ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ମିଳିପାରେ ୩୦ ହଜାର କୋଟି

ନୂଆଦିଲ୍ଲୀ,୧୭-୬: ଅର୍ଥ ମନ୍ତ୍ରଣାଳୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ପୁଞ୍ଜି ଆଧାରର ମୂଲ୍ୟାଙ୍କନ ଆରମ୍ଭ କରିଛି। ସେମାନଙ୍କର ସର୍ବନିମ୍ନ ପୁଞ୍ଜି ସର୍ତ୍ତ ପାଳନ କରିବାର ଆବଶ୍ୟକତା ରହିଛି। ଏଥିଲାଗି ସରକାର ନିୟମାନୁଯାୟୀ ସେମାନଙ୍କୁ ସହାୟତା କରିବାକୁ ଚାହୁଁଛନ୍ତି। ଚଳିତ ଆର୍ଥିକ ବର୍ଷରେ ସାଧାରଣ ବଜେଟରେ ସରକାର ଏଥିଲାଗି ୩୦ ହଜାର କୋଟି ଟଙ୍କାର ସହାୟତା ଉପଲବ୍ଧ କରିପାରନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଜୁଲାଇ ୫ରେ ନୂଆ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଆର୍ଥିକ ବର୍ଷ ୨୦୧୮-୧୯ ଲାଗି ଦେଶର ଜିଡିପି ହାର ପ୍ରକାଶ ପାଇଛି। ଏହା ୬.୮% କୁ ଖସିଆସିଛି। ବଜେଟରେ ଆର୍ଥିକ ଅଭିବୃଦ୍ଧିକୁ ବଢ଼ାଇବାର ଆହ୍ବାନ ରହିଛି। ବ୍ୟକ୍ତିଗତ ଏବଂ ବ୍ୟବସାୟିକ କାମ ଲାଗି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ପର୍ଯ୍ୟାପ୍ତ ପୁଞ୍ଜିର ଆବଶ୍ୟକତା ରହିଛି। ଋଣ ଚାହିଦା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହାଛଡ଼ା ପିସିଏ ଅଧୀନରେ ଥିବା ୫ ଦୁର୍ବଳ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ବାସେଲ-୩ ନିୟମ ଅନୁଯାୟୀ, ସର୍ବନିମ୍ନ ପୁଞ୍ଜି ଆବଶ୍ୟକତା ପୂରଣ କରିବାକୁ ହେବ। ଏଥିଲାଗି ପର୍ଯ୍ୟାପ୍ତ ଅର୍ଥର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ବ୍ୟାଙ୍କ ଅଫ୍‌ ବରୋଦା ଭଳି କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ପାଇଁ ସରକାର ବିଚାର କରୁଥିଲେ, ସେଥିପାଇଁ ମଧ୍ୟ ପର୍ଯ୍ୟାପ୍ତ ପୁଞ୍ଜିର ଆବଶ୍ୟକତା ହେବ। ଗତ ଆର୍ଥିକ ବର୍ଷରେ ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ୧,୦୬,୦୦୦ କୋଟି ଟଙ୍କାର ପୁଞ୍ଜି ଉପଲବ୍ଧ କରାଇଛନ୍ତି।


All Right Reserved By Dharitri.Com

ଅର୍ଥନୀତିକୁ ପ୍ରୋତ୍ସାହନ;ପ୍ରଧାନମନ୍ତ୍ରୀ-ସୀତାରାମନ୍‌ ଆଲୋଚନା

ନୂଆଦିଲ୍ଲୀ,୧୭-୮: ଅର୍ଥନୀତିରେ ମାନ୍ଦାବସ୍ଥା ମାଡି ଆସୁଥିବା ବେଳେ ଏହାକୁ ରୋକିବା ଲାଗି ଉପାୟ ସ୍ଥିର କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କେନ୍ଦ୍ର ଅର୍ଥମନ୍ତ୍ରୀ...

ରୁପା ଦର ୫୦ ହଜାର ଟପିଲା

ନୂଆଦିଲ୍ଲୀ,୫ା୯: ବିଶ୍ୱ ବଜାରରେ ସୁନା ଦର ମଙ୍ଗଳବାର ବୃଦ୍ଧି ପାଇଥିବା ବେଳେ ବୁଧବାର ସ୍ଥାନୀୟ ବଜାରରେ କ୍ରମାଗତ ଦ୍ୱିତୀୟ ଦିନ ଅର୍ଥାତ ବୁଧବାର ଏହା ୧୨୨...

ଜେଟ୍‌ ଏୟାରଓ୍ବେଜ୍‌ରେ ଇସ୍ତଫା ଦୌଡ

ନୂଆଦିଲ୍ଲୀ,୧୫-୫: ଘରୋଇ ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌ର ପୁନଃକାର୍ଯ୍ୟକ୍ଷମ ହେବା ଆଶା ପ୍ରାୟ ଶେଷ ହୋଇଯିବା ପରେ ଟପ୍‌ ମ୍ୟାନେଜମେଣ୍ଟ ଅଧିକାରୀଙ୍କ ମଧ୍ୟରେ ନୈରାଶ୍ୟ ଖେଳିଯାଇଛି।...

ଚୋକ୍‌ସିଙ୍କ ୨୪.୭୭ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୧୨।୭: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଠକେଇ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କ ଦେଶ ତଥା ବିଦେଶରେ ଥିବା ୨୪.୭୭ କୋଟି...

ଭାରତର ମନ୍ଥର ଅଭିବୃଦ୍ଧି ଚିନ୍ତାଜନକ: ନୋବେଲ ବିଜେତା ଅଭିଜିତ ବାନାର୍ଜୀ

ନୂଆଦିଲ୍ଲୀ,୧୫-୧୦: ଭାରତରେ ବର୍ତ୍ତମାନ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏହାକୁ ନେଇ ଅର୍ଥନୀତିଜ୍ଞ ମାନେ ଚିନ୍ତା ପ୍ରକଟ କରୁଛନ୍ତି। ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ...

ପ୍ଲାଟଫର୍ମ ଟିକେଟ ବିକି ରେଳଓ୍ବେର ୧୩୯ କୋଟି ଆୟ

ନୂଆଦିଲ୍ଲୀ,୨୯-୭: ଭାରତୀୟ ରେଲଓ୍ବେ ଯାତ୍ରୀ ଭଡ଼ା ନ ବଢ଼ାଇ ଆୟ କରିବା ଲାଗି ବିକଳ୍ପ ପନ୍ଥା ଆପଣାଇଛି। ଏହିକ୍ରମରେ ଏହା ପ୍ଲାଟଫର୍ମ ଟିକେଟ ବିକ୍ରି କରି...

ବର୍ଷକ ଭିତରେ ଆସିବ ନୂଆ ଇ-କମର୍ସ ପଲିସି

ନୂଆଦିଲ୍ଲୀ,୨୬-୬: କେନ୍ଦ୍ର ସରକାର ଆସନ୍ତା ଏକ ବର୍ଷ ଭିତରେ ନୂଆ ରାଷ୍ଟ୍ରୀୟ ଇ-ବାଣିଜ୍ୟ (ଇ-କମର୍ସ) ନୀତି ଜାରି କରିବେ। ଏହାଦ୍ୱାରା ଇଣ୍ଟରନେଟ୍‌ ଜରିଆରେ ଅନ୍‌ଲାଇନରେ ହେଉଥିବା...

ଷ୍ଟର୍ଲିଂ ବାୟୋଟେକ୍‌ର ୯୭୭୮ କୋଟି ଟଙ୍କାର ସମ୍ପତ୍ତି ଜବତ ଇଡି

ନୂଆଦିଲ୍ଲୀ,୨୭-୬: ବ୍ୟାଙ୍କ ଠକେଇ ମାମଲାରେ ସମ୍ପୃକ୍ତି ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଷ୍ଟର୍ଲିଂ ବାୟୋଟେକ୍‌ ଗ୍ରୁପର ୯୭୭୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ନାଇଜେରିଆର ତୈଳ...

Leave a comment

Your email address will not be published. Required fields are marked *