଳନା ନେଇ ସମୀକ୍ଷା

ଭୁବନେଶ୍ୱର,୧୪-୧୨(ପି.ଟି): ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) କେନ୍ଦ୍ରୀୟ ବୋର୍ଡ ବୈଠକ ଶୁକ୍ରବାର ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଅର୍ବାନ କୋଅପରେଟିଭ ବ୍ୟାଙ୍କଗୁଡିକର ପରିଚାଳନା ଧାରା ଏବଂ...

୪୦% ବଢ଼ିବ ଇଣ୍ଟରନେଟ ୟୁଜରଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨୬-୪: ଦେଶରେ କ୍ରମାଗତ ଡାଟା ଶସ୍ତା ହେଉଥିବାରୁ ୨୦୨୩ ସୁଦ୍ଧା ଇଣ୍ଟରନେଟ ୟୁଜରଙ୍କ ସଂଖ୍ୟା ପ୍ରାୟ ୪୦କ୍ଷ ବୃଦ୍ଧି ପାଇବ। ସେହିପରି ଏହି ଅବଧି ମଧ୍ୟରେ...

ଅର୍ଥମନ୍ତ୍ରୀଙ୍କୁ ଅଭିଜିତ ବାନାର୍ଜୀଙ୍କ ପରାମର୍ଶ; କର୍ପୋରେଟ ଟିକସ କମାଅ ନାହିଁ

ନୂଆଦିଲ୍ଲୀ,୫-୧: କର୍ପୋରେଟ କ୍ଷେତ୍ର ଲାଗି ଆଉ ଟିକସ ହ୍ରାସ ନ କରିବାକୁ ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଶନିବାର ପରାମର୍ଶ...

ସେଣ୍ଟ୍ରାଲ ବ୍ୟାଙ୍କରେ ସତର୍କତା ସଚେତନତା

ଭୁବନେଶ୍ୱର,୧୮-୪: ସଚେତନତା ଅଭାବ ଓ ଚାରିତ୍ରିକ ବିଷମତା ଯୋଗୁ ମଣିଷ ଭ୍ରଷ୍ଟାଚାରରେ ଲିପ୍ତ ହୋଇଥାଏ। ଏହା ଦ୍ୱାରା ସାମାଜିକ ପ୍ରଣାଳୀ ଏବଂ ଆର୍ଥତ୍କ ବ୍ୟବସ୍ଥା ଦୁର୍ବଳ...

Leave a comment

Your email address will not be published. Required fields are marked *